Odisha Elections 2024

ଗାଜା ଯୁଦ୍ଧ: ମୃତକଙ୍କ ସଂଖ୍ୟା ୬୦୦୦ ଟପିଲା…

ଜେରୁଜେଲମ,୨୩।୧୦ : ଇସ୍ରାଏଲ ଏବଂ ହମାସ ମଧ୍ୟରେ ବିବାଦ ଆରମ୍ଭ ହେବାର ଦୁଇ ସପ୍ତାହରୁ ଅଧିକ ସମୟ ବିତିଗଲାଣି। ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ପକ୍ଷ ଦ୍ୱାରା ହୋଇଥିବା ଆକ୍ରମଣରେ ମୃତ୍ୟୁ ସଂଖ୍ୟା ୬୦୦୦ ଅତିକ୍ରମ କରିଛି। ଇସ୍ରାଏଲ ଉପରେ ହମାସ ଆକ୍ରମଣରେ ୧୪୦୦ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଗାଜା ଷ୍ଟ୍ରିପ ଉପରେ ଇସ୍ରାଏଲର ପ୍ରତିଶୋଧ ପରାୟଣ ହୋଇ ଆକ୍ରମଣ କରିଥିବା ଘଟଣାରେ ମୃତ୍ୟୁ ସଂଖ୍ୟା ୪୬୦୦୦ ଅତିକ୍ରମ କରିଛି। ଉଭୟ ପକ୍ଷର ଏହି ବିବାଦ ମଧ୍ୟରେ ଇରାନ ସମର୍ଥିତ ସଂଗଠନ ହିଜବୁଲ ମଧ୍ୟ ଇସ୍ରାଏଲ ଉପରେ ଆକ୍ରମଣ ଜାରି ରଖିଛି। ଏହାକୁ ନେଇ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଚେତାବନୀ ଦେଇଛନ୍ତି।

ଗାଜାରେ ଇସ୍ରାଏଲ ସେନା ୩୨୦ ଆତଙ୍କବାଦୀ ଶିବିରକୁ ଟାର୍ଗେଟ କରିଛି। ଆଇଡିଏଫ ସୋସିଆଲ ମିଡ଼ିଆ ଏକ୍ସରେ ଏକ ପୋଷ୍ଟରେ କହିଛି ହମାସର ଅନେକ ଟନେଲ ଏବଂ ମୁଖ୍ୟାଳୟକୁ ନଷ୍ଟ କରାଯାଇଛି। କେବଳ ଏତିକି ନୁହେଁ ଗାଜାକୁ ପଦାତିକ ବାହିନୀ ପଠାଇବା ପାଇଁ ସେନା ମଧ୍ୟ ପ୍ରସ୍ତୁତି ଶେଷ କରିଛି।

ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଏକ ଟୁଇଟରେ କହିଛନ୍ତି ଲେବାନନରେ ହିଜବୁଲର ଭିତ୍ତିଭୂମି ଉପରେ ସେନା ଆକ୍ରମଣ କରିଛି। ଏଥିମଧ୍ୟରେ ଏକ ସାମରିକ ଅଞ୍ଚଳ ଏବଂ ନୀରିକ୍ଷଣ ପାଇଁ ବ୍ୟବହୃତ ଏକ ପୋଷ୍ଟ ଅନ୍ତର୍ଭୁକ୍ତ। ଆଇଡିଏଫ କହିଛି ସୀମାରେ ହିଜବୁଲ ଆତଙ୍କବାଦୀଙ୍କ ଚାରିଟି ସେଲ ମଧ୍ୟ ନଷ୍ଟ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ୍‌ ଉପରେ ରକେଟ ମାଡ଼ କଲା ହମାସ୍‌

ଗାଜା ଷ୍ଟ୍ରିପ୍‌,୨୬ା୫:ରାଫାହରେ ଯୁଦ୍ଧବିରତି ପାଇଁ ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ (ଆଇସିଜେ)ଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଇସ୍ରାଏଲ୍‌ ପକ୍ଷରୁ ଆକ୍ରମଣ ଜାରି ରହିଛି। ଏହାର ପ୍ରତିବାଦରେ ଗାଜାର...

Peace Summit: ଆସନ୍ତା ମାସରେ ଅନୁଷ୍ଠିତ ହେବ ଶାନ୍ତି ଶିଖର ସମ୍ମିଳନୀ, ବାଇଡେନ, ସି ଜିନ ପିଙ୍ଗ ସାମିଲ ହେବାକୁ ଅପିଲ କଲେ ରାଷ୍ଟ୍ରପତି ଜେଲେନସ୍କି

କ୍ୱିଭ,୨୬।୫: ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ରବିବାର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଚାଇନା ନେତା ସି ଜିନପିଙ୍ଗଙ୍କୁ ଆସନ୍ତା ମାସରେ ହେବାକୁ ଥିବା ଶାନ୍ତି...

ଟର୍ବୁଲେନ୍ସରେ କାତାର ବିମାନ: ୧୨ ଯାତ୍ରୀ ଆହତ

ଦୋହା,୨୬ା୫:ଲଣ୍ଡନରୁ ସିଙ୍ଗାପୁର ଯାଉଥିବା ସିଙ୍ଗାପୁର ଏୟାରଲାଇନ୍ସର ଏକ ବିମାନ ଟର୍ବୁଲେନ୍ସର ସମ୍ମୁଖୀନ ହେବାରୁ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିବା ସହ ଅନେକେ ଆହତ ହୋଇଥିଲେ। ଏହାର...

ଜୀବନ ବଞ୍ଚାଇବାକୁ ଦେଶ ଛାଡିଲେ ୪୫ ହଜାର ରୋହିଙ୍ଗ୍ୟା

ନ୍ୟାପିଦା,୨୬।୫: ମ୍ୟାନମାରର ବିବାଦୀୟ ରାଖିନରେ ବଢୁଥିବା ହିଂସା ୪୫ହଜାର ରୋହିଙ୍ଗ୍ୟାଙ୍କୁ ଏଠାରୁ ପଳାଇବାକୁ ବାଧ୍ୟ କରିଛି। ମିଳିତ ଜାତିସଂଘର ଏକ ରିପୋର୍ଟରେ ଏହା ସାମ୍ନାକୁ ଆସିଛି।...

ବାଇଡେନ୍‌ ଆମେରିକାର ସବୁଠୁ ଖରାପ ରାଷ୍ଟ୍ରପତି; ଟ୍ରମ୍ପ ଏତିକି କହିବା ମାତ୍ରେ ଲୋକେ କହିଲେ…

ଓ୍ବାଶିଂଟନ୍‌,୨୬।୩: ଆମେରିକାରେ ଏକ ଲିବର୍ଟାରିୟାନ ପାର୍ଟି ଇଭେଣ୍ଟରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଲୋକହସାର ସମ୍ମୁଖୀନ କରିବାକୁ ପଡିଥିଲା। ଏହି କାର୍ଯ୍ୟକ୍ରମରେ ଅନେକ ଲୋକ ଅପମାନଜନକ...

ପାପୁଆ ନିଉ ଗିନି ଭୟଙ୍କର ଭୂସ୍ଖଳନ, ୬୭୦ରୁ ଅଧିକ ଲୋକ ମୃତ

ନୂଆଦିଲ୍ଲୀ,୨୬।୫: ପାପୁଆ ନ୍ୟୁ ଗିନିରେ ଏକ ବଡ଼ ଧରଣର ଭୂସ୍ଖଳନ ପରେ ୬୭୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଜାତିସଂଘର ଏଜେନ୍ସିର ଅଧିକାରୀ...

ରାଫାହ ବର୍ବରରାଫାହ ବର୍ବରତା ବନ୍ଦ କର: ଆଇସିଜେତା ବନ୍ଦ କର: ଆଇସିଜେ

ହେଗ୍‌,୨୫ା୫: ଗାଜା ସିଟିର ରାଫାହରେ ବୋମା ବର୍ଷଣ ଓ ରକେଟ ମାଡ଼ ତୁରନ୍ତ ବନ୍ଦ କରିବା ପାଇଁ ନେଦରଲାଣ୍ଡ୍ସର ହେଗ୍‌ସ୍ଥିତ ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ ଶୁକ୍ରବାର...

କିର୍ଗିଜସ୍ଥାନରେ ହିଂସାର ବାତାବରଣ, ଦେଶ ଛାଡିବାକୁ ବାଧ୍ୟ ହେଉଛନ୍ତି ବିଦେଶୀ ଛାତ୍ର

ବିଶକେକ,୨୪।୫: କିର୍ଗିଜସ୍ଥାନର ରାଜଧାନୀ ବିଶକେକରେ ସ୍ଥାନୀୟ ତଥା ବିଦେଶୀ ଛାତ୍ରଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ପରେ ବିଦେଶୀ ଛାତ୍ରମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri