ଆଗକୁ ନିର୍ବାଚନ: ଗାଁମୁହାଁ ସହର ନେତା

ଦେବଗଡ଼, ୨୨।୧୦(ଶଶାଙ୍କ ଶେଖର ଝାଙ୍କର): ଆଗକୁ ନିର୍ବାଚନ। ଏବେଠାରୁ ଦେବଗଡ଼ ଜିଲାରେ ନିର୍ବାଚନୀ ଉଷ୍ମତା ବଢିଲାଣି। ଦେବଗଡ଼ ଆୟତନରେ ଏକ ଛୋଟ ଜିଲା। କିନ୍ତୁ ରାଜନୀତି ପାଇଁ ଏଠି ଚର୍ଚ୍ଚା ବେଶି ହୁଏ। ଜିଲାର ୭୦ଟି ପଞ୍ଚାୟତ, ତିନୋଟି ବ୍ଲକ ଓ ଗୋଟିଏ ମ୍ୟୁନିସିପାଲିଟିକୁ ନେଇ ନିର୍ବାଚନମଣ୍ଡଳୀ ଗଠିତ ହୋଇଛି। ଏଠି ଚାଲିଛି ଭିନ୍ନ ରାଜନୀତି। କେତେଜଣ ନେତାଙ୍କୁ ଘାରିଛି ବିଧାୟକ ହେବା ନିଶା। କେତେଜଣ ନେତ୍ରୀ ମଧ୍ୟ ବିଧାୟିକା ହେବା ଆଶାରେ ଅଛନ୍ତି। ଏହି ପଦବୀ ପାଇଁ ନେତ୍ରୀନେତାମାନଙ୍କୁ ଚିନ୍ତା ଘାରିଛି। କେମିତି ବିଧାୟକ ହେବେ। ସବୁ ଦଳରେ କେତେଜଣ ଏମିତି ନେତ୍ରୀନେତା ରହିଛନ୍ତି ଯେଉଁମାନେ ଟିକେଟ ପାଇବେ କି ନାହିଁ ପଛ କଥା, କିନ୍ତୁ ଏବେଠାରୁ ବିଧାୟକ ହେବାର ସ୍ବପ୍ନ ଦେଖିବା ଆରମ୍ଭ କରିଛନ୍ତି। ବିଧାୟକ ହେବାର ସ୍ବପ୍ନ ଯୋଗୁ ନେତା ନେତା ମଧ୍ୟରେ ବିଭେଦ ସୃଷ୍ଟି ହୋଇ ଦଳରେ ଗୋଷ୍ଠୀ କନ୍ଦଳ ଆରମ୍ଭ ହେଲାଣି। ସବୁ ଦଳରେ ଭିତରେ ଭିତରେ ଗୋଷ୍ଠୀକନ୍ଦଳ ବଢିଚାଲିଛି। ଏପରିକି ସହରରେ ରହୁଥିବା ନେତ୍ରୀନେତାମାନେ ଏବେ ଗାଁ ମୁହାଁ ହେଉଛନ୍ତି। ଗାଁରେ ବୁଲି ଖେଳକୁଦରେ ଅତିଥି ହେଉଛନ୍ତି। ବୈଠକ କରି ସଙ୍ଗଠନ ସୁଦୃଢ଼ କରୁଛନ୍ତି। ପଦଯାତ୍ରା କରୁଛନ୍ତି। ଏପରିକି ଗାଁଗାଁ ବୁଲି କାହା ଘରେ ବସି ଭୋଜନ କରିବା, କାହା ଘରେ ଛୋଟ ଛୋଟ ଛୁଆମାନଙ୍କୁ କାଖେଇ ନେବା, କାହାକୁ ମଉସା, କାହାକୁ ମାଉସୀ କହି କୁଣ୍ଢେଇ ପକାଉଛନ୍ତି। ଗାଁରେ ହିଡ଼, ବିଲ ରାସ୍ତା, କାଦୁଅ ରାସ୍ତା କିଛି ମାନୁ ନାହାନ୍ତି। ଗାଁ ଲୋକଙ୍କ ଦୁଃଖକଷ୍ଟରେ ସାମିଲ ହେବା ଭଳି ଅଭିନୟ ମଧ୍ୟ କରୁଛନ୍ତି। ଏପରି ଅନେକ ନାଟକବାଜି କରୁଥିବା ଦେଖିବାକୁ ମିଳୁଛି। କେଉଁ ଗାଁରେ ବୁଲିଲେ, କ’ଣ କାର୍ଯ୍ୟକ୍ରମ କଲେ, କାହାକୁ ଭେଟିଲେ ପ୍ରତ୍ୟେକ ଦିନ ସୋସିଆଲ ମିଡିଆ, ଫେସବୁକରେ ପୋଷ୍ଟ କରାଯାଉଛି। ସହରୀ ନେତା ଗାଁକୁ ଯାଇ ସଙ୍ଗଠନ କରି ବିଧାୟକ ହେବାର ସ୍ବପ୍ନ ଦେଖୁଥିବା ବେଳେ ଗାଁରେ ବିଧାୟକ ହେବାକୁ ସ୍ବପ୍ନ ଦେଖୁଥିବା କିଛି ନେତା ସହରୀ ନେତାଙ୍କୁ ସହି ପାରୁନାହାନ୍ତି। ଏନେଇ ଗୋଷ୍ଠୀ କନ୍ଦଳ ବଢୁଛି। ଗାଁ ନେତା ସହରୀ ନେତାଙ୍କ ମଧ୍ୟରେ ବେଳେବେଳେ ଟଣାଓଟରା ଭଳି ପରିସ୍ଥିତି ଉପୁଜୁଥିବା ଦେଖିବାକୁ ମିଳୁଛି। ସହରବାସୀଙ୍କ କହିବା ଅନୁଯାୟୀ ଗାଁରୁ ଆସିଥିବା ନେତାମାନଙ୍କୁ ସହରବାସୀ ହଜମ କରିପାରୁନାହାନ୍ତି, ସବୁଆଡ଼େ ଚର୍ଚ୍ଚା ହେଉଛି ଭଲ ନେତା ଦରକାର। ଏପରି ପରିସ୍ଥିତିରେ ଦେବଗଡ଼ ରାଜନୀତିରେ କିଏ ଟିକଟ ପାଇବ ଓ କାହାକୁ ଭୋଟରମାନେ ଭୋଟ ଦେବେ। ସମସ୍ତେ ଦ୍ୱନ୍ଦ୍ୱରେ ଅଛନ୍ତି। ଦେଖାଯାଉ କିଏ କେଉଁ ଦଳର ଟିକଟ ନେଉଛି। ଏଥର ଭଲ ଲୋକଙ୍କୁ ଭୋଟ ଦେବେ ବୋଲି ଲୋକ ମନସ୍ଥ କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?