ଗାଜା ଆକ୍ରମଣ: ନିହତ ହେଲେଣି ୯୦

ଗାଜା ସିଟି,୧୪ା୫:ଇସ୍ରାଏଲ୍‌ ଓ ହମାସ ଚରମପନ୍ଥୀଙ୍କ ମଧ୍ୟରେ ଚାଲିଥିବା ସଂଘର୍ଷ ଉଗ୍ରରୂପ ଧାରଣ କରିଛି। ଇସ୍ରାଏଲ୍‌ ଆକ୍ରମଣରେ ପାଲେଷ୍ଟାଇନ୍‌ର ୧୭ ଶିଶୁ ଓ ୭ ମହିଳାଙ୍କ ସମେତ ୮୩ ଜଣଙ୍କ ମୃତ୍ୟୁ ଘଟିଲାଣି। ଅନ୍ୟପକ୍ଷରେ ପାଲେଷ୍ଟାଇନ୍‌ ଆକ୍ରମଣରେ ଇସ୍ରାଏଲ୍‌ର ୭ ଜଣ ନିହତ ହେଲେଣି। ଏଥିସହ ୪୮୭ ଜଣ ଆହତ ହୋଇଥିବା ଗାଜାସ୍ଥିତ ହମାସ୍‌ ନିୟନ୍ତ୍ରଣାଧୀନ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ସୂଚନା ଦିଆଯାଇଛି। ଇସ୍ରାଏଲ୍‌ ସେନା ପକ୍ଷରୁ କୁହାଯାଇଛି ଯେ, ସୋମବାର ସନ୍ଧ୍ୟା ପରଠାରୁ ଗାଜା ଉପରେ ଆକାଶମାର୍ଗରୁ ୬୦୦ରୁ ଅଧିକ ଥର ରକେଟ ମାଡ଼ କରାଯାଇଛି। ଅନ୍ୟପକ୍ଷେ ହମାସ୍‌ ଚରମପନ୍ଥୀମାନେ ଇସ୍ରାଏଲ୍‌କୁ ଟାର୍ଗେଟ କରି ୧,୬୦୦ ରକେଟ ଆକ୍ରମଣ କରିଛନ୍ତି। ଫଳରେ ଗାଜା ଷ୍ଟ୍ରିପ୍‌ ଏକ ଯୁଦ୍ଧଭୂଇଁରେ ପରିଣତ ହୋଇଛି। ଉଭୟ ପକ୍ଷଙ୍କ ଆକ୍ରମଣ ଓ ପ୍ରତିଆକ୍ରମଣ ଏହି ସଂଘର୍ଷକୁ ଏକ ସମ୍ପୂର୍ଣ୍ଣ ଯୁଦ୍ଧ ଆଡ଼କୁ ଟାଣିନେଇଛି ବୋଲି ଜାତିସଂଘ ପକ୍ଷରୁ ସତର୍କ କରାଯାଇଛି। ଉଭୟ ପକ୍ଷଙ୍କୁ ନେଇ ଇଜିପ୍ଟ ପକ୍ଷରୁ ଶାନ୍ତି ପାଇଁ ଆଲୋଚନା ଆରମ୍ଭ ହୋଇଥିଲେ ହେଁ ତାହାର ସୁଫଳ ମିଳିନାହିଁ। ପୂର୍ବରୁ ଇସ୍ରାଏଲ୍‌ ଓ ଗାଜାର ହମାସ୍‌ ଶାସକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ଓ ୨୦୧୪ର ଯୁଦ୍ଧ ପାଲେଷ୍ଟାଇନ୍‌ ଭୂଖଣ୍ଡ ଏବଂ ଇସ୍ରାଏଲ୍‌ ସୀମାନ୍ତରେ ସୀମିତ ଥିଲା। କିନ୍ତୁ ଏଥର ଯୁଦ୍ଧ ଅଧିକ ବ୍ୟାପକ ହେବାରେ ଲାଗିଛି। ଜାତିସଂଘରେ ମଧ୍ୟପ୍ରାଚ୍ୟ ପାଇଁ ସ୍ବତନ୍ତ୍ର କୋ-ଅର୍ଡିନେଟର ଥିବା ଟୋର ଓ୍ବେନେସ୍‌ଲାଣ୍ଡ ଦୁଇ ପକ୍ଷଙ୍କୁ ଉତ୍ତେଜନା ହ୍ରାସ ପାଇଁ ଆହ୍ବାନ ଦେଇଛନ୍ତି। ଗୁଳିବର୍ଷା ଓ ରକେଟ ମାଡ଼ ତୁରନ୍ତ ବନ୍ଦ କର। ଗାଜାରେ ବିଧ୍ୱଂସ୍ତକାରୀ ଯୁଦ୍ଧର ମୂଲ୍ୟ ସାଧାରଣ ଲୋକଙ୍କୁ ଦେବାକୁ ପଡ଼ୁଛି। ଶାନ୍ତି ପାଇଁ ଜାତିସଂଘ ଉଦ୍ୟମ ଚଳାଇଛି ବୋଲି ଓ୍ବେନେସ୍‌ଲାଣ୍ଡ ଟୁଇଟ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬୦ ବୟସରୁ ଅଧିକ ମହିଳାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ମାଗଣାରେ କରିପାରିବେ ବସ୍‌ଯାତ୍ରା…

ନୂଆଦିଲ୍ଲୀ,୨୫।୮: ଉତ୍ତର ପ୍ରଦେଶର ଯୋଗୀ ସରକାର ମଙ୍ଗଳବାର ଦିନ ‘ଲୋକମାତା ଅହଲ୍ୟାବାଈ ମାତୃଶକ୍ତି ଯୋଜନା’ ସମେତ ୨୪ଟି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ସିଏମ୍ ଯୋଗୀ ୬୦ ବର୍ଷରୁ…

ଅଲ୍ ଓଡ଼ିଶା ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଲେଭେଲ୍-୨ରେ ଗୁଣପୁର ଖେଳାଳିଙ୍କ ସଫଳତା

ଗୁଣପୁର, ୨୫।୮ (ସୁଜାତା ପାଢ଼ୀ): ଅଲ୍ ଓଡ଼ିଶା ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଲେଭେଲ୍-୨ରେ ଗୁଣପୁର ଖେଳାଳିମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ଗୁଣପୁରର ଶୁଭମ୍ ଦାସଙ୍କ ଯୋଡ଼ି ଚମ୍ପିୟାନ…

ବିଦ୍ୟାର୍ଥୀଙ୍କୁ କ୍ୟାରିୟର ଚୟନ ନେଇ ମାର୍ଗଦର୍ଶନ: ଭଞ୍ଜନଗର କେଭିରେ ପ୍ରଥମଥର ପାଇଁ…

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଦଶମ ଓ ଏକାଦଶ ଶ୍ରେଣୀର ବିଜ୍ଞାନ ବିଭାଗର ଛାତ୍ରୀଛାତ୍ରଙ୍କୁ ନେଇ ପ୍ରଥମଥର ପାଇଁ…

ମନ୍ତ୍ରୀଙ୍କ ବଡ଼ ଚେତାବନୀ, ସାର କଳାବଜାରୀ କଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୫।୮: ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମଙ୍ଗଳବାର ଏକ ବଡ଼ ଚେତାବନୀ ଦେଇଛନ୍ତି। ସାର କଳାବଜାରୀ କଲେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି…

ମମତାଙ୍କ ସନ୍ନ୍ୟାସ ବୟାନକୁ ନେଇ ଭାଜପାର ତୀବ୍ର ଟାର୍ଗେଟ୍‌, କହିଲା- ‘ତାଙ୍କ ବୟସ ମଧ୍ୟ…’

କୋଲକାତା,୨୫।୮: ଟିଏମସି ପ୍ରମୁଖ ମମତା ବାନାର୍ଜୀଙ୍କ ପକ୍ଷରୁ ‘ରାଜନୀତିରୁ ସନ୍ନ୍ୟାସ’ ନେବା ସମ୍ପର୍କରେ ଦିଆଯାଇଥିବା ବୟାନ ଉପରେ ଭାଜପା ପକ୍ଷରୁ ପାଲଟା ଜବାବ ଦିଆଯାଇଛି। ପଶ୍ଚିମବଙ୍ଗର ସ୍ବାସ୍ଥ୍ୟମନ୍ତ୍ରୀ…

ବଡ଼ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ୨ ପୋଲିସ କର୍ମଚାରୀ

ବୌଦ୍ଧ,୨୫।୮: ବୌଦ୍ଧ ପୋଲିସ ପକ୍ଷରୁ ମଙ୍ଗଳବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟରେ ଅବହେଳା ପାଇଁ ୨ଜଣ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଠିକ୍‌…

ଭାରତରେ ଅଲଗା-ୟୁରୋପରେ ଅଲଗା କାହିଁକି? ଫାଣ୍ଟା ଠାରୁ ମ୍ୟାଗି ପର୍ଯ୍ୟନ୍ତ ପ୍ୟାକେଜ ହୋଇଥିବା ଖାଦ୍ୟ ପାଇଁ ଦ୍ୱୈତ ମାନଦଣ୍ଡ ଉପରେ ପ୍ରଶ୍ନ

ନୂଆଦିଲ୍ଲୀ,୨୫।୮: ଭାରତରେ ୟୁରୋପ ତୁଳନାରେ ପ୍ୟାକେଜ ହୋଇଥିବା ଖାଦ୍ୟ ଏବଂ ପାନୀୟର ସମାନ ବିଶ୍ୱ ବ୍ରାଣ୍ଡ ପାଇଁ ଭିନ୍ନ ରଚନା, ପୁଷ୍ଟିକର ସୂଚନା ଏବଂ ଚେତାବନୀ ଲେବଲର…

ଉତ୍ତରାଷାଢ଼ା ନକ୍ଷତ୍ର ସହ ଆୟୁଷ୍ମାନ ଯୋଗ: ଆଜିଠୁ ଏହି ୫ ରାଶିଙ୍କ ଭଲ ଦିନ ଆରମ୍ଭ, ଚାକିରିରେ ପ୍ରମୋସନ ସହ ଧନବର୍ଷା!

୨୫ ଅଗଷ୍ଟ ୨୦୨୬ ଦିନଟି ପଞ୍ଚାଙ୍ଗ ଓ ଜ୍ୟୋତିଷ ଦୃଷ୍ଟିରୁ ବେଶ ଖାସ୍‌ ରହିପାରେ। ଏହି ଦିନ ଶ୍ରାବଣ ଶୁକ୍ଳ ପକ୍ଷର ଦ୍ୱାଦଶୀ ତିଥି ଏବଂ ମଙ୍ଗଳବାର।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri