ଶିକାର ପାଇଁ ସୁଯୋଗ ଦେଲେ

ଭୁବନେଶ୍ୱର,୨୬।୪ (ବ୍ୟୁରୋ): ବାରମ୍ବାର ଚଢ଼ାଉ ହେଉଛି। ବିପୁଳ ପରିମାଣର ଛାଲ, ଦାନ୍ତ, ନଖ ଆଦି ବନ୍ୟପ୍ରାଣୀ ସାମଗ୍ରୀ ଜବତ ହେଉଛି। ଜୀବନ୍ତ ବ୍ରଜକାପ୍ତା ଚାଲାଣ ମଧ୍ୟ ଧରାପଡୁଛି। ହେଲେ ଯେତେ ଧରିଲେ ବି ସେତେ ଚୋରା ଚାଲାଣ ହେଉଛି। ଏଥିରୁ ଜଣାପଡୁଛି ବିଭିନ୍ନ ବନାଞ୍ଚଳରେ ବେଧଡ଼କ ଶିକାର ଚାଲୁଛି। ଜଙ୍ଗଲ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ଦାୟିତ୍ୱ ବନ ବିଭାଗ ହାତରେ ରହିଛି। ଏପଟେ ତଦନ୍ତ କରି ଶିକାରୀ ଓ ଚାଲାଣକାରୀଙ୍କୁ ଧରିବା କ୍ଷମତା କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ର ରହିଛି। ହେଲେ ତଦନ୍ତ ଓ ସୁରକ୍ଷା ଢିଲା କାରଣରୁ ଶିକାରୀ ଓ ଚୋରା ଚାଲାଣକାରୀଙ୍କୁ ସୁଯୋଗ ମିଳୁଛି। ଫଳରେ ରାଜ୍ୟର ବନ୍ୟପ୍ରାଣୀ ବିପଦ ମୁହଁକୁ ଠେଲି ହୋଇଯାଉଛନ୍ତି। କିଛିଦିନ ତଳେ ଖୋର୍ଦ୍ଧା, ନୟାଗଡ଼ ଓ କଟକ ଜିଲାରୁ ବାଘ ଛାଲ, ହାତୀଦାନ୍ତ ଓ ଜୀବନ୍ତ ବଜ୍ରକାପ୍ତା ଧରା ହୋଇଥିବାବେଳେ ଶନିବାର ପୁଣିଥରେ ନୟାଗଡ଼ ଅଞ୍ଚଳରୁ ଗୋଟିଏ କଲରାପତରିଆ ବାଘ ଛାଲ ଓ ୨ଟି ହାତୀ ଦାନ୍ତ ଜବତ ହୋଇଛି। ନୟାଗଡ଼ ଜିଲା ଗଣିଆ-ଛାମୁଣ୍ଡିଆ ରାସ୍ତାର ମହାନଦୀ ପଠା ମା’ କଳାପାଟ ମନ୍ଦିର ନିକଟରେ ଏହାକୁ ବିକ୍ରି ପାଇଁ ଡିଲ୍‌ ଚାଲିଥିବାବେଳେ କ୍ରାଇମବ୍ରାଞ୍ଚର ସ୍ପେଶାଲ୍‌ ଟାସ୍କ ଫୋର୍ସ (ଏସ୍‌ଟିଏଫ) ଚଢ଼ାଉ କରି ୨ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ, ନୟାଗଡ଼ ଗଣିଆ ଥାନା ଅନ୍ତର୍ଗତ ବେଠିଆସାହିର ବିମ୍ବାଧର ତରାଇ ଓ କଟକ ଜିଲା ନରସିଂହପୁର ଅଞ୍ଚଳର ରମେଶ ପ୍ରତିହାରୀ। ଉଭୟଙ୍କ ବିରୋଧରେ ମାମଲା (ନଂ.୧୬/୨୧) ରୁଜୁ କରାଯାଇ ରବିବାର କୋର୍ଟ ଚାଲାଣ କରାଯାଇଛି। ଜବତ ହାତୀଦାନ୍ତ ଓ ବାଘ ଛାଲକୁ ପରୀକ୍ଷା ପାଇଁ ଡେରାଡୁନସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ୱାଇଲ୍ଡ ଲାଇଫକୁ ପଠାଯିବ। ଏଥିସହ ର଼୍ୟାକେଟ୍‌ରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ ସହ ଗିରଫ ପାଇଁ ଅଧିକ ତଦନ୍ତ ଚଳାଇଛି ଏସ୍‌ଟିଏଫ୍‌।
ନୟାଗଡ଼ ଜିଲାରେ ବନ୍ୟଜନ୍ତୁ ଶିକାର କରାଯାଇ ହାତୀ ଦାନ୍ତ ଓ ବାଘ ଛାଲ ବିକ୍ରି କରାଯାଉଥିବା ନେଇ ଏସ୍‌ଟିଏଫକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏହା ପରଠାରୁ ଏସ୍‌ଟିଏଫ ଘଟଣା ଉପରେ ନଜର ରଖିଥିଲା। ଶନିବାର ୨ଜଣ ବ୍ୟବସାୟୀ ବାଘ ଛାଲ ଓ ହାତୀଦାନ୍ତ ବିକ୍ରି କରିବାକୁ ଡିଲ୍‌ କରୁଥିବା ନେଇ ଏସ୍‌ଟିଏଫ ସୂଚନା ପାଇଥିଲା। ଏହା ପରେ ଏସ୍‌ଟିଏଫର ଏକ ଟିମ୍‌ ଘଟଣା ସ୍ଥଳରେ ଚଢ଼ାଉ କରି ଉଭୟ ବ୍ୟବସାୟୀଙ୍କୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତ ଦ୍ୱୟଙ୍କୁ କେଉଁମାନେ ଏହି ସବୁ ସାମଗ୍ରୀ ଯୋଗାଉଛନ୍ତି ସେନେଇ ଏସ୍‌ଟିଏଫ୍‌ ପକ୍ଷରୁ ତଦନ୍ତ ଚାଲିଛି।

ଓଁକାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?