Posted inଖେଳ

ଗାଭାସ୍କରଙ୍କ ଆଇପିଏଲ ଏକାଦଶର ଅଧିନାୟକ ଧୋନୀ

ନୂଆଦିଲ୍ଲୀ, ୮।୪(ପି.ଟି.)-ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୪ତମ ସଂସ୍କରଣ ପୂର୍ବରୁ କିମ୍ବଦନ୍ତୀ ଭାରତୀୟ ଟେଷ୍ଟ ଓପନର ସୁନୀଲ ଗାଭାସ୍କର ସର୍ବକାଳୀନ ଆଇପିଏଲ ଏକାଦଶ ଚୟନ କରିଛନ୍ତି। ଏଥିରେ ସେ ମହେନ୍ଦ୍ର ସିଂ ଧୋନୀଙ୍କୁ ଅଧିନାୟକ କରିଛନ୍ତି। ଆଇପିଏଲ ଇତିହାସର ସବୁଠାରୁ ସଫଳ ଅଧିନାୟକ ରୋହିତ ଶର୍ମା ଏବଂ ‘ୟୁନିଭର୍ସ ବସ୍‌’ କ୍ରିସ୍‌ ଗେଲ୍‌ଙ୍କୁ ତାଙ୍କ ଏକାଦଶର ଓପନର ଭାବେ ବାଛିଛନ୍ତି। ରୋହିତ ଆଇପିଏଲରେ ୫୦୦୦ ରନ ପୂରଣ କରି ସାରିଥିବାବେଳେ ଗେଲ୍‌ଙ୍କ ନାମରେ ସର୍ବାଧିକ ଛକା ରେକର୍ଡ ରହିଛି। ୩ ନମ୍ବର ସ୍ଥାନ ପାଇଁ ଗାଭାସ୍କର ସନ୍‌ରାଇଜର୍ସ ହାଇଦ୍ରାବାଦର ରନ୍‌ ମେସିନ ଡେଭିଡ ଓ୍ବାର୍ନରଙ୍କୁ ମନୋନୀତ କରିଛନ୍ତି। ଆଇପିଏଲ ଇତିହାସରେ ସର୍ବାଧିକ ରନ ସଂଗ୍ରହକାରୀ ବିରାଟ କୋହଲିଙ୍କୁ ୪ ନମ୍ବର ସ୍ଥାନ ମିଳିଛି। କୋହଲିଙ୍କ ବନ୍ଧୁ ତଥା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମ୍‌ ମେଟ୍‌ ଏବି ଡି’ଭିଲର୍ସଙ୍କୁ ୫ ନମ୍ବରରେ ରଖା ଯାଇଥିବାବେଳେ ଆଇପିଏଲ ଇତିହାସରେ ଦ୍ୱିତୀୟ ସର୍ବାଧିକ ରନ ସଂଗ୍ରହକାରୀ ସୁରେଶ ରାଇନା ୬ଷ୍ଠ ସ୍ଥାନରେ ରହିଛନ୍ତି। ୩ ଥର ଆଇପିଏଲ ବିଜେତା ଅଧିନାୟକ ଧୋନୀ ୭ମ ଏବଂ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ୮ମ ସ୍ଥାନ ପାଇଛନ୍ତି। ବୋଲିଂ ବିଭାଗରେ ଗାଭାସ୍କର କୋଲକାତା ନାଇଟ ରାଇଡର୍ସ ଅଫ୍‌ ସ୍ପିନର ସୁନୀଲ ନାରିନ ଏବଂ ଭାରତର ଦୁଇ ପେସର ଭୁବନେଶ୍ୱର କୁମାର ଓ ଯଶପ୍ରୀତ ବୁମ୍‌ରାଙ୍କୁ ସ୍ଥାନ ଦେଇଛନ୍ତି। ଶ୍ରୀଲଙ୍କାର ଲସିଥ ମାଲିଙ୍ଗାଙ୍କୁ ସେ ଦ୍ୱାଦଶ ଖେଳାଳିରେ ରଖିଛନ୍ତି। ଅନେକ ଖେଳାଳିଙ୍କୁ ଛାଡ଼ି ଯାଇଥିବାରୁ କ୍ଷମା ମାଗିଛନ୍ତି ଏହି ଲିଟିଲ ମାଷ୍ଟର।
ଗାଭାସ୍କରଙ୍କ ସର୍ବକାଳୀନ ଆଇପିଏଲ ଏକାଦଶ: ରୋହିତ ଶର୍ମା, କ୍ରିସ୍‌ ଗେଲ୍‌, ଡେଭିଡ ଓ୍ବାର୍ନର, ବିରାଟ କୋହଲି, ଏବି ଡି’ଭିଲର୍ସ, ସୁରେଶ ରାଇନା, ମହେନ୍ଦ୍ର ସିଂ ଧୋନୀ (ଅଧିନାୟକ/ଉଇକେଟ କିପର), ରବୀନ୍ଦ୍ର ଜାଡେଜା, ସୁନୀଲ ନାରିନ, ଭୁବନେଶ୍ୱର କୁମାର ଓ ଯଶପ୍ରୀତ୍‌ ବୁମ୍‌ରା। ଦ୍ୱାଦଶ ଖେଳାଳି: ଲସିଥ ମାଲିଙ୍ଗା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କାନ୍ଧରେ ଅସ୍ତ୍ରୋପଚାର କରାଇବେ ମାରାଡୋନା

ବୁଏନ୍‌ସ ଏରିଜ,୨୧ା୫- ଆର୍ଜେଣ୍ଟିନା ଫୁଟ୍‌ବଲ କିମ୍ବଦନ୍ତୀ ଡିଏଗୋ ମାରାଡୋନା ବାମ କାନ୍ଧରେ ଅସ୍ତ୍ରୋପଚାର କରାଇବେ। ଏ ନେଇ ୫୮ ବର୍ଷୀୟ ପୂର୍ବତନ ଷ୍ଟାର ଆର୍ଜେଣ୍ଟିନା ରାଜଧାନୀ...

ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟାନ୍‌ ହେଲେ କେନ୍‌ ଓ୍ବିଲିୟମସନ, କୋହଲି ଏହି ସ୍ଥାନରେ

ଦୁବାଇ,୩୧।୧୨: ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ ତାଲିକା ପ୍ରକାଶ ପାଇଛି। ଏହି ତାଲିକାର ପ୍ରଥମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ଓ୍ବିଲିୟମସନ୍‌। ସେ ଭାରତୀୟ...

ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରମୋଦ, ଦିଲେଶ୍ୱର

ଭୁବନେଶ୍ୱର, ୨୦।୫ (କ୍ରୀଡ଼ା ପ୍ରତିନିଧି): ବାହାରିନ୍‌ର ମାନାମାଠାରେ ଚାଲିଥିବା ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ସିଙ୍ଗଲ୍ସ ପ୍ରି-କ୍ୱାର୍ଟର ଫାଇନାଲରେ ଓଡ଼ିଶାର ପ୍ରମୋଦ ଭଗତ ଓ ଦିଲେଶ୍ୱର...

ବିସିସିଆଇ ଏଜିଏମ୍‌: ଗାଙ୍ଗୁଲିଙ୍କ କାର୍ଯ୍ୟକାଳ ବଢ଼ାଇବାକୁ ନିଷ୍ପତ୍ତି; ଆଇସିସି ସିଇସିରେ ଜୟ ଶାହା ପ୍ରତିନିଧିତ୍ୱ କରିବେ

ମୁମ୍ବାଇ,୨।୧୨(ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌) ରବିବାର ମୁମ୍ବାଇରେ ଅନୁଷ୍ଠିତ ହୋଇଛି। ବିସିସିଆଇ ନବ ନିର୍ବାଚିତ ସଭାପତି ସୌରଭ...

ଟି-୨୦ ବିଶ୍ୱକପ୍‌ ପୂର୍ବରୁ ଭାରତକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨୯।୯: ଆସନ୍ତା ମାସରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପ ପୂର୍ବରୁ ଭାରତକୁ ଏକ ବଡ଼ ଝଟ୍‌କା ଲାଗିଛି। ଆହତ କାରଣରୁ ଭାରତର ଦ୍ରୁତ ବୋଲର...

ଆଇପିଏଲ୍‌-୧୪: ବାଙ୍ଗାଲୋର- ଚେନ୍ନାଇ ହାଇଭୋଲ୍‌ଟେଜ ଲଢ଼େଇ

ମୁମ୍ବାଇ,୨୫।୪(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ରେ ଏକ ହାଇଭୋଲ୍‌ଟେଜ ଲଢେଇ ହେବାକୁ ଯାଉଛି। ରବିବାର ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ପ୍ରଥମ ମ୍ୟାଚ୍‌ରେ...

କ’ଣ ଏହି ସୁନ୍ଦରୀ ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିଛନ୍ତି ଋତୁରାଜ? ସିଏସ୍‌କେ ବ୍ୟାଟ୍ସମ୍ୟାନ୍‌ ଦେଲେ କିଛି ଏଭଳି…

ନୂଆଦିଲ୍ଲୀ,୧୬।୫: କ୍ରିକେଟର-ଅଭିନେତ୍ରୀଙ୍କ ମଧ୍ୟରେ ପ୍ରେମସମ୍ପର୍କକୁ ନେଇ ଚର୍ଚ୍ଚା କିଛି ନୂଆ କଥା ନୁହେଁ। ସେଥିରୁ କିଛି ବିବାହ ପର୍ଯ୍ୟନ୍ତ ଯାଇଥିବା ବେଳେ କିଛି ଗୁଜବ ବୋଲି...

ଥାର୍ଡ ଅମ୍ପାୟାରଙ୍କୁ ବିଦା କର

ଶାରଜା,୩।୧୦: ଶାରଜା ଷ୍ଟାଡିୟମରେ ରବିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ଏକ ଭୁଲ ନିଷ୍ପତ୍ତି କାରଣରୁ ଥାର୍ଡ...

Advertisement
Archives

Model This Week