Posted inଖେଳ

ରାହାନେଙ୍କୁ ଗାଭାସ୍କରଙ୍କ ପ୍ରଶଂସା

ମେଲବୋର୍ନ,୨୭ା୧୨(ପି.ଟି.)-ଅଜିଙ୍କ୍ୟ ରାହାନେଙ୍କ ଫିଲ୍‌ଡିଂ ସଜ୍ଜାକୁ ଉଚ୍ଚ ପ୍ରଶଂସା କରିଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କର। ରାହାନେଙ୍କର ଅଧିନାୟକତ୍ୱ ଦକ୍ଷତାକୁ ନେଇ ସେ ଏବେଠାରୁ କୌଣସି ମନ୍ତବ୍ୟ ଦେବାକୁ ଚାହାନ୍ତି ନାହିଁ। କାରଣ ସେ ନିଜେ ମୁମ୍ବାଇର ହୋଇଥିବାରୁ ଅନେକେ ଏହାକୁ ଭିନ୍ନ ଦୃଷ୍ଟିରେ ଦେଖିବେ। ନିୟମିତ ଅଧିନାୟକ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ରାହାନେଙ୍କୁ ଭାରତୀୟ କ୍ରିକେଟ ଦଳର ଅଧିନାୟକ ଭାର ସମ୍ଭାଳିବାକୁ ପଡୁଛି। ତାଙ୍କର ସଫଳ ନେତୃତ୍ୱ ଯୋଗୁ ଶନିବାର ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟରେ ଘରୋଇ ଅଷ୍ଟ୍ରେଲିଆ କ୍ରିକେଟ ଦଳ ୭୨.୩ ଓଭରରେ ମାତ୍ର ୧୯୫ ରନ କରି ଅଲ୍‌ଆଉଟ ହୋଇଯାଇଛି। ରାହାନେଙ୍କ ଉନ୍ନତ ଫିଲ୍ଡିଂ ସଜ୍ଜା ଯୋଗୁ ଅଷ୍ଟ୍ରେଲିଆରେ ୩ଜଣ ବ୍ୟାଟ୍ସମ୍ୟାନ ମାର୍ନସ ଲାବୁସ୍କାନ୍‌, ଷ୍ଟିଭ୍‌ ସ୍ମିଥ୍‌ ଏବଂ ଟ୍ରାଭିସ୍‌ ହେଡ୍‌ ବିଭିନ୍ନ ସ୍ଥାନରେ ମୁତୟନ ହୋଇଥିବା ଫିଲ୍ଡରଙ୍କ ଦ୍ୱାରା କ୍ୟାଚ୍‌ ଆଉଟ୍‌ ହୋଇଥିଲେ। ଗାଭାସ୍କର କହିଛନ୍ତି, ଅତୀତରେ ୨ଟି ଟେଷ୍ଟ ଓ କେତୋଟି ଦିନିକିଆରେ ରାହାନେ ଅଧିନାୟକ ଦାୟିତ୍ୱ ତୁଲାଉଥିବାବେଳେ ସେ ତାଙ୍କ ଫିଲ୍ଡିଂ ସଜାକୁ ଦେଖିଛନ୍ତି। କିଏ କେଉଁଠାରେ ଫିଲ୍ଡିଂ କରିବା ଉଚିତ ତାହା ରାହାନେଙ୍କୁ ଭଲରୂପେ ଜଣା। ଏହାଛଡ଼ା ଶନିବାର ରାହାନେଙ୍କ ବୋଲିଂ ପରିବର୍ତ୍ତନ ମଧ୍ୟ ବେଶ୍‌ ପ୍ରଭାବୀ ଥିଲା। ପ୍ରଥମ ଘଣ୍ଟା ଖେଳରେ ସେ ଆର୍‌. ଅଶ୍ୱିନଙ୍କୁ ବୋଲିଂରେ ଲଗାଇଥିଲେ। ଏହି ସିନିୟର ସ୍ପିନର ମାଥ୍ୟୁ ଓ୍ବେଡ୍‌ ଏବଂ ଷ୍ଟିଭ୍‌ ସ୍ମିଥ୍‌ଙ୍କୁ ଆଉଟ୍‌ କରଥିତ୍ଲେ। ଯାହାଫଳରେ ଅଷ୍ଟ୍ରେଲିଆ ୩୮ସ୍କୋରରେ ୩ଜଣ ବ୍ୟାଟ୍ସମ୍ୟାନଙ୍କୁ ହରାଇ ସାରିଥିଲା। ରାହାନେ ମଧ୍ୟାହ୍ନ ଭୋଜନ ବିରତି ପଦାର୍ପଣକାରୀ ବୋଲର ମହମ୍ମଦ ସିରାଜଙ୍କୁ ଗୋଟିଏ ହେଲେ ଓଭର ବୋଲିଂ ନ ଦେଇ ତାଙ୍କ ବିଜ୍ଞତାର ପରିଚୟ ଦେଇଥିଲେ। ଯୁବ ଖେଳାଳି ହୋଇଥିବାରୁ ସିରାଜ ପୁରୁଣା ବଲ୍‌ରେ ଭଲ ପେସ୍‌ ବୋଲିଂ କରିପାରିବେ। ଏହି ପେସ୍‌ ବୋଲର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଉଇକେଟ ନେବାରେ ସମର୍ଥ ହୋଇଥିଲେ। ଗାଭାସ୍କାର କହିଛନ୍ତି, ପ୍ରଥମ ଦିବସରେ ଭାରତର ସଫଳତା ପଛରେ ମୋଟ ଉପରେ ବୋଲିଂ ୟୁନିଟ୍‌ରେ ବଡ଼ ଭୂମିକା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହକି କିମ୍ବଦନ୍ତୀ ବଲବୀର ସିଂଙ୍କ ପରଲୋକ: ଏକ ଯୁଗର ଅନ୍ତ ଘଟିଲା

ଚଣ୍ଡିଗଡ଼,୨୫।୫(ପି.ଟି.): ଭାରତର ଅନ୍ୟତମ ସର୍ବକାଳୀନ ମହାନ୍‌ ହକି ଖେଳାଳି ବଲବୀର ସିଂ ସିନିୟରଙ୍କ ପରଲୋକ ଘଟିଛି। ୩ଥର ଅଲିମ୍ପିକ ସ୍ବର୍ଣ୍ଣ ପଦକ ହାସଲ କରିଥିବା ହକିର...

ଜଣେ ଝିଅ ରିଜେକ୍ଟ କରିବା ପରେ ଶିଖର ଧାଓ୍ବନ କହିଥିଲେ ଏମିତି କଥା

ମୁମ୍ବାଇ,୬।୪:ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ୨୦୨୨ରେ ପଞ୍ଜାବ କିଙ୍ଗ୍ସ ପାଇଁ ଖେଳୁଥିବା ଶିଖର ଧାୱନ ଜଣେ ଅତି ଶାନ୍ତ ସ୍ବଭାବର ବ୍ୟକ୍ତି ଭାବେ ଜଣାଶୁଣା। ଧାୱନ...

ରୋନାଲ୍ଡୋଙ୍କୁ ଅନୁସରଣ କଲେ ଓ୍ବାର୍ନର

ଦୁବାଇ,୨୯।୧୦: କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ପଦାକୁ ଅନୁସରଣ କରିଛନ୍ତି ଅଷ୍ଟ୍ରେଲିଆର ତାରକା ଓପନର୍‌ ଡେଭିଡ ୱାର୍ନର। ଏଠାରେ ଚାଲିଥିବା ଟି -୨୦ ବିଶ୍ୱକପ୍‌ର ଏକ ଖବରଦାତା ସମ୍ମିଳନୀରେ...

ରୁଟ୍‌, ବଟଲରଙ୍କ ଶତକ ଫିକା: ପାକିସ୍ତାନର ପ୍ରଥମ ବିଜୟ

ନଟିଂହାମ୍‌, ୪।୫-ଜୋ ରୁଟ୍‌ ଓ ଜୋସ୍‌ ବଟଲର ଦ୍ରୁତ ଶତକ ସତ୍ତ୍ୱେ ଇଂଲଣ୍ଡ ଚଳିତ ଆଇସିସି ବିଶ୍ୱକପର ସୋମବାର ଅନୁଷ୍ଠିତ ହାଇସ୍କୋରିଂ ମ୍ୟାଚରେ ପାକିସ୍ତାନଠାରୁ ୧୪...

ରାଜ୍ୟଗୋଷ୍ଠୀ ଟିଟି ସେମିଫାଇନାଲ:ଭାରତର ପ୍ରତିଦ୍ୱନ୍ଦ୍ୱୀ ସିଙ୍ଗାପୁର

କଟକ ଅଫିସ,୧୯|୭-ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଚାଲିଥିବା ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସେମିଫାଇନାଲ ଲାଇନ୍‌ଅପ୍‌ ହୋଇଯାଇଛି। ମହିଳା ବିଭାଗ ସେମିରେ ସିଙ୍ଗାପୁରକୁ ଭେଟିବ ଭାରତ। ଅନ୍ୟ...

କୋହଲିଙ୍କୁ ପଛରେ ପକାଇଲେ ସ୍ମିଥ

ଆଡିଲେଡ୍‌,୩୦।୧୧(ଏଏଫ୍‌ପି)- ଅଷ୍ଟ୍ରେଲିଆନ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ ଟେଷ୍ଟ କ୍ରିକେଟରେ ୭ ହଜାର ରନ୍‌ କରିବାରେ ବିଶ୍ୱର ଦ୍ରୁତତମ ବ୍ୟାଟ୍ସମ୍ୟାନ ହୋଇଯାଇଛନ୍ତି। ୧୯୪୬ଠାରୁ ତିଷ୍ଠି ରହିଥିବା ୭୩...

କ୍ରିକେଟରୁ ଦୁର୍ନୀତିର ମୂଳୋତ୍ପାଟନ: ମ୍ୟାଚ୍‌ ଫିକ୍ସିଂ ଆଇନ ପାଇଁ ପରାମର୍ଶ

ମୋହାଲି,୧୭ା୯ (ପି.ଟି.)-ଭାରତୀୟ କ୍ରିକେଟରୁ ଦୁର୍ନୀତିକୁ ମୂଳୋତ୍ପାଟନ କରିବାକୁ ହେଲେ ଏକ ମ୍ୟାଚ ଫିକ୍ସିଂ ଆଇନର ଆବଶ୍ୟକତା ରହିଛି। ଏକଥା କହିଛନ୍ତି, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ...

ଆଇଏସ୍‌ଏଲ୍‌: ବେଙ୍ଗାଲୁରୁକୁ ହରାଇଲା ଏଟିକେ

କୋଲକାତା, ୨୬।୧୨ (ପି.ଟି.)- ଦୁଇଥରର ଇଣ୍ଡିଆନ ସୁପର୍‌ ଲିଗ୍‌ (ଆଇଏସ୍‌ଏଲ୍‌) ଚାମ୍ପିୟନ ଏଟିକେ କ୍ରୀସମାସରେ ବିଜୟ ସ୍ବାଦ ଚାଖିଛି। ବୁଧବାର ଖେଳାଯାଇଥିବା ଆଇଏସ୍‌ଏଲ୍‌ର ଏକ ମ୍ୟାଚ୍‌ରେ...

Advertisement
Archives

Model This Week