IPLରେ ଏଣ୍ଟ୍ରି କରିବାକୁ ଚାହୁଁଛନ୍ତି ଗୌତମ ଆଦାନୀ: କିଣିବେ ଗୁଜରାଟ ଟାଇଟାନ୍ସ

ନୂଆଦିଲ୍ଲୀ, ୧୯।୭: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ଫ୍ରାଞ୍ଚାଇଜ ଗୁଜରାଟ ଟାଇଟାନ୍ସ’କୁ କିଣିବାକୁ ଚାହୁଁଛନ୍ତି ଶିଳ୍ପପତି ଗୌତମ ଆଦାନୀ। ସିଭିସି କ୍ୟାପିଟାଲ ମାଲିକାନାରେ ଥିବା ଗୁଜରାଟ ଟାଇଟାନ୍ସକୁ ସହଯୋଗୀ ଟୋରେଣ୍ଟ ସହିତ ମିଶି ଆଦାନୀ ସମୂହ କିଣିବାକୁ ଯାଉଥିବା ଏକ ରିପୋର୍ଟରୁ ଜଣା ପଡିଛି। ସିଭିସି ଫ୍ରାଞ୍ଚାଇଜର ଏକ ଛୋଟିଆ ଶେୟାର ନିଜ ପାଖରେ ରଖି ଏବଂ ବଡ଼ ଅଂଶଧନ ବିକ୍ରି କରିବାକୁ ଚାହୁଁଛି।

ତିନିବର୍ଷ ପୁରୁଣା ଗୁଜରାଟ ଟାଇଟାନ୍ସ ଫ୍ରାଞ୍ଚାଇଜର ମୂଲ୍ୟ ୧ ବିଲିୟନ ଡଲାରରୁ ୧.୫ ବିଲିୟନ ଡଲାର ହୋଇପାରେ। ୨୦୨୧ରେ ସିଭିସି ୫,୬୨୫ କୋଟି ଟଙ୍କାରେ ଫ୍ରାଞ୍ଚାଇଜ କିଣିଲା। ଖବର ସମ୍ପର୍କରେ ଅବଗତ ଜଣେ ଅଧିକାରୀ କହିଛନ୍ତି, “୨୦୨୧ ମସିହାରେ ଆଇପିଏଲର ଅହମ୍ମଦାବାଦ ଫ୍ରାଞ୍ଚାଇଜର ମାଲିକାନା ହେବାର ସୁଯୋଗ ହାତଛଡ଼ା କରି ଉଭୟ ଆଦାନୀ ଏବଂ ଟୋରେଣ୍ଟ ଗୁଜୁରାଟ ଟାଇଟାନ୍ସର ଅଧିକାଂଶ ଅଂଶଧନ କିଣିବା ପାଇଁ ଦୃଢ ଆଶାୟୀ ଅଛନ୍ତି। ଏଭଳି ସ୍ଥିତିରେ ସିଭିସି ପାଇଁ, ଫ୍ରାଞ୍ଚାଇଜରେ ଏହାର ଅଂଶଧନକୁ ମୁନାଫାରେ ପରିବର୍ତନ କରିବା ପାଇଁ ଏହା ଏକ ଭଲ ସୁଯୋଗ। ”

ମହିଳା ପ୍ରିମିୟର ଲିଗ୍ (ଡବ୍ଲୁପିଏଲ୍) ଏବଂ ୟୁଏଇ-ବ୍ରଡ ଇଣ୍ଟରନ୍ୟାସନାଲ ଲିଗ୍ ଟି -୨୦ ରେ ଦଳ କିଣି ଗୌତମ ଆଦାନୀ ପୂର୍ବରୁ କ୍ରିକେଟ୍ ରେ ପୁଞ୍ଜି ବିନିଯୋଗ କରିସାରିଛନ୍ତି। ୨୦୨୩ ରେ, ଆଦାନୀ ଡବ୍ଲୁପିଏଲ୍ ର ଅହମ୍ମଦାବାଦ ଫ୍ରାଞ୍ଚାଇଜ୍କୁ ୧,୨୮୯ କୋଟି ଟଙ୍କାରେ କିଣିଥିଲେ।

ଏହାପୂର୍ବରୁ ଗୁଜୁରାଟ ଟାଇଟାନ୍ସ ସିଓଓ ଅରବିନ୍ଦର ସିଂ କହିଛନ୍ତି ଯେ, “ପରବର୍ତ୍ତୀ ମିଡିଆ ଅଧିକାର ଆବଣ୍ଟନ ସମୟର ଫ୍ରାଞ୍ଚାଇଜ ଲାଭଦାୟକ ହେବ। ଏପରିକି ମୂଳ ଦଶ ଫ୍ରାଞ୍ଚାଇଜ୍ ଲାଭଜନକ ହେବା ପାଇଁ ଚାରି ରୁ ପାଞ୍ଚ ବର୍ଷ ସମୟ ନେଇଥିଲେ। କିନ୍ତୁ ଆମେ ନିଶ୍ଚିତ ଯେ ଆସନ୍ତା ବର୍ଷ କେବଳ ଲାଭଜନକ ନୁହେଁ, ବରଂ ଆମର ବ୍ରାଣ୍ଡ ମୂଲ୍ୟ ମଧ୍ୟ ବୃଦ୍ଧି ପାଇବ। ”


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଲଘୁଚାପ ଆହୁରି ଘନୀଭୂତ ହୋଇ ସୋମବାର ସକାଳ ୮ଟା ୩୦ରେ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

ରିଲିଜ ପୂର୍ବରୁ ‘ରାକା’ରଚିଲା ଇତିହାସ: ଗିନିଜ ୱାଲର୍‌ଡ ରେକର୍ଡରେ ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ

ମୁମ୍ବାଇ: ‘ପୁଷ୍ପା’ ଓ ‘ପୁଷ୍ପା ୨’ ଭଳି ଫିଲ୍ମ ଜରିଆରେ କେବଳ ଦେଶ ନୁହେଁ, ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ତେଲୁଗୁ ସୁପରଷ୍ଟାର ଅଲ୍ଲୁ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଦୀପାବଳି ପୂର୍ବରୁ ମାଲାମାଲ ହେବେ ଚାଷୀ! ଆସିବାକୁ ଯାଉଛି…

ନୂଆଦିଲ୍ଲୀ, ୨୧।୯: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନାର ୨୪ତମ କିସ୍ତିକୁ ଦେଶର କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି। ଏହି ଯୋଜନାର ୨୩ତମ କିସ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?