Posted inଖେଳ

ଗାଷ୍ଟନଙ୍କୁ ବିପୁଳ ଜରିମାନା

ଲଣ୍ଡନ, ୨୪ା୫ (ଏପି): ଅଣଖେଳୁଆଡ ଆଚରଣ ପାଇଁ ଏଟିପି ଟୁର୍‌ ଫ୍ରେଞ୍ଚ ଟେନିସ ଖେଳାଳି ହୁଗୋ ଗାଷ୍ଟନଙ୍କୁ ୧,୪୪,୦୦୦ ୟୁରୋ (ପ୍ରାୟ ୧,୫୫,୦୦୦ ଡଲାର) ଜରିମାନା କରିଛ, ଯାହାକି ୨୦୨୩ରେ ସେ ପାଇଥିବା ମୋଟ ପୁରସ୍କାର ରାଶିଠାରୁ ଅଧିକ। ଏକ ଡୁ-ଓଭର ପାଇବା ଲାଗି ପ୍ରଚେଷ୍ଟା ବେଳେ ଏକ ପଏଣ୍ଟ ପାଇଁ ସେ ପକେଟରୁ ଏକ ବଲ୍‌ କାଢ଼ି କୋର୍ଟକୁ ଫିଙ୍ଗିଥିଲେ। ଚଳିତ ସିଜନରେ ଏହା ହେଉଛି ତାଙ୍କର ଚତୁର୍ଥ ଅଣଖେଳୁଆଡ ଆଚରଣ। ଏଟିପି ଟୁର୍‌ ସୋମବାର ଏହାର ରୁଲିଂ ଘୋଷଣା କରିଛି। ଗାଷ୍ଟନ ଜରିମାନାଙ୍କୁ ଅଧା ଅର୍ଥାତ୍‌ ୭୨,୦୦୦ ୟୁରୋ (ପ୍ରାୟ ୭୭,୫୦୦ ଡଲାର) କରିବା ଲାଗି ଅପିଲ କରିଥିଲେ। ଏଥିଲାଗି ତାଙ୍କ ପାଇଁ କିଛି ସର୍ତ୍ତ ରଖାଯାଇଛି। ତନ୍ମଧ୍ୟରେ ଏକ ବର୍ଷ ପ୍ରୋବେଶନାରି ପିରିୟଡ ମଧ୍ୟରେ ଏଭଳି ଆଚରଣ ନ ଦୋହରାଇବା ଲାଗି କୁହାଯାଇଛି। ଗୋଟିଏ ସିଜନରେ କ୍ରମାଗତ ଅଣଖେଳୁଆଡ ଆଚରଣ ଦେଖିବାକୁ ମିଳିଲେ ପ୍ରତିଟି ଉଲ୍ଲଂଘନ ପାଇଁ ଜରିମାନା ପରିମାଣ ଶତ ପ୍ରତିଶତ ବୃଦ୍ଧି ପାଇବ। ଚଳିତବର୍ଷ ଗାଷ୍ଟନ ଇତିମଧ୍ୟରେ ପୁରସ୍କାର ବାବଦରେ ୧,୨୦,୦୦୦ ଡଲାର ଉପାର୍ଜନ କରିସାରିଛନ୍ତି। ଏହି ବାମହାତି ଖେଳାଳିଙ୍କ କ୍ୟାରିୟର ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ ୫୮ ରହିଛି। ବର୍ତ୍ତମାନ କିନ୍ତୁ ସେ ର଼୍ୟାଙ୍କିଙ୍ଗ ତାଲିକାର ୧୦୮ ତମ ସ୍ଥାନରେ ଅଛନ୍ତି। ଗତ ଏପ୍ରିଲ ୨୮ରେ ବୋର୍ନା କୋରିକ୍‌ ବିପକ୍ଷ ୬-୩, ୬-୩ ମାଡ୍ରିଡ ଓପନ ଦ୍ୱିତୀୟ ରାଉଣ୍ଡରେ ପରାଜୟ ମ୍ୟାଚ ବେଳେ ସେ ଚେୟାର ଅମ୍ପାୟରଙ୍କ ନିକଟକୁ ଯାଇ ରିପ୍ଲେ ସହ ଏକ ପଏଣ୍ଟ ବାତିଲ କରିବା ଲାଗି ନିବେଦନ କରିଥିଲେ। ଆସନ୍ତା ରବିବାରରୁ ଫ୍ରେଞ୍ଚ ଓପନ ଆରମ୍ଭ ହେବ। ଏଥିପାଇଁ ଫ୍ରେଞ୍ଚ ଟେନିସ ଫେଡେରେଶନ ଗତ ସପ୍ତାହରେ ଗାଷ୍ଟନଙ୍କୁ ଓ୍ବାଇଲ୍ଡ କାର୍ଡ ଏଣ୍ଟ୍ରି ଦେଇଛି। ଏହି ଖେଳାଳି ତାଙ୍କ କ୍ୟାରିୟରରେ ଏକ ଗ୍ରାଣ୍ଡସ୍ଲାମରେ ଶ୍ରେଷ୍ଠ ପ୍ରଦର୍ଶନ ୨୦୨୦ ରୋଲାଣ୍ଡ ଗ୍ୟାରୋସଠାରେ କରିଥିଲେ। ସେତେବେଳେ ସେ ଚତୁର୍ଥ ରାଉଣ୍ଡକୁ ଉନ୍ନୀତ ହୋଇଥିଲେ। ବର୍ଷକ ପୂର୍ବେ ସେ ପ୍ୟାରିସରେ ତୃତୀୟ ରାଉଣ୍ଡକୁ ଉନ୍ନୀତ ହୋଇପାରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

BJPକୁ ବଡ଼ ଝଟକା! ଦଳ ଛାଡିଲେ ଏହି ଅଭିନେତା, ମଞ୍ଚ ଉପରୁ ଘୋଷଣା କରି ଚମକାଇଦେଲେ

ତିରୁଭାନନ୍ତପୁରମ୍‌,୧୬।୮: କେରଳରେ ଭାଜପାକୁ ବଡ଼ ଝଟକା ଲାଗିଛି । ଅଭିନେତା ତଥା କେରଳ ଭାଜପାର ଉପାଧ୍ୟକ୍ଷ ଏସ୍‌. ଦେବନ ଦଳର ଉପାଧ୍ୟକ୍ଷ ପଦ ସହ ପ୍ରାଥମିକ ସଦସ୍ୟତାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri