ଦାଉ ସାଧୁଛି ପାରାଦୀପ ଶିଳ୍ପାଞ୍ଚଳର ନିର୍ଗତ ବିଷାକ୍ତ ଗ୍ୟାସ୍‌: ମହାକାଳପଡ଼ା ଲୋକେ ଅଣନିଃଶ୍ୱାସୀ

ମହାକାଳପଡ଼ା,୭।୫(ଡି.ଏନ୍‌.ଏ.): ବାୟୁ ମଣ୍ଡଳରେ ତାପମାତ୍ରା ବୃଦ୍ଧି ପାଉଛି। ଅମ୍ଳଯାନ ସ୍ତର ହ୍ରାସ ପାଇବା ଦ୍ୱାରା ଜୀବଜଗତ ଉପରେ ପ୍ରଭାବ ପକାଉଛି। କେନ୍ଦ୍ରାପଡ଼ା ଜିଲା ଅଧୀନ ଉପକୂଳ ଅଞ୍ଚଳର ମହାକାଳପଡ଼ା ଆକାଶର ବାୟୁରେ ମିଶୁଛି କାରଖାନାର ନିର୍ଗତ ବିଷାକ୍ତ ଗ୍ୟାସ ଓ ସୁଉଚ୍ଚ ନିର୍ମିତ ଚିମିଣୀରୁ ବାହାରୁ ଥିବା ନିଆଁ , ଧୂଆଁ। ଉତ୍ତାପ ପ୍ରଭାବରେ ବାୟୁମଣ୍ଡଳ ଓଜନସ୍ତରରେ କଣା ସୃଷ୍ଟି ହେଉଛି। ଏଥିଯୋଗୁ ସୂର୍ଯ୍ୟକିରଣର ଅତିବାଇଗଣୀ ରଶ୍ମି ଓଜନ ସ୍ତର କଣା ଦେଇ ପୃଥିବୀପୃଷ୍ଠରେ ପଡୁଛି। ପ୍ରଭାବରେ ବିଭିନ୍ନ ପ୍ରକାରର ରୋଗ ସୃଷ୍ଟି ହେଉଛି। ମହାକାଳପଡ଼ା ନିକଟ ପାରାଦୀପରେ ଗଢ଼ିଉଠିଛି ୧୫ ବୃହତ୍‌ ଶିଳ୍ପ। କାରଖାନାରୁ ନିର୍ଗତ ବିଷାକ୍ତ ଗ୍ୟାସ, ନିଆଁ, ତୈଳାକ୍ତ ଧୂଆଁ, ସଲ୍‌ଫୁରିକ ଏସିଡ୍‌, ଫସ୍‌ଫରିକ ଏସିଡ୍‌, ନାଇଟ୍ରେଟ୍‌, ଆମୋନିଆ, ପଟାସ୍‌, ଅଙ୍ଗାରକାମ୍ଳ ଭଳି ଗ୍ୟାସ ନିର୍ଗତ ହୋଇ ବାୟୁରେ ମିଶିଛି। ଏଭଳି ପ୍ରଦୂଷଣ ଯୋଗୁ ଜଳଜୀବ, ମୃତ୍ତିକା, ଭୂତଳ ଜଳସ୍ତର ପ୍ରଭାବିତ ହେଉଛି। ମଣିଷଙ୍କ କ୍ଷେତ୍ରରେ ଫୁସ୍‌ଫୁସ୍‌, କର୍କଟ, ଆଜ୍‌ମା, ଚର୍ମ, ଆଖି ଆଦି ରୋଗ ଦେଖିବାକୁ ମିଳୁଛି। ଗର୍ଭବତୀ ମହିଳା ବାୟୁକୁ ଗ୍ରହଣ କଲା ପରେ ଗର୍ଭସ୍ଥ ଶିଶୁ ଉପରେ ମଧ୍ୟ ପ୍ରଭାବ ପଡୁଛି ବୋଲି ବୁଦ୍ଧିଜୀବୀ ଓ ସାଧାରଣ ଲୋକେ ଅଭିଯୋଗ କରିଛନ୍ତି।
ଏ ସମ୍ପର୍କରେ ବାବାଜୀ ବେହେରା, ତାରେଣୀ ମଣ୍ଡଳ, କୃପାସିନ୍ଧୁ ବାରିକ, ମମତାମୟୀ ରାଉତ, କାଦମ୍ବିନୀ ମଣ୍ଡଳ, ସୁକୁମାର ମିର୍ଦ୍ଧା, ପରିତୋଷ ବିଶ୍ୱାସ, ମନୀନ୍ଦ୍ର ମଣ୍ଡଳ, ସାରାଣୀ ମଣ୍ଡଳ, ଭବେନ ମଣ୍ଡଳ, କାଳନ୍ଦୀ ରାଉତ ପ୍ରଦୂଷଣକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି। ଖରାଦିନ ଗ୍ରୀଷ୍ମ ଦାଉରୁ ରକ୍ଷା ପାଇବାକୁ ମହାକାଳପଡ଼ାର ଦକ୍ଷିଣ ଦିଗରେ ଥିବା ପାରାଦୀପ ପଟରୁ ବିଷାକ୍ତ ଗନ୍ଧ ଆସୁଛି। ଫଳରେ ଏହି ଅଞ୍ଚଳର ଥିବା ଗ୍ରାମାଞ୍ଚଳର ଲୋକେ ମଧ୍ୟାହ୍ନରୁ ସା ପର୍ଯ୍ୟନ୍ତ ଗ୍ୟାସ୍‌ ଓ ଧୂଆଁ ଯୋଗୁ ଅଣନିଃଶ୍ୱାସୀ ହୋଇ ପଡୁଛନ୍ତି। ଲୋକଙ୍କୁ ବାଧ୍ୟ ହୋଇ ଖରାବେଳେ କବାଟ, ଝରକା ବନ୍ଦ କରିବାକୁ ପଡୁଛି। ଏହାର ପ୍ରଭାବରେ ବାଡି ବଗିଚାରେ ନଡ଼ିଆ, କାଜୁ, ପନିପରିବା ଆଦି ପତ୍ରରେ ବହଳ କଳାଗୁଣ୍ଡ ଜମା ହେଉଛି। ଗଛ ପତ୍ରରେ ତେଲିଆ ଆସ୍ତରଣ ଓ ଛିଦ୍ର ସୃଷ୍ଟି ହେଉଛି। ବ୍ଲକ ଅଞ୍ଚଳର ପଲ୍ଲୀଗଡ଼, କୋଚିଳା, କେନ୍ତିଆ, ରାଜେନ୍ଦ୍ରନଗର, ସରୁମୁହିଁ, ପେଟଛେଲ୍ଲା, ପିତାପାଟ, ନଳଗୋଠ, ରାମନଗର, ବାହାକୁଦ, ଖରିନାସି, ବତିଘର ଆଦି ଗାଁଗୁଡ଼ିକ କାରଖାନା ସଂଲଗ୍ନଠାରୁ କମ୍‌ ଦୂରରେ ଥିବାରୁ ପ୍ରଭାବ ଲୋକମାନଙ୍କ ଉପରେ ପଡୁଛି। ଅପରପକ୍ଷେ କାରଖାନାର ସିଏସ୍‌ଆର୍‌ ଫଣ୍ଡରୁ କ୍ଷତିଗ୍ରସ୍ତ ଅଞ୍ଚଳରେ ଖର୍ଚ୍ଚ କରିବାର ବ୍ୟବସ୍ଥା ରହିଛି। କ୍ଷତିଗ୍ରସ୍ତ ଅଞ୍ଚଳରେ ଶିଳ୍ପ ଆଇନ ଅନୁଯାୟୀ ସ୍ବାସ୍ଥ୍ୟସେବା, ପାନୀୟ ଜଳ, ଶିକ୍ଷା, ବୃକ୍ଷରୋପଣ ଆଦି ମୌଳିକ ସମସ୍ୟା ପୂରଣ ପାଇଁ ସ୍ବତନ୍ତ୍ର ଅର୍ଥ ରହିଛି। ହେଲେ ଅଧିକାରୀମାନେ ଅଣଦେଖା କରୁଛନ୍ତି। ୩ ସପ୍ତାହ ହେଲା ଖରାବେଳେ ଭାସି ଆସୁଥିବା ଦୁର୍ଗନ୍ଧରେ ନିଃଶ୍ୱାସ ନେବାରେ ଅସୁବିଧା ହେଉଛି ବୋଲି କୋଚିଳା ଗାଁର ଅନାଦି ସ୍ବାଇଁ କହିଛନ୍ତି। ଏ ସମ୍ପର୍କରେ ସେ ପାରାଦୀପ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀଙ୍କୁ ଫୋନ୍‌ ଯୋଗେ ସେ ଅଭିଯୋଗ କରିଥିଲେ। ଏ ସଂକ୍ରାନ୍ତରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଦିଲୀପ ଦାସଙ୍କୁ ପଚାରିବାରେ ପାରାଦୀପରୁ ଏଭଳି ଅଭିଯୋଗ ଆସିନାହିଁ। ପ୍ରଥମଥର ପାଇଁ ମହାକାଳପଡ଼ା ଅଞ୍ଚଳରୁ ପାଇଲି। ଏହାର ସ୍ଥିତିକୁ ନେଇ ଅନୁଧ୍ୟାନ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?