ପ୍ରତିଦିନ ହାଟରୁ ଉଠିବ ଅଳିଆ

ଭୁବନେଶ୍ୱର, ୭।୧୧(ବ୍ୟୁରୋ):ରାଜଧାନୀ ଭୁବନେଶ୍ୱରରେ ଥିବା ହାଟଗୁଡିକୁ ଆବର୍ଜନାମୁକ୍ତ କରାଯିବ। ଦୋକାନରୁ ବାହାରୁଥିବା ଅଳିଆ ଯଥା ପରିବା ଚୋପା, ପଚାଶଢ଼ା ପରିବା ଏବଂ ଅନ୍ୟାନ୍ୟ ବର୍ଜ୍ୟବସ୍ତୁ ସିଧାସଳଖ ଅଳିଆ ଗାଡ଼ିକୁ ଯିବ। ବ୍ୟବସାୟୀମାନେ କୌଣସି ଜାଗାରେ ଅଳିଆ ପକାଇବେ ନାହିଁ କିମ୍ବା ହାଟରେ ଥିବା ଡଷ୍ଟବିନ୍‌ରେ ଅଳିଆ ରହିବ ନାହିଁ। ଏଥିପାଇଁ ସଫେଇ ଏଜେନ୍ସିମାନେ ଅଳିଆ ଗାଡ଼ି ନିୟୋଜିତ କରିବେ। ନିର୍ଦ୍ଧାରିତ ସମୟରେ ଅଳିଆ ଗାଡ଼ି ହାଟରେ ଲାଗିବ ଏବଂ ସେମାନେ ଗାଡ଼ିରେ ଅଳିଆ ପକାଇବେ। ଯେଉଁ ହାଟ ମଧ୍ୟକୁ ବଡ଼ ଗାଡ଼ି ପ୍ରବେଶ କରିପାରିବ ନାହିଁ ସେଠାକୁ ଟ୍ରଲି ପଠାଇ ଅଳିଆ ସଂଗ୍ରହ କରାଯିବ ବୋଲି ସୂଚନା ଦିଆଯାଇଛି।
ରବିବାର ବିଏମ୍‌ସି କାର୍ଯ୍ୟାଳୟରେ ଏନେଇ ସମସ୍ତ ହାଟ ବ୍ୟବସାୟୀ ପ୍ରତିନିଧି, ସଫେଇ ସଂସ୍ଥାର ଅଧିକାରୀ ଏବଂ ବିଏମ୍‌ସି ଅଧିକାରୀଙ୍କ ଏକ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହାଦ୍ୱାରା ହାଟ ଅଞ୍ଚଳକୁ କିପରି ଆବର୍ଜନାମୁକ୍ତ କରାଯାଇପାରିବ ସେନେଇ ଗୁରୁତ୍ୱାରୋପ କରାଯାଇଥିଲା। ରବିବାର ରାତିରୁ ହିଁ ଗାଡ଼ିରେ ଅଳିଆ ଯିବ ବୋଲି ସୂଚନା ଦିଆଯାଇଛି। ତେବେ ବ୍ୟବସାୟୀମାନେ ଚାହିଁଲେ ଦିନରେ ମଧ୍ୟ ଏହି ସୁବିଧା ପାଇପାରିବେ। ଏଥିପାଇଁ ବ୍ୟବସାୟୀମାନଙ୍କୁ କିଛି ପରିମାଣରେ ୟୁଜର୍ସ ଫି’ ଦେବାକୁ ପଡ଼ିବ। ନୂଆ ସଫେଇ ସଂସ୍ଥାଗୁଡିକ ପାଖରେ ଆବଶ୍ୟକ ଗାଡ଼ି ନ ଥିବାବେଳେ ବିଏମ୍‌ସି ପାଖରେ ମଧ୍ୟ ଏହି ସୁବିଧା ନାହିଁ। ତେଣୁ ସମସ୍ତଙ୍କ ସହଯୋଗରେ ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ଏଥିସହ ହାଟଗୁଡିକ ନିୟମିତ ସଫେଇ କରାଯିବ। ସେହିପରି ହାଟ, ମାର୍କେଟ ଅଞ୍ଚଳରେ ବିଏମ୍‌ସିର ସ୍ବଚ୍ଛସାଥୀମାନେ ବୁଲି ଉଭୟ ବ୍ୟବସାୟୀ ଏବଂ ସାଧାରଣ ଲୋକଙ୍କୁ ସ୍ବଚ୍ଛତା ଦିଗରେ ସଚେତନ କରିବେ ବୋଲି ନିଷ୍ପତ୍ତି ହୋଇଛି। କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଅତିରିକ୍ତ କମିଶନର ସୂର୍ଯ୍ୟବଂଶୀ ମୟୂର ବିକାଶ, ଡେପୁଟି କମିଶନର (ପରିମଳ) ଶୁଭେନ୍ଦୁ ସାହୁ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ବିଏମ୍‌ସି ପକ୍ଷରୁ ରାଜଧାନୀର ସ୍ବଚ୍ଛତା ଉପରେ ପଦକ୍ଷେପ ନିଆଯାଉଛି। ଆଗକୁ ହକି ବିଶ୍ୱକପ୍‌ ହେବାକୁ ଥିବାରୁ ଏହା ପୂର୍ବରୁ କିପରି ସ୍ବଚ୍ଛତା କ୍ଷେତ୍ରରେ ସହରର ମାନଚିତ୍ର ବଦଳିବ ସେନେଇ ଗୁରୁତ୍ୱାରୋପ କରାଯାଉଛି। ବିଶେଷକରି ସହରର ବିଭିନ୍ନ ହାଟରେ ପରିବା ଚୋପାଠାରୁ ଆରମ୍ଭ କରି ଅନ୍ୟାନ୍ୟ ଅଳିଆ ଆବର୍ଜନା ବାହାରୁଛି। ସେଗୁଡିକୁ ଡଷ୍ଟବିନ୍‌ରେ ରଖିବା ପାଇଁ ବ୍ୟବସାୟୀମାନଙ୍କୁ ନିର୍ଦ୍ଦେଶ ରହିଛି। ତେବେ ଠିକ୍‌ ଭାବେ ଅଳିଆ ଗାଡ଼ି ଆସୁ ନ ଥିବାରୁ ଅଧିକାଂଶ ବ୍ୟବସାୟୀ ଡଷ୍ଟବିନ୍‌ର ଅଳିଆ ଆଖପାଖରେ ଗଦା କରି ରାତିରେ ଘରକୁ ଫେରୁଛନ୍ତି। ଫଳରେ ଗାଈଗୋରୁ ଏହାକୁ ଖାଇବା ସହିତ ଏଣେତେଣେ ପକାଉଛନ୍ତି। ତେଣୁ ଏହାକୁ କିପରି ସୁବ୍ୟବସ୍ଥିତ କରାଯିବ ଏବଂ ହାଟକୁ ଆବର୍ଜନାମୁକ୍ତ କରାଯିବ ସେ ନେଇ ବୈଠକରେ ଆଲୋଚନା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?