ପ୍ରତିଦିନ ହାଟରୁ ଉଠିବ ଅଳିଆ

ଭୁବନେଶ୍ୱର, ୭।୧୧(ବ୍ୟୁରୋ):ରାଜଧାନୀ ଭୁବନେଶ୍ୱରରେ ଥିବା ହାଟଗୁଡିକୁ ଆବର୍ଜନାମୁକ୍ତ କରାଯିବ। ଦୋକାନରୁ ବାହାରୁଥିବା ଅଳିଆ ଯଥା ପରିବା ଚୋପା, ପଚାଶଢ଼ା ପରିବା ଏବଂ ଅନ୍ୟାନ୍ୟ ବର୍ଜ୍ୟବସ୍ତୁ ସିଧାସଳଖ ଅଳିଆ ଗାଡ଼ିକୁ ଯିବ। ବ୍ୟବସାୟୀମାନେ କୌଣସି ଜାଗାରେ ଅଳିଆ ପକାଇବେ ନାହିଁ କିମ୍ବା ହାଟରେ ଥିବା ଡଷ୍ଟବିନ୍‌ରେ ଅଳିଆ ରହିବ ନାହିଁ। ଏଥିପାଇଁ ସଫେଇ ଏଜେନ୍ସିମାନେ ଅଳିଆ ଗାଡ଼ି ନିୟୋଜିତ କରିବେ। ନିର୍ଦ୍ଧାରିତ ସମୟରେ ଅଳିଆ ଗାଡ଼ି ହାଟରେ ଲାଗିବ ଏବଂ ସେମାନେ ଗାଡ଼ିରେ ଅଳିଆ ପକାଇବେ। ଯେଉଁ ହାଟ ମଧ୍ୟକୁ ବଡ଼ ଗାଡ଼ି ପ୍ରବେଶ କରିପାରିବ ନାହିଁ ସେଠାକୁ ଟ୍ରଲି ପଠାଇ ଅଳିଆ ସଂଗ୍ରହ କରାଯିବ ବୋଲି ସୂଚନା ଦିଆଯାଇଛି।
ରବିବାର ବିଏମ୍‌ସି କାର୍ଯ୍ୟାଳୟରେ ଏନେଇ ସମସ୍ତ ହାଟ ବ୍ୟବସାୟୀ ପ୍ରତିନିଧି, ସଫେଇ ସଂସ୍ଥାର ଅଧିକାରୀ ଏବଂ ବିଏମ୍‌ସି ଅଧିକାରୀଙ୍କ ଏକ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହାଦ୍ୱାରା ହାଟ ଅଞ୍ଚଳକୁ କିପରି ଆବର୍ଜନାମୁକ୍ତ କରାଯାଇପାରିବ ସେନେଇ ଗୁରୁତ୍ୱାରୋପ କରାଯାଇଥିଲା। ରବିବାର ରାତିରୁ ହିଁ ଗାଡ଼ିରେ ଅଳିଆ ଯିବ ବୋଲି ସୂଚନା ଦିଆଯାଇଛି। ତେବେ ବ୍ୟବସାୟୀମାନେ ଚାହିଁଲେ ଦିନରେ ମଧ୍ୟ ଏହି ସୁବିଧା ପାଇପାରିବେ। ଏଥିପାଇଁ ବ୍ୟବସାୟୀମାନଙ୍କୁ କିଛି ପରିମାଣରେ ୟୁଜର୍ସ ଫି’ ଦେବାକୁ ପଡ଼ିବ। ନୂଆ ସଫେଇ ସଂସ୍ଥାଗୁଡିକ ପାଖରେ ଆବଶ୍ୟକ ଗାଡ଼ି ନ ଥିବାବେଳେ ବିଏମ୍‌ସି ପାଖରେ ମଧ୍ୟ ଏହି ସୁବିଧା ନାହିଁ। ତେଣୁ ସମସ୍ତଙ୍କ ସହଯୋଗରେ ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ଏଥିସହ ହାଟଗୁଡିକ ନିୟମିତ ସଫେଇ କରାଯିବ। ସେହିପରି ହାଟ, ମାର୍କେଟ ଅଞ୍ଚଳରେ ବିଏମ୍‌ସିର ସ୍ବଚ୍ଛସାଥୀମାନେ ବୁଲି ଉଭୟ ବ୍ୟବସାୟୀ ଏବଂ ସାଧାରଣ ଲୋକଙ୍କୁ ସ୍ବଚ୍ଛତା ଦିଗରେ ସଚେତନ କରିବେ ବୋଲି ନିଷ୍ପତ୍ତି ହୋଇଛି। କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଅତିରିକ୍ତ କମିଶନର ସୂର୍ଯ୍ୟବଂଶୀ ମୟୂର ବିକାଶ, ଡେପୁଟି କମିଶନର (ପରିମଳ) ଶୁଭେନ୍ଦୁ ସାହୁ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ବିଏମ୍‌ସି ପକ୍ଷରୁ ରାଜଧାନୀର ସ୍ବଚ୍ଛତା ଉପରେ ପଦକ୍ଷେପ ନିଆଯାଉଛି। ଆଗକୁ ହକି ବିଶ୍ୱକପ୍‌ ହେବାକୁ ଥିବାରୁ ଏହା ପୂର୍ବରୁ କିପରି ସ୍ବଚ୍ଛତା କ୍ଷେତ୍ରରେ ସହରର ମାନଚିତ୍ର ବଦଳିବ ସେନେଇ ଗୁରୁତ୍ୱାରୋପ କରାଯାଉଛି। ବିଶେଷକରି ସହରର ବିଭିନ୍ନ ହାଟରେ ପରିବା ଚୋପାଠାରୁ ଆରମ୍ଭ କରି ଅନ୍ୟାନ୍ୟ ଅଳିଆ ଆବର୍ଜନା ବାହାରୁଛି। ସେଗୁଡିକୁ ଡଷ୍ଟବିନ୍‌ରେ ରଖିବା ପାଇଁ ବ୍ୟବସାୟୀମାନଙ୍କୁ ନିର୍ଦ୍ଦେଶ ରହିଛି। ତେବେ ଠିକ୍‌ ଭାବେ ଅଳିଆ ଗାଡ଼ି ଆସୁ ନ ଥିବାରୁ ଅଧିକାଂଶ ବ୍ୟବସାୟୀ ଡଷ୍ଟବିନ୍‌ର ଅଳିଆ ଆଖପାଖରେ ଗଦା କରି ରାତିରେ ଘରକୁ ଫେରୁଛନ୍ତି। ଫଳରେ ଗାଈଗୋରୁ ଏହାକୁ ଖାଇବା ସହିତ ଏଣେତେଣେ ପକାଉଛନ୍ତି। ତେଣୁ ଏହାକୁ କିପରି ସୁବ୍ୟବସ୍ଥିତ କରାଯିବ ଏବଂ ହାଟକୁ ଆବର୍ଜନାମୁକ୍ତ କରାଯିବ ସେ ନେଇ ବୈଠକରେ ଆଲୋଚନା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୁବନେଶ୍ୱର,୨୬।୪: ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତା ୨୮ ତାରିଖରେ ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ନଡ୍ଡାଙ୍କ ଗସ୍ତକୁ ନେଇ...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

ଦଳ ବିରୋଧୀ କାର୍ଯ୍ୟ କରିବା ପଡ଼ିଲା ମହଙ୍ଗା, ଯୁବ କଂଗ୍ରେସର ୨ ନେତା ପଦରୁ ନିଲମ୍ବିତ

ଭୁବନେଶ୍ୱର,୨୬।୪: ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ। ଯୁବ କଂଗ୍ରେସର ୨ ନେତାଙ୍କୁ ପଦରୁ ନିଲମ୍ବନ କରାଯାଇଛି। ସା. ସମ୍ପାଦକ ପଦରୁ...

ସୁରେଶ ପୂଜାରୀଙ୍କ ଘର ପରିସରରେ ଡ୍ରୋନ୍‌ ଖସିବା ଘଟଣା: ହେଲା ବଡ଼ ଖୁଲାସା

ଭୁବନେଶ୍ୱର,୨୬।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିପଡିଥିବା ଡ୍ରୋନ୍‌କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାହା ବନ ବିଭାଗର ବୋଲି ଜଣାପଡିଛି। ଏନେଇ...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୨୬ା୪: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri