ଆବର୍ଜନା ଉଠାଇବା ଠେଲା କାବାଡ଼ିଆ ଦୋକାନରେ ବିକ୍ରି ଉଦ୍ୟମ

ନବରଙ୍ଗପୁର,୩।୨(ବି.ପ୍ର.): ନବରଙ୍ଗପୁର ପୌର ସଂସ୍ଥାରେ କାର୍ଯ୍ୟରତ ସାନିଟାରୀ ଏକ୍ସପର୍ଟ ମନୋଜ ଦତ୍ତ ଆବର୍ଜନା ଉଠାଇବା ଠେଲାଗୁଡିକ କାବାଡିଆ ଦକାନରେ ବିକ୍ରି କରିବାକୁ ନେଇଥିଲେ। ଏହାର ଭିଡିଓ ଏବେ ଭାଇରାଲ ହେଉଛି। ମନୋଜ ଏବଂ ଭିଡିଓ କରୁଥିବା ବ୍ୟକ୍ତିଙ୍କ କଥାବାର୍ତ୍ତା ଏଥିରେ ରହିଛି। ପୌରସଂସ୍ଥା ନିର୍ବାହୀ ଅଧିକାରୀ, କାଉନ୍‌ସିଲ ଓ ପୌରାଧ୍ୟକ୍ଷଙ୍କ ଅଜାଣତରେ ବିକ୍ରି କରାଯାଉଛି। ସରକାରୀ ଜିନିଷ ବିକ୍ରି କରିବାକୁ ଆଣିଛନ୍ତି କିଛି ସମସ୍ୟା ହେବ ନାହିଁକି ବୋଲି ବ୍ୟକ୍ତି ଜଣଙ୍କ ପ୍ରଶ୍ନ କରିଛନ୍ତି। ସେହିଭଳି କିଛି ଅସୁବିଧା ହେବ ନାହିଁ ବୋଲି ମନୋଜ କହୁଛନ୍ତି। ଅଯଥା ଭିଡିଓ କରନ୍ତୁ ନାହିଁ ବୋଲି ସେ କହୁଥିବା ଉକ୍ତ ଭିଡିଓରେ ରହିଛି। ଭିଡିଓ ଭାଇରାଲ ହେବାପରେ ମନୋଜଙ୍କୁ ପଚାରିବାରୁ ପୁରୁଣାଗୁଡିକ ଥିଲା ବିକ୍ରି କରି ନୂଆ ଆଣିବା ପାଇଁ ଚେଷ୍ଟା କରାଯାଉଛି ବୋଲି କହିଛନ୍ତି। କାଉନ୍‌ସିଲରେ ତାହା ଅନୁମୋଦନ ହୋଇଛିକି ଓ ନିର୍ବାହୀ ଅଧିକାରୀ ଜାଣିଛନ୍ତିକି ବୋଲି ପ୍ରଶ୍ନ କରିବାରୁ ସେ କୌଣସି ଉତ୍ତର ଦେଲେ ନାହିଁ। ଆକ୍ସନ ପାଇଁ ଆହ୍ବାନ କରାଯାଇଥିଲା କି ବୋଲି ପଚାରିବାରି ଆକ୍ସନ ପାଇଁ ଆହ୍ବାନ ହୋଇ ନାହିଁ। ତେବେ ବିକ୍ରି ପାଇଁ କିଭଳି ନେଇଥିଲେ ବୋଲି ପଚାରିବାରୁ ସେ କଥା ଛାଡ଼ନ୍ତୁ ବୋଲି କହିଥିଲେ। ସହରର ୧୭ ୱାର୍ଡରେ ସଠିକ ଭାବେ ଆବର୍ଜନା ଉଠିନାହିଁ କର୍ମଚାରୀ ଜଣଙ୍କ ଆବର୍ଜନା ଉଡୁଥିବା ଠେଲାକୁ ବିକ୍ରି କରିବାପାଇଁ ମସୁଧା ଚଳାଇଛନ୍ତି। ଏକଥାକୁ ଜନସାଧାରଣ ସହଜେ ଗ୍ରହଣ କରି ପାରୁ ନାହାନ୍ତି। ପୌର ସଂସ୍ଥା ନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠଙ୍କୁ ପଚାରିବାରୁ କାଉନ୍‌ସିଲରେ ମନୋଜ ଉପରେ ଏହାବ୍ୟତିତ ଅନେକ ଅଭିଯୋଗ ହୋଇଛି। ଜିଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଜଣାଇ ଦିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

RJD ପରେ JDU ନେତାଙ୍କ ଦାବି, ‘ନୀତୀଶ କୁମାରଙ୍କୁ ଉପ-ପ୍ରଧାନମନ୍ତ୍ରୀ କରାଯିବା ଉଚିତ’

ନୂଆଦିଲ୍ଲୀ,୧।୭: ଆରଜେଡି ପରେ, ଜେଡି(ୟୁ) ଏବେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଉପପ୍ରଧାନମନ୍ତ୍ରୀ ନିଯୁକ୍ତ କରିବାକୁ ଦାବି କରିଛି। ଜେଡି(ୟୁ) ବିଧାୟକ ପଙ୍କଜ ମିଶ୍ର କହିଛନ୍ତି ଯେ…

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର; ଜୁଲାଇରେ ଏତେ ପ୍ରତିଶତ ବଢ଼ିବ ମହଙ୍ଗା ଭତ୍ତା…

ନୂଆଦିଲ୍ଲୀ,୧।୭: ଶ୍ରମ ବ୍ୟୁରୋର ଏକ ପ୍ରେସ୍ ରିଲିଜ୍ ଅନୁଯାୟୀ, AICPI-IW ଏପ୍ରିଲ୍ ୨୦୨୬ରେ ୧୪୯.୯ରୁ ମେ ୨୦୨୬ରେ ୦.୯ ପଏଣ୍ଟ ବୃଦ୍ଧି ପାଇ ୧୫୦.୮ ହୋଇଛି। ଏହି…

ସ୍ୱାମୀଙ୍କଠାରୁ ଅଧିକ ରୋଜଗାର କରୁଥିଲେ ମିଳିବନି ଭରଣପୋଷଣ ଟଙ୍କା: କର୍ନାଟକ ହାଇକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୧।୭: ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଭରଣପୋଷଣ ବିବାଦକୁ ନେଇ କର୍ଣ୍ଣାଟକ ହାଇକୋର୍ଟ ଏକ ବଡ଼ ଶୁଣାଣି କରିଛନ୍ତି। ଯଦି ସ୍ତ୍ରୀର ଆୟ ସ୍ୱାମୀଙ୍କଠାରୁ ଅଧିକ, ତେବେ ସେ ଭରଣପୋଷଣ…

ଭାରତକୁ ବଡ଼ ଅଫର୍‌ ଦେଲା ରୁଷିଆ: ଶୁଣିଲେ ପାକିସ୍ତାନର ଉଡ଼ିଯିବ ହୋଶ୍‌

ମସ୍କୋ/ନୂଆଦିଲ୍ଲୀ,୧।୭: ରୁଷିଆ ଭାରତକୁ Su-57E ଷ୍ଟିଲ୍ଥ ଲଢ଼ୁଆ ବିମାନର ଯୋଗାଣ ଏବଂ ମିଳିତ ଉତ୍ପାଦନ ସମ୍ପର୍କରେ ଏକ ପ୍ରମୁଖ ପ୍ରସ୍ତାବ ଦେଇଛି। ଏହି ଚୁକ୍ତି ଭାରତ-ପ୍ରଶାନ୍ତ ମହାସାଗରୀୟ…

ରାଇକିଆ ଥାନାରେ ନିଶାମୁକ୍ତ ଅଭିଯାନ, ଏହି ଶପଥ ନେଲେ ଛାତ୍ରୀଛାତ୍ର

ରାଇକିଆ,୧।୭(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଥାନାରେ ବୁଧବାର ନିଶା ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଥାନା ଅଧିକାରୀ ଏ.ସ୍ୱର୍ଣ୍ଣଲତା ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ନୂତନ ବ୍ଲକ ଶିକ୍ଷା ଅଧିକାରିଣୀ ଭାବେ ଯୋଗଦେଲେ ମଧୁସ୍ମିତା:ଏକ ନମ୍ବର ଶିକ୍ଷା ବ୍ଲକ କରିବା ଲକ୍ଷ୍ୟ

କର୍ଲାମୁଣ୍ଡା:୧/୭(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଶିକ୍ଷା ବିଭାଗରେ ନୂତନ ଭାବେ ବୁଧବାର ବ୍ଲକ ଶିକ୍ଷା ଅଧିକାରିଣୀ ମଧୁସ୍ମିତା ନାଏକ ଯୋଗ ଦେଇଛନ୍ତି। କାର୍ଯ୍ୟାଳୟରେ ଯୋଗଦେବା…

ଗଜପତି ପୋଲିସକୁ ବଡ଼ ସଫଳତା: ଆନ୍ତଃରାଜ୍ୟ ମାନବ ଚାଲାଣର ପର୍ଦ୍ଦାଫାଶ, ୬ ନାବାଳିକା…

ଗଜପତି,୧।୭(ଗିରିଧାରୀ ପରିଛା): ଗଜପତି ପୋଲିସ ଏକ ଆନ୍ତଃରାଜ୍ୟ ମାନବ ଚାଲାଣର ପର୍ଦ୍ଦାଫାଶ କରି ୬ ଜଣ ନାବାଳିକାଙ୍କ ସମେତ ୭ ଜଣ ପୀଡ଼ିତାଙ୍କୁ ହାଇଦ୍ରାବାଦରୁ ଉଦ୍ଧାର କରିଛି।…

ଆଜିଠାରୁ ଅନିର୍ଦ୍ଦିଷ୍ଟକାଳ ଯାଏ ରୋଗୀସେବା ବନ୍ଦ, ହନ୍ତସନ୍ତ ହେଉଛନ୍ତି ରୋଗୀ

ବଞ୍ଚୋ,୧।୭(ପ୍ରଦୋଷ ବିଶ୍ୱାଳ ): ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନ (ଓମ୍‌ସା)ର ୮ ଦଫା ଦାବି ପୂରଣ ନ ହେବା ପ୍ରତିବାଦରେ ଜାତୀୟ ଡାକ୍ତର ଦିବସ ଅବସରରୁ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri