ସହର ପ୍ରବେଶ ପଥ ରାସ୍ତା କଡ଼ରେ କୁଢ଼କୁଢ଼ ଅଳିଆ

ଭଞ୍ଜନଗର, ୨୦ା୫(ଡି.ଏନ.୍‌ଏ):: ଭଞ୍ଜନଗର ସହରରେ ବର୍ତ୍ତମାନ ଠାକୁରାଣୀ ଯାତ୍ରା ଚାଲିଥିବା ଯୋଗୁଁ ସହର ଚଳଚଞ୍ଚଳ ହୋଇପଡିଛି। ଯାତ୍ରା ଦେଖିବାକୁ ଗ୍ରାମାଞ୍ଚଳରୁ ଦୈନନ୍ଦିନ ହଜାର ହଜାର ଲୋକ ଭଞ୍ଜନଗର ସହର ଅଭିମୁଖେ ଆସୁଛନ୍ତି। କିନ୍ତୁ ସହରର ଦୁଇଟି ମୁଖ୍ୟ ପ୍ରବେଶ ପଥ ରାସ୍ତା କଡରେ କୁଢ଼ କୁଢ଼ ଅଳିଆ ପଡିରହିଛି, ଯାହାକୁ ନେଇ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଭଞ୍ଜନଗର ବ୍ରହ୍ମପୁର ମୁଖ୍ୟ ସଡକର ବାଉଁଶଲୁଣ୍ଡି ପୁରୁଣା ସିନେମା ହଲ ସମ୍ମୁଖରେ ଟ୍ରକ ଟ୍ରକ ଅଳିଆ ପଡିରହିଛି। ଉକ୍ତ ଅଞ୍ଚଳଟି ପଞ୍ଚାୟତ ଅଧୀନରେ ଆସୁଥିବା ଯୋଗୁଁ ସଫେଇ ହେବାରେ ସମସ୍ୟା ରହୁଛି। ପଞ୍ଚାୟତଗୁଡିକରେ ସଫେଇ କର୍ମଚାରୀ ବ୍ୟବସ୍ଥା ନାହିଁ। ତେଣୁ କିଛି ବିକଳ୍ପ ବ୍ୟବସ୍ଥା କରି ସଫେଇ କରାଯିବା ଆବଶ୍ୟକତା ରହିଛି। ପୂର୍ବରୁ ବାଉଁଶଲୁଣ୍ଡି ପୋଖରୀ ନିକଟରେ ଅଳିଆ ଗଦାହୋଇ ରହୁଥିଲା। ପଞ୍ଚାୟତ କର୍ତ୍ତୃପକ୍ଷ ସେଠାରେ କିଛି ଉନ୍ନତି କାର୍ଯ୍ୟ କରିବା ପରେ ସେଠାରେ ଆଉ ଅଳିଆ ପଡୁନାହିଁ। କିନ୍ତୁ ବିଗତ କିଛିମାସ ହେବ ସିନେମା ହଲ ନିକଟରେ ଅଳିଆ ଗଦାହୋଇ ରହୁଛି। ସହରକୁ ଲାଗି ବାଉଁଶଲୁଣ୍ଡି ଗ୍ରାମ ରହୁଛି। ବାଉଁଶଲୁଣ୍ଡି ମୁଖ୍ୟ ସଡ଼କ ଅଞ୍ଚଳଟି ସମ୍ପୂର୍ଣ୍ଣ ବ୍ୟବସାୟ ଅଞ୍ଚଳ। ତେଣୁ ବିଗତ ଦିନରେ ଅଞ୍ଚଳବାସୀ ଅଳିଆ ସଫା ବ୍ୟବସ୍ଥା କରିବା ପାଇଁ ଜିଲା ପ୍ରଶାସନ ନିକଟରେ ବାରମ୍ବାର ଦାବି କରିଥିଲେ। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ତାହାର ସଫେଇ କରାଯିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ଯୋଜନା ହୋଇଥିଲା। କିନ୍ତୁ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରୁନାହିଁ। ସେହିଭଳି ଫୁଲବାଣୀ ଆଡୁ ଭଞ୍ଜନଗର ଆସିବା ସମୟରେ ଭଞ୍ଜନଗର ସହର ୱାର୍ଡ ନଂ ୧୪ର ଶ୍ରୀରାମ ନଗର ଜାତୀୟ ରାଜପଥ କଡ ଜଙ୍ଗଲରେ ସହରର ସମସ୍ତ ଅଳିଆ ନେଇ ପକାଯାଉଛି। ରାସ୍ତାକୁ ଲାଗି ଅଳିଆ ପଡୁଥିବା ଯୋଗୁଁ ଲୋକେ ଉକ୍ତ ରାସ୍ତାରେ ଯାତାୟାତ କରିବା ସମୟରେ ଗନ୍ଧକୁ ନେଇ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ତେଣୁ ବ୍ଲକ ଏବଂ ଏନଏସି ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାକୁ ହରାଇ କ୍ୱାର୍ଟର ପହଞ୍ଚିଲା ବେଲଜିୟମ

ସିଆଟେଲ,୭ା୭: ଚାଲର୍‌ସ ଡି କେଟେଲେରେଙ୍କ ଦ୍ୱିତୀୟ ଗୋଲ ବଳରେ ଫିଫା ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ବେଲଜିୟମ ୪-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି। ଡିଫେଣ୍ଡର…

ସମୁଦ୍ର କୂଳରେ ପଥର ବନ୍ଧ ନିର୍ମାଣ ଦାବି: ୭ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ବଢ଼ି ଚାଲିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ…

ମହାନଦୀରେ ଗାଧୋଉଥିବା ବେଳେ ଭାସିଗଲେ ଯୁବକ, ଖୋଜାଖୋଜି ଜାରି

ବାଙ୍କୀ, ୭।୭: କଟକ ଜିଲା ବାଙ୍କୀ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖସ୍ଥ ମହାନଦୀ ଘାଟରେ ଏକ ଅଘଟଣ ଘଟିଛି। ନଦୀରେ ଗାଧୋଉଥିବା ବେଳେ ଜଣେ ଯୁବକ ପାଣି ସ୍ରୋତରେ…

ବିନା ଫିଟନେସ୍‌, ବୀମା , ପରମିଟ୍‌ରେ ଗାଡ଼ି ଚଳାଇଲେ ହେବ ଜବତ; STAର କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର, ୭।୭: ରାଜ୍ୟରେ ସଡ଼କ ଦୁର୍ଘଟଣା ହ୍ରାସ କରିବା ଏବଂ ସଡ଼କ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ (STA) କଠୋର ଆଭିମୁଖ୍ୟ ଗ୍ରହଣ…

କୋଚ ପଦ ହରାଇବେ ଗୌତମ ଗମ୍ଭୀର! ଦାୟିତ୍ୱ ନେବେ ଜଣେ ଅଭିଜ୍ଞ ଖେଳାଳି!

ନୂଆଦିଲ୍ଲୀ,୭।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜ ପାଇଁ ଦଳ ଘୋଷଣା କରିବା ପରେ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟ ପ୍ରଶିକ୍ଷକ କର୍ମଚାରୀଙ୍କ ସମ୍ପର୍କରେ ଏକ…

ଗାଧୋଇବା ହେଲା କାଳ, ବୁଢାବଳଙ୍ଗରେ ଭାସିଗଲେ ଯୁବକ

ବାରିପଦା,୭।୭: ମୟୂରଭଞ୍ଜ ଜିଲା ବୁଢାବଳଙ୍ଗ ନଦୀରେ ମଙ୍ଗଳବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବୁଢାବଳଙ୍ଗ ନାର୍ଖା ବ୍ରିଜ ତଳେ ଗାଧୋଇବା ବେଳେ ଭାସି ଯାଇ ଜଣେ…

ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ଉତ୍ତେଜନା

ଭୁବନେଶ୍ବର,୭।୭: ଭୁବନେଶ୍ବର ସ୍ଥିତ ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ମଙ୍ଗଳବାର ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। କ୍ୟାମ୍ପସ ଭିତରକୁ ଅଣଛାତ୍ରୀଛାତ୍ର ପ୍ରବେଶକୁ ବିରୋଧ କରି ବିଶ୍ବବିଦ୍ୟାଳୟର ଛାତ୍ରୀମାନେ ଅସନ୍ତୋଷ…

ଗୋଲ୍ଡେନ ବୁଟ୍‌ ରେସ୍‌ରେ ଏହି ୩ ଖେଳାଳି, ଜାଣନ୍ତୁ…

ଇଷ୍ଟ ରଦରଫୋର୍ଡ,୭ା୭: ବ୍ରାଜିଲ ବିପକ୍ଷ ପ୍ରି-କ୍ୱାର୍ଟର ମ୍ୟାଚ୍‌ରେ ଡବଲ ଗୋଲ ଦେଇ ନରଓ୍ବେକୁ ଜିତାଇଥିବା ଏର୍ଲିଂ ହାଲାଣ୍ଡ ଚଳିତ ବିଶ୍ୱକପ୍‌ରେ ଗୋଲ୍ଡେନ ବୁଟ୍‌ ରେସରେ ସାମିଲ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri