ରାସ୍ତାରେ ପଡ଼ି ରହିଛି ଅଳିଆ

ଭୁବନେଶ୍ୱର,୫।୫(ବ୍ୟୁରୋ): ରାଜଧାନୀ ଭୁବନେଶ୍ବରର ପରିମଳ ବ୍ୟବସ୍ଥା ସୁଧାରିବାକୁ ଭୁବନେଶ୍ବର ମହାନଗର ନିଗମ (ବିଏମସି) ପକ୍ଷରୁ ବ୍ୟାପକ ଯୋଜନା କରାଯାଉଛି। ତେବେ ବିଭିନ୍ନ କାରଣରୁ ବିଏମ୍‌ସିକୁ ସମାଲୋଚନାର ଶିକାର ହେବାକୁ ପଡ଼ୁଛି। ବିଏମ୍‌ସି ଦକ୍ଷିଣ ପଶ୍ଚିମ ଜୋନ୍‌ର ଏକାଧିକ ଓ୍ବାର୍ଡକୁ ସଫେଇ ଗାଡ଼ି ଯାଉ ନ ଥିବାରୁ ରାସ୍ତାଘାଟ ଗଳିକନ୍ଦିରେ ଅଳିଆ ପଡି ରହୁଛି। ସମାନ ପରିସ୍ଥିତି ଉତ୍ତର ଜୋନ୍‌ ଅଧୀନ ୱାର୍ଡ ନଂ.୫ରେ ଦେଖିବାକୁ ମିଳୁଛି। ଗତ ୫ଦିନ ଧରି ଏହି ୱାର୍ଡରୁ ଅଳିଆ ଉଠିନାହିଁ। ଫଳରେ ଏବେ ୱାର୍ଡର ରାସ୍ତାଘାଟରେ ବର୍ଜ୍ୟବସ୍ତୁ ଗଦାହେବାରେ ଲାଗିଛି। ଅଞ୍ଚଳବାସୀ କହିଛନ୍ତି, ଅଳିଆ ଉଠାଇବାକୁ ସଫେଇ ଗାଡ଼ି ଓ ସଫେଇ କର୍ମଚାରୀ ଆସୁ ନ ଥିବାରୁ ଲୋକମାନେ ଏବେ ରାସ୍ତା ଉପରେ ବର୍ଜ୍ୟ ଫିଙ୍ଗିବା ଆରମ୍ଭ କରିଛନ୍ତି। ସହର ପରିମଳ ବ୍ୟବସ୍ଥାରେ ସାମାନ୍ୟ ଖିଲାପ କଲେ ଖିଲାପକାରୀଙ୍କଠାରୁ ବିଏମ୍‌ସି ଜରିମାନା ଆଦାୟ କରୁଛି। ମାତ୍ର ନିଜର ଭିତ୍ତିଭୂମି ସୁଧାରିବାରେ ବିଏମ୍‌ସି ଚରମ ଅବହେଳା କରୁଥିବା କହି ଓ୍ବାର୍ଡବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ ସ୍ଥାନୀୟ କର୍ପୋରେଟର ମିନୁଶ୍ରୀ ଖୁଣ୍ଟିଆ କହିଛନ୍ତି, ପୂର୍ବରୁ ବର୍ଜ୍ୟ ପରିଚାଳନାରେ ନିୟୋଜିତ ସଂସ୍ଥା ବଦଳିଛି। ତେଣୁ କିଛି ସମସ୍ୟା ଦେଖାଦେଇଛି। ଖୁବ୍‌ଶୀଘ୍ର ନିୟମିତ ଅଳିଆ ଉଠିବ। ନୂଆ କରି ଦାୟିତ୍ୱ ନେଇଥିବା ସଫେଇ ସଂସ୍ଥାର କର୍ମଚାରୀମାନେ ଓ୍ବାର୍ଡର ରାସ୍ତାଘାଟ ବିଶେଷ ପରିଚିତ ନୁହନ୍ତି। ତେଣୁ ଦିନେ ଦୁଇଦିନ ଅଳିଆ ଉଠିନାହିଁ। ସେହିପରି ସଫେଇ ଗାଡ଼ି ମରାମତି ପାଇଁ ଦିଆଯିବା ସହ ନୂଆ ସଫେଇ ଗାଡ଼ି ମଧ୍ୟ ଅଣାଯାଇଛି। ବ୍ୟବସ୍ଥିତ ଢଙ୍ଗରେ ପୁଣି ଥରେ ସଫେଇ କାର୍ଯ୍ୟ ଆରମ୍ଭ ହେବ ବୋଲି ସେ କହିଛନ୍ତି।
ସୂଚନା ଥାଉକି, ବିଏମ୍‌ସିର ୬୭ଟି ୱାର୍ଡରେ ବର୍ଜ୍ୟ ସଂଗ୍ରହ ପାଇଁ ପର୍ଯ୍ୟାପ୍ତ ସଫେଇ ଗାଡ଼ି ନ ଥିବାବେଳେ ଆବଶ୍ୟକ ବର୍ଜ୍ୟ ପରିଚାଳନା କେନ୍ଦ୍ର ମଧ୍ୟ ନାହିଁ। ସହରରୁ ଦିନକୁ ପ୍ରାୟ ୮୦୪ ମେଟ୍ରିକ ଟନ୍‌ ବର୍ଜ୍ୟ ବାହାରୁଥିବାବେଳେ ୩୫ ଏମ୍‌ସିସି ଓ ୧୮ ଏମଆର୍‌ଏଫରେ ଏତେ ପରିମାଣର ବର୍ଜ୍ୟ କିପରି ପ୍ରକ୍ରିୟାକରଣ ହେବ ବୋଲି ଜନସାଧାରଣ ପ୍ରଶ୍ନ କରିଛନ୍ତି। ଅନ୍ୟପଟେ ଏକାଧିକ ସ୍ଥାନରେ ଅଞ୍ଚଳବାସୀ ଏମସିସି ନିର୍ମାଣକୁ ମଧ୍ୟ ବିରୋଧ କରୁଥିବାରୁ ସେସବୁ ପ୍ରକଳ୍ପ ଆଗେଇ ପାରୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri