ଖଣ୍ଡଗିରି ପାଦଦେଶରେ ଅଳିଆ ପାହାଡ଼

ଭୁବନେଶ୍ୱର,୨୭।୧୦(ବ୍ୟୁରୋ): ସ୍ମାର୍ଟସିଟି ଭୁବନେଶ୍ୱରକୁ ସ୍ବଚ୍ଛ ତଥା ସୁନ୍ଦର କରିବା ପାଇଁ ବିଭିନ୍ନ ଯୋଜନା ହାତକୁ ନିଆଯାଉଛି। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ପର୍ଯ୍ୟଟନସ୍ଥଳିଗୁଡ଼ିକୁ ଆକର୍ଷଣୀୟ କରାଯାଉଛି। ହେଲେ ଦେଶର ଅନ୍ୟତମ ଐତିହ୍ୟସ୍ଥଳ ଖଣ୍ଡଗିରିରେ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳୁଛି। ଏହାର ପାଦଦେଶରେ ଥିବା ଟୁରିଷ୍ଟ ବସ୍‌ଷ୍ଟାଣ୍ଡ୍‌ରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଅଳିଆ ଆବର୍ଜନା ଗଦା କରାଯାଉଛି। ଖଣ୍ଡଗିରି ଓ ଉଦୟଗିରି ବୁଲିବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କୁ ପ୍ରଥମେ ଆବର୍ଜନାର ପାହାଡ଼ ଦେଖିବାକୁ ପଡ଼ୁଛି, ଯାହା ମନ୍ଦିରମାଳିନୀ ସହର ଐତିହ୍ୟର ରାଜଧାନୀ ଭୁବନେଶ୍ୱର ପ୍ରତି ଭିନ୍ନ ଭାବନା ସୃଷ୍ଟି କରୁଛି। ବିଏମ୍‌ସି ଜାଣିଶୁଣି ଖଣ୍ଡଗିରି-ଉଦୟଗିରି ଭଳି ପ୍ରସିଦ୍ଧ ଐତିହ୍ୟକୁ ବିକୃତ କରୁଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି।

ବିଏମ୍‌ସି ଅନ୍ତର୍ଗତ ଓ୍ବାର୍ଡ଼ ନଂ.୪୯ ଏବଂ ଓ୍ବାର୍ଡ ନଂ.୨୩ ସଂଲଗ୍ନ ଖଣ୍ଡଗିରି ଟୁରିଷ୍ଟ ବସ୍‌ଷ୍ଟାଣ୍ଡ୍‌ରେ ଗଦା ହେବାକୁ ଲାଗିଛି ଅଳିଆ ଆବର୍ଜନା। ଆଖପାଖ ଅଞ୍ଚଳରୁ ବାହାରୁଥିବା କୁଢ଼ କୁଢ଼ ଅଳିଆ, ଏପରିକି ସ୍ଥାନୀୟ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ବାହାରୁଥିବା ଆବାର୍ଜନା ଏଠାରେ ପକାଯାଉଛି। ପରବର୍ତ୍ତୀ ସମୟରେ ବିଏମ୍‌ସି ପକ୍ଷରୁ ଆବର୍ଜନା ସ୍ଥାନାନ୍ତରିତ କରାଯାଉଥିଲେ ମଧ୍ୟ ଉକ୍ତ ସ୍ଥାନରେ ଅଳିଆର ପରିମାଣ ବଢ଼ିବାରେ ଲାଗିଛି। ସ୍ଥିତି ଏପରି ହୋଇଛି, ସେଠାରେ ସବୁବେଳେ ଅଳିଆ ଗଦା ହୋଇ ରହୁଥିବାରୁ ଡମ୍ପିଂୟାର୍ଡ଼ର ଭ୍ରମ ସୃଷ୍ଟି କରୁଛି। ସେହିପରି ବିଏମ୍‌ସି ନିଯୁକ୍ତ କରିଥିବା ସଫେଇ ସଂସ୍ଥାର ସଫେଇ ଗାଡ଼ିଗୁଡ଼ିକ ମଧ୍ୟ ଏଠାରେ ରଖାଯାଉଛି। ପ୍ରତିଦିନ ଏଠାକୁ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଆସୁଥିବାବେଳେ ଏପରି ଚିତ୍ର ସେମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରୁଛି। ଅଳିଆ ଆବର୍ଜନା ପଚିସଢ଼ି ଦୁର୍ଗନ୍ଧ ବାହାରୁଛି। ଫଳରେ ଏଠାରେ ପର୍ଯ୍ୟଟକ ବସାଉଠା କରିପାରୁ ନାହାନ୍ତି କି ନିକଟରେ ଥିବା ବିଶ୍ରାମାଗାରରେ ବିଶ୍ରାମ ନେଇପାରୁନାହାନ୍ତି। ସେହିପରି ବୁଲା ଜୀବଜନ୍ତୁ ଆବର୍ଜନାରୁ ପଲିଥିନ ଜରି ଆଦି ଖାଇବା ଦ୍ୱାରା ରୋଗଗ୍ରସ୍ତ ହେଉଛନ୍ତି। ସୈନିକ ସ୍କୁଲ ନିକଟରେ ଥିବା ଅସ୍ଥାୟୀ ଡମ୍ପିଂୟାର୍ଡ (ଟିଟିଏସ୍‌) ଭଳି ଏଠାରେ କ୍ରମଶଃ ଆବର୍ଜନା ଗଦା କରିବା ନେଇ ପ୍ରଶାସନ ଯୋଜନା କରୁଥିବା ଅଞ୍ଚଳବାସୀ ଆଶଙ୍କା କରୁଛନ୍ତି। ଯଦି ତୁରନ୍ତ ଏଠାରୁ ସମସ୍ତ ଅଳିଆ ନ ଉଠେ, ତେବେ ଏହି ପର୍ଯ୍ୟଟନ କେନ୍ଦ୍ର ଆବର୍ଜନା କେନ୍ଦ୍ରରେ ପରିଣତ ହେବ। ଏହା ରାଜ୍ୟ ପର୍ଯ୍ୟଟନ ପାଇଁ ଆଦୌ ଶୁଭଙ୍କର ନୁହେଁ ବୋଲି ମତ ପ୍ରକାଶ ପାଇଛି।

 

ଅସ୍ଥାୟୀ ଭାବେ ଆବର୍ଜନା ରଖାଯାଉଛି
ଟୁରିଷ୍ଟ ବସ୍‌ଷ୍ଟାଣ୍ଡର ପରିଚାଳନା ଦାୟିତ୍ୱ ଇଡ୍‌କୋର। ଏଠାକୁ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଆସୁଛନ୍ତି। ପର୍ଯ୍ୟଟକମାନେ ବଳକା ଖାଦ୍ୟପଦାର୍ଥ ଓ ପଲିଥିନ୍‌ ଜରି ଆଦି ପକାଉଛନ୍ତି। ସେସବୁ ଅଳିଆକୁ ଏଠାରେ ଏକାଠି କରି କେବଳ ଅସ୍ଥାୟୀ ଭାବେ ରଖାଯାଉଛି। ନିୟମିତ ଏହି ଆବର୍ଜନାକୁ ବିଏମ୍‌ସି ଗାଡ଼ି ଦ୍ୱାରା ସ୍ଥାନାନ୍ତରିତ କରାଯାଉଛି। କିଛି ବି ବାହାର ଅଳିଆ ଏଠାରେ ପକାଯାଉ ନାହିଁ।
– ଶୁଭେନ୍ଦୁ ସାହୁ, ଡେପୁଟି କମିଶନର(ପରିମଳ)

ଖୁବ୍‌ଶୀଘ୍ର ସବୁ ଅଳିଆ ଉଠିବ
ଏଠାରେ ସାମୟିକ ଭାବେ ଅଳିଆ ରଖାଯାଉଛି। ସଫେଇ ସଂସ୍ଥା ପରିବର୍ତ୍ତନ କରାଯାଇଛି। ନୂଆ ସଫେଇ ସଂସ୍ଥା ଦାୟିତ୍ୱ ନେବା ପରେ ଖଣ୍ଡଗିରି ଓ ଆଖପାଖ ଅଞ୍ଚଳର ପରିମଳ ବ୍ୟବସ୍ଥାରେ ଅନେକ ସୁଧାର ଆସିବ। ନଭେମ୍ବର ୧ ସୁଦ୍ଧା ଉକ୍ତ ଅଞ୍ଚଳରୁ ସମସ୍ତ ଅଳିଆ କିପରି ଉଠିବ ତାହା ଉପରେ ଗୁରୁତ୍ୱ ଦିଆଯାଉଛି।
– କିରଣବାଳା ମାଝି, କର୍ପୋରେଟର, ଓ୍ବାର୍ଡ ନଂ.୨୩

ଆବର୍ଜନା ଦେଖି ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହେଲା
ମନ୍ଦିରମାଳିନୀ ଭୁବନେଶ୍ୱରର ଅନନ୍ୟ ପର୍ଯ୍ୟଟନସ୍ଥଳି ଖଣ୍ଡଗିରି ଓ ଉଦୟଗିରି ପାହାଡ଼। ଏହି ସ୍ଥାନକୁ ଆମେ ବାରମ୍ବାର ଆସିବାକୁ ଇଚ୍ଛା କରିବୁ। ତେବେ ଏଠାରେ ଯେପରି ଅଳିଆ ଗଦାହୋଇ ରହିଛି ଏହା ଏହି ସ୍ଥାନର ସୌନ୍ଦଯର୍‌ୟ ନଷ୍ଟ କରୁଛି। ବସ୍‌ରୁ ଓହ୍ଲାଇବା ମାତ୍ରେ ପ୍ରଥମେ ଏହି ଦୃଶ୍ୟ ଉପରେ ନଜର ପଡ଼ିଲା । ସେଥିପାଇଁ ପାହାଡ଼ ବୁଲିବା ପୂର୍ବରୁ ମନରେ ଟିକେ ଦ୍ୱନ୍ଦ୍ୱ ସୃଷ୍ଟି ହେଲା ଯେ, ପୂରା ପାହାଡ଼ ଏମିତି ଅପରିଷ୍କାର ହୋଇଥିବ କି? ତେଣୁ ଏହି ସ୍ଥାନ ପ୍ରଥମେ ସ୍ବଚ୍ଛ ରଖିବା ଉଚିତ୍‌।
– ରାଧାରାଣୀ ପଣ୍ଡା, ପର୍ଯ୍ୟଟକ (ବାରାଣସୀ)

ବାହାରକୁ ଖରାପ ବାର୍ତ୍ତା ଯାଉଛି
ଆମ ଅଞ୍ଚଳରେ ଏପରି ଏକ ପର୍ଯ୍ୟଟନସ୍ଥଳ ରହିଛି, ଏହା ଆମ ପାଇଁ ଏକ ଗୌରବର କଥା। କିନ୍ତୁ ଏଠାରେ ଏତେ ମାତ୍ରାରେ ଆବର୍ଜନା ଗଦା ହେବା ଫଳରେ ବାହାରକୁ ଏକ ଖରାପ ବାର୍ତ୍ତା ଯାଉଛି। ସ୍ବଚ୍ଛତା ନିୟମ ଉଲ୍ଲଂଘନ ନାଁରେ ବିଏମ୍‌ସି ଜରିମାନା ନେଉଥିବା ଆମେ ଦେଖୁଛୁ। ହେଲେ ନିଜେ କିପରି ପର୍ଯ୍ୟଟନସ୍ଥଳୀକୁ ଆବର୍ଜନାମୟ କରିଦେଉଛି ତାହା ବିସ୍ମୟ ଲାଗୁଛି। ସ୍ବଚ୍ଛତା କ୍ଷେତ୍ରରେ ଭୁବନେଶ୍ୱରକୁ ପୁରସ୍କାର ମିଳୁଛି। ତେଣୁ ଏସବୁକୁ ଗୁରୁତର ସହ ନେବା ଉଚିତ୍‌। ବାହାରୁ ଆସୁଥିବା ପର୍ଯ୍ୟଟକ କିପରି ଆମ ଅଞ୍ଚଳକୁ ପ୍ରଶଂସା କରିବେ ସେଥିପ୍ରତି ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକ।
– ପ୍ରିୟଙ୍କା ନନ୍ଦ, ସ୍ଥାନୀୟ ବାସିନ୍ଦା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?