Posted inଜାତୀୟ

ଜ୍ଞାନବ୍ୟାପି ମାମଲା, ୧୦୦୦ ଫଟୋ-ଭିଡ଼ିଓ ସହିତ ୧୨ ପୃଷ୍ଠାର ରିପୋର୍ଟ ଦାଖଲ…

ବାରାଣସୀ, ୧୯।୫ : ଜ୍ଞାନବ୍ୟାପି ମସଜିଦ୍‌ ମାମଲାରେ କମିଶନର କୋର୍ଟରେ ୧୦୦୦ ଫଟୋ, ଭିଡ଼ିଓ ସହିତ ୧୨ ପୃଷ୍ଠାର ରିପୋର୍ଟ ଦାଖଲ କରିଛନ୍ତି। ଗୁରୁବାର କମିଶନର ବାରାଣସର କୋର୍ଟରେ ସର୍ଭେର ରିପୋର୍ଟ ଦାଖଲ କରିବାକୁ ପୂର୍ବରୁ ଦୁଇ ଦିନ ସମୟ ନେଇଥିଲେ। ମେ ୧୪ରୁ ୧୬ ମଧ୍ୟରେ ହୋଇଥିବା ସର୍ଭେ ରିପୋର୍ଟ ସମ୍ପର୍କରେ ଏଥିରେ ଉଲ୍ଲେଖ କରାଯାଇଛି।

କୋର୍ଟର ସ୍ବତନ୍ତ୍ର କମିଶନର ବିଶାଳ ସିଂ ସର୍ଭେ ରିପୋର୍ଟ ସିଭିଲ୍‌ ଜଜ୍‌ ସିନିଅର ଡିଭିଜନ ରବି କୁମାର ଦିବାକରଙ୍କ କୋର୍ଟରେ ଦାଖଲ କରିଛନ୍ତି। ସହାୟକ ଆଡଭୋକେଟ କମିଶନର ଅଜୟ ପ୍ରତାପ ସିଂ ଏବଂ ବିଶାଳ ସିଂ ମିଳିତ ଭାବେ ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି।

ଏହା ପୂର୍ବରୁ ପୂର୍ବତନ କୋର୍ଟ କମିଶନର ଅଜୟ ମିଶ୍ର ବାରାଣସୀ ସିଭିଲ କୋର୍ଟରେ ତାଙ୍କର ଦୁଇ ଦିନିଆ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପୂର୍ବତନ କୋର୍ଟ କମିଶନର ଅଜୟ ମିଶ୍ରଙ୍କ ଦ୍ୱାରା ଦାଖଲ ହୋଇଥିବା ଦୁଇ ପୃଷ୍ଠାର ରିପୋର୍ଟରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଉଲ୍ଲେଖ କରାଯାଇଛି। ବୁଧବାର ପୂର୍ବତନ କୋର୍ଟ କମିଶନର ଅଜୟ ମିଶ୍ର ଦୁଇ ଦିନିଆ ସର୍ଭେ ରିପୋର୍ଟ ଉପସ୍ଥାପନ କରିଥିଲେ।

ରିପୋର୍ଟରେ, ଶେଷନାଗଙ୍କ ଆକୃତି ଏକ ପଥର ପ୍ଲେଟ ବିଷୟରେ ଉଲ୍ଲେଖ ଅଛି। ରିପୋର୍ଟରେ କୁହାଯାଇଛି ଯେ ମସଜିଦର ଉତ୍ତରରୁ ପଶ୍ଚିମ ଦିଗକୁ ଯିବାବେଳେ ଏହା ରହିଛି। ଏହା ବ୍ୟତୀତ ଅନେକ ସ୍ଥାନରେ ଦେବତାମାନଙ୍କର ଚିତ୍ର ଦେଖିବାକୁ ମିଳିଛି। କିଛି ପଥର ପ୍ଲେଟରେ କମଳର ଆକୃତି ରହିଛି। ଉତ୍ତରରୁ ପଶ୍ଚିମ ପର୍ଯ୍ୟନ୍ତ କାନ୍ଥର କୋଣରେ ମଧ୍ୟ ବହୁ ସଙ୍କେତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୦ରୁ ଅଧିକ ବୋମା ଉଦ୍ଧାର

କୋଲକାତା,୯।୩: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଖିଇ ଆସୁଛି। ତେବେ ମଙ୍ଗଳବାର ଦକ୍ଷିଣ ୨୪ ପ୍ରଗଣା ଜିଲାର ଭାଙ୍ଗର ଅଞ୍ଚଳରୁ ୨୦୦ରୁ ଅଧିକ ବୋମା ଉଦ୍ଧାର କରାଯାଇଛି।...

୩.୬ ଲକ୍ଷ ଥର ସାଇବର ଆକ୍ରମଣ

ନୂଆଦିଲ୍ଲୀ, ୨୪।୪: ସମସ୍ତ ବ୍ୟବସ୍ଥାର ଡିଜିଟାଲାଇଜେଶନ ଉପରେ ଗୁରୁତ୍ୱ ଦିଆଯାଉଥିବାବେଳେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଉପରେ ସାଇବର ଅପରାଧୀଙ୍କ ଆକ୍ରମଣ ବଢ଼ୁଛି। ଅପରାଧୀମାନେ ଓ୍ବେବ୍‌ସାଇଟ୍‌ ହ୍ୟାକ୍‌...

ବିିହାରରେ ଏନ୍‌ଆର୍‌ସି ଲାଗୁ ନେଇ ଭାଜପା-ଜେଡ଼ିୟୁ ମୁହାଁମୁହିଁ

ପାଟନା,୪।୯: ବିହାରରେ ଏନ୍‌ଆର୍‌ସି ଲାଗୁ ନେଇ ଭାଜପା ଏବଂ ଶାସକ ଜେଡ଼ିୟୁ ମୁହାଁମୁହିଁ ହୋଇଛନ୍ତି। ଭାଜପା ରାଜ୍ୟସଭା ଏମ୍‌ପି ରାକେଶ ସିହ୍ନା ବିହାରର କଟିହାର, ପୂର୍ନିୟା,...

ଲେହରେ ଗର୍ଜିଲେ ମୋଦି

ଲେହ,୩।୭: ସମସ୍ତଙ୍କୁ ଚକିତ କଲାଭଳି ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲେହ ଗସ୍ତ କରିଛନ୍ତି। ଏହି ଗସ୍ତ ଅବସରରେ ସେ ଚାଇନା ଉପରେ ଖୁବ୍‌ ବର୍ଷିଛନ୍ତି।...

ବିହାର ବିଧାନସଭା: ବାଚସ୍ପତି ପଦ ପାଇଁ ଅଡି ବସିଛି ଭାଜପା!

ପାଟନା,୧୬ ।୧୧: ବିହାର ବିଧାନସଭାର ମୁଖ୍ୟମନ୍ତ୍ରୀ ଭାବେ ନୀତୀଶ କୁମାର ୭ମ ଥର ପାଇଁ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ରାଜଭବନର ରାଜେନ୍ଦ୍ର ମଣ୍ଡପରେ...

କୋଭିଡ-୧୯ରେ ପୀଡ଼ିତ ୫ଶହରୁ ଊର୍ଦ୍ଧ୍ୱ କରୋନା ଯୋଦ୍ଧା

ନୂଆଦିଲ୍ଲୀ,୮।୫: କରୋନା କବଳରେ ସାରା ଭାରତ। ଏଥିରୁ ବର୍ତ୍ତି ନାହିଁ ଭାରତ। ତେବେ ଭାରତରେ କରୋନା ଯୋଦ୍ଧା ସାଜିଥିବା ପାରା ମିଲିଟାରି ଫୋର୍ସର ୫ଶହରୁ ଊର୍ଦ୍ଧ୍ୱ...

୨୦୨୦ ମାର୍ଚ୍ଚ ପରେ ଆଜି ଦେଶରେ ସର୍ବନିମ୍ନ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୧୭।୧: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ମଙ୍ଗଳବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୯ ନୂଆ...

ଏଭଳି ଲୋକଙ୍କ ସହିତ ୧ ମିନିଟ୍‌ ରହିଲେ ବି ହୋଇଯିବ କରୋନା…

ନୂଆଦିଲ୍ଲୀ,୨୮।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ଆତଙ୍କ ଦେଖାଦେଇଛି। କରୋନା ଭୂତାଣୁ ସଂକ୍ରମଣ ତୀବ୍ର ବେଗରେ ବ୍ୟାପୁଥିବାରୁ ଏହାକୁ ରୋକିବା ଅସମ୍ଭବ ହୋଇପଡ଼ିଛି। ଏପରିସ୍ଥଳେ...

Advertisement
Archives

Model This Week