ଗଞ୍ଜାମ-ଗଜପତି ସୀମାନ୍ତରେ ଅବକାରୀ ଚଢ଼ାଉ: ୧୧୪୦୦ ଲିଟର ପୋଚ୍‌ ନଷ୍ଟ, ଅଭିଯୁକ୍ତ ଚମ୍ପଟ

ଦିଗପହଣ୍ଡି,୨୬ା୧୦(ଡି.ଏନ୍‌.ଏ.): ଦୀର୍ଘଦିନ ହେଲା ଗଞ୍ଜାମ-ଗଜପତି ସୀମାନ୍ତ ଶ୍ୟାମସୁନ୍ଦରପୁର, ବାଦପୁର ଓ ପ୍ରତାପପୁର ଗ୍ରାମ ନିକଟସ୍ଥ ଜଙ୍ଗଲରେ ଚୋରା ଦେଶୀମଦ ପ୍ରସ୍ତୁତ କାରବାର ଚାଲିଥିଲା। ଏହି ଖବର ଅବକାରୀ ଗୋଇନ୍ଦାଙ୍କ ନିକଟରେ ସୂଚନା ପହଞ୍ଚିବା ପରେ ଜିଲା ଆରକ୍ଷୀ ଅଧୀକ୍ଷକ ରମେନ୍ଦ୍ର ନାରାୟଣ ନାହାକଙ୍କ ନିର୍ଦ୍ଦେଶକ୍ରମେ ଜିଲା ଉପ-ଅଧୀକ୍ଷକ ବିଜୟ କୁମାର ଧାରୁଆଙ୍କ ତତ୍ତ୍ୱାବଧାନରେ ବ୍ରହ୍ମପୁର ମୋବାଇଲ୍‌ ଷ୍ଟାଫ୍‌ ସହ ଦିଗପହଣ୍ଡି ଅବକାରୀ କର୍ମଚାରୀମାନେ ବୁଧବାର ଅତର୍କିତ ଭାବେ ଚଢ଼ାଉ କରି ୧୧୪୦୦ ଲିଟର ପୋଚକୁ ନଷ୍ଟ କରିବା ସହ ୩୯୮ ଲିଟର ଦେଶୀ ମଦ ଜବତ କରିଛନ୍ତି। ଏହି ଚୋରାମଦ ପ୍ରସ୍ତୁତରେ ବ୍ୟବହୃତ ୫୭ଟି ପ୍ଳାଷ୍ଟିକ୍‌ ଡ୍ରମ୍‌,୧୦ଟି ପ୍ଲାଷ୍ଟିକ୍‌ ବାରେଲ୍‌ ସହ ୩ଟି ହଣ୍ଡା ଜବତ ହୋଇଛି। ଚଢ଼ାଉ ସମୟରେ ଅଭିଯୁକ୍ତମାନେ ଆଗୁଆ ସୂଚନା ପାଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଫଳରେ କୌଣସି ଅଭିଯୁ୍‌କ୍ତଙ୍କୁ ଗିରଫ କରାଯାଇ ନ ଥିବା ଅବକାରୀ ଏସ୍‌.ଆଇ ସନ୍ତୋଷ ସାହୁ କହିଛନ୍ତି। ପରେ ଶ୍ୟାମସୁନ୍ଦରପୁର ଗ୍ରାମର ଉଦୟ ମଳିକ ନାମକ ଜଣେ ଯୁବକ କେନାଲ୍‌ ରାସ୍ତାରେ ଦୁଇଟି ଜାର୍‌ରେ ଚୋରା ଦେଶୀମଦ ଧରି ଯାଉଥିବା ବେଳେ ଚଢ଼ାଉ କରି ଅଭିଯୁକ୍ତକୁ ଗିରଫ କରିବା ସହ ତାଙ୍କ ଠାରୁ ୩୮ ଲିଟର ଚୋରା ଦେଶୀମଦ ଜବତ କରିଛନ୍ତି। ଏନେଇ ଅଭିଯୁକ୍ତଙ୍କ ବିରୋଧରେ ଅବକାରୀ ମାମଲା ରୁଜୁ କରାଯାଇ ଦିଗପହଣ୍ଡି କୋର୍ଟ ଚାଲାଣ କରାଯାଇଛି। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ଅଭି୍‌ଯୁକ୍ତକୁ ଦିଗପହଣ୍ଡି ଉପକାରାଗାରକୁ ପଠାଇ ଦିଆଯାଇଛି। ଏହି ଚଢ଼ାଉରେ ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ଭିଜିଲାନ୍ସ ଏସ୍‌.ଆଇ ସୁଧାଂଶୁ ମୁଣ୍ଡା,ଦିଗପହଣ୍ଡି ଅବକାରୀ ଏ.ଏସ୍‌.ଆଇ ବସନ୍ତ ବେହେରା, ପଦ୍ମାବତୀ ସେଠୀ,ସୁଚିତା ଡୁମ୍‌ଡୁମ୍‌, ଆଲ୍‌ଫାଲତା ସାହୁ,ଏନ୍‌.ତ୍ରିପତି,ସୁଧାକର ଶବର,ସ୍ବୟଂମ୍ଭୁ କହଁର,ନିର ବେହେରା ପ୍ରମୁଖ ବ୍ରହ୍ମପୁର ଅବକାରୀ ମୋବାଇଲ୍‌ କର୍ମଚାରୀମାନେ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚିଠା ଭୋଟର ତାଲିକା ପ୍ରକାଶ, ବଲାଙ୍ଗୀର ଜିଲାରୁ ବାଦ ପଡ଼ିଲେ…

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision – SIR) ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

ନଦିଗାଁ ରାସ୍ତାର ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ଧୂଷୁରୀ ଥାନା ଘେରାଉ କଲେ ଶତାଧିକ ମହିଳା

ଅସୁରାଳି,୫ା୭(ସନ୍ତୋଷ ସାହୁ): ଧୂଷୁରୀ ଥାନା ଅଞ୍ଚଳର ନଦିଗାଁ ରାସ୍ତା ନିକଟରେ ପ୍ରସ୍ତାବିତ ମଦ ଦୋକାନ ଖୋଲିବାକୁ ବିରୋଧ କରିଛନ୍ତି ସ୍ଥାନୀୟ ମହିଳା । ରବିବାର ଶତାଧିକ ମହିଳା…

ଟ୍ରମ୍ପଙ୍କ ଧମକର କଡ଼ା ଜବାବ ଦେଲା ଇରାନ; ନା ସଭ୍ୟତା, ନା ଇତିହାସ….

ତେହରାନ,୫ା୭: ଡୋନାଲ୍ଡ ଟ୍ରମ୍ପଙ୍କ ନିରନ୍ତର ବୟାନବାଜି ଉପରେ ଇରାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଟ୍ରମ୍ପ ଦାବି କରିଥିଲେ ଯେ ସେ ଦେଶର ବରିଷ୍ଠ ନେତାମାନଙ୍କୁ…

ପାରାଗୁଏକୁ ହରାଇ କ୍ୱାର୍ଟର ଫାଇନାଲରେ ପହଞ୍ଚିଲା ଫ୍ରାନ୍ସ

ଫିଲାଡେଲଫିଆ, ୫ା୭: ପେନାଲ୍ଟି କିକ୍‌ରୁ କିଲିଆନ ଏମ୍‌ବାପେଙ୍କ ଗୋଲ ବଳରେ ରବିବାର ଖେଳାଯାଇଥିବା ରାଉଣ୍ଡ ଅଫ୍‌-୧୬ ମ୍ୟାଚ୍‌ରେ ଫ୍ରାନ୍ସ ୧-୦ ଗୋଲରେ ପାରାଗୁଏକୁ ପରାସ୍ତ କରି କ୍ୱାର୍ଟର…

ବର୍ଷାରେ ବେହାଲ କେସିଙ୍ଗା, ରେଳ ଷ୍ଟେଶନରେ ପାଣି ଗଳୁଥିବାରୁ ଯାତ୍ରୀ ହନ୍ତସନ୍ତ

କେସିଙ୍ଗା,୫।୭(ତୁମେଶ୍ୱର ସାହୁ): ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଲୱେ ଷ୍ଟେଶନକୁ ଗତ ମାସ ୨୬ ତାରିଖରେ ଜେନେରାଲ ମେନେଜର ପରମେଶ୍ବର ଫୁଙ୍କାୱାଲଙ୍କ ସମେତ ଡି ଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri