ଗଞ୍ଜାମ-ଗଜପତି ସୀମାନ୍ତରେ ଅବକାରୀ ଚଢ଼ାଉ: ୧୧୪୦୦ ଲିଟର ପୋଚ୍‌ ନଷ୍ଟ, ଅଭିଯୁକ୍ତ ଚମ୍ପଟ

ଦିଗପହଣ୍ଡି,୨୬ା୧୦(ଡି.ଏନ୍‌.ଏ.): ଦୀର୍ଘଦିନ ହେଲା ଗଞ୍ଜାମ-ଗଜପତି ସୀମାନ୍ତ ଶ୍ୟାମସୁନ୍ଦରପୁର, ବାଦପୁର ଓ ପ୍ରତାପପୁର ଗ୍ରାମ ନିକଟସ୍ଥ ଜଙ୍ଗଲରେ ଚୋରା ଦେଶୀମଦ ପ୍ରସ୍ତୁତ କାରବାର ଚାଲିଥିଲା। ଏହି ଖବର ଅବକାରୀ ଗୋଇନ୍ଦାଙ୍କ ନିକଟରେ ସୂଚନା ପହଞ୍ଚିବା ପରେ ଜିଲା ଆରକ୍ଷୀ ଅଧୀକ୍ଷକ ରମେନ୍ଦ୍ର ନାରାୟଣ ନାହାକଙ୍କ ନିର୍ଦ୍ଦେଶକ୍ରମେ ଜିଲା ଉପ-ଅଧୀକ୍ଷକ ବିଜୟ କୁମାର ଧାରୁଆଙ୍କ ତତ୍ତ୍ୱାବଧାନରେ ବ୍ରହ୍ମପୁର ମୋବାଇଲ୍‌ ଷ୍ଟାଫ୍‌ ସହ ଦିଗପହଣ୍ଡି ଅବକାରୀ କର୍ମଚାରୀମାନେ ବୁଧବାର ଅତର୍କିତ ଭାବେ ଚଢ଼ାଉ କରି ୧୧୪୦୦ ଲିଟର ପୋଚକୁ ନଷ୍ଟ କରିବା ସହ ୩୯୮ ଲିଟର ଦେଶୀ ମଦ ଜବତ କରିଛନ୍ତି। ଏହି ଚୋରାମଦ ପ୍ରସ୍ତୁତରେ ବ୍ୟବହୃତ ୫୭ଟି ପ୍ଳାଷ୍ଟିକ୍‌ ଡ୍ରମ୍‌,୧୦ଟି ପ୍ଲାଷ୍ଟିକ୍‌ ବାରେଲ୍‌ ସହ ୩ଟି ହଣ୍ଡା ଜବତ ହୋଇଛି। ଚଢ଼ାଉ ସମୟରେ ଅଭିଯୁକ୍ତମାନେ ଆଗୁଆ ସୂଚନା ପାଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଫଳରେ କୌଣସି ଅଭିଯୁ୍‌କ୍ତଙ୍କୁ ଗିରଫ କରାଯାଇ ନ ଥିବା ଅବକାରୀ ଏସ୍‌.ଆଇ ସନ୍ତୋଷ ସାହୁ କହିଛନ୍ତି। ପରେ ଶ୍ୟାମସୁନ୍ଦରପୁର ଗ୍ରାମର ଉଦୟ ମଳିକ ନାମକ ଜଣେ ଯୁବକ କେନାଲ୍‌ ରାସ୍ତାରେ ଦୁଇଟି ଜାର୍‌ରେ ଚୋରା ଦେଶୀମଦ ଧରି ଯାଉଥିବା ବେଳେ ଚଢ଼ାଉ କରି ଅଭିଯୁକ୍ତକୁ ଗିରଫ କରିବା ସହ ତାଙ୍କ ଠାରୁ ୩୮ ଲିଟର ଚୋରା ଦେଶୀମଦ ଜବତ କରିଛନ୍ତି। ଏନେଇ ଅଭିଯୁକ୍ତଙ୍କ ବିରୋଧରେ ଅବକାରୀ ମାମଲା ରୁଜୁ କରାଯାଇ ଦିଗପହଣ୍ଡି କୋର୍ଟ ଚାଲାଣ କରାଯାଇଛି। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ଅଭି୍‌ଯୁକ୍ତକୁ ଦିଗପହଣ୍ଡି ଉପକାରାଗାରକୁ ପଠାଇ ଦିଆଯାଇଛି। ଏହି ଚଢ଼ାଉରେ ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ଭିଜିଲାନ୍ସ ଏସ୍‌.ଆଇ ସୁଧାଂଶୁ ମୁଣ୍ଡା,ଦିଗପହଣ୍ଡି ଅବକାରୀ ଏ.ଏସ୍‌.ଆଇ ବସନ୍ତ ବେହେରା, ପଦ୍ମାବତୀ ସେଠୀ,ସୁଚିତା ଡୁମ୍‌ଡୁମ୍‌, ଆଲ୍‌ଫାଲତା ସାହୁ,ଏନ୍‌.ତ୍ରିପତି,ସୁଧାକର ଶବର,ସ୍ବୟଂମ୍ଭୁ କହଁର,ନିର ବେହେରା ପ୍ରମୁଖ ବ୍ରହ୍ମପୁର ଅବକାରୀ ମୋବାଇଲ୍‌ କର୍ମଚାରୀମାନେ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖଣି ବିଭାଗର ଡ୍ରୋନ୍‌ କ୍ୟାମେରାରେ ମାପଚୁପ

ଯାଜପୁର,୨୦।୪ (ହର୍ଷବର୍ଦ୍ଧନ ବେହେରା)ଦ୍ରୁତ ଶିଳ୍ପାୟନ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ସହ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ରାଜ୍ୟ ସରକାର ଦାବି କରୁଛନ୍ତି।...

ଛାତ୍ରୀଛାତ୍ରଙ୍କ ଦୁର୍ଦ୍ଦଶାର ହେଉନି ଅନ୍ତ

ଡେରାବିଶ, ୨୦ା୪ (ବେବର୍ତ୍ତା ଅଜୟ ଦାସ)କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ଡେରାବିଶ ବ୍ଲକ କୁରୁଜଙ୍ଗାଠାରେ ୨୦୨୨ରେ ଖୋଲାଯାଇଥିବା ଆଦର୍ଶ ବିଦ୍ୟାଳୟ ଏବେ ବି ସମସ୍ୟା ଘେରରେ। ଏହି...

୬ ମାସ ହେବ ପାନୀୟ ଜଳ ପ୍ରକଳ୍ପ ଅଚଳ

ନାଉଗାଁ ,୨୦ା୪(ସୁଧା ବେହୁରା)ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବୃଦ୍ଧି ପାଇ ଚାଲିଥିବାବେଳେ ସକାଳ ୯ଟା ପରେ ଘରୁ ବାହାରିବା କଷ୍ଟସାଧ୍ୟ ହୋଇପଡୁଛି। ଏନେଇ ପାନୀୟ ଜଳର...

ଅଣଚାଷୀଙ୍କୁ ପ୍ରାଧାନ୍ୟ ଦେଉଛି କୃଷି ବିଭାଗ

ନୟାଗଡ଼,୨୦।୪(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ସଦର ବ୍ଲକର ବାଲୁଗଁା ପଞ୍ଚାୟତ ଅଞ୍ଚଳରେ ଚାଷୀ ଓ ଚାଷକୁ କୃଷି ବିଭାଗ ଅଣଦେଖା କରୁଥିବା ଅଭିଯୋଗ ହୋଇଆସୁଛି। ଚାଷୀ ଓ...

ପକାରି ବନାଞ୍ଚଳରେ ନିଆଁ

ଦାରିଙ୍ଗବାଡି, ୨୦ା୪ (ଅରୁଣ ସାହୁ):ଏବେ ସାରା ରାଜ୍ୟରେ ତାପମାତ୍ରା ବିଭିନ୍ନ ଜିଲାରେ ୪୪ ଡିଗ୍ରୀ ଛୁଇଁଲାଣି। କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦାରିଙ୍ଗବାଡିରେ ମଧ୍ୟ ତାପମାତ୍ରା...

ପୁରୁଣାଙ୍କ ସହ ଲଢ଼ିବେ ନୂଆ

ସୁନାବେଡ଼ା/ସେମିଳିଗୁଡ଼ା,୨୦ା୪(କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ଼): କୋରାପୁଟ ଜିଲା ପଟ୍ଟାଙ୍ଗି ବିଧାନସଭା ନିର୍ବାଚନମଣ୍ଡଳୀରେ ମେ’ ୧୩ରେ ନିର୍ବାଚନ ହେବ। କଂଗ୍ରେସ ଓ ଶାସକ ବିଜେଡି ନିଜର ପ୍ରାର୍ଥୀ ପରିବର୍ତ୍ତନ...

ବାହାର ଅଞ୍ଚଳ ପ୍ରାର୍ଥୀ ବନାମ ମାଟିର ପୁଅ

ଯାଜପୁର,୨୦ା୪(ହର୍ଷବର୍ଦ୍ଧନ ବେହେରା): ସମ୍ପ୍ରତି ଜିଲା ତଥା ନିର୍ବାଚନମଣ୍ଡଳୀ ବାହାର ପ୍ରାର୍ଥୀଙ୍କୁ ନେଇ ବହୁ ଚର୍ଚ୍ଚା ହେଉଛି। ହେଲେ ନେତାମାନେ ନିଜ ଅଞ୍ଚଳଠାରୁ ଦୂର ଅନ୍ୟ ଏକ...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri