ଏକାଠି ହେଲେ ଗଞ୍ଜାମ ଜିଲା ଠିକାଦାର ସଂଘ: ଆଗକୁ…

ଦିଗପହଣ୍ଡି,୨୭|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ଗ୍ରାମ ନିକଟ ମା ‘ ରତ୍ନେଶ୍ୱରୀ ଶକ୍ତିପୀଠ ପରିସରରେ  ଶୁକ୍ରବାର ନିଖିଳ ଓଡିଶା ଠିକାଦାର ମହାସଂଘ ଗଞ୍ଜାମ ଜିଲା ଶାଖା ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ବ୍ଳକ ଠିକାଦାର  ସଂଘ ସଭାପତି ପ୍ରଶାନ୍ତ କୁମାର ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲା ସଭାପତି ଉମାକାନ୍ତ ସାହୁ ଅଧ୍ୟକ୍ଷତା କରିଥିଲେ। ଜିଲା ଉପସଭାପତି ଗୋପାଳ ପଣ୍ଡା , ସମ୍ପାଦକ ଜି . ଗୋପାଳ ରାଓ ଦୋରାଙ୍କ ସମେତ ବିଭିନ୍ନ ବ୍ଲକ ସଂଘର କାର୍ଯ୍ୟକର୍ତ୍ତା ନୀଳାଞ୍ଚଳ ସାହୁ , ଲକ୍ଷ୍ମୀ ନାରାୟଣ ରେଡ୍ଡୀ , ମହେଶ୍ୱର ନାୟକ , ସଞ୍ଜୟ ରାଉତ , କାହ୍ନୁଚରଣ ଗୈାଡ , ଦେବରାଜ ଭୂୟାଁ , ଅଶୋକ ନାୟକ , ନୀଳାଞ୍ଚଳ ସାହୁ ପ୍ରମୁଖ  ମଞ୍ଚାସିନ ଥିଲେ । ସଭାରେ ସାଙ୍ଗଠନିକ ଅଭିବୃଦ୍ଧି ଏବଂ ବିଭିନ୍ନ ପ୍ରସଙ୍ଗ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇ ବିଧିବଦ୍ଧ ପ୍ରସ୍ତାବ ଗୃହୀତ କରାଯାଇଥିଲା  ସଂଘର ଏକତା ବଜାୟ ରଖିବା ସହ ସମସ୍ତ ସରକାରୀ ଟେଣ୍ଡରକୁ କୈାଣସି ସଦସ୍ୟ ସଂଘର ନୀତି ବିରୋଧରେ ଯାଇ ଧାର୍ଯ୍ୟ ସିଡ୍ଯୁଲ ରେଟ ଠାରୁ କମ୍ ମୂଲ୍ୟରେ ଟେଣ୍ଡର କଟ୍ ନ କରିବା ଏବଂ ସଂଘ ପକ୍ଷରୁ ସରକାରଙ୍କୁ ଦିଆଯାଇଥିବା ୮ ଦଫା ଦାବି ସମ୍ପର୍କରେ  ଆଲୋକପାତ କରାଯାଇଥିଲା । ସଭାରେ ଦିଗପହଣ୍ଡି ସଂଘ ଉପସଭାପତି ଅଶୋକ କୁମାର ସାହୁ , ପ୍ରଦୀପ କୁମାର ପଣ୍ଡା , କୋଷାଧ୍ୟକ୍ଷ ତୋଫାନ କୁମାର ସାହୁ , ନୀଳମାଧବ ଗୈାଡ , ଅଶୋକ ସ୍ବାଇଁ , ମନୋଜ ପଟ୍ଟନାୟକ  , ଶ୍ରୀଧର ମେକାପ , ଗୋକୁଳ ସାହୁଙ୍କ ସମେତ ଧରାକୋଟ , ସାନଖେମୁଣ୍ଡି , ଶେରଗଡ଼ , ଆସିକା , ଦିଗପହଣ୍ଡି , ହିଞ୍ଜିଳି , ଚିକିଟି ବ୍ଲକ ଶାଖାର ବହୁ ଠିକାଦାର ଉପସ୍ଥିତ ରହି ସଭା ପରିଚାଳନାରେ ସହଯୋଗ  କରିଥିଲେ ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଚନ୍ଦ୍ରିକା ମୃତ୍ୟୁ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ; OTAS ଅଧିକାରୀ ଭୀମସେନ ଟୁଡୁ ଚାକିରିରୁ ବହିଷ୍କୃତ

ଭୁବନେଶ୍ୱର, ୨୭।୬:  ବହୁ ଚର୍ଚ୍ଚିତ ଚନ୍ଦ୍ରିକା ମୃତ୍ୟୁ ମାମଲାରେ ରାଜ୍ୟ ସରକାର ପକ୍ଷରୁ ବଡ଼ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। OTAS (Odisha Tahasildar Administrative Service) ଅଧିକାରୀ…

ସ୍ୱାମୀ-ସ୍ତ୍ରୀ କଳହର କରୁଣ ପରିଣତି: ଭଉଣୀ ବାହାଘର ପୂର୍ବରୁ ପଡ଼ୋଶୀ ଯୁବକଙ୍କୁ ନିର୍ମମ ହତ୍ୟା, କାନ୍ଦବୋବାଳିରେ…

ସୁନ୍ଦରଗଡ଼, ୨୭।୬( ଜୟ ନାରାୟଣ ମେଣ୍ଡୁଳି): ଭଉଣୀର ବିବାହକୁ ମାତ୍ର କିଛି ଦିନ ବାକି ଥିବାବେଳେ ଚାଲିଗଲା ଭାଇର ଜୀବନ। ସୁନ୍ଦରଗଡ଼ ଜିଲା ତଲସରା ଥାନା ଅନ୍ତର୍ଗତ…

ଓଡ଼ିଶା ପୋଲିସକୁ ମିଳିବ ‘ପ୍ରେସିଡେଣ୍ଟସ୍୩ କଲର:  ଜୁଲାଇ ୫ରେ ଗୃହମନ୍ତ୍ରୀ ଅମିତ ଶାହ ପ୍ରଦାନ କରିବେ ସମ୍ମାନ

ଭୁବନେଶ୍ୱର, ୨୭।୬: ଓଡ଼ିଶା ପୋଲିସ ପାଇଁ ଏକ ଗୌରବମୟ ମୁହୂର୍ତ୍ତ ଆସିବାକୁ ଯାଉଛି। ଦେଶର ଅନ୍ୟତମ ସର୍ବୋଚ୍ଚ ପୋଲିସ ସମ୍ମାନ ‘ପ୍ରେସିଡେଣ୍ଟସ୍ କଲର’ (President’s Colour) ରେ…

ଗଞ୍ଜେଇ ଚାଲାଣ କରୁଥିଲେ, ପୋଲିସକୁ ଦେଖି ଡିଭାଇଡରରେ ପିଟିହେଲା କାର୍; ଜବତ ହେଲା ୨୫ ଲକ୍ଷର…

ଝାରସୁଗୁଡ଼ା, ୨୭।୬(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲା ବଡ଼ମାଲ ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବିଜୁ ଏକ୍ସପ୍ରେସ୍‌ ୱେର ଖେରୁଆଲ୍ ଛକ ନିକଟରୁ ବିପୁଳ…

ଶିଶୁ ଜନ୍ମ ହେଲେ ମୁଖ୍ୟମନ୍ତ୍ରୀ ଦେବେ ୧ ଗ୍ରାମର ସୁନା ମୁଦି, ରାଜ୍ୟ ସରକାରଙ୍କ ଖାସ୍ ସ୍କିମ୍…

ଚେନ୍ନାଇ,୨୭ା୬: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଥାଲାପତି ବିଜୟ ନିଜର ଏକ ପ୍ରମୁଖ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବାକୁ ଯାଉଛନ୍ତି। ଏଣିକି ରାଜ୍ୟର ସମସ୍ତ ସରକାରୀ ମାତୃତ୍ୱ କେନ୍ଦ୍ର ଓ…

ଶନି ମନ୍ଦିରରେ ଫୁଲ ଦେଇ ଫେରୁଥିଲେ, ପଛରୁ ପିଟିଦେଲା ବାଇକ୍‌; ଚାଲିଗଲା…

ପାରଳାଖେମୁଣ୍ଡି, ୨୭।୬(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ସହରରେ ଶନିବାର  ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଷ୍ଟାଡିୟମ୍ ନିକଟସ୍ଥ ଇଣ୍ଡିଆନ୍ ପେଟ୍ରୋଲ ପମ୍ପ ସମ୍ମୁଖରେ…

କାଜୁ ଜଙ୍ଗଲରେ ଝୁଲିପଡ଼ିଲେ ସଞ୍ଜୟ: ବଢୁଛି ସନ୍ଦେହ

ମହାକାଳପଡ଼ା,୨୭ା୬ (ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ରାମନଗର ପଞ୍ଚାୟତ ପିତାପାଟ ଚୌଧୁରୀ କାଜୁ ଜଙ୍ଗଲରେ ଜଣେ ଯୁବକ ଗୁରୁବାର…

ଦିନକ ପରେ ସ୍ନାନଯାତ୍ରା: ପୁରୀ ଆସିବାର ଥିଲେ ଜାଣି ନିଅନ୍ତୁ ଟ୍ରାଫିକ କଟକଣା, କେଉଁ ବାଟରେ ଯାଇ କରିବେ ମହାପ୍ରଭୁଙ୍କ ଦର୍ଶନ

ପୁରୀ,୨୭।୬: ଶ୍ରୀଜଗନ୍ନାଥଙ୍କ ପବିତ୍ର ସ୍ନାନଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri