ଅବହେଳିତ ଅବସ୍ଥାରେ ଗଞ୍ଜାମ ଧର୍ମଶାଳା ଜଗନ୍ନାଥ ମନ୍ଦିର: କୌଣସି ଲୋକଙ୍କ ସହଯୋଗ ନାହିଁ ବୋଲି କ୍ଷୋଭ ପ୍ରକାଶ କଲେ…

ଗଞ୍ଜାମ,୨୮।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ବ୍ରାହ୍ମଣ ଢମଣା ସାହି ସ୍ଥିତ ବହୁ ପୁରାତନ ଧର୍ମ ଶାଳା ଜଗନ୍ନାଥ ମନ୍ଦିର ଅବସ୍ଥିତ। ଏବେ ଏହି ପୁରାତନ ଧର୍ମ ଶାଳା ମନ୍ଦିର ଅବହେଳିତ ଅବସ୍ଥାରେ। ମନ୍ଦିରର ଜାଗାକୁ କିଛି ବ୍ୟକ୍ତି ଜବରଦଖଲ କରି ପାଇଖାନା ଗାଧୁଆ ଘର କରି ଜାଗାକୁ ନିଜ ଅକ୍ତିଆରରେ ରଖିଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ମଠ ମହନ୍ତ ବାସୁଦେବ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁ ନଥିବା ମହାନ୍ତ ଗଣମାଧ୍ୟମକୁ ସୂଚନା ଦେଇଛନ୍ତିl ପ୍ରକାଶ ଥାଉକି ଏହି ପୁରାତନ ମଠକୁ ଦୁଇ ହଜାର ମସିହାରେ ଗ୍ରାମର ବୁଦ୍ଧିଜୀବୀ ଓ ସ୍ବର୍ଗତ ରାମ ନାରାୟଣ ଦାସ ମହାରାଜଙ୍କ ପୌରାହିତ୍ୟରେ ମଠ ପୁନଃରୁଦ୍ଧାର ହୋଇଥଲା । ଏହି ମଠରେ ଚତୁର୍ଦ୍ଧା ମୂର୍ତ୍ତି ଜଗନ୍ନାଥ ବଳଭଦ୍ର ଓ ମା ସୁଭଦ୍ରାଙ୍କ ସହ ସୁଦର୍ଶନ ପୂଜାପାଉଛନ୍ତି । ବିଗ୍ରହମାନଙ୍କ ପ୍ରତିମୂର୍ତ୍ତି ମଧ୍ୟ ଭଗ୍ନ ଅବସ୍ଥାରେ ଥିବା ସେଗୁଡିକୁ କୁଶଳୀ କାରିଗରମାନଙ୍କ ଦ୍ୱାରା ନବ ନିର୍ମିତ କରାଯାଇଥିଲା । ମଠରେ କୌଣସି ଜମିଜମା ଥିଲେ ମଧ୍ୟ କିଛି ମହସିଲ ମିଳୁନଥିବା ଯୋଗୁ ନାହିଁ ନଥିବା ଅବସ୍ଥାରେ ମନ୍ଦିର ଚାଲୁଥିବା ମହନ୍ତ କହିଛନ୍ତି । ଏହିଭଳି ଅନେକ ପ୍ରତିମୂର୍ତ୍ତି ଭଗ୍ନ ହୋଇ ରହିଥିଲା, ମଠର ପୁନଃରୁଦ୍ଧାର ପରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହଯୋଗ କ୍ରମେ ଧୀରେ ଧୀରେ ମନ୍ଦିରର ଉନ୍ନତି ଘଟିଥିବା ଦେଖିବାକୁ ମିଳିଥିଲା । ପୁଣି ୨୦୧୪ରେ ନବକଳେବରରେ ତତ୍କାଳୀନ ଗଞ୍ଜାମ ତହସିଲଦାର ଶକ୍ତି କାନ୍ତ ରାୟ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏନସି ଜୋତିରଞ୍ଜନ ନାୟକଙ୍କର ଉଦ୍ୟମରେ ନବ କଳେବର କାର୍ଯ୍ୟ ଆରମ୍ଭ ଓ ଶେଷ ହୋଇଥିଲା l ଏହାର କିଛି ଦିନ ପରେ ଠାକୁରଙ୍କ ମୁଖ୍ୟ ଆସ୍ଥାନଟି ସମ୍ପୂର୍ଣ ଭାଙ୍ଗି ରୁଜି ଚୁରମାର ହୋଇଯାଇଥିଲା ପରେ କିଛି ଭକ୍ତଙ୍କ ସହଯୋଗରେ ଭଗ୍ନ ମନ୍ଦିରର ଟିକେ ଅଳ୍ପ ଆଗକୁ ଏକ ଅସ୍ଥାୟୀ ମନ୍ଦିର ଗୃହ ତିଆରି କରାଗଲା । ସେହି ଅସ୍ଥାୟୀ ଗୃହରେ ମହାପ୍ରଭୁ ଚତୁର୍ଦ୍ଧା ମୂର୍ତ୍ତି ଦୀର୍ଘ ଏଗାର ବର୍ଷ ହେଲା ବିରାଜମାନ କରି ପୂଜା ପାଉଛନ୍ତି । ପୁଣି ୨୦୨୧ରେ ତତ୍କାଳୀନ ମଠ ମହନ୍ତ ରାମ ରାଣାୟଣ ଦାସଙ୍କ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ତାଙ୍କ ସ୍ଥାନରେ ବଲାଙ୍ଗୀର ଜିଲାରୁ ଆସିଥିବା ସାଧୁ ବାସୁଦେବ ମହାରାଜଙ୍କୁ ମହନ୍ତ ଗାଦିରେ ଶାଢୀ ବନ୍ଧା ଯାଇଥିଲା କିନ୍ତୁ ଆଜି ପର୍ଯ୍ୟନ୍ତ ନୂତନ ମନ୍ଦିର ନିର୍ମାଣ ହୋଇପାରୁନାହିଁ । ଏହା ହେଉଛି ଆମ ଗଞ୍ଜାମର ଦୁଃଖ ବୋଲି ମହନ୍ତ ବାସୁଦେବ ମହାରାଜ ପ୍ରକାଶ କରିଛନ୍ତି । କୌଣସି ଲୋକଙ୍କ ସହଯୋଗ ନାହିଁ ବୋଲି କ୍ଷଭୋ ପ୍ରକାଶ କରିଛନ୍ତି। ଏହି ପରିପେକ୍ଷୀରେ ଗଣମାଧ୍ୟମଙ୍କ ସହଯୋଗ କ୍ରମେ ଆଗାମୀ ଦିନରେ ଠାକୁରଙ୍କ ଜାଗାର ପରିସୀମା ନିର୍ଦ୍ଧାରଣ କରିବା ପାଇଁ ଗଞ୍ଜାମ ତହସିଲଦାରଙ୍କ ନିକଟରେ ଆବେଦନ କରାଯିବ ବୋଲି ମହାନ୍ତ କହିଛନ୍ତି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ୍‌ ଧକ୍କାରେ ମହିଳା ଶ୍ରମିକ ମୃତ, ୭ ଆହତ

ସମ୍ବଲପୁର, ୨୫।୯ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୋମୁରା ଥାନା ଅନ୍ତର୍ଗତ କଂସର ଗ୍ରାମ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖ ଜାତୀୟ ରାଜପଥ ନଂ. ୫୫…

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

ପାଣି ସୁଅରେ ଭାସିଗଲା କାର, ଦୁଇ ଘଣ୍ଟା ଫସିଲେ ୨ ଜଣ

ଉଦଳା, ୨୫/୯(ସନ୍ତୋଷ ବାଛିନୀ): ଅଚାନକ ରାସ୍ତାରେ ପାଣି ପ୍ରବାହିତ ହେବାରୁ ପାଣି ସୁଅରେ ଏକ କାର ଭାସିଯାଇଥିବାବେଳେ ଏଥିରେ ଥିବା ଦୁଇ ଜଣ ପ୍ରାୟ ଦୁଇ ଘଣ୍ଟା…

ମୋରମ ରାସ୍ତାରେ ଦବୁଛି ଗାଡ଼ି: ରାଇକିଆ-ସିମନବାଡ଼ି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ

ରାଇକିଆ, ୨୫।୯ (ପ୍ରଦୀପ ବେହେରା): ତିନି ଦିନ ଧରି ଲଗାଣ ବର୍ଷା ଯୋଗୁ କନ୍ଧମାଳ ଜିଲା ରାଇକିଆ ବ୍ଲକ ସୁଗଡ଼ବାଡ଼ି ପଞ୍ଚାୟତ ଅନ୍ତର୍ଗତ ମୁରୁଡ଼ିକୁପୁଡ଼ା ନିକଟରେ ରାଇକିଆ-ଦାରିଙ୍ଗବାଡ଼ିକୁ…

ଦଶହରା-ବାଲିଯାତ୍ରା ପୂର୍ବରୁ ମାଣିକେଶ୍ୱରୀ ପୀଠରେ ସୁରକ୍ଷା ଚିନ୍ତା: ଅଚଳ ସିସିଟିଭି, ଭଙ୍ଗା ପ୍ରାଚୀର ଓ ଲାଇଟ୍‌

ଥୁଆମୂଳରାମପୁର, ୨୫।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ଅତି ପୁରାତନ ତଥା ରାଜାରାଜୁଡ଼ା ଅମଳର ପ୍ରସିଦ୍ଧ ପୀଠର…

ଲଗାଣ ବର୍ଷାରେ ବେହାଲ ଥୁଆମୂଳ ରାମପୁର: ଧସିଲା ପାହାଡ଼, ଗଛ ପଡ଼ି ରାସ୍ତା ଅବରୋଧ

ଥୁଆମୂଳ ରାମପୁର, ୨୫।୯ (ଦୁର୍ଗା କୀର୍ତ୍ତି): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ‘ରେଡ୍‌ ୱାର୍ଣ୍ଣିଂ’ ଜାରି ହୋଇଥିବା ବେଳେ ଥୁଆମୂଳ ରାମପୁର ବ୍ଲକ୍‌ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?