Posted inଜାତୀୟ

ତିହାର ଜେଲ୍‌ରୁ ଗ୍ୟାଙ୍ଗଷ୍ଟରଙ୍କ ଧମକ, ଜଣଙ୍କ ବଦଳରେ ୪ଙ୍କୁ ହତ୍ୟା କରିବି…

ତିହାର,୧୧।୮: ପଞ୍ଜାବର ମୋହାଲିରେ ଅକାଳୀ ଦଳ ନେତା ବିକ୍ରମଜିତ୍‌ ଓରଫ୍‌ ବିକିଙ୍କ ହତ୍ୟା ପାଇଁ ପ୍ରତିଶୋଧ ନେବାକୁ ଆଉ ଦୁଇଟି ଫେସବୁକ ପୋଷ୍ଟ ଏବେ ସାମ୍ନାକୁ ଆସିଛି। ଗୋଟିଏ ପୋଷ୍ଟ ତିହାରରେ ରହୁଥିବା ସମ୍ପାତ୍‌ ନେହେରାଙ୍କର ରହିଛି। ସେ ଜଣଙ୍କ ବଦଳରେ ୪ ଜଣଙ୍କୁ ହତ୍ୟା କରିବାକୁ ଧମକ ଦେଇଛନ୍ତି। ଦ୍ୱିତୀୟ ପୋଷ୍ଟ ହେଉଛି କାନାଡାରେ ବସିଥିବା ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାର। ସେ ବିକିଙ୍କ ହତ୍ୟାକୁ ନେଇ କ୍ରୋଧ ପ୍ରକାଶ କରିଛନ୍ତି। ଏହି ଫେସବୁକ ପୋଷ୍ଟ ପଞ୍ଜାବ ପୋଲିସ ଏବଂ ସ୍ପେଶାଲ ସେଲ ହାତରେ ଧରା ପଡିଛି। ଏହାକୁ ନେଇ ଏବେ ଦିଲ୍ଲୀରୁ ପଞ୍ଜାବ ପର୍ଯ୍ୟନ୍ତ ଗ୍ୟାଙ୍ଗ୍‌ଓ୍ବାରର ଆଶଙ୍କା ସୃଷ୍ଟି ହୋଇଛି। ସୁରକ୍ଷା ଦୃଷ୍ଟିରୁ ପୋଲସ ପକ୍ଷରୁ ଯାଞ୍ଚ୍‌ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହିତ ପାଟ୍ରୋଲିଂକୁ ବ୍ୟାପକ କରାଯାଇଛି।
ବିକିଙ୍କୁ ଅଗଷ୍ଟ ୭ରେ ମୋହାଲିର ସେକ୍ଟର ୭୧ରେ ଗୁଳିକରି କରାଯାଇଥିଲା। ତାଙ୍କୁ ୧୫ ଥର ଗୁଳିି କରାଯାଇଥିଲା। ହତ୍ୟାକାଣ୍ଡର ପରଦିନ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଶ୍ନୋଇଙ୍କ ଫେସବୁକ ପୋଷ୍ଟ ସାମ୍ନାକୁ ଆସିଥିଲା। ସେ ଏହାର ପ୍ରତିଶୋଧ ନେବାକୁ କହିଥିଲେ। ସମ୍ପାତ୍‌ ନେହେରା ରାଜସ୍ଥାନର ଚୁରୁ ନିବାସୀ ଏବଂ ବର୍ତ୍ତମାନ ସେ ଏମ୍‌ସିଓସିଏ ଅଭିଯୋଗରେ ତିହାର ଜେଲରେ ରହିଛନ୍ତି। ସମ୍ପାତ୍‌, ଲରେନ୍ସ ଏବଂ କାଲା ଜାଥେଡି ଗ୍ୟାଙ୍ଗ ସହିତ ଯୋଗାଯୋଗରେ ରହିଥିବା ପୋଲିସ କହିଛି। ମୋହାଲିରେ ବିକିଙ୍କ ହତ୍ୟା ମାମଲା ଦିଲ୍ଲୀର ତିହାର ଜେଲରୁ ପଞ୍ଜାବ ଏବଂ କାନାଡା ପର୍ଯ୍ୟନ୍ତ ଲମ୍ବିଛି। ଏଭଳି ପରିସ୍ଥିତିରେ ବିକିଙ୍କ ହତ୍ୟା ପଛରେ ଗ୍ୟାଙ୍ଗ୍‌ଓ୍ବାର ହେବାର ଆଶଙ୍କା ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖୋଲିବ ମଲ୍ଟିପ୍ଲେକ୍ସ୍‌, ଜିମ୍‌

ଲକ୍ଷ୍ନୌ,୨।୭: ଉତ୍ତରପ୍ରଦେଶରେ କରୋନା ଭାଇରସ୍‌ର ଦ୍ୱିତୀୟ ଲହର ସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। ରାଜ୍ୟରେ ଲଗାତର ଦୈନିକ ସଂକ୍ରମଣ ହ୍ରାସ ଘଟୁଛି। ଏଥିପାଇଁ ରାଜ୍ୟ...

ନିଖୋଜ ବିମାନକୁ ଖୋଜିବେ ପର୍ବତାରୋହୀ

ଗୁଆହାଟି,୧୦।୬: ଭାରତୀୟ ବାୟୁସେନା ବିମାନ ଏଏନ୍‌-୩୨ ନିଖୋଜ ହେବାର ୮ ଦିନ ବିତିଯାଇଥିଲେ ମଧ୍ୟ ଏବେ ପର୍ଯ୍ୟନ୍ତ ତା’ର ପତ୍ତା ମିଳିପାରିନାହିଁ। ସୋମବାର ପାଗ ଖରାପ...

ଅଭିନେତ୍ରୀଙ୍କୁ ବନ୍ଧୁକ ମୁନରେ ଲୁଟିଲେ

ନୂଆଦିଲ୍ଲୀ, ୧୫।୯: ଅଭିନେତ୍ରୀ ନିକିତା ରାଓ୍ବାଲଙ୍କୁ କିଛି ଦୁର୍ବୃତ୍ତ ବନ୍ଧୁକ ମୁନରେ ଲୁଟିଛନ୍ତି। ନିକିତା ତାଙ୍କ ମାଉସୀଙ୍କ ଘରେ ଏକା ଥିବା ବେଳେ କିଛି ଦୁର୍ବୃତ୍ତ...

ସେନା ପ୍ରତ୍ୟାହାର ଲାଗି ରାଜି ହେଲେ ଭାରତ-ଚାଇନା

ନୂଆଦିଲ୍ଲୀ,୨।୮: ପୂର୍ବ ଲଦାଖର ବିଭିନ୍ନ ସ୍ଥାନରୁ ସେନା ପ୍ରତ୍ୟାହାର ଲାଗି ଭାରତ ଓ ଚାଇନା ରାଜି ହୋଇଛନ୍ତି। ଶନିବାର ଚୁଶୁଲ-ମୋଲ୍‌ଡୋ ସୀମାରେ ଦୁଇଦେଶ ମଧ୍ୟରେ ଅନୁଷ୍ଠିତ...

ଘର ବଜେଟ ବି ବିଗାଡ଼ି ଦେଲେ ମୋଦି ସରକାର

ନୂଆଦିଲ୍ଲୀ, ୬।୨: ଦେଶରେ ବଢୁଥିବା ମହଙ୍ଗା ସ୍ଥିତିକୁ ନେଇ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଘେରିବା ଆରମ୍ଭ କରିଛି। ଏସମ୍ପର୍କରେ କଂଗ୍ରେସ ପକ୍ଷରୁ ରାହୁଲ...

ଦିଲ୍ଲୀରେ ଆନ୍ଦୋଳନ କରୁଥିବା ଲୋକେ କୃଷକ ନୁହନ୍ତି,ଦଲାଲ

ପାଟନା,୨୦।୧୨: ଦିଲ୍ଲୀରେ କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ କୃଷକଙ୍କ ବିରୋଧ ୨୫ ଦିନରେ ପହଞ୍ଚିଛି। ବିରୋଧୀ କୃଷକମାନେ କୃଷି ଆଇନକୁ ରଦ୍ଦ କରିବାକୁ ଜିଦ...

ହନିଟ୍ରାପ୍‌ରେ ୧୩ ଆଇଏଏସ୍‌ ଅଧିକାରୀ

ଭୋପାଳ,୨୭।୯:ମଧ୍ୟପ୍ରଦେଶ(ଏମ୍‌ପି)ରେ ହନିଟ୍ରାପ୍‌ ମାମଲା ସବୁ ସରହଦ ପାର୍‌ କରିଯାଇଛି। ଏହି ମାମଲାରେ ୧୩ ଆଇଏଏସ୍‌ ଅଫିସର ସମ୍ପୃକ୍ତ ଥିବା ଘଟଣା ଲୋକଲୋଚନକୁ ଆସିଛି। ଏହି ଆଇଏଏସ୍‌ମାନେ...

ଶେଷରେ କୃଷକଙ୍କ ଜିଦ୍ ସାମ୍ନାରେ ମୁଣ୍ଡ ନୁଆଁଇଲେ ସରକାର

ନୂଆଦିଲ୍ଲୀ,୨୭ ।୧୧: କୃଷି ଆଇନ୍ ବିରୋଧରେ ପଞ୍ଜାବରୁ ମାର୍ଚ୍ଚ ବାହାର କରିଥିବା କୃଷକଙ୍କୁ ଦିଲ୍ଲୀ ପ୍ରବେଶ ପାଇଁ ଅନୁମତି ପ୍ରଦାନ କରାଯାଇଛି । ଶୁକ୍ରବାର ପୋଲିସ...

Advertisement
Archives

Model This Week