ରାଜଧାନୀରେ ଗ୍ୟାଙ୍ଗ୍‌ ସକ୍ରିୟ, ଟ୍ରାକିଂରେ ପୋଲିସ ଫେଲ୍‌

ଭୁବନେଶ୍ୱର,୧୦।୪(ବ୍ୟୁରୋ): ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଜିଲାରେ ଦିନକୁ ଦିନ ଅପରାଧ ବୃଦ୍ଧି ପାଇବାରେ ଲାଗିଛି। ପୋଲିସକୁ ଚ୍ୟାଲେଞ୍ଜ ଦେଇ ଚୋରିଠୁ ଆରମ୍ଭ କରି ଛିନ୍‌ତାଇ, ଅପହରଣ, ମାର୍‌ପିଟ ଭଳି ଘଟଣା ପ୍ରତ୍ୟହ ଘଟିବାରେ ଲାଗିଛି। ଏହିସବୁ ଘଟଣା ପଛରେ ଏକାଧିକ ଗ୍ୟାଙ୍ଗ୍‌ର ସମ୍ପୃକ୍ତି ରହୁଥିବା କୁହାଯାଉଥିବାବେଳେ ପୋଲିସ ତା’ର ଟେର୍‌ ପାଇପାରୁନାହିଁ। ଅପରାଧ ଘଟିବା ପରେ ଅଭିଯୋଗ ଆସିଲେ ପୋଲିସ ତତ୍ପରତା ଦେଖାଇବା ସହ ଚଢ଼ାଉ କରୁଛି। ଫଳରେ ଗ୍ୟାଙ୍ଗ୍‌ ଚଳାଉଥିବା ମୁଖ୍ୟ ଅଭିଯୁକ୍ତ ଓ ଅନ୍ୟ ଅପରାଧୀମାନେ ବିଭିନ୍ନ ଗଳାବାଟ ଦେଇ ଖସିଯିବାକୁ ସୁଯୋଗ ପାଉଛନ୍ତି। ଫଳରେ ସହରରେ ଅପରାଧ ବୃଦ୍ଧି ପାଇବା ସହ ସହରବାସୀଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନିକଟରେ ନୟାପଲ୍ଲୀ ଥାନା ଅଞ୍ଚଳରେ ଏକ ବିବାଦୀୟ ଜମିକୁ ନିଜ ଅଧୀନକୁ ଆଣିବା ପାଇଁ ସୁପାରି ନେଇ ରାତିଅଧରେ ବସ୍‌ ଯୋଗେ ଏକ ଗ୍ୟାଙ୍ଗ୍‌ର ଶତାଧିକ ଲୋକ ଦଳବଦ୍ଧ ହୋଇ ଜେସିବି ଲଗାଇ ଦୋକାନ ଘର ଭାଙ୍ଗିବା ସହ ଲୁଟ୍‌ କରିବା ଏହାର ନଗ୍ନ ଉଦାହରଣ। ଘଟଣାରେ ୭ ବାଉନ୍‌ସରଙ୍କ ସମେତ ୧୪ ଜଣଙ୍କୁ ପୋଲିସ ଗିରଫ କରିଥିଲେ ମଧ୍ୟ ମାଷ୍ଟରମାଇଣ୍ଡ ରାଘବ ଜେନାଙ୍କ ସମେତ ଏକାଧିକ ବ୍ୟକ୍ତି ଏବେବି ଫେରାର ଅଛନ୍ତି। ଘଟଣାକୁ ୧୫ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ମାଷ୍ଟରମାଇଣ୍ଡକୁ ଧରିବା ତ ଦୂରର କଥା, ସେ ଏବେ କେଉଁଠି ତାହାର ପତ୍ତା ନ ପାଇବା ପୋଲିସର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ସହରରେ ଆହୁରି ୩ରୁ ୪ ଗ୍ୟାଙ୍ଗ୍‌ ସକ୍ରିୟ ରହିଥିବା ଖୋଦ୍‌ ଡିସିପି ଖବରଦାତା ସମ୍ମିଳନୀରେ କହିବା ସହ ସେମାନଙ୍କୁ ଖୁବ୍‌ଶୀଘ୍ର ଧରାଯିବ ବୋଲି କହିଥିଲେ। କିନ୍ତୁ ଏଯାବତ୍‌ ସେହି ଗ୍ୟାଙ୍ଗ୍‌ ସମ୍ପର୍କରେ କୌଣସି ସୁରାକ୍‌ ମିଳିପାରିନାହିଁ। ଅପରାଧୀଙ୍କୁ ଟ୍ରାକିଂ କରିବାରେ ପୋଲିସ ବିଫଳ ହୋଇଛି। ସେହିଭଳି ଗତବର୍ଷ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏକ ବାର୍‌ରେ ପ୍ରବେଶ ପାଇଁ ଅନୁମତି ନ ଦେବାରୁ ସୁରକ୍ଷାକର୍ମୀ ଓ କର୍ମଚାରୀଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିଲା। ଏଥିରେ ୩୦ରୁ ଅଧିକ ଯୁବକ ଗ୍ୟାଙ୍ଗ୍‌ ହୋଇ ବସ୍‌ରେ ଆସି ଆକ୍ରମଣ କରିଥିଲେ। ଘଟଣାରେ ପୋଲିସ କେତେଜଣ ଯୁବକଙ୍କୁ ଗିରଫ କରିଥିବାବେଳେ ମୁଖ୍ୟ ଅଭିଯୁକ୍ତ ସଞ୍ଜୀବଙ୍କୁ ଏଯାବତ୍‌ ଧରିପାରିନାହିଁ। ତେବେ ସଞ୍ଜୀବ ଏକ ନିର୍ଦ୍ଦିଷ୍ଟ ଦଳର ଛାତ୍ରନେତା ଥିବାରୁ ପୋଲିସ ଗିରଫ କରୁ ନ ଥିବା କୁହାଯାଉଛି। କେବଳ ଏହି ଦୁଇଟି ଘଟଣା ନୁହେଁ, ପୂର୍ବରୁ ମଧ୍ୟ କେବିଏନ୍‌ ଗ୍ୟାଙ୍ଗ୍‌ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ ପୋଲିସ ଧରପଗଡ଼ କରିଥିଲା। ଅନ୍ୟପକ୍ଷେ ଓଡ଼ିଶାକୁ ବାହାର ରାଜ୍ୟର ଗ୍ୟାଙ୍ଗ୍‌ ଆସି ଅନେକ ସମୟରେ ଚୋରି, ଡକାୟତି, ଛିନ୍‌ତାଇ ଭଳି ଅପରାଧ ଘଟାଉଥିବା ନଜିର ରହିଛି। ହେଲେ ଗ୍ୟାଙ୍ଗ୍‌ ସଦସ୍ୟମାନେ ହୋଟେଲରେ ରହି ଖୁଲମ୍‌ଖୁଲା ସହରରେ ବୁଲି ବୁଲି ଅପରାଧ କରୁଥିଲେ ମଧ୍ୟ ପୋଲିସ ସେମାନଙ୍କ ଟେର୍‌ ନ ପାଇବା ଚିନ୍ତାର କାରଣ ପାଲଟିଛି।
ଏନେଇ ଡିସିପି ପ୍ରତୀକ ସିଂ କହିଲେ, ପୋଲିସ ପକ୍ଷରୁ ସହରରେ ଅପରାଧ ଘଟାଉଥିବା ଗ୍ୟାଙ୍ଗ୍‌ଙ୍କୁ ଧରିବାକୁ ଚେଷ୍ଟା କରାଯାଉଛି। ଲୋକମାନେ କୌଣସି ଅପରାଧର ଶିକାର ହେଲେ ଭୟ ନ କରି ଆଗକୁ ଆସି ଅଭିଯୋଗ କଲେ ପୋଲିସ ପଦକ୍ଷେପ ନେବ ବୋଲିି ଡିସିପି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?