Posted inଫୁରସତ

ସାତଥର ଯିବ ଗଙ୍ଗା, ଥରେ ଚନ୍ଦ୍ରଭାଗା…

ପୂର୍ବ ସଂଖ୍ୟାରେ ଆମେ ଠାରିଦେଇଥିଲୁ ସଂପ୍ରୀତିର ବାର୍ତ୍ତା ଦେଉଥିଲା ଚନ୍ଦ୍ରଭାଗା। ସଂପ୍ରୀତି ମାନେ ହେଉଛି ଅନୁରାଗ ଆଉ ସ୍ନେହ। ସାମାଜିକ ଦୃଷ୍ଟିରୁ ‘ସଦ୍‌ଭାବନା’ ବନ୍ଧୁତ୍ୱପୂର୍ଣ୍ଣ ସ୍ବୀକୃତି, ହର୍ଷ ଏବଂ ଉଲ୍ଲାସ। ଏଇ ଛ’ଟି ଭାବ ମଣିଷକୁ ସକାରାତ୍ମକ ଦିଗକୁ ପ୍ରେରଣା ଦିଏ। ଆଦିକବି ସାରଳା ଦାସ ହେଉଛନ୍ତି ଗଜପତି କପିଳେନ୍ଦ୍ର ଦେବ (୧୪୩୬ରୁ ୧୪୬୬ ମସିହା)ଙ୍କ ସମସାମୟିକ। ଓଡ଼ିଆ ଜାତିର ପରମ ସମ୍ପଦ ହେଉଛି ତାଙ୍କର ମହାଭାରତ। ଜାତିର ପ୍ରାଣ ପ୍ରବାହ ତହିଁରେ ଆମେ ପାଉ। ତାଙ୍କ ସୃଷ୍ଟି ଆମର ସାଂସ୍କୃତିକ ଐତିହ୍ୟର ସ୍ମାରକୀ। ସେଥିରେ ସେ ଅର୍କତୀର୍ଥ ମହୋଦଧି କୂଳରେ ବୋଲି ଲେଖିଛନ୍ତି। ତେଣୁ ଚନ୍ଦ୍ରଭାଗା ତୀର୍ଥକୁ ଅତି ପବିତ୍ର ଭାବରେ ଗ୍ରହଣ କରିଛନ୍ତି। ସେଥିପାଇଁ ଚନ୍ଦ୍ରଭାଗା ପୂର୍ବରୁ ମହୋଦଧି ଶବ୍ଦ ପ୍ରୟୋଗ କରି ତା’ର ଗୁରୁତ୍ୱ ବଢ଼ାଇ ଦେଇଛନ୍ତି। ଚନ୍ଦ୍ରଭାଗା ହିଁ ମଣିଷର ରୋଗ ଏବଂ ଦୃଷ୍କୃତିକୁ ଖଣ୍ଡନ କରିବ ଏଇ ବିଶ୍ୱାସ ତାଙ୍କର ଥିଲା-‘ମକରମାସ ମଧ୍ୟେ ମଉଦଧି ଚନ୍ଦ୍ରଭାଗା। ୟେଥେଂ ସ୍ରାହାନ କଲେ ଖଣ୍ଡିବ ରୋଗବାଧା।ା ବାବୁ ୟେ ତୀର୍ଥେ ସ୍ନାନ କରି ଯେ ବୁଡ଼ାଇବ ମଥା। କାଳକର ଦୁଷୁକୃତ ଯେ ଖଣ୍ଡିବ ସର୍ବଥା॥’ କେବଳ ଚନ୍ଦ୍ରଭାଗା ସ୍ନାନ ଦୃଷ୍କୃତି ନଷ୍ଟ କରେ ନାହିଁ, ଦେବଲୋକ ପ୍ରାପ୍ତିର ରାସ୍ତା ଦେଖାଇଥାଏ। ନିଜର ବାର ପୁରୁଷଙ୍କୁ ଦେବଲୋକ ପହଞ୍ଚାଇଥାଏ।
‘ମକରମାସେ ଚନ୍ଦ୍ରଭାଗା ମଉଦଧି ମଧ୍ୟ ସ୍ତାନେ। ଯେବଣ ଜନ ୟେଥି ଯେ କରନ୍ତି ପିଣ୍ଡଦାନ॥ ଦ୍ୱାଦଶ ପୁରୁଷ ଯେ ଯାଆନ୍ତି ଦେବଲୋକେ। ବଂଶେ ଅଗତି ଯେ ନ ଥାଇ ପିତୃ ଗଣଂକେ॥’ ସାରଳା ମହାଭାରତର ‘ବନପର୍ବ’ ବର୍ଣ୍ଣନା ଇୟେ। ହାରାହାରି ୫୭୦ ବର୍ଷ ତଳେ ଅର୍କତୀର୍ଥରେ କର୍ମକାଣ୍ଡ ବିଜ୍ଞାନ ଜଡ଼ିତ ହୋଇସାରିଥିଲା। ସେତେବେଳେ ସୂର୍ଯ୍ୟ ପ୍ରସିଦ୍ଧ ହୋଇସାରିଥିଲେ ବିରଞ୍ଚି ନାରାୟଣ ଭାବରେ। ଶାନ୍ତି ପର୍ବରେ କୋଣାର୍କ ତୀର୍ଥ ମାହାତ୍ମ୍ୟ ସ୍ଥାନ ପାଇଛି। ସେଥିରେ ବର୍ଣ୍ଣିତ ଅଛି-‘ସପ୍ତମୀ ପ୍ରାତକାଳେ ମଉଦଧିରେ ସ୍ରାହାନ, ଚନ୍ଦ୍ରଭାଗାୟେ ସ୍ଥାନେ ଅର୍କବଟ ଯେ ଦ୍ରଶନ। ସେଠାରେ ମହାପାତକ ନାଶଯାଇ ବିଦ୍ୟମାନ।ା’
ମହୋଦଧିରେ ସ୍ନାନ କରି ଚନ୍ଦ୍ରଭାଗା ତୀର୍ଥରେ ସ୍ନାନ। ଲବଣ ଜଳ ପରେ ମଧୁର ଜଳରେ। ମନେହୁଏ ‘ସ୍ନାନ’ ଶବ୍ଦ ସ୍ଥାନରେ ‘ସ୍ଥାନେ’ ହୋଇଅଛି। ଅର୍କବଟ ଚନ୍ଦ୍ରଭାଗାର କେଉଁଠି ଥିଲା ଚିହ୍ନିତ ହୋଇନାହିଁ। ପ୍ରତିଦିନ ମହାଭାସ୍କରଙ୍କ ଉପାସନା ସହିତ ‘ଅର୍କବଟ’ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ ଥିଲେ, ତେଣୁ ଶ୍ରୀପଦ୍ମକେଶର ମନ୍ଦିରଠାରୁ ବେଶୀ ଦୂରରେ ଅର୍କବଟ ନ ଥିବେ। ଅର୍କ ଦୈତ୍ୟକୁ ବିରଞ୍ଚି ନାରାୟଣ ନାଶ କରିଥିଲେ ବୋଲି ସାରଳା ଦାସ ଲେଖିଛନ୍ତି-‘ଅଗସ୍ତି ବୋଲନ୍ତି ଜମ୍ବୁଦ୍ୱୀପ ଅଗ୍ନିକୋଣେ। ଅର୍କ ଦତ୍ୟ କଇଂ ନାଶିଲେ ବିରଞ୍ଚି ନାରାୟଣେ॥’ ଜମ୍ବୁ ଦ୍ୱୀପର ଅଗ୍ନିକୋଣରେ ଅର୍କଦୈତ୍ୟ ବିନାଶ ହୋଇଥିଲା। ମନେହୁଏ ସେଥିପାଇଁ ଅର୍କକ୍ଷେତ୍ର ଏବଂ କୋଣାଦିତ୍ୟର ପରିଭାଷା ସକାଶେ ଅଗ୍ନିକୋଣ ଶବ୍ଦ ପ୍ରୟୋଗ ହୋଇଅଛି। କୋଣାର୍କଠାରେ ମହାଭାସ୍କରଙ୍କ ଦର୍ଶନ ବିଧି ମଧ୍ୟ ସାରଳା ଦାସ ଲେଖିଛନ୍ତି।
‘ମଉଦଧିରେ ସ୍ରାନ କରି ଚନ୍ଦ୍ରଭାଗାରେ ସ୍ରାନ। ବଟ ପ୍ରଦକ୍ଷିଣ କରି କଲା କୋଣାର୍କ ଦ୍ରଶନ।ା’ ପଦ୍ମକ୍ଷେତ୍ରରେ ଅର୍କବଟ ପ୍ରଦକ୍ଷିଣ ବିଧି ରହିଥିଲା, ଏଥିରୁ ଆମେ ଜାଣୁଛେ। ତେଣୁ ପଦ୍ମକ୍ଷେତ୍ର କୋଣାର୍କ ଶହ ଶହ ବର୍ଷ ଧରି ଓଡ଼ିଆଙ୍କର ଆସ୍ଥା ଓ ବିଶ୍ୱାସର କ୍ଷେତ୍ର ଥିଲା। ଗଁା ଗହଳିଠାରୁ ସହର (ସେତେବେଳେ ସହର ମଧ୍ୟ ଏକ ବଡ଼ ଗଁା ପରି ଥିଲା) ପର୍ଯ୍ୟନ୍ତ ସଭିଙ୍କର ଥରେ ଚନ୍ଦ୍ରଭାଗାରେ ବୁଡ଼ ପକାଇବା, ସ୍ଥଳଭାଗ ଓ ମହୋଦଧିର ଜଳଭାଗରୁ ଉଦିତ ଆଦିତ୍ୟଙ୍କୁ ଦର୍ଶନ କରିବା, ଅର୍କବଟ ପ୍ରଦକ୍ଷିଣ କରିବା ଓ ମହାଭାସ୍କରଙ୍କ ଶ୍ରୀପଦ୍ମକେଶର ମନ୍ଦିରରେ ଦର୍ଶନ କରିବା ଅଭିଳାଷ ଥିଲା। ୫୦ ବର୍ଷ ତଳେ କୋଣାର୍କକୁ ଯିବା ଆସିବାର ସେମିତି ସୁବିଧା ନ ଥିଲା। ତା’ ପୂର୍ବ ଚିନ୍ତା କରିବା କଥା…। ନଈନାଳ ଡେଇଁ ବାଲିପନ୍ତରା, ଝାଉଁ, ଲଙ୍କାଆମ୍ବ ଜଙ୍ଗଲ ମଧ୍ୟରେ ମାଘ ସପ୍ତମୀର ଦୁଇଦିନ ଆଗରୁ ଯାତ୍ରା ଆରମ୍ଭ କରୁଥିଲେ। ଶଗଡ଼ଗାଡ଼ି, ତଳେ ଓହଳିଥିବ ଲଣ୍ଠନ, ବଳଦଙ୍କ ବେକରେ ଘଣ୍ଟିଘାଗୁଡ଼ି, ସାଙ୍ଗରେ ଥିବେ ଦୁଇଜଣ ଶଗଡ଼ିଆ। ବଳଦଙ୍କ ଖାଇବା କୁଣ୍ଡ ଓ ଦାନା। ଚୁଡ଼ା, ଗୁଡ଼ ଓ ନଡ଼ିଆ। କେହି ପାଚିଲା କଦଳୀ ନେଉଥିଲେ। ପିଲାଏ ଗୋଡ଼ କ’ଣ ହୋଇଗଲେ ଥୋକାଏ ବାଟ ଶଗଡ଼ରେ ବସିବେ। ମାଇପେ ମଧ୍ୟ ପାଳିକରି ବସିବେ। ପୂର୍ବଦିନ ସନ୍ଧ୍ୟାରେ ଚନ୍ଦ୍ରଭାଗାରେ ପହଞ୍ଚିବାକୁ ପଡ଼ୁଥିଲା। ବିଜୁଳି ଆଲୁଅ ସପନ ତଥାପି ହଜାର ହଜାର ଲୋକ ଶୃଙ୍ଖଳାର ସହିତ ବୁଡ଼ ପକାଇ ଫେରୁଥିଲେ। କେବଳ ଆସ୍ଥା ଓ ବିଶ୍ୱାସରେ ନଁା…। ଫେରିଆସି କହୁଥିଲେ- ‘ସାତଥର ଯିବ ଗଙ୍ଗା, ଥରେ ଯାଇଥିବ ଚନ୍ଦ୍ରଭାଗା ମୁହଁ ପଡ଼ିଯିବ ରଙ୍ଗା।’ ସଂପ୍ରୀତିର ରହସ୍ୟ ଇୟେ… ଅନୁରାଗ, ସଦ୍‌ଭାବନା ଓ ଉଲ୍ଲାସର ମନୋବିଜ୍ଞାନ କଥା।

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?