ଧରାପଡ଼ିଲା ଆନ୍ତଃଜିଲା ଡକାୟତ ଗ୍ୟାଙ୍ଗ୍‌

ଢେଙ୍କାନାଳ ଅଫିସ, ୧୧।୧: ଗଞ୍ଜାମରୁ ମୟୂରଭଞ୍ଜ ଯାଏ ସୃଷ୍ଟି କରିଥିଲେ ଭୟ ଆତଙ୍କର ବାତାବରଣ। ଟଙ୍କା, ସୁନା ପାଇଁ ଟପିଯାଉଥିଲେ ସବୁ ସୀମା। ପଥଚାରୀଙ୍କୁ ରାସ୍ତା ମଝିରେ ହାଣୁଥିଲେ। ବନ୍ଧୁକ ମୁନରେ ଭୟଭୀତ କରାଇ ଲୁଟି ନେଉଥିଲେ ସର୍ବସ୍ବ। ମୁଣ୍ଡ ଗଡ଼ାଇବାକୁ ନେଉଥିଲେ ସୁପାରି। ସେମାନଙ୍କ ଆପରାଧିକ ସାମ୍ରାଜ୍ୟ କେବଳ ଡକାୟତି ମଧ୍ୟରେ ସୀମିତ ନ ଥିଲା, ବରଂ ବ୍ରାଉନ୍‌ସୁଗାର, ଗଞ୍ଜେଇ ଭଳି ନିଶା କାରବାର ମାଧ୍ୟମରେ ସେମାନେ ରାତାରାତି କମାଇବାକୁ ଚାହଁୁଥିଲେ ପୁଳାପୁଳା ଟଙ୍କା। ୫ ଜିଲା ପୋଲିସର ମୁଣ୍ଡବ୍ୟଥା ବଢ଼ାଇଥିବା ଏଭଳି ଏକ ଆନ୍ତଃଜିଲା ଡକାୟତ ଗ୍ୟାଙ୍ଗ୍‌ର ୫ ସଦସ୍ୟ ଧରାପଡ଼ିଛନ୍ତି ଢେଙ୍କାନାଳରୁ। ଅଭିଯୁକ୍ତମାନେ ହେଲେ ଗଞ୍ଜାମ ଜିଲା ଧରାକୋଟ ଥାନା ଅଞ୍ଚଳର ହିମାଂଶୁ ଶେଖର ସ୍ବାଇଁ (୩୦), ବ୍ରହ୍ମପୁର ନେହେରୁନଗର ଅଞ୍ଚଳର ଶଙ୍କର ସାହୁ (୨୫), ଖଲ୍ଲିକୋଟ ଥାନା ଅଞ୍ଚଳର ଅମିତ କୁମାର ସ୍ବାଇଁ (୨୪), କଟକ ଜିଲା ବାଙ୍କୀ ଥାନା ବାଅଁାରା ଗ୍ରାମର ରଣଜିତ କୁମାର ରାଉତ (୩୦), ଢେଙ୍କାନାଳ ସଦର ଥାନା ସିମିନଇ ଅଞ୍ଚଳର ପାପୁନ ନାୟକ (୩୦)। ସେମାନଙ୍କ ନିକଟରୁ ୩ ପିସ୍ତଲ, ଗୋଟିଏ ଏୟାରଗନ୍‌, ଗୋଟିଏ ଲାଇଟର୍‌ ଗନ୍‌, ୪ ମାଗାଜିନ, ୩୮ ଅଫୁଟା ଗୁଳି, ୨ ପ୍ୟାକେଟ୍‌ ଏୟାରଗନ୍‌ ଗୁଳି, ୩ ଖଣ୍ଡା, ୨୪.୮୫୦ ଗ୍ରାମ୍‌ ବ୍ରାଉନ୍‌ ସୁଗାର, ୨ ସୁନା ଚେନ୍‌, ୪ ମୁଦି, ୨ କାନଫୁଲ, ୩ ଖଣ୍ଡା, ୨୫,୭୨୦ ଟଙ୍କା, ଚୋରି ଟିଭି, ସିସିଟିଭି ହାର୍ଡଡିକ୍ସ, ସିଲଭର ଥାଳି, କାର୍‌ (ନଂ. (ନଂ. ଓଡ଼ି ୦୫ ବିଏଫ୍‌ ୦୨୧୯), ବୁଲେଟ୍‌ (ନଂ. ଓଡ଼ି ୦୭ ଜେଡ୍‌ ୩୧୧୧), ଲଙ୍କାଗୁଣ୍ଡ ଜବତ କରାଯାଇଛି। ହିମାଂଶୁ, ଶଙ୍କର, ରଣଜିତ୍‌, ଅମିତ ସୁପାରିକିଲର ଭାବେ କାର୍ଯ୍ୟ କରୁଥିଲେ ବୋଲି ଜିଲା ପୋଲିସ କାର୍ଯ୍ୟାଳୟରେ ମଙ୍ଗଳବାର ଅପରାହ୍ନ ୧ଟାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏସ୍‌ପି ଜ୍ଞାନରଞ୍ଜନ ମହାପାତ୍ର ସୂଚନା ଦେଇଛନ୍ତି। ଅଭିଯୁକ୍ତଙ୍କଠାରୁ ସୁନା ଅଳଙ୍କାର କିଣିଥିବା ଜଣେ ଅଭିଯୁକ୍ତ ମଧ୍ୟ ଧରାପଡ଼ିଛନ୍ତି। ତଦନ୍ତରେ ବାଧା ଆଶଙ୍କା ଥିବାରୁ ତାଙ୍କ ସମ୍ପର୍କରେ ପୋଲିସ ତଥ୍ୟ ପ୍ରଦାନ କରିନାହିଁ।
ଢେଙ୍କାନାଳ ଝାରଗାଡ଼ିଆ ଫାଣ୍ଡି ଅଧୀନ ୫୫ନଂ. ଜାତୀୟ ରାଜପଥରେ ସୋମବାର ସକାଳ ପ୍ରାୟ ୭ଟାରେ ସଦର ଥାନାଧିକାରୀ ପ୍ରଦୀପ କୁମାର ପ୍ରଧାନ, ଏସ୍‌ଆଇ ଚନ୍ଦ୍ରକାନ୍ତ ସେଠୀଙ୍କ ନେତୃତ୍ୱରେ ପୋଲିସ ପକ୍ଷରୁ ଯାନବାହନ ଯାଞ୍ଚ କରାଯାଉଥିଲା। ଏହି ସମୟରେ ସନ୍ଦେହଜନକ ଅବସ୍ଥାରେ ଆସୁଥିବା ଏକ କାର୍‌ ଏବଂ ବୁଲେଟ୍‌କୁ ଅଟକାଇ ତଲାସି ନିଆଯିବା ବେଳେ ୨୪ ଗ୍ରାମ ୮୫୦ ମିଲିଗ୍ରାମ୍‌ ବ୍ରାଉନ୍‌ ସୁଗାର ମିଳିଥିଲା। ଘଟଣାସ୍ଥଳରୁ ହିମାଂଶୁ, ଶଙ୍କର ଏବଂ ଅମିତ ଗିରଫ ହୋଇଥିଲେ। ସେମାନେ ଅନୁଗୋଳରେ ଏକ ଡକାୟତି କରିବା ଲାଗି ଯାଉଥିବା କହିଥିଲେ। ସେମାନଙ୍କ ସୂଚନା ଆଧାରରେ ଅନ୍ୟ ୨ଜଣଙ୍କୁ ବାଙ୍କୀରୁ ଗିରଫ କରାଯାଇଥିଲା। ଅଭିଯୁକ୍ତଙ୍କୁ ଅପରାହ୍ନରେ କୋର୍ଟଚାଲାଣ କରାଯାଇଛି। ଏ ସଂକ୍ରାନ୍ତରେ ସଦର ଥାନାରେ ନଂ. ୨୦/୨୩, ଦଫା ୨୧ (ବି), ଏନ୍‌ଡିପିଏସ୍‌ ଆକ୍ଟ ଓ ୨୫ ଆର୍ମସ ଆକ୍ଟରେ ମାମଲା ରୁଜୁ ହୋଇଛି।
ଅଭିଯୁକ୍ତଙ୍କ ନାମରେ ଗଞ୍ଜାମ, ଖୋର୍ଦ୍ଧା, କଟକ, ମୟୂରଭଞ୍ଜ, ଢେଙ୍କାନାଳ ଜିଲାର ବିଭିନ୍ନ ଥାନାରେ ବହୁ ଆପରାଧିକ ମାମଲା ରହିଛି। ଗତ ଡିସେମ୍ବର ୨୪ ସନ୍ଧ୍ୟା ସାଢ଼େ ୭ଟାରେ ଢେଙ୍କାନାଳ ସଦର ଥାନା ସିମିନଇ ଗ୍ରାମର ରଞ୍ଜନା ତ୍ରିପାଠୀଙ୍କ ଘରୁ ସଶସ୍ତ୍ର ଡକାୟତି ହୋଇଥିଲା। ଏହି ଘଟଣାରେ ସମ୍ପୃକ୍ତ ଗ୍ୟାଙ୍ଗ୍‌ର ହାତ ରହିଛି। ଅଭିଯୁକ୍ତ ପାପୁନାଙ୍କ ସହିତ ରଞ୍ଜନାଙ୍କ ଶତ୍ରୁତା ଥିଲା। ଏଥିରେ ପ୍ରତିଶୋଧ ପରାୟଣ ହୋଇ ରଞ୍ଜନାଙ୍କ ଘରେ ଡକାୟତି କରିବା ଲାଗି ପାପୁନା ନିଜର ସହଯୋଗୀ ହିମାଂଶୁ, ଶଙ୍କର, ରଣଜିତ ଓ ଅମିତଙ୍କ ସହ କଥାବାର୍ତ୍ତା ହୋଇଥିଲେ ବୋଲି ଏସ୍‌ପି ସୂଚନା ଦେଇଛନ୍ତି। ଅନ୍ୟପଟେ ଧରାପଡ଼ିଥିବା ଗଞ୍ଜାମର ୩ଜଣ ହାର୍ଡକୋର ଅଭିଯୁକ୍ତଙ୍କ ସମ୍ପର୍କରେ ସୂଚନା ପାଇ ଗଞ୍ଜାମ ପୋଲିସ ଢେଙ୍କାନାଳ ସଦର ଥାନାରେ ପହଞ୍ଚତ୍ ତନାଘନା ଆରମ୍ଭ କରିଛି। ଅଧିକ ପଚରାଉଚରା ପାଇଁ ସେମାନଙ୍କୁ ଗଞ୍ଜାମ ଏବଂ ଢେଙ୍କାନାଳ ପୋଲିସ ରିମାଣ୍ଡରେ ଆଣିବା ସମ୍ଭାବନା ଥିବା ଏସ୍‌ପି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri