ଦୁଇଟି ବିବାହ କରିବାକୁ ଗଣେଶଙ୍କୁ ମିଳିଥିଲା ଅଭିଶାପ, ଜାଣନ୍ତୁ କାହିଁକି

ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ବିଘ୍ନରାଜଙ୍କୁ ପୂଜା କରାଯାଇଥାଏ। ଚଳିତବର୍ଷ ସେପ୍ଟେମ୍ବର ୧୦ରେ ପୂଜା ପାଇବେ ପ୍ରଭୁ ଗଜାନନ। ଗଣେଶଙ୍କୁ ଅଗ୍ରପୂଜ୍ୟ କୁହାଯାଏ। କାରଣ ସବୁ ପୂଜାରେ ଆଗେ ଗଣେଶଙ୍କୁ ପୂଜା କରାଯାଏ। ଏହିଦିନ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଠାରୁ ଆରମ୍ଭ କରି ବିଦ୍ୟାଳୟ, ମହାବିଦ୍ୟାଳୟରେ ପୂଜା ପାଆନ୍ତି ପ୍ରଭୁ ଗଣେଶ। ଗତବର୍ଷ ପରି ଚଳିତବର୍ଷ ମଧ୍ୟ କରୋନା ମହାମାରୀ ଯୋଗୁ ଆଡମ୍ବର ସହକାରେ ପୂଜା ନ କରିବା ପାଇଁ ସରକାରଙ୍କ ପକ୍ଷରୁ ନିବେଦନ କରାଯାଇଛି।

ତେବେ ଗଣେଶଙ୍କୁ ନେଇ ଅନେକ କାହାଣୀ ରହିଛି। ସେଥିମଧ୍ୟରୁ ଗୋଟିଏ କାହାଣୀ ହେଉଛି ଗଣେଶ ଦୁଇଟି ପତ୍ନୀ ଗ୍ରହଣ କରିବେ ବୋଲି ତାଙ୍କୁ ଅଭିଶାପ ମିଳିଥିଲା। ଏହି ଅଭିଶାପ ଦେବୀ ତୁଳସୀ ଦେବୀ ଦେଇଥିଲେ ଗଣେଶଙ୍କୁ। ତେବେ କାହିଁକି ଏପରି ଅଭିଶାପ ଦେଇଥିଲେ ଜାଣନ୍ତୁ ଏ ସମ୍ପର୍କରେ…

ଏକଦା ଗଣେଶ ଧ୍ୟାନମଗ୍ନ ଥିବାବେଳେ ଦେବୀ ତୁଳସୀ ସେହିବାଟ ଦେଇ ଯାଉଥିଲେ। ଗଣେଶଙ୍କ ରୂପରେ ବିମୋହିତ ହୋଇ ତୁଳସୀ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ। ମାତ୍ର ପ୍ରଭୁ ଗଣେଶ ଦେବୀ ତୁଳସୀଙ୍କ ଏହି ପ୍ରସ୍ତାବରେ ରାଜି ହୋଇ ନ ଥିଲେ। କାରଣ ଗଣେଶ ନିଜ ବିଶାଳକାୟ ଚେହେରାକୁ ନେଇ ପଶ୍ଚାତାପ କରୁଥିଲେ। ଏଣୁ ସେ ତୁଳସୀଙ୍କୁ ବିବାହ କରିବାକୁ ମନା କରି ଦେଇଥିଲେ। ଏକଥା ଦେବୀ ତୁଳସୀଙ୍କୁ ଖୁବ୍‌ ବାଧିଥିଲା। ତେଣୁ ସେ ରାଗିଯାଇ ଗଣେଶଙ୍କୁ ଅଭିଶାପ ଦେଇଥିଲେ କି ତୁମେ ଦୁଇଟି ବିବାହ କରିବ।  ଗଣେଶ ପରବର୍ତ୍ତୀ ସମୟରେ ଏହି ଶାପ ଭୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri