ଏହି ମନ୍ଦିରରେ ବଢୁଛି ଗଣେଶ ମୂର୍ତ୍ତିଙ୍କ ଆକାର, ଥରେ ଗଲେ ଦୂର ହୁଏ ସମସ୍ତ ଦୁଃଖ

ଭାରତରେ ଏମିତି ଏକ ମନ୍ଦିର ଅଛି, ଯେଉଁଠି ଥିବା ଗଣେଶଙ୍କ ମୂର୍ତ୍ତି ଧୀରେ ଧୀରେ ବଢୁଛି। ଏପରି ମନ୍ଦିର ରହିଛି ଆନ୍ଧ୍ରପ୍ରଦେଶର ଚିତ୍ତର ଜିଲାର ଇରାଲା ମଣ୍ଡଳ ନାମକ ଏକ ସ୍ଥାନରେ। ଏହି ମନ୍ଦିରକୁ ଜଳ ଦେବତାଙ୍କ ମନ୍ଦିର ମଧ୍ୟ କୁହାଯାଏ। ଲୋକେ କୁହନ୍ତି, ଭଗବାନ ଗଣେଶଙ୍କ ପ୍ରତିମା ଧୀରେ ଧୀରେ ଏଠାରେ ବୃଦ୍ଧି ପାଉଛି।
କୁହାଯାଏ, ବାହୁଦା ନଦୀ ମଧ୍ୟରେ ନିର୍ମିତ ଏହି ମନ୍ଦିରର ପବିତ୍ର ଜଳ ଯୋଗୁ ଅନେକ ରୋଗ ଦୂର ହୋଇଯାଏ। ତିରୁପତି ଯିବା ପୂର୍ବରୁ ଭକ୍ତମାନେ ଏହି ବିନାୟକ ମନ୍ଦିର ପରିଦର୍ଶନ କରି ଭଗବାନ ଗଣେଶଙ୍କ ଦର୍ଶନ ଲାଭ କରନ୍ତି। ବିଶ୍ୱାସ ରହିଛି, ଏଠାକୁ ଆସୁଥିବା ଭକ୍ତଙ୍କ ସମସ୍ତ ଦୁଃଖ ଦୂର ହୁଏ।

ଏଠାରେ ଗଣେଶ ଚତୁର୍ଥୀରୁ ୨୦ ଦିନ ଧରି ବ୍ରହ୍ମୋତ୍ସବ ପାଳନ କରାଯାଏ। ଯଦିଓ ଚଳିତବର୍ଷ କରୋନା ମହାମାରୀ ଯୋଗୁ କଟକଣା ରହିଛି। କିମ୍ବଦନ୍ତୀ କୁହେ, ବ୍ରହ୍ମା ଥରେ ପୃଥିବୀକୁ ଆସିଥିଲେ ଏବଂ ସେହିଦିନଠାରୁ ଏହି ମନ୍ଦିରରେ ୨୦ ଦିନିଆ ବ୍ରହ୍ମୋତ୍ସବ ପାଳନ କରାଯାଏ। ବ୍ରହ୍ମୋତ୍ସବ ସମୟରେ ଗଣେଶଙ୍କ ରଥଯାତ୍ରା ହୋଇଥାଏ। ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ପ୍ରଭୁ ଗଣେଶ ବିଭିନ୍ନ ଗାଡ଼ିରେ ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ବାହାରକୁ ଆସିଥାନ୍ତି। ରଥଟି ଅନେକ ରଙ୍ଗୀନ କପଡ଼ାରେ ସାଜସଜ୍ଜା ଯାଇଥାଏ। ଏହି ଗଣେଶ ମୂର୍ତ୍ତିଙ୍କ ପେଟ ଏବଂ ଆଣ୍ଠୁ ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରାୟ ୫୦ ବର୍ଷ ତଳେ ଭଗବାନ ଗଣେଶଙ୍କ ଜଣେ ଭକ୍ତ ଶ୍ରୀ ଲକ୍ଷ୍ମମା ତାଙ୍କୁ ଏକ କବଚ ଦାନ କରିଥିଲେ କିନ୍ତୁ ମୂର୍ତ୍ତିର ଆକାର ବୃଦ୍ଧି ହେତୁ ତାହା ଆଉ ପ୍ରଭୁଙ୍କ ପାଇଁ ପିନ୍ଧାଯାଇ ପାରୁନାହିଁ।

ପୁରାଣ କୁହେ, ଏହି ଅଞ୍ଚଳରେ ତିନି ଭାଇ ରହୁଥିଲେ। ସେମାନଙ୍କ ମଧ୍ୟରୁ ଜଣେ ମୂକ, ଆଉ ଜଣେ ବଧିର ଏବଂ ତୃତୀୟ ଜଣକ ଅନ୍ଧ। ତିନିଜଣ ଏକାଠି ଏକ ଛୋଟ ଜମି କିଣିଥିଲେ। ଜମି ଚାଷ ପାଇଁ ଜଳ ଆବଶ୍ୟକ ପଡ଼ିବାରୁ ତିନି ଭାଇ ମିଶି ଜମି ଖୋଳିବା ଆରମ୍ଭ କଲେ। ବହୁ ଖୋଳିବା ପରେ ଏଠାରୁ ପାଣି ବାହାରିଲା। ଟିକିଏ ଅଧିକ ଖୋଳିବା ପରେ ସେମାନେ ଏକ ଗଣେଶଙ୍କ ମୂର୍ତ୍ତି ଦେଖିବାକୁ ପାଇଲେ। ଏହା ଦେଖିବା ପରେ ମୂକ, ବଧିର ଏବଂ ଅନ୍ଧ ତିନି ଭାଇ ସମ୍ପୂର୍ଣ୍ଣ ସୁସ୍ଥ ହୋଇଗଲେ। ଏହି ଗାଁରେ ରହୁଥିବା ଲୋକମାନେ ଏହି ଚମତ୍କାର ଦୃଶ୍ୟ ଦେଖିବା ପାଇଁ ରୁଣ୍ଡ ହୋଇଥିଲେ। ପରେ ସମେସ୍ତ ମିଶି ପ୍ରଭୁ ଗଣେଶଙ୍କ ମୂର୍ତ୍ତି ସ୍ଥାପନ କଲେ ଯାହା ଜଳ ମଧ୍ୟରେ ରହିଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

Men’s Hockey World Cup: ବିଜୟରୁ ଭାରତର ଅଭିଯାନ ଆରମ୍ଭ

ଆମଷ୍ଟେଲଭିନ, ୧୫।୮: ଆରମ୍ଭ ହୋଇଯାଇଛି ପୁରୁଷ ହକି ବିଶ୍ୱକପ। ଶନିବାର ଅନୁଷ୍ଠିତ ପୁଲ ଡି’ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଭାରତ ୱେଲ୍ସକୁ ୩-୧ ଗୋଲ୍‌ରେ ପରାସ୍ତ କରି ବିଜୟରୁ…

ମାଛ ଧରୁଥିବା ବେଳେ ଗୋଡ଼ ଖସିଯିବାରୁ ପ୍ରଖର ସ୍ରୋତରେ ଭାସିଯାଇଥିଲେ, ଚାଲିଗଲା ଯୁବ ଅଧ୍ୟାପକଙ୍କ ଜୀବନ

ବୈଶିଙ୍ଗା,୧୫|୮(ରତନ ଦାଶ): ମୟୂରଭଞ୍ଜ ଓ ବାଲେଶ୍ଵର ଜିଲା ସୀମାନ୍ତ ବୁଢ଼ାବଳଙ୍ଗ ନଦୀର ଏକ ନାଳରେ ଶନିବାର ଦିନ ୧୦ଟା ସମୟରେ ମାଛ ଧରୁଥିବା ବେଳେ ପାଣିର ପ୍ରଖର…

ସୁବୁଠି ଉଡ଼ିଲା ତ୍ରିରଙ୍ଗା

ଲାଞ୍ଜିଗଡ,୧୬।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ସ୍ଥାନରେ ୮୦ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଲାଞ୍ଜିଗଡ଼ ଯୁବକ ସଂଘ…

ସିଜିମାଲି ପାହାଡ଼ରେ ଉଡ଼ିଲା ତ୍ରିରଙ୍ଗା

କଲ୍ୟାଣସିଂହପୁର,୧୫।୮(ଦୀପକ କୁମାର ପରିଡ଼ା): ବହୁ ଚର୍ଚ୍ଚିତ ସିଜିମାଲି ଅଞ୍ଚଳରେ ‘ମା’ ମାଟି ମାଳି ସୁରକ୍ଷା ମଞ୍ଚ’ ଆନୁକୂଲ୍ୟରେ ୮୦ତମ ସ୍ବଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ…

ଖୋର୍ଦ୍ଧାରେ ପତାକା ଉତ୍ତୋଳନ କଲେ ଜିଲାପାଳ

ଖୋର୍ଦ୍ଧା,୧୫।୮: ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ୮୦ତମ ଜିଲାସ୍ତରୀୟ ସ୍ବାଧୀନତା ଦିବସ ସମାରୋହ ବିଜେବି ହାଇସ୍କୁଲ ଖେଳପଡିଆରେ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି। ଜଲାପାଳ ଅମ୍ରିତ ଋତୁରାଜ…

କେସିଙ୍ଗାରେ ପାଳିତ ହେଲା ୮୦ ତମ ସ୍ବାଧୀନତା ଦିବସ

କେସିଙ୍ଗା,୧୫।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନଏସି କାର୍ଯ୍ୟାଳୟରେ ଅଧ୍ୟକ୍ଷ ନୃପରାଜ ଯାଦବ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସେହିପରି ବିଦ୍ୟାପୀଠ ଖେଳ ପଡିଆରେ ନାଗରିକକମିଟି ପକ୍ଷରୁ…

୪୯ ନମ୍ବର ଜାତୀୟ ରାଜପଥରେ ଭୂସ୍ଖଳନ, ଯାତାୟାତ ବାଧାପ୍ରାପ୍ତ

କେନ୍ଦୁଝର,୧୫।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ୪୯ ନମ୍ବର ଜାତୀୟ ରାଜପଥ କାଞ୍ଜିପାଣି ଥାନା ଅନ୍ତର୍ଗତ କାଞ୍ଜିପାଣି ଘାଟି ଓ…

ବ୍ରିଜ୍‌ ଉପରେ ସେଲ୍‌ଫି ନେଉନେଉ ନଦୀକୁ ଖସିପଡ଼ିଲେ ଯୁବତୀ, ଆଉ ତା’ ପରେ…

ବଲାଙ୍ଗୀର/ସଇଁନ୍ତଳା,୧୫ା୮(ସୁନିଲ କୁମାର ମହାନ୍ତି/ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁନ୍ତଳା ଥାନା ଅନ୍ତର୍ଗତ ବେଲଗାଁ ବ୍ରିଜ ଉପରେ ଜଣେ ଯୁବତୀ ସେଲ୍‌ଫି ନେଉଥିଲେ। ଏହି ସମୟରେ ହଠାତ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri