ଗାନ୍ଧିଜୀଙ୍କ ଭାରତ ପ୍ରତ୍ୟାବର୍ତ୍ତନ

ଜାନୁଆରୀ ୧୯୧୫ରେ ମୋହନଦାସ କରମ ଚାନ୍ଦ ଗାନ୍ଧୀ ଦକ୍ଷିଣ ଆଫ୍ରିକାରୁ ଆସି ଭାରତରେ ପହଞ୍ଚତ୍ଥିଲେ। ସ୍ବଦେଶକୁ ବାହୁଡ଼ି ଆସିବା ପାଇଁ ତାଙ୍କୁ ୧୯୧୨ରେ ଅନୁରୋଧ କରିଥିଲେ ଦକ୍ଷିଣ ଆଫ୍ରିକା ଭ୍ରମଣରେ ଯାଇଥିବା ଗୋପାଳକୃଷ୍ଣ ଗୋଖ୍‌ଲେ। ମୁମ୍ବାଇର ପ୍ରଭାବଶାଳୀ ନାଗରିକ ସାର୍‌ ଫିରୋଜଶାହା ମେହତା, ଜେବି ପେଟିଟ୍‌, ବିଜି ହର୍ନିମାନ୍‌ ଓ ଗୋଖ୍‌ଲେ ପ୍ରମୁଖ ବ୍ରିଟିଶ୍‌ ସରକାରଙ୍କୁ ପ୍ରଭାବିତ କରି ଆପୋଲୋ ବନ୍ଦରରେ ମହାତ୍ମାଙ୍କ ଅବତରଣର ବ୍ୟବସ୍ଥା କରିଥିଲେ। ବାରିଷ୍ଟର ହୋଇଥିଲେ ହେଁ ମହାତ୍ମା କାଠିୟାୱାଡ଼ ବେଶଭୂଷାରେ ଧୋତି, କୁରୁତା ଓ ପଗଡ଼ି ପିନ୍ଧି ଓହ୍ଲାଇଥିଲେ। ବ୍ରିଟିଶ୍‌ ସରକାର ସହ ସମ୍ପୃକ୍ତ କିଛି ପଦାଧିକାରୀ ମହାତ୍ମାଙ୍କ ସମ୍ପର୍କରେ ଶୁଣିଥିଲେ ହେଁ ତାଙ୍କର ଭାରତ ଆଗମନକୁ ବିଶେଷ ଗୁରୁତ୍ୱ ଦେଇ ନ ଥିଲେ। କିନ୍ତୁ ଗାନ୍ଧିଜୀଙ୍କ ନେତୃତ୍ୱରେ ଭାରତରେ ବ୍ରିଟିଶ୍‌ରାଜର ଅନ୍ତ ଘଟିଥିଲା ବତିଶ ବର୍ଷ ପରେ। ଦେଶବାସୀଙ୍କ ପାଇଁ ସେ ଥିଲେ ନୂଆ ମୁହଁ। ତେଣୁ ସମୟ ନଷ୍ଟ ନ କରି ପ୍ରଥମେ ଭାରତ ଭ୍ରମଣ କରିବା ପାଇଁ ତାଙ୍କୁ ଉପଦେଶ ଦେଇଥିଲେ ଗୋଖ୍‌ଲେ। ସେ ଗୋଖ୍‌ଲେଙ୍କ ସର୍ଭାଣ୍ଟ୍‌ସ ଅଫ୍‌ ଇଣ୍ଡିଆ ସୋସାଇଟିର ସଦସ୍ୟ ହେବା ପରେ ଉକ୍ତ ସମାଜ ରେଳରେ ତାଙ୍କର ପ୍ରଥମ ଭାରତ ଭ୍ରମଣର ବ୍ୟବସ୍ଥା କରିଥିଲା। ୧୯୧୫ ଜାନୁଆରୀ ଶେଷଭାଗରେ ମହାତ୍ମାଙ୍କ ଯାତ୍ରା ରାଜକୋଟ୍‌ରୁ ଆରମ୍ଭ ହୋଇଥିଲା। ରାଜକୋଟ୍‌ରେ ଏକ ରେଳର ତୃତୀୟ ଶ୍ରେଣୀ ଡବାରେ ଚଢ଼ି ମହାତ୍ମା ଭାରତ ଭ୍ରମଣ ଆରମ୍ଭ କରିଥିଲେ। ପ୍ରଥମେ ଯାଇଥିଲେ କାଠିୟାୱାଡ଼ା। ସେଠାରେ ସେ ସତ୍ୟାଗ୍ରହ ଓ ଅହିଂସାର ବାଣୀ ପ୍ରଚାର କରିଥିଲେ। ତା’ପରେ ବାହାରିଥିଲେ ଅହମ୍ମଦାବାଦ। ଏହି ନଗରୀ ଉପକଣ୍ଠସ୍ଥ କୋଚରାବ ନାମକ ଗ୍ରାମରେ ପ୍ରଥମ ଆଶ୍ରମ ପ୍ରତିଷ୍ଠା କରି ସତ୍ୟାଗ୍ରହ ଆଶ୍ରମ ଭାବରେ ନାମିତ କରିଥିଲେ। ଅହମ୍ମଦାବାଦରୁ ବାହାରି ଯାଇ କୋଲକାତାର ଶାନ୍ତିନିକେତନରେ ପହଞ୍ଚତ୍ଥିଲେ । ରବୀନ୍ଦ୍ରନାଥ ଠାକୁର ଅନ୍ୟତ୍ର ଯାଇଥିବାରୁ ସଙ୍ଗେ ସଙ୍ଗେ ଭେଟ ହୋଇପାରି ନ ଥିଲା। ୧୯ ଫେବୃଆରୀ ୧୯୧୫ରେ ଗୋଖ୍‌ଲେଙ୍କ ଦେହାନ୍ତ ଖବର ପାଇ ପୁଣେ ଫେରିଥିଲେ। ଶୋକପାଳନ ପାଇଁ ଏକ ବର୍ଷ ଚପଲ ନ ପିନ୍ଧିବା ପାଇଁ ନିଷ୍ପତ୍ତି ନେଇଥିଲେ। ଗୋଖ୍‌ଲେଙ୍କ ସ୍ମୃତିରେ ଆୟୋଜିତ ଶୋକସଭାରେ ଯୋଗଦେଇ କୋଲକାତା ଫେରିଥିଲେ। ୬ ମାର୍ଚ୍ଚ ୧୯୧୫ରେ ଠାକୁରଙ୍କ ସହ ସାକ୍ଷାତ୍‌ ହୋଇଥିଲା ଏବଂ ସେ ହିଁ ତାଙ୍କୁ ପ୍ରଥମେ ମହାତ୍ମା ଭାବେ ସମ୍ବୋଧିତ କରିଥିଲେ।
୧୯୧୯-୨୦ରେ ପୁରୀ ଜିଲାରେ ଦୁର୍ଭିକ୍ଷ ପଡ଼ିଲା। ନ’ ଅଙ୍କ ଦୁର୍ଭିକ୍ଷ ପରେ ଏହା ଥିଲା ଓଡ଼ିଶା ପାଇଁ ଦ୍ୱିତୀୟ ବଡ଼ ପ୍ରାକୃତିକ ବିପର୍ଯ୍ୟୟ। ବ୍ରିଟିଶ୍‌ ସରକାର ସବୁ ଦେଖୁଥା’ନ୍ତି ସତ, ଲୋକଙ୍କୁ ଉଦ୍ଧାର କରିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରୁ ନଥା’ନ୍ତି। ଏହା ଉତ୍କଳମଣି ଗୋପବନ୍ଧୁଙ୍କୁ ଖୁବ୍‌ ବାଧିଲା। ମହାତ୍ମା ଜାଣିଲେ ହୁଏତ କିଛି ପ୍ରତିକାର ହୋଇପାରିବ ଭାବି ସେ ଚିଠି ଲେଖିଲେ। ଚିଠିଟି ପଢ଼ି ମହାତ୍ମା ବ୍ୟଥିତ ହେଲେ ଏବଂ ଗୁଜରାଟୀ ଭାଷାରେ ପ୍ରକାଶ ପାଉଥିବା ‘ନବ ଜୀବନ’ରେ ଓଡ଼ିଶାରେ ଦୁର୍ଭିକ୍ଷ ଶୀର୍ଷକ ଲେଖାଟିଏ ଲେଖିଥିଲେ। ଗୋପବନ୍ଧୁଙ୍କ ନିମନ୍ତ୍ରଣରେ ପ୍ରଥମ ଥର ପାଇଁ ମହାତ୍ମାଙ୍କ ପାଦ ଓଡ଼ିଶାରେ ପଡ଼ିଥିଲା। ୧୯୨୧ରେ ଆରମ୍ଭ ହୋଇଥିଲା ଅସହଯୋଗ ଆନ୍ଦୋଳନ। ଏହି ଆନ୍ଦୋଳନକୁ ସୁଦୂରପ୍ରସାରୀ କରିବା ପାଇଁ ମହାତ୍ମା ଦେଶର ବିଭିନ୍ନ ଅଞ୍ଚଳ ଗସ୍ତ କରୁଥିଲେ। ଏହି କ୍ରମରେ ୨୩ ମାର୍ଚ୍ଚ ୧୯୨୧ରେ ସେ କଟକରେ ପହଞ୍ଚତ୍ଥିଲେ। ସେ ଦିନ ଥିଲା ଦୋଳପୂର୍ଣ୍ଣିମା। ପୂର୍ବ ସାଙ୍ଗକୁ ମହାତ୍ମାଙ୍କ ଆଗମନରେ ସମଗ୍ର ରାଜ୍ୟ ଉତ୍ସବମୁଖରିତ ହୋଇ ଉଠିଥିଲା। ମହାତ୍ମାଙ୍କ ଦର୍ଶନ ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳର ଲୋକେ କଟକରେ ପହଞ୍ଚତ୍ଥିଲେ। ଉକ୍ତ ଦିନ ଅପରାହ୍ଣରେ କାଠଯୋଡ଼ି କୂଳ ଗଣେଶ ଘାଟ ନିକଟରେ ଶୁଖିଲା ନଦୀର ବିସ୍ତୃତ ବାଲୁକା ଉପରେ ସଭା ଅନୁଷ୍ଠିତ ହୋଇଥିଲା।
ମହାତ୍ମାଙ୍କୁ ଭେଟି ଥିଲେ ଦଶପଲ୍ଲାର ମୁକ୍ତି ସଂଗ୍ରାମୀ ଗୋବିନ୍ଦ ଚନ୍ଦ୍ର ମିଶ୍ର। ଦଶପଲ୍ଲାର କନ୍ଧମେଳି ଓ ଶାସକମାନଙ୍କର ନିର୍ମମ ଅତ୍ୟାଚାର ତଥା ନରହତ୍ୟା ଦେଖି ବ୍ୟଥିତ ହୋଇଥିଲେ ଗୋବିନ୍ଦ। ଇଂରେଜମାନଙ୍କୁ ନ ତଡ଼ିବାଯାଏ ଦେଶବାସୀ ସୁରକ୍ଷିତ ନୁହନ୍ତି, ଏହାକୁ ମନରେ ଗ୍ରହଣ କରି ସେ ଓଡ଼ିଶା ଛାଡ଼ିଥିଲେ। କୋଲକାତାରେ ସୁରେନ୍ଦ୍ର ନାଥ ବାନାର୍ଜୀ ଓ ଶାନ୍ତିନିକେତନରେ ରବୀନ୍ଦ୍ର ନାଥ ଠାକୁରଙ୍କୁ ଭେଟି ଓଡ଼ିଶାର ଦୁଃଖ ଜଣାଇଥିଲେ। ତାହା ପରେ ଦୀନବନ୍ଧୁ ଆଣ୍ଡ୍ରୁଜ୍‌ଙ୍କ ସହ ତାଙ୍କର ଦେଖା ହୋଇଥିଲା। ତାଙ୍କ ପରାମର୍ଶ ମାନି ସେ ଯାଇଥିଲେ ମହାତ୍ମାଙ୍କ ସାବରମତୀ ଆଶ୍ରମ। ୧୯୨୫ ବେଳକୁ କଂଗ୍ରେସ କାର୍ଯ୍ୟକ୍ରମଗୁଡ଼ିକରୁ ଟିକିଏ ଦୂରେଇ ସଙ୍ଗଠନ କାମ ଓ କୁଟୀରଶିଳ୍ପର ପ୍ରସାର ଦିଗରେ ଅଧିକ ସମୟ ଦେବା ପାଇଁ ମହାତ୍ମା ନିଷ୍ପତ୍ତି ନେଇସାରିଥିଲେ। ସେହି ସମୟରେ ଓଡ଼ିଶାରେ ଏଭଳି କାର୍ଯ୍ୟକୁ ଗୁରୁତ୍ୱ ଦେଉଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ। ମଧୁସୂଦନଙ୍କ ଅନୁରୋଧ କ୍ରମେ ଗାନ୍ଧିଜୀ ଓଡ଼ିଶା ଆସି ୧୯ ଅଗଷ୍ଟ ୧୯୨୫ରେ କଟକରେ ପହଞ୍ଚତ୍ଥିଲେ। ସାଙ୍ଗରେ ଥିଲେ ବ୍ୟକ୍ତିଗତ ସଚିବ ମହାଦେବ ଦେଶାଇ, କୋଲକାତାର ବିଶାଳୀ ମାରୱାଡ଼ୀ ବ୍ୟବସାୟୀ ରଙ୍ଗଲାଲ। ଷ୍ଟେଶନରୁ ପାଛୋଟି ଆଣିଥିଲେ ମଧୁସୂଦନ ଦାସ ଓ ଉତ୍କଳମଣି ଗୋପବନ୍ଧୁ। ମହାତ୍ମା କଟକ ଚାଉଳିଆଗଞ୍ଜସ୍ଥିତ ଉତ୍କଳ ଟ୍ୟାନେରୀ ପରିଦର୍ଶନ କରିବା ସହ ସେଠାରେ କାର୍ଯ୍ୟ କରୁଥିବା ଅଛୁଆଁ ଶ୍ରମିକଙ୍କ ସହ କିଛି ସମୟ ବିତାଇଥିଲେ। ପୁଣି ସାବରମତୀରେ ଗୋଟିଏ ଟ୍ୟାନେରୀ ପ୍ରତିଷ୍ଠା କରିବା ପାଇଁ ମଧୁବାବୁଙ୍କ ପରାମର୍ଶ ନେଇଥିଲେ। ୨୦ ଅଗଷ୍ଟରେ କଟକସ୍ଥିତ କୁଷ୍ଠାଶ୍ରମ ପରିଦର୍ଶନ କରିଥିଲେ। ଗାନ୍ଧିଜୀ ଓଡ଼ିଶା ଗସ୍ତରେ ଆସିଥିଲେ ହେଁ ସମ୍ବଲପୁରରେ ତାଙ୍କର ପାଦ ପଡ଼ି ନ ଥିଲା। ତେଣୁ ସମ୍ବଲପୁରବାସୀଙ୍କ ଦାବିକୁ ସମ୍ମାନ ଦେଇ ମୁମ୍ବାଇରୁ କୋଲକାତା ଯିବା ବାଟରେ ୨୨ ଡିସେମ୍ବର ୧୯୨୮ରେ ଝାରସୁଗୁଡ଼ା ଷ୍ଟେଶନରେ ଓହ୍ଲାଇ ସମ୍ବଲପୁର ଆସିଥିଲେ। ମହାନଦୀ ବାଲିରେ ସାଧାରଣ ସଭା ହୋଇଥିଲା। ନଭେମ୍ବର ୧୯୩୩ରେ ମହାତ୍ମା ଅସ୍ପୃଶ୍ୟତା ବିରୋଧରେ ହରିଜନ ଯାତ୍ରା ଆରମ୍ଭ କରିଥିଲେ। ୧୯୩୪ ଅଗଷ୍ଟରେ ଏହି ଯାତ୍ରା ଶେଷ ହୋଇଥିଲା। ହରିଜନ ଯାତ୍ରା କାଳରେ ଓଡ଼ିଶାର ମୋଟ ଛପନଟି ସ୍ଥାନରେ ସେ ସଭା କରିଥିଲେ। ପୁରୀରେ ପଦଯାତ୍ରା କରିଥିଲେ। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଭାରତ ପ୍ରତ୍ୟାବର୍ତ୍ତନ ସ୍ବରୂପ ତାଙ୍କୁ ସମ୍ମାନ ଜଣାଇବା ସହ ଏହାକୁ ସ୍ମାରକୀ ଓ ତାତ୍ପର୍ଯ୍ୟପୂର୍ଣ୍ଣ କରିବା ପାଇଁ ପ୍ରବାସୀ ଭାରତୀୟ ଦିବସ ପାଳନ ହେଉଛି। ଚଳିତ ବର୍ଷ ୧୮ ତମ ପ୍ରବାସୀ ଭାରତୀୟ ଦିବସ ଭୁବନେଶ୍ୱରରେ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି। ପ୍ରବାସରେ ଥିବା ଭାରତୀୟମାନେ ନିଜ ଅନୁଭୂତି ଓ ଅନୁଭବ ରଖିବା ସହ ବିକଶିତ ଭାରତ ଗଢ଼ିବା ପାଇଁ ନୂଆ ନକ୍ସା ତିଆରି କରିବେ।
ଶ୍ରୀବିହାର କଲୋନୀ, ତୁଳସୀପୁର, କଟକ,
bipinrout@rediffmail.com


Enter your email to get our daily news in your inbox.

All Right Reserved By Dharitri.Com

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

ଭାରତରେ ଇସ୍‌ଲାମ ପ୍ରବେଶ

ଆରବରେ ଇସ୍‌ଲାମ ଧର୍ମ ସପ୍ତମ ଶତାବ୍ଦୀରେ ସୃଷ୍ଟି ହୋଇ ପୃଥିବୀର ବିଭିନ୍ନ ଅଞ୍ଚଳକୁ ବ୍ୟାପିଥିଲା। ପଶ୍ଚିମରେ ଭୂମଧ୍ୟସାଗରୀୟ ଅଞ୍ଚଳ ଏବଂ ପୂର୍ବକୁ ପର୍ସିଆ ବା ପାରସ୍ୟ (ଏବକାର…

ଚାଷଜମିରେ ନଡ଼ାପୋଡ଼ି

ସମୟ ଥିଲା ନଡ଼ା ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହେଉଥିଲା। ସମୟକ୍ରମେ ଏହା ଅଦରକାରୀ ହୋଇଗଲା ଏବଂ ଲୋକେ ନଡ଼ାପୋଡ଼ିବା ଆରମ୍ଭକଲେ। ପ୍ରଦୂଷଣର ମାୟାଜାଲରେ ନଡ଼ାପୋଡ଼ି ଏକ ପ୍ରମୁଖ…

ମଣିଷର ବିସର୍ଜନ

ତୁମେ ଭାବୁଛ ତୁମେ ଗୋଟିଏ ସ୍ବଚ୍ଛ ପରିଷ୍କୃତ ବହୁ ଉଚ୍ଚ ସ୍ତରର ସୃଷ୍ଟି।ଭୁଲିଯାଅନି ମଣିଷ ଗୋଟିଏ ଛାଞ୍ଚ ଯହିଁରେ ଅନ୍ୟତ୍ର ବର୍ଜ୍ୟ ହୋଇଥିବା ବସ୍ତୁ (ମଇଳା) ବା…

ତଥ୍ୟ ଅସୁରକ୍ଷିତ

ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟକୁ ବାରମ୍ବାର ଅପବ୍ୟବହାର କରାଯାଉଥିବାରୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଅଭିଯୋଗ ହୋଇଆସୁଛି। ବିଶେଷକରି ସାମାଜିକ ଗଣମାଧ୍ୟମର ପ୍ରାବଲ୍ୟତା ବଢ଼ିଥିବାରୁ ତଥ୍ୟକୁ ନେଇ ସର୍ବଦା…

ଏଇ ଭାରତରେ

ଉତ୍ତରାଖଣ୍ଡର ଦୁର୍ଗମ ପାହାଡ଼ିଆ ଅଞ୍ଚଳର ପିଲାମାନେ ସ୍କୁଲ ଯାଉ ନ ଥିବା ଲକ୍ଷ୍ୟ କରିଥିଲେ ଶ୍ରେୟା ରାଓ୍ବତ। ସ୍କୁଲ ବେଶି ଦୂରରେ ଥିବାରୁ, ଜଳବାୟୁ ଜନିତ ବିପର୍ଯ୍ୟୟ…

ପ୍ରଶ୍ନ ଏକ, ଉତ୍ତର ଅନେକ

ରାଜ୍ୟର ରାଜା ପାତ୍ର-ମନ୍ତ୍ରୀମାନଙ୍କ ସହ ରାଜଉଆସ ପରିସରରେ ଥିବା ପୋଖରୀ କୂଳରେ ବସି ରାଜ୍ୟର ହାଲ୍‌ଚାଲ୍‌ ବିଷୟରେ ଆଲୋଚନା କରୁଥାଆନ୍ତି। ସମସ୍ତ ପଦାଧିକାରୀ ନିଜ ନିଜର ପାରିବାପଣିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri