Posted inଜାତୀୟ

୨ କୋଟିରେ ପେଣ୍ଟିଂ କିଣିବାକୁ ଗାନ୍ଧୀ ପରିବାର ବାଧ୍ୟ କରିଥିଲା

ମୁମ୍ବାଇ/ନୂଆଦିଲ୍ଲୀ,୨୫।୪ : ଖ୍ୟାତନାମା ଚିତ୍ରକର ଏମ୍‌.ଏଫ୍‌. ହୁସେନଙ୍କ ଏକ ପେଣ୍ଟିଂକୁ ୨ କୋଟି ଟଙ୍କାରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କଠାରୁ କିଣିବା ପାଇଁ ବାଧ୍ୟ କରାଯାଇଥିବା ୟେସ୍‌ ବ୍ୟାଙ୍କ ସହପ୍ରତିଷ୍ଠାତା ରାଣା କପୁର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ କହିଛନ୍ତି। ଏହି ଅର୍ଥରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ନ୍ୟୁୟର୍କରେ ଚିକିତ୍ସା କରାଯାଇଥିଲା ବୋଲି ସ୍ବତନ୍ତ୍ର ଅଦାଲତରେ ଇଡି ଦାଖଲ କରିଥିବା ଚାର୍ଜଶିଟ୍‌ରେ ଉଲ୍ଲେଖ ରହିଛି। ପେଣ୍ଟିଂ କିଣିବାକୁ ମନାକଲେ ଗାନ୍ଧୀ ପରିବାର ସହ ଥିବା ସମ୍ପର୍କରୁ ବଞ୍ଚତ୍ତ ହେବା ସହ ପଦ୍ମ ଭୂଷଣ ସମ୍ମାନ ପାଇପାରିବେ ନାହିଁ ବୋଲି ତତ୍କାଳୀନ ପେଟ୍ରୋଲିୟମ ମନ୍ତ୍ରୀ ମୁରଲୀ ଦେଓରା କପୁରଙ୍କୁ ଚେତାବନୀ ଦେଇଥିଲେ। ଗାନ୍ଧୀ ପରିବାରକୁ ସହାୟତା କରିବା ଏକ ସୁଯୋଗ ବୋଲି ଅହମଦ ପଟେଲ କହିଥିଲେ। ରାଣା କପୁରଙ୍କ ଏହି ବୟାନ ଇଡି ଦାଖଲ କରିଥିବା ଦ୍ୱିତୀୟ ଅତିରିକ୍ତ ଅଭିଯୋଗ ଫର୍ଦ୍ଦରେ ରହିଛି। ଏହା ଜଣାପଡିବା ପରେ କଂଗ୍ରେସ ଏବଂ ଗାନ୍ଧୀ ପରିବାର ଲୁଟେରା ଏବଂ ସେମାନେ ପଦ୍ମ ଭୂଷଣ ସମ୍ମାନକୁ ବିକ୍ରି କରିଥିବା ଭାଜପା ଅଭିଯୋଗ କରିଛି। କଂଗ୍ରେସର ହାତ ଦୁର୍ନୀତିରେ ଭରି ରହିଥିବା ଭାଜପା ମୁଖପାତ୍ର ଗୌରବ ଭାଟିଆ କହିଛନ୍ତି। ଅନ୍ୟପକ୍ଷରେ କପୁରଙ୍କ ଅଭିଯୋଗକୁ କଂଗ୍ରେସ ରାଜନୈତିକ ଷଡ଼ଯନ୍ତ୍ର ବୋଲି କହିଛି। ଜେଲରେ ଥିବା ବ୍ୟକ୍ତି ୨୦୧୦ର କାରବାରକୁ ନେଇ ମୃତ ବ୍ୟକ୍ତିଙ୍କ ବିରୋଧରେ ମନଗଢ଼ା ଅଭିଯୋଗ ଆଣିବା ତାଙ୍କୁ ଆଶ୍ଚର୍ଯ୍ୟ କରିଛି ବୋଲି କଂଗ୍ରେସ ମୁଖପାତ୍ର ଅଭିଷେକ ମନୁ ସିଙ୍ଘଭି ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ପାଇଁ ଖେଳିବା ପୂର୍ବରୁ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ଚେତାବନୀ: ଆଗକୁ…

ନୂଆଦିଲ୍ଲୀ,୮।୬: ମାତ୍ର ୧୫ ବର୍ଷ ବୟସରେ ବିଶ୍ୱର ସବୁଠାରୁ ଚର୍ଚ୍ଚିତ କ୍ରିକେଟର ପାଲଟିଛନ୍ତି ବୈଭବ ସୂର୍ଯ୍ୟବଂଶୀ। IPLରେ ଚହଳ ସୃଷ୍ଟି କରିବା ଠାରୁ ଆରମ୍ଭ କରି ଟିମ…

ଭିଜିଲାନ୍ସ ହାବୁଡ଼ରେ ପଡିଗଲେ ମନରେଗା ସହାୟିକା, ବିଲ୍‌ କରାଇ ଦେବା କହି ନେଉଥିଲେ ଏତେ ଟଙ୍କା ଲାଞ୍ଚ

ଭବାନୀପାଟଣା,୮।୬(ଉତ୍ତମ କୁମାର ଦାଶ): ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜଳବିଭାଜିକା ବିଭାଗର କର୍ମଚାରୀ ତଥା ମନରେଗା ସହାୟିକା ପ୍ରିୟଙ୍କା ଜେନା। ଫାର୍ମ ପଣ୍ଡ କାମରେ ବିଲ୍‌ କରାଇ ଦେବା…

ରାଘବ ଚଢ଼ାଙ୍କୁ ମିଳିବ ଏହି ଦାୟିତ୍ୱ! ମୋଦି କ୍ୟାବିନେଟ୍‌ରେ ବଡ଼ ପଦବୀ ମିଳିବା ନେଇ ରାଜନୀତିରେ ହଇଚଇ, ହେବେ କି…

ନୂଆଦିଲ୍ଲୀ, ୮।୬: ଭାଜପା ପକ୍ଷରୁ କେନ୍ଦ୍ରମନ୍ତ୍ରୀ ରଭନୀତ ସିଂହ ବିଟ୍ଟୁ ଏବଂ ଜର୍ଜ କୁରିଏନ୍‌ଙ୍କୁ ରାଜ୍ୟ ସଭା ଟିକେଟ ନ ମିଳିବା ପରେ ସେମାନଙ୍କୁ ମୋଦି କ୍ୟାବିନେଟରୁ…

କଳାଅନ୍ଧାର କରି ମାଡ଼ି ଆସିଲା କାଳବୈଶାଖୀ: ଘଡ଼ଘଡ଼ି ସହ ପ୍ରବଳ ବର୍ଷା

ଭୁବନେଶ୍ୱର, ୮।୬: ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀର ପ୍ରଭାବ ଜାରି ରହିଥିବା ବେଳେ ସୋମବାର ଅପରାହ୍ନରେ ପୁଣିଥରେ ଟ୍ୱିନ୍ ସିଟି କଟକ ଓ ଭୁବନେଶ୍ୱରକୁ କାଳବୈଶାଖୀ ମାଡ଼ି…

ଗୋଇସରରେ ଜଳକଷ୍ଟ:ପାଣି ପାଇଁ ଧାରଣା ଦେଲେ ମହିଳା

ବରଗଡ଼,୮।୬(ପ୍ରେମାନନ୍ଦ ଖମାରୀ): ତାତି ଥମିବାର ନାଁ ନେଉ ନାହିଁ। ଘରେ ହେଉ ଅବା ବାହାରେ ଯେଉଁଠି ରହିଲେ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଏଭଳି ସ୍ଥଳେ…

ହାତୀ ଛୁଆର ମିଳିଲା କଙ୍କାଳ: ତାରସିଂ ରେଞ୍ଜରେ ୩ ମାସରେ ୩ ହାତୀ ମୃତ୍ୟୁ

ଭଞ୍ଜନଗର,୮।୬(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ତାରସିଂ ରେଞ୍ଜ ଗାୟଗଣ୍ଡା ନିକଟସ୍ଥ ପାଇଛାଲିଆ ଘଞ୍ଚ ଜଙ୍ଗଲ ଭିତରୁ ସୋମବାର ଏକ ହାତୀ ଛୁଆର କଙ୍କାଳ…

ଧାନ ଉଠାଇବା ଦାବିରେ ସିଏସ୍‌ଓ ଅଫିସରେ ପଶିଲେ ଚାଷୀ, ସିଏସ୍‌ଓ କହିଲେ-ଖୁବ୍‌ଶୀଘ୍ର…

ବଲାଙ୍ଗୀର, ୮।୬ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଆଗଲପୁର ମଣ୍ଡି ଓ ନଅଗାଁ (ଖ) ମଣ୍ଡିରେ ଧାନକିଣା ଅଚଳାବସ୍ଥା ଏବଂ ମିଲର୍ସଙ୍କ ମନମୁଖୀ କାର୍ଯ୍ୟ ପ୍ରତିବାଦରେ…

ବଚସା ହେଲା କାଳ….ମଦ ନିଶାରେ ବାପାଙ୍କୁ ଶାବଳରେ ଭୁଷି ହତ୍ୟା କଲେ ପୁଅ

ପାଟଣା,୮ା୬(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଦିଗ ପଶି ଗ୍ରାମରେ ଛାତିଥରା ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ରବିବାର ବିଳମ୍ୱିତ ରାତିରେ ପୁଅ ଉଦ୍ଧବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri