‘ଗନ୍ଧରେଲ ପ୍ରକଳ୍ପକୁ ପର୍ଯ୍ୟଟନସ୍ଥଳୀ ଭାବେ ବିକାଶ କରାଯିବ’

ବଲାଙ୍ଗୀର ଅଫିସ, ୧୪ା୧୨: ବଲାଙ୍ଗୀର ସହର ସନ୍ନିକଟ ଗନ୍ଧରେଲ ପାହାଡ ପାଦଦେଶରେ ଥିବା ଗନ୍ଧରେଲ ଜଳ ପ୍ରକଳ୍ପକୁ ଆଗାମୀ ଦିନରେ କିଭଳି ଏକ ପର୍ଯ୍ୟଟନସ୍ଥଳୀଭାବେ ବିକଶିତ କରାଯିବ ସେନେଇ ପଦକ୍ଷେପ ନିଆଯିବ। ରବିବାର ଗନ୍ଧରେଲ ପ୍ରକଳ୍ପ ଅଞ୍ଚଳକୁ ପରିଦର୍ଶନରେ ଯିବା ଅବସରରେ ଏହା କହିଛନ୍ତି ବିଧାୟକ ନରସିଂହ ମିଶ୍ର। କିପରି ଏହିି ପ୍ରକଳ୍ପର ଅଧିକ ଜଳ ସଂରକ୍ଷଣ ହୋଇପାରିବ ଓ ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ କେଉଁ କେଉଁ ସ୍ଥାନରେ ଜଙ୍ଗଲ ଜମି ବ୍ୟତୀତ ମନୋରଞ୍ଜନ ଧର୍ମୀ ପାର୍କ ତିଆରି ହୋଇ ପାରିବ, ସ୍ଥାନୀୟ ଲୋକେ ପ୍ରକଳ୍ପରୁ କିଭଳି ରୋଜଗାରକ୍ଷମ ହୋଇପାରିବେ ସେଦିଗରେ ଅନୁଧ୍ୟାନ କରାଯିବ ବୋଲି ସେ କହିଥିଲେ ା ଗନ୍ଧରେଲ ଗଁାର ମହିଳାଙ୍କ ସହ ବିଧାୟକ ମିଶ୍ର ଆଲୋଚନା କରିଥିଲେ ା ଗଁାରେ ପାନୀୟ ଜଳ ଯୋଗାଣ, କମ୍ୟୁନିଟି ସେଣ୍ଟର ଓ ଗାଧୋଇବା ପାଇଁ ବ୍ୟବସ୍ଥା କରାଯିବ ବୋଲି କହିଥିଲେ ା ପରେ ସ୍ବାମୀ ବିବେକାନନ୍ଦ ନ୍ୟାଶନାଲ ଇନଷ୍ଟିଚ୍ୟୁଟ୍‌ ଅଫ ଟ୍ରେନିଂ ଆଣ୍ଡ ରିସର୍ଚ୍ଚ(ନିରତାର) ସେଣ୍ଟର, ତେଲିଗୋଠପଡା ଓ ମହାଲକ୍ଷ୍ମୀନଗର ପରିଦର୍ଶନ କରିଥିଲେ ା କେତେକ ବୁଦ୍ଧିଜୀବୀ ତଥା ଗ୍ରାମବାସୀଙ୍କ ଅନୁରୋଧକ୍ରମେ ମିଶ୍ର ଗନ୍ଧରେଲ ପରିଦର୍ଶନ କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

ବ୍ଲକସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର: ଛାତ୍ରଛାତ୍ରୀଙ୍କ ପକ୍ଷରୁ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ

ଲୋଇସିଂହା, ୩ା୯ (ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଉପରବାହାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଚଳିତ ବର୍ଷର ବ୍ଲକସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।…

ପମ୍ପ ଅପରେଟର ପାଇନାହାନ୍ତି ୬ ମାସର ପାରିଶ୍ରମିକ: ୭ରୁ କାର୍ଯ୍ୟବନ୍ଦ ଚେତାବନୀ

ଲୋଇସିଂହା, ୩ା୯: ଲୋଇସିଂହା ଏନ୍‌ଏସି ଅଧୀନ ଲୋଇସିଂହା ଓ ବୁର୍ଡା ଅଞ୍ଚଳରେ କାର୍ଯ୍ୟରତ ଏସିଏମ୍‌ ଓ ପାନୀୟଜଳ ପ୍ରକଳ୍ପର ପମ୍ପ ଅପରେଟରମାନେ ଦୀର୍ଘ ୬ ମାସ ଧରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri