Posted inଖେଳ

ଲକ୍‌ଡାଉନ ସତ୍ତ୍ୱେ ଖେଳ ସମ୍ଭବ: ମୋର୍ଗାନ

ଅହମଦାବାଦ, ୨୮ା୪ (ପି.ଟି.)- କୋଭିଡ୍‌ ପାଇଁ ଲକ୍‌ଡାଉନ ସତ୍ତ୍ୱେ ଖେଳ ସମ୍ଭବ ବୋଲି କହିଛନ୍ତି ଇଂଲଣ୍ଡ ଓ କୋଲକାତା ନାଇଟ ରାଇଡର୍ସ ଅଧିନାୟକ ଇଅନ ମୋର୍ଗାନ। ଅତୀତରେ ବୁନ୍ଦେସ ଲିଗା ଓ ପ୍ରିମିୟର ଲିଗ୍‌ ଖେଳାଯାଇଛି। ବର୍ତ୍ତମାନ ଆଇପିଏଲ୍‌ ସେହି ମାର୍ଗରେ ଚାଲିଛି। ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ୨୦୨୦ ସଂସ୍କରଣ ଶେଷ ହେବାର ୬ ମାସ ନ ପୂରୁଣୁ ୨୦୨୧ ସଂସ୍କରଣ ଆରମ୍ଭ ହୋଇଛି। ଏଥର କୋଭିଡ୍‌ ଦ୍ୱିତୀୟ ଲହରର କବ୍‌ଜାରେ ରହିଛି ଆଇପିଏଲ୍‌। ଭାରତର ରବିଚନ୍ଦ୍ରନ ଅଶ୍ୱିନ ଓ ଅଷ୍ଟ୍ରେଲିଆର କେତେଜଣ ଖେଳାଳି ଇତିମଧ୍ୟରେ ଇଭେଣ୍ଟ ଛାଡ଼ି ଚାଲିଯାଇଛନ୍ତି। ଭାରତର ସ୍ବାସ୍ଥ୍ୟ ବ୍ୟବସ୍ଥା ବର୍ତ୍ତମାନ ସଙ୍କଟ ଦେଇ ଗତି କରୁଛି। ବହୁ ରାଜ୍ୟରେ ବିଭିନ୍ନ କଟକଣା ବ୍ୟତୀତ ଲକ୍‌ଡାଉନ ଓ ନାଇଟ କର୍ଫ୍ୟୁ ଜାରି ହୋଇଛି। ଗତବର୍ଷ ୟୁକେରେ ବହୁଦିନ ଧରି ଲକ୍‌ଡାଉନ ଲାଗୁ କରାଯାଇଥିଲା। ସେତେବେଳେ ମନେହେଉଥିଲା ବହୁଦିନ ଧରି ଆଉ କ୍ରିକେଟ ସମ୍ଭବ ନୁହେଁ। ଯେତେବେଳେ ଲକ୍‌ଡାଉନ ହଟିଲା ସେତେବେଳେ ଆମେ ପ୍ରଥମେ ଟିଭିରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଖେଳ ଦେଖିବାକୁ ମିଳିଥିଲା। ଏହାଥିଲା ରଗ୍‌ବୀ ୟୁନିୟନ ଲିଗ୍‌। ପରେ କ୍ରମେ ବୁନ୍ଦେସ୍‌ଲିଗା ଓ ପ୍ରିମିୟର ଲିଗ୍‌ ଆରମ୍ଭ ହୋଇଥିଲା। ଏଥିରୁ ସ୍ପଷ୍ଟ ସୂଚିତ ହୋଇଥିଲା ଯେ କୌଣସି ଦେଶରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ବେଳେ ମଧ୍ୟ ଖେଳ ସମ୍ଭବ। କିନ୍ତୁ ଏଥିପ୍ରତି ମଧ୍ୟ ନଜର ଦେବାକୁ ହେବ ଯେ ଲୋକେ ଏହାକୁ ଠିକ୍‌ ଭାବେ ଗ୍ରହଣ କରୁଛନ୍ତି କି ନା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହାତକୁ ଦି’ ହାତ ହେଲେ ଏହି ଦକ୍ଷିଣ ଆଫ୍ରିକା କ୍ରିକେଟର୍‌, ଆଇପିଏଲ ନିଲାମରେ ହୋଇପାରନ୍ତି କୋଟିପତି

କେପ୍‌ଟାଉନ୍‌,୫।୧୨: ଦକ୍ଷିଣ ଆଫ୍ରିକାର ଯୁବ ଦ୍ରୁତ ବୋଲର ଜେରାଲ୍ଡ କୋଟଜି ଡିସେମ୍ବର ୧୦ରୁ ଭାରତ ବିପକ୍ଷ ଟି-୨୦ ସିରିଜ ପୂର୍ବରୁ ବିବାହ କରିଛନ୍ତି। ସେ ତାଙ୍କ...

ଆଇପିଏଲ୍‌ରୁ ଓହରିଯିବାକୁ ଆର୍ଚରଙ୍କୁ ନିର୍ଦ୍ଦେଶ

ଲଣ୍ଡନ, ୫ା୧୨: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରୁ ଓହରିଯିବା ଲାଗି ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ଜୋଫ୍ରା ଆର୍ଚରଙ୍କୁ ନିର୍ଦ୍ଦେଶ ଦେଇଛି। ବାରମ୍ବାର...

ବାଇଜୁସ୍‌କୁ ଏନ୍‌ସିଏଲ୍‌ଟି ନୋଟିସ୍‌

ନୂଆଦିଲ୍ଳୀ, ୫ା୧୨: ଭାରତୀୟ କ୍ରିକେଟ ବୋର୍ଡ(ବିସିସିଆଇ)ର ୧୫୮ କୋଟି ଟଙ୍କା ବାକି ରଖିବା ପ୍ରସଙ୍ଗରେ ବାଇଜୁସ୍‌କୁ ନୋଟିସ୍‌ ପ୍ରେରଣ କରିଛି ଏନ୍‌ସିଏଲ୍‌ଟି। ଅର୍ଥ ପରିଶୋଧ ହୋଇ...

ଇଂଲଣ୍ଡକୁ ହରାଇଲା ଓ୍ବେଷ୍ଟଇଣ୍ଡିଜ୍‌

ନର୍ଥ ସାଉଣ୍ଡ,୫ା୧୨: ଅଧିନାୟକ ତଥା ଉଇକେଟ କିପର ଶାଇ ହୋପଙ୍କ ଶତକ ଓ ରୋମାରିଓ ଶେଫର୍ଡଙ୍କ ଦ୍ରୁତ ୪୯ ରନ୍‌ ବଳରେ ପ୍ରଥମ ଦିନିକିଆରେ ଇଂଲଣ୍ଡକୁ...

ସୁଖରାମ ଅଧିନାୟକ

ଭୁବନେଶ୍ୱର, ୫।୧୨ (ତପନ ସ୍ବାଇଁ):ଜାତୀୟ ଦୃଷ୍ଟିବାଧିତ କ୍ରିକେଟ ଟୁର୍ନାମେଣ୍ଟ ନଗେଶ ଟ୍ରଫି ପାଇଁ ସୋମବାର ଓଡ଼ିଶା ଦଳ ଘୋଷଣା କରାଯାଇଛି। ଏହି ସମ୍ମାନଜନକ ଟୁର୍ନାମେଣ୍ଟ ପାଇଁ...

କ୍ରୀଡ଼ା ଭିତ୍ତିଭୂମି ପାଇଁ କିଟ୍‌ ପୁରସ୍କୃତ

ଭୁବନେଶ୍ୱର, ୫।୧୨(ତପନ ସ୍ବାଇଁ): ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ପକ୍ଷରୁ ନୂଆଦିଲ୍ଲୀରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ  କିଟ୍‌କୁ ସମ୍ମାନଜନକ ସିଆଇଆଇ ସ୍ପୋଟର୍‌ସ ବିଜନେସ ପୁରସ୍କାର-୨୦୨୩...

ଶୁଟିଂ ରେଞ୍ଜରେ ଅଭ୍ୟାସ କରୁଥିବା ବେଳେ ଅଘଟଣ: ବୁଢ଼ା ଆଙ୍ଗୁଠି ହରାଇଲେ ଶୁଟର

ନୂଆଦିଲ୍ଳୀ,୫ା୧୨: କାର୍ନି ସିଂ ଶୁଟିଂ ରେଞ୍ଜରେ ଅଭ୍ୟାସ କରୁଥିବା ସମୟରେ ପିସ୍ତଲରେ ଥିବା ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ କାରଣରୁ ଜଣେ ଶୁଟର ନିଜର ବାମହାତର ବୁଢା...

ବୁମ୍‌ରାଙ୍କୁ ଉପଦେଶ ଦେଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ,୫।୧୨: ଭାରତର ଜାଭେଲିନ ତାରକା ନୀରଜ ଚୋପ୍ରା ମଧ୍ୟ କ୍ରିକେଟ ଦେଖିବାକୁ ପସନ୍ଦ କରନ୍ତି। ନିକଟରେ ଅନୁଷ୍ଠିତ ବିଶ୍ୱକପ ଫାଇନାଲ ଦେଖିବା ପାଇଁ ସେ ଅହମ୍ମଦାବାଦର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri