Posted inଖେଳ

ଧୋନୀଙ୍କ ପ୍ରଶଂସାରେ ଏମିତି କହିଦେଲେ ଗମ୍ଭୀର

ନୂଆଦିଲ୍ଲୀ,୧୮।୯: ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଭାରତୀୟ କ୍ରିକେଟ୍‌ ପାଇଁ ଯାହା କରିଛନ୍ତି, ଏପର୍ଯ୍ୟନ୍ତ କୌଣସି ଅଧିନାୟକ ତାହା କରିପାରି ନାହାଁନ୍ତି। ଧୋନୀ ବର୍ତ୍ତମାନ ପର୍ଯ୍ୟନ୍ତ ଏକମାତ୍ର ଅଧିନାୟକ ଯିଏ ଭାରତ ପାଇଁ ୩ଟି ଆଇସିସି ଟ୍ରଫି ଜିତିଛନ୍ତି। ୨୦୧୧ ଏକଦିବସୀୟ ବିଶ୍ୱକପ୍‌ରେ ଧୋନୀ ଛକା ମାରି ଦଳକୁ ବିଜୟୀ କରାଇଥିଲେ। ଧୋନୀଙ୍କୁ ସର୍ବଦା ଟାର୍ଗେଟ୍‌ କରିଆସୁଥିବା ଗମ୍ଭୀର ଏଥର ତାଙ୍କୁ ପ୍ରଶଂସା କରୁଥିବା ଦେଖାଯାଇଛି।
ଗମ୍ଭୀର କହିଛନ୍ତି ଯେ, ଧୋନୀ ଦଳକୁ ଟ୍ରଫି ଜିତାଇବା ପାଇଁ ନିଜର ଅନ୍ତର୍ଜାତୀୟ ରନ ବଳିଦାନ ଦେଇଛନ୍ତି। ଧୋନୀ ତାଙ୍କ କ୍ୟାରିୟରରେ ଅଧିକ ରନ କରିପାରିଥାନ୍ତେ, କିନ୍ତୁ ସେ ଦଳକୁ ନିଜଠାରୁ ଆଗରେ ରଖିଥିଲେ। ଯଦି ସେ ଅଧିନାୟକ ହୋଇନଥାନ୍ତେ, ତେବେ ସେ ଭାରତର ତିନି ନମ୍ବର ବ୍ୟାଟ୍ସମ୍ୟାନ ହୋଇଥାନ୍ତେ। ସେ ଅଧିକ ରନ ସ୍କୋର କରିପାରିଥାନ୍ତେ କିନ୍ତୁ ସେ ଦଳକୁ ଆଗରେ ରଖି ପଛରେ ବ୍ୟାଟିଂ କରିବାକୁ ଆସୁଥିଲେ।
ଗମ୍ଭୀର ଅନେକ ଥର କହିଛନ୍ତି ଯେ, ବିଶ୍ୱକପ୍‌ର ଶ୍ରେୟ କେବଳ ଗୋଟିଏ ଛକା(ଧୋନୀଙ୍କ ଛକା)କୁ ଦିଆଯାଉଛି ଏବଂ ସମଗ୍ର ଦଳକୁ ନୁହେଁ।
ସୂଚନାଯୋଗ୍ୟ ଯେ, ଏଥର ଦିନିକିଆ ବିଶ୍ୱକପ ୨୦୨୩ ଭାରତ ଦ୍ୱାରା ଆୟୋଜିତ ହେବ। ଭାରତ ପୁଣି ଥରେ ଟ୍ରଫି ଜିତିବ ବୋଲି ଆଶା କରାଯାଉଛି। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ବିଶ୍ୱକପ ଖେଳିବ। ବିଶ୍ୱକପ ପୂର୍ବରୁ ଦଳ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଏସିଆ କପ ୨୦୨୩ ଟାଇଟଲ ଜିତିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ: କେନ୍ଦୁଝର ଜିଲାର ୧୧ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି

ବଞ୍ଚୋ, ୭।୭(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲାରେ ପ୍ରଶାସନିକ କାର୍ଯ୍ୟକୁ ଅଧିକ ସୁଚାରୁ ଓ ସୁଦୃଢ଼ ଭାବେ ପରିଚାଳନା କରିବା ପାଇଁ ଏକ ବଡ଼ଧରଣର ଅଦଳବଦଳ…

ନାଖରା ସେତୁରେ ଅଘଟଣ: ବୁଢ଼ାବଳଙ୍ଗ ନଦୀରେ ରିଲ୍ସ କରୁଥିବା ବେଳେ ଭାସିଗଲେ ଯୁକ୍ତ ୨ ଛାତ୍ର, ୪ ସାଙ୍ଗ ଉଦ୍ଧାର

ବୈଶିଙ୍ଗା,୭|୭(ରତନ ଦାଶ ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ସେତୁ ନିକଟରେ ଏକ ଦୁଃଖଦ ଅଘଟଣ ଘଟିଛି। ନଦୀର ବଢ଼ି ପାଣିରେ…

SPF 30 ନା SPF 50? ସନ୍‌ସ୍କ୍ରିନ୍ କିଣିବା ପୂର୍ବରୁ ଜାଣନ୍ତୁ ଆପଣଙ୍କ ତ୍ୱଚା ପାଇଁ କେଉଁଟି ଭଲ

ଆଜିକାଲିର ସମୟରେ ନାରୀମାନେ ନିଜର ତ୍ୱଚାକୁ ନେଇ ବେଶ ଯତ୍ନବାନ। ଖାସ୍‌ ସେଥିଲାଗି ଖରା, ବର୍ଷା କିମ୍ବା ଶୀତ ଆଦି ଋତୁରେ ସନ୍‌ସ୍କ୍ରିନର ବ୍ୟବହାର ଏବେ ଏକ…

ମାନସିକ ଭାରସାମ୍ୟ ହରାଇଲେ ଯୁବକ: ନେଲେ ଚରମ ନିଷ୍ପତ୍ତି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ଗୌଡ଼ସାହିର   ଜିତେନ୍ଦ୍ର ସେଠୀ (୪୦) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ…

ଆମେରିକାକୁ ହରାଇ କ୍ୱାର୍ଟର ପହଞ୍ଚିଲା ବେଲଜିୟମ

ସିଆଟେଲ,୭ା୭: ଚାଲର୍‌ସ ଡି କେଟେଲେରେଙ୍କ ଦ୍ୱିତୀୟ ଗୋଲ ବଳରେ ଫିଫା ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ବେଲଜିୟମ ୪-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି। ଡିଫେଣ୍ଡର…

ସମୁଦ୍ର କୂଳରେ ପଥର ବନ୍ଧ ନିର୍ମାଣ ଦାବି: ୭ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ବଢ଼ି ଚାଲିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ…

ସମାଲୋଚକଙ୍କୁ ଗଡ଼କରୀଙ୍କ ଖୋଲା ଚ୍ୟାଲେଞ୍ଜ: E-୨୦ ପେଟ୍ରୋଲ୍‌ରେ ଗୋଟିଏ ହେଲେ ଗାଡ଼ି ଖରାପ ହେବାର ପ୍ରମାଣ ଦିଅ… 

ନୂଆଦିଲ୍ଲୀ,୭।୭: ୨୦ ପ୍ରତିଶତ ଏଥାନଲ ମିଶ୍ରିତ ପେଟ୍ରୋଲ (ଇ-୨୦) ବ୍ୟବହାର ଦ୍ୱାରା ଗାଡ଼ିର ମାଇଲେଜ କମିବା ଏବଂ ଇଞ୍ଜିନରେ ସମସ୍ୟା ଦେଖାଦେବା ଭଳି କେତେକ ଅଭିଯୋଗ ଉପରେ…

ମହାନଦୀରେ ଗାଧୋଉଥିବା ବେଳେ ଭାସିଗଲେ ଯୁବକ, ଖୋଜାଖୋଜି ଜାରି

ବାଙ୍କୀ, ୭।୭: କଟକ ଜିଲା ବାଙ୍କୀ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖସ୍ଥ ମହାନଦୀ ଘାଟରେ ଏକ ଅଘଟଣ ଘଟିଛି। ନଦୀରେ ଗାଧୋଉଥିବା ବେଳେ ଜଣେ ଯୁବକ ପାଣି ସ୍ରୋତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri