Posted inଫୁରସତ

କାନ୍ଦୁଛି ଗଜରାଜ

ପ୍ରତିବର୍ଷ ଅଗଷ୍ଟ ୧୨କୁ ବିଶ୍ୱ ହସ୍ତୀ ଦିବସ ରୂପେ ପାଳନ କରାଯାଉଛି। ପରିବେଶ ସନ୍ତୁଳନରେ ଏହି ଅନ୍ୟତମ ବୃହତ୍‌ ବନ୍ୟପ୍ରାଣୀ ହାତୀ ପ୍ରମୁଖ ଭୂମିକା ନେଇଥାଏ। କିନ୍ତୁ ମନୁଷ୍ୟକୃତ ଏକାଧିକ କାରଣ ପାଇଁ ଏବେ ଏମାନଙ୍କ ବଂଶ ବିପଦରେ। ହାତୀ ଓ ମଣିଷ ମଧ୍ୟରେ ଲଢ଼େଇ ଜାରି ରହିଥିବାବେଳେ ଉଭୟଙ୍କ ଜୀବନ ଯାଉଛି। ଏ ପରିସ୍ଥିତିରେ ହାତୀ ସୁରକ୍ଷା ଓ ସଂରକ୍ଷଣ ଜରୁରୀ ହୋଇପଡିଛି।

ଭୁବନେଶ୍ୱର, ୧୨ା୮(ବ୍ୟୁରୋ): ହାତୀକୁ ଐତିହ୍ୟ ପ୍ରାଣୀ ବୋଲି ଘୋଷଣା କରାଯାଇଛି। ତେଣୁ ଏମାନଙ୍କ ସୁରକ୍ଷା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ହାତୀ କରିଡର ପୁନରୁଦ୍ଧାର ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ହେଲେ ହାତୀ-ମଣିଷ ଲଢ଼େଇ ବନ୍ଦ ହୋଇପାରୁନି। ଅନେକ କ୍ଷେତ୍ରରେ ଉଭୟ ହାତୀ ଓ ମଣିଷଙ୍କ ମୃତ୍ୟୁ ହେଉଛି। ଓଡ଼ିଶାରେ ହାତୀ ସଂରକ୍ଷଣ କେବଳ ଭାଷଣବାଜି ଓ ସଭାସମିତିରେ ସୀମିତ ରହୁଛି। ସେପଟେ ହାତୀଙ୍କୁ ବନ୍ଦୀ କରି ରଖିବାକୁ ନେଇ ସାମାଜିକ ଗଣମାଧ୍ୟମରେ ସମାଲୋଚନାର ଶିକାର ହେଉଛି ଓଡ଼ିଶା। ଏନେଇ ବନ୍ୟପ୍ରାଣୀ ଓ ପଶୁ ସୁରକ୍ଷା କର୍ମୀ ଶତାଧିକ ପିଟିଶନ କରିଛନ୍ତି। ଓଡ଼ିଶାରେ କେତେକ ହାତୀଙ୍କୁ ଚେନରେ ବନ୍ଦୀ କରି ରଖାଯାଇଛି। ତାଙ୍କର ଦୋଷ ଥିଲା ଯେ, ସେମାନେ ମଣିଷ ମାରିଛନ୍ତି। ଚନ୍ଦକାରେ ‘ନନ୍ଦନ’, ‘ଯଶୋଦା’ ଓ ‘ଶଙ୍କର’, କପିଳାସରେ ‘ରାକେଶ’, ଶିମିଳିପାଳରେ ‘ମହେନ୍ଦ୍ର’ ଓ ‘ଶୋଭା’ ଏବଂ ଦେବ୍ରିଗଡ଼ରେ ‘ଖରସେଲ’ ବନ୍ଦୀ ଜୀବନ ବିତାଉଛନ୍ତି। ଏମାନଙ୍କ ମଧ୍ୟରୁ ଯଶୋଦା, ଶୋଭା ଓ ଖରସେଲ ଏବେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହେଉଛନ୍ତି। ଦନ୍ତାହାତୀ ନନ୍ଦନକୁ ନନ୍ଦନକାନନରେ ୧୦ବର୍ଷ କାଳ ବନ୍ଧାଯାଇ ରଖାଯାଇଥିଲା। ୨୦୧୦ରେ କୁମ୍‌କି ପ୍ରଶିକ୍ଷଣ ପାଇଁ ଚନ୍ଦକା ନିଆଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟରେ ନିୟୋଜିତ କରାଯାଉ ନାହିଁ। ଦୀର୍ଘବର୍ଷ ହେବ ସେଠାରେ ବନ୍ଧା ହୋଇ ରହିଥିବାରୁ ତା’ର ସ୍ବାସ୍ଥ୍ୟରେ ଅବନତି ଦେଖାଦେଇଛି। ସେହିପରି ‘ଶଙ୍କର’ ଗୋଡ଼ରେ ଲୁହା ଚେନ ବାନ୍ଧିବା ଯୋଗୁ ହୋଇଥିବା ଘା’ ଆଦୌ ଶୁଖୁନାହିଁ। ରାକେଶକୁ ୧ ଏକର ବିଶିଷ୍ଟ ଅଞ୍ଚଳରେ ବିଦ୍ୟୁତ୍‌ ତାର ବାଡ଼ ଘେରଦେଇ କପିଳାସ ଚିଡ଼ିଆଖାନାରେ ରଖାଯାଇଛି। ଫଳରେ ସେ ବହୁତ କଷ୍ଟ ପାଇବା ସହ ବନ୍ଦୀ ଜୀବନ କଟାଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

ମିଠା ପ୍ୟାକେଟ୍‌ ଖୋଳ ତିଆରି କରୁଛନ୍ତି ବାପା: ଦେଶ ପାଇଁ ସ୍ବର୍ଣ୍ଣ ଆଣିଲେ ଝିଅ

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ମହିଳା ରିକର୍ଭ ତୀରନ୍ଦାଜୀ ଦଳ ଇତିହାସ ରଚିଛି। ଅଙ୍କିତା ଭକତ, କୀର୍ତ୍ତି ଓ କୁମକୁମ ମୋହୋଦଙ୍କୁ ନେଇ ଗଠିତ ଭାରତୀୟ…

ଝାଟିପଦର ଠାକୁରାଣୀ ମନ୍ଦିରରେ ଶେଷ ପର୍ଯ୍ୟାୟରେ ନବରାତ୍ର ପୂଜା ପ୍ରସ୍ତୁତି

ଗଞ୍ଜାମ,୨ା୧୦(ବିଦ୍ୟାଧର ସାହୁ): ଚଳିତ ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଶନିବାରଠାରୁ ଆରମ୍ଭ ହୋଇଛି ମା’ ଠାକୁରାଣୀଙ୍କ ପୀଠରେ ଶାରଦୀୟ ନବ ରାତ୍ର ପୂଜା। ଏହି ପୂଜା…

ଫ୍ଲାଇଦୁବାଇ ଘଟଣାରେ ବଡ଼ ଖୁଲାସା; ସାମ୍ନାକୁ ଆସିଲା ସ୍ମିତଙ୍କ ନୂଆ ଭିଡିଓ, ମୋତେ….

ନୂଆଦିଲ୍ଲୀ,୨।୧୦: ଦୁବାଇରୁ ତେଲ୍‌ ଅଭିଭ୍‌ ଯାଉଥିବା ଫ୍ଲାଇଦୁବାଇ ବିମାନରେ ଘଟିଥିବା କକ୍‌ପିଟ୍‌ ଆକ୍ରମଣ ଘଟଣାକୁ ନେଇ ନୂଆ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ବିମାନ ଭିତରେ…

କୁକୁର ମୁହଁରୁ କୃଷ୍ଣସାର ମୃଗଛୁଆକୁ ଉଦ୍ଧାର କରି ଘରେ ରଖିଥିଲେ ବ୍ୟକ୍ତି, ବନ ବିଭାଗ କର୍ମଚାରୀ ପହଞ୍ଚି…

ଦିଗପହଣ୍ଡି,୨।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ବଜ୍ରଗୁମାରୁ ଏକ କୃଷ୍ଣସାର ମୃଗ ଛୁଆକୁ ବନ ବିଭାଗ କର୍ମଚାରୀମାନେ ଉଦ୍ଧାର କରିଛନ୍ତି।…

ଇତିହାସ ରଚିଲେ ସୁନା ଝିଅ ଲଭଲିନା: ଏସିଆନ ଗେମ୍ସରେ କଲେ କମାଲ୍‌

ନୂଆଦିଲ୍ଲୀ,୨।୧୦: ଭାରତୀୟ ବକ୍ସିଂ ପାଇଁ ଆସିଛି ବଡ଼ ଖୁସି ଖବର। ୨୦୨୬ ଏସିଆନ ଗେମ୍ସରେ ମହିଳା ୭୫ କିଲୋଗ୍ରାମ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଭାରତୀୟ ବକ୍ସର…

ଆସୁଛି ଲଘୁଚାପ; ଏଥର ବର୍ଷାରେ ଭିଜିପାରେ ଦଶହରା, ଏହି ଜିଲାରେ…

ଭୁବନେଶ୍ୱର,୨।୧୦: ଆସୁଛି ଆଉ ଏକ ଲଘୁଚାପ । ଦଶହରା ସମୟରେ ବଡ଼ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୧୨ ତାରିଖରେ…

ଚୌକା-ଛକା ବର୍ଷା କଲେ ବୈଭବ ସୂର୍ଯ୍ୟବଂଶୀ: ଧୂଆଁଧାର ବ୍ୟାଟିଂ କରୁ କରୁ…

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ର ଦ୍ୱିତୀୟ ସେମିଫାଇନାଲରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରୋମାଞ୍ଚକର ମୁକାବିଲା ଜାରି ରହିଛି। ମ୍ୟାଚ୍ରେ ଭାରତ ପାଇଁ ପାଳି ଆରମ୍ଭ କରିଥିବା…

ବାଲେଶ୍ବରରେ ଲଗାତାର ଅଗ୍ନିକାଣ୍ଡ, ରାତିଅଧରେ ଜଳିଗଲା ଜଳିଗଲା ବ୍ୟାନର ଦୋକାନ

ବାଲେଶ୍ୱର,୨।୧୦( ବାଞ୍ଛାନିଧି ଦେ): ବାଲେଶ୍ୱର ଚର୍ଚ୍ଚ ଲାଇନ୍‌ ଗଳିରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ରୁ ଜଳିଗଲା ଏକ ବ୍ୟାନର୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?