Posted inଗଜପତି

ଗଜପତି ଗଞ୍ଜେଇ ମାଫିଆଙ୍କ ସମ୍ପତ୍ତି ବାଜ୍ୟାପ୍ତ

ଆର.ଉଦୟଗିରି,୧୩।୨(ଡି.ଏନ.ଏ.) ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ରାଇପଙ୍କା ଗ୍ରାମର ଗଞ୍ଜେଇ ମାଫିଆ ରାଧାକାନ୍ତ ନାୟକଙ୍କ ୧ କୋଟି ୧୭ ଲକ୍ଷ ୫୭ହଜାର ୬୯୪ ଟଙ୍କାର ସମ୍ପତ୍ତିକୁ ଶନିବାର ପୋଲିସ ବାଜ୍ୟାପ୍ତ କରିଛି। ରାଇପଙ୍କା ଗ୍ରାମ ସ୍ଥିତ ସରକାରୀ ଜମିରେ ଥିବା ବାସଗୃହ ସମେତ ବ୍ରହ୍ମପୁର ମହାନଗର ନିଗମ ଆଙ୍କୁଲି ସ୍ଥିତ ଲକ୍ଷ୍ମୀ ନଗରରେ ଘରକୁ ମିଶାଇ ଦୁଇଟି ଘର ସହ ଗୋଟିଏ ଦାମୀ କାର୍‌ ଓ ଏକାଧିକ ବ୍ୟାଙ୍କ ଆକାଉଣ୍ଟକୁ ପୋଲିସ ସିଜ୍‌ କରିଛି। ଏ ନେଇ ଏକ ଖବରଦାତା ସମ୍ମିଳନୀରେ ଗଜପତି ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବାମଦେବ ସିଂ ସୂଚନା ଦେଇଛନ୍ତି। ବହୁ ଚର୍ଚ୍ଚିତ ଗଞ୍ଜେଇ ମାଫିଆ ରାଧାକାନ୍ତ ନାୟକଙ୍କ ନଁାରେ ଅଡବା ଥାନାରେ ୧୦, ରାୟଗଡ଼ା ଜିଲାର ବିଭିନ୍ନ ଥାନାରେ ତିନୋଟି ଓ ନୂଆଦିଲ୍ଲୀରେ ମୋଟ ୧୪ଟି ମାମଲା ରହିଥିଲା। ବିଭିନ୍ନ ଅଞ୍ଚଳରେ ଗଞ୍ଜେଇ ଚାଷକୁ ପ୍ରୋତ୍ସାହନ ଯୋଗାଇବା ସହ ଗଞ୍ଜେଇ ଚୋରା କାରବାରରେ କିଙ୍ଗପିନ ସାଜିଥିଲେ। ମହୀଶୂରରୁ ଗଜପତି ପୋଲିସ ତାଙ୍କୁ ଗିରଫ କରିଥିଲା। ଗିରଫ ପରେ ଅଭିଯୁକ୍ତ ବିଚାରାଧୀନ କଏଦୀ ଭାବେ ଭଞ୍ଜନଗର ଉପକାରାଗାରରେ ରହିଥିବା ବେଳେ ଏକାଧିକ ମାମଲାର ଖୋଳତାଡ କରୁଥିଲା ପୋଲିସ। ତେବେ ବର୍ତ୍ତମାନ ଏନ୍‌ଡିପିଏସ୍‌ ଓ ସେଫମା ୧୯୭୬ ଆକ୍ଟ ଅନୁସାରେ କମ୍ପିଟାଣ୍ଟ ଅଥରିଟି ଆଣ୍ଡ ଆଡମିନିଷ୍ଟ୍ରେଶନ କୋଲକାତା ତରଫରୁ ଆୟ ବହିର୍ଭୂତ ସମ୍ପତ୍ତିକୁ ଜବତ କରି ବାଜ୍ୟାପ୍ତି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୦୦ରୁ ଊର୍ଦ୍ଧ୍ୱ ଅଫିସକୁ ଅଗ୍ନିଶମ ବିଭାଗର କଡ଼ା ନୋଟିସ

ପାରଳାଖେମୁଣ୍ଡି,୯ା୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର କେତେକ ପ୍ରମୁଖ ସରକାରୀ କାର୍ଯ୍ୟାଳୟରେ ଅଗ୍ନି ର୍ନିବାପକ ଯନ୍ତ୍ର ନ ଥିବା ଅଭିଯୋଗ ହୋଇଛି। ତହସିଲ, ଜିଲା କୋଷାଗାର ଓ ନିବନ୍ଧକ…

ଭୟଙ୍କର ଦୁର୍ଘଟଣା; ଟ୍ରକ୍‌-ବାଇକ୍‌ ଧକ୍କାରେ ଆଖିବୁଜିଲେ ଉପେନ୍ଦ୍ର

ପାରଳାଖେମୁଣ୍ଡି, ୭।୧୦ (ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ୍‌ ଅନ୍ତର୍ଗତ ଗୁରାଣ୍ଡା ଥାନା ପାଟିକୋଟା ଗ୍ରାମ ନିକଟରେ ଟ୍ରକ୍‌-ବାଇକ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?