ପର୍ଯ୍ୟଟନର ନୂଆ ସମ୍ଭାବନା ‘ଗଦଗଦି’

ଢେଙ୍କାନାଳ ଅଫିସ, ୩୧।୧୦: ପର୍ଯ୍ୟଟନ ସମ୍ଭାରରେ ଭରପୂର ଢେଙ୍କାନାଳ। ଜିଲାର ପ୍ରାକୃତିକ ଶୋଭାରାଜି ଯେତିକି ମନୋରମ, ସେତିକି ସମୃଦ୍ଧ ଏଠାକାର ପ୍ରାଚୀନ କୀର୍ତ୍ତିରାଜି। କପିଳାସ, ସପ୍ତଶଯ୍ୟା, ମହିମା ଧର୍ମପୀଠ ଯୋରନ୍ଦା, କୁଆଲୋ ଅଷ୍ଟଶମ୍ଭୁ, ସରାଙ୍ଗ ଅନନ୍ତଶୟନ ଭଳି ପର୍ଯ୍ୟଟନସ୍ଥଳୀ ବର୍ଷତମାମ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରି ଆସୁଛି। ତେବେ ଏଭଳି ଅନେକ ସ୍ଥାନ ଅଛି, ଯାହା ପ୍ରଚାର ପ୍ରସାର ଅଭାବରୁ ରହିଯାଇଛି ଦୃଷ୍ଟି ଆଢୁଆଳରେ। ଗଁଦିଆ ବ୍ଲକ ମନ୍ଦାର ପଞ୍ଚାୟତର ‘ଗଦଗଦି’ ସେଥିରୁ ଗୋଟିଏ। ଏଠାକାର ସବୁଜିମାମୟ ଶାନ୍ତ ପରିବେଶ, କ୍ଷୁଦ୍ର ଜଳପ୍ରପାତ ପର୍ଯ୍ୟଟକଙ୍କୁ ବାନ୍ଧି ରଖିବା ଲାଗି ଯଥେଷ୍ଟ। ସ୍ଥାନୀୟ ଅଞ୍ଚଳର ଗରିମା ବଢ଼ାଇଥିବା ଏହି ପର୍ଯ୍ୟଟନସ୍ଥଳୀର ଆବଶ୍ୟକ ଉନ୍ନତୀକରଣ କରାଗଲେ, ଏହା ଜିଲା ପର୍ଯ୍ୟଟନକୁ ବଳ ଯୋଗାଇବ ବୋଲି ମତ ପ୍ରକାଶ ପାଇଛି।
ଗଁଦିଆ ବ୍ଲକ ମନ୍ଦାର ପଞ୍ଚାୟତ ଦଲାର ଗ୍ରାମ ନିକଟ ବଣପାହାଡ଼ଘେରା ଏକ ଶାନ୍ତି ଇଲାକାରେ ରହିଛି ଗଦଗଦି ଜଳପ୍ରପାତ। ଏହି ସ୍ଥାନ ଯେତିକି ପରିଷ୍କାର, ବର୍ଷତମାମ ପ୍ରବାହିତ ଚିରସ୍ରୋତା ଝରଣାର ଜଳ ସେତିକି ସ୍ବଚ୍ଛ। ଖାସ୍‌ ଏହି କାରଣରୁ କିଛିବର୍ଷ ହେଲା ଦେଶୀୟ ପର୍ଯ୍ୟଟକଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି ଏହି ସ୍ଥାନ। ବିଶେଷକରି ଖରାଦିନେ ଏହି ଅଞ୍ଚଳର ଶାନ୍ତ ଓ ଥଣ୍ଡା ପରିବେଶ ଜନସାଧାରଣଙ୍କୁ ଟାଣି ଆଣିଥାଏ। ସେହିପରି ପର୍ଯ୍ୟଟନ ଋତୁରେ ଢେଙ୍କାନାଳ, ଭୁବନ, ଗଁଦିଆ, ହିନ୍ଦୋଳ ସମେତ ଯାଜପୁର ଜିଲାର ସୁକିନ୍ଦା, ଡୁବୁରି ଅଞ୍ଚଳର ପର୍ଯ୍ୟଟକ ବଣଭୋଜି ପାଇଁ ‘ଗଦଗଦି’ରେ ଭିଡ଼ ଜମାଇଥାଆନ୍ତି। ଏହାକୁ ବାଦ୍‌ଦେଲେ ଦଲାରରେ ଏକ ମଠ ରହିଛି। ସେଠାରେ ସାଧୁସନ୍ଥମାନେ ରହୁଛନ୍ତି। ସେଠାରୁ ୭ କି.ମି. ଦୂରରେ ରହିଛି ରାଜରାଜୁଡ଼ା ସମୟର ‘ଗଣେଶଖୋଲା’। ଏଠାରେ ବିଦ୍ୟାଦାତା ଗଜାନନ ମୁଖ୍ୟ ଦେବତା ଭାବେ ପୂଜା ପାଉଥିବାବେଳେ ପାର୍ଶ୍ୱ ଦେବଦେବୀଙ୍କ ମନ୍ଦିର ମଧ୍ୟ ରହିଛି। ତେଣୁ ପ୍ରପାତରେ ଗାଧୋଇବା ସହ ପ୍ରକୃତି କୋଳରେ କିଛି ସମୟ ବିତାଇବା ପାଇଁ ଏହି ସ୍ଥାନ ଭଲ ବିକଳ୍ପ ପାଲଟିଛି। ତେବେ ଲୋକଲୋଚନରୁ ଦୂରରେ ଥିବା ‘ଗଦଗଦି’କୁ ଯିବା ପାଇଁ ଭଲ ରାସ୍ତାଟିଏ ନାହିଁ। ସେଥିପାଇଁ ପର୍ଯ୍ୟଟକଙ୍କୁ କିଛି ରାସ୍ତା ଚାଲିକରି ଯିବାକୁ ପଡ଼ିଥାଏ। ମୁଖ୍ୟ ଆକର୍ଷଣ ସାଜିଥିବା ଜଳପ୍ରପାତର ଉନ୍ନତୀକରଣ, ସବୁଦିନିଆ ରାସ୍ତା ନିର୍ମାଣ ସହ ପର୍ଯ୍ୟଟକ ଅନୁକୂଳ ବାତାବରଣ ତିଆରି କରାଗଲେ ଜିଲା ପର୍ଯ୍ୟଟନ ମାନଚିତ୍ରରେ ‘ଗଦଗଦି’ ସ୍ବତନ୍ତ୍ରତା ହାସଲ କରିପାରନ୍ତା ବୋଲି ମତପ୍ରକାଶ ପାଇଛି।
ଏ ସଂକ୍ରାନ୍ତରେ ଜିଲା ପର୍ଯ୍ୟଟନ ଅଧିକାରୀ ଜଗଦୀଶ ରାୟ କୁହନ୍ତି, ଉକ୍ତ ପର୍ଯ୍ୟଟନସ୍ଥଳୀ ସମ୍ପର୍କରେ କେତେଜଣ ଲୋକ ଭିଡିଓ କରି ପଠାଇଥିଲେ। ଯେହେତୁ ଉକ୍ତ ଜାଗା ଜଙ୍ଗଲ ମଧ୍ୟରେ ଅବସ୍ଥିତ, ତେଣୁ ଏହାର ଉନ୍ନତୀକରଣ ପାଇଁ ଜିଲାପାଳ ଏବଂ ଡିଏଫ୍‌ଓଙ୍କ ସହ ଆଲୋଚନା କରିବାକୁ ପଡ଼ିବ। ଗଦଗଦି ଜଳପ୍ରପାତ ଅଞ୍ଚଳ ପରିଦର୍ଶନ କରିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ପର୍ଯ୍ୟଟନ ଅଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା। ଶୁକ୍ରବାର ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଏଏପି ଛାଡିଥିଲେ: ଏବେ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଆମ ଆଦମୀ ପାର୍ଟି(ଏଏପି)ର ୪କାର୍ଯ୍ୟକର୍ତ୍ତା ଗୁରୁବାର ଦଳ ଛାଡ଼ିଛନ୍ତି । ସେମାନେ ହେଲେ, ଦଳର ବିଜେପୁର ବ୍ଳକ ସଭାପତି ରାମଚନ୍ଦ୍ର...

ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୁବନେଶ୍ୱର,୨୬।୪: ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତା ୨୮ ତାରିଖରେ ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ନଡ୍ଡାଙ୍କ ଗସ୍ତକୁ ନେଇ...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri