ପର୍ଯ୍ୟଟନର ନୂଆ ସମ୍ଭାବନା ‘ଗଦଗଦି’

ଢେଙ୍କାନାଳ ଅଫିସ, ୩୧।୧୦: ପର୍ଯ୍ୟଟନ ସମ୍ଭାରରେ ଭରପୂର ଢେଙ୍କାନାଳ। ଜିଲାର ପ୍ରାକୃତିକ ଶୋଭାରାଜି ଯେତିକି ମନୋରମ, ସେତିକି ସମୃଦ୍ଧ ଏଠାକାର ପ୍ରାଚୀନ କୀର୍ତ୍ତିରାଜି। କପିଳାସ, ସପ୍ତଶଯ୍ୟା, ମହିମା ଧର୍ମପୀଠ ଯୋରନ୍ଦା, କୁଆଲୋ ଅଷ୍ଟଶମ୍ଭୁ, ସରାଙ୍ଗ ଅନନ୍ତଶୟନ ଭଳି ପର୍ଯ୍ୟଟନସ୍ଥଳୀ ବର୍ଷତମାମ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରି ଆସୁଛି। ତେବେ ଏଭଳି ଅନେକ ସ୍ଥାନ ଅଛି, ଯାହା ପ୍ରଚାର ପ୍ରସାର ଅଭାବରୁ ରହିଯାଇଛି ଦୃଷ୍ଟି ଆଢୁଆଳରେ। ଗଁଦିଆ ବ୍ଲକ ମନ୍ଦାର ପଞ୍ଚାୟତର ‘ଗଦଗଦି’ ସେଥିରୁ ଗୋଟିଏ। ଏଠାକାର ସବୁଜିମାମୟ ଶାନ୍ତ ପରିବେଶ, କ୍ଷୁଦ୍ର ଜଳପ୍ରପାତ ପର୍ଯ୍ୟଟକଙ୍କୁ ବାନ୍ଧି ରଖିବା ଲାଗି ଯଥେଷ୍ଟ। ସ୍ଥାନୀୟ ଅଞ୍ଚଳର ଗରିମା ବଢ଼ାଇଥିବା ଏହି ପର୍ଯ୍ୟଟନସ୍ଥଳୀର ଆବଶ୍ୟକ ଉନ୍ନତୀକରଣ କରାଗଲେ, ଏହା ଜିଲା ପର୍ଯ୍ୟଟନକୁ ବଳ ଯୋଗାଇବ ବୋଲି ମତ ପ୍ରକାଶ ପାଇଛି।
ଗଁଦିଆ ବ୍ଲକ ମନ୍ଦାର ପଞ୍ଚାୟତ ଦଲାର ଗ୍ରାମ ନିକଟ ବଣପାହାଡ଼ଘେରା ଏକ ଶାନ୍ତି ଇଲାକାରେ ରହିଛି ଗଦଗଦି ଜଳପ୍ରପାତ। ଏହି ସ୍ଥାନ ଯେତିକି ପରିଷ୍କାର, ବର୍ଷତମାମ ପ୍ରବାହିତ ଚିରସ୍ରୋତା ଝରଣାର ଜଳ ସେତିକି ସ୍ବଚ୍ଛ। ଖାସ୍‌ ଏହି କାରଣରୁ କିଛିବର୍ଷ ହେଲା ଦେଶୀୟ ପର୍ଯ୍ୟଟକଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି ଏହି ସ୍ଥାନ। ବିଶେଷକରି ଖରାଦିନେ ଏହି ଅଞ୍ଚଳର ଶାନ୍ତ ଓ ଥଣ୍ଡା ପରିବେଶ ଜନସାଧାରଣଙ୍କୁ ଟାଣି ଆଣିଥାଏ। ସେହିପରି ପର୍ଯ୍ୟଟନ ଋତୁରେ ଢେଙ୍କାନାଳ, ଭୁବନ, ଗଁଦିଆ, ହିନ୍ଦୋଳ ସମେତ ଯାଜପୁର ଜିଲାର ସୁକିନ୍ଦା, ଡୁବୁରି ଅଞ୍ଚଳର ପର୍ଯ୍ୟଟକ ବଣଭୋଜି ପାଇଁ ‘ଗଦଗଦି’ରେ ଭିଡ଼ ଜମାଇଥାଆନ୍ତି। ଏହାକୁ ବାଦ୍‌ଦେଲେ ଦଲାରରେ ଏକ ମଠ ରହିଛି। ସେଠାରେ ସାଧୁସନ୍ଥମାନେ ରହୁଛନ୍ତି। ସେଠାରୁ ୭ କି.ମି. ଦୂରରେ ରହିଛି ରାଜରାଜୁଡ଼ା ସମୟର ‘ଗଣେଶଖୋଲା’। ଏଠାରେ ବିଦ୍ୟାଦାତା ଗଜାନନ ମୁଖ୍ୟ ଦେବତା ଭାବେ ପୂଜା ପାଉଥିବାବେଳେ ପାର୍ଶ୍ୱ ଦେବଦେବୀଙ୍କ ମନ୍ଦିର ମଧ୍ୟ ରହିଛି। ତେଣୁ ପ୍ରପାତରେ ଗାଧୋଇବା ସହ ପ୍ରକୃତି କୋଳରେ କିଛି ସମୟ ବିତାଇବା ପାଇଁ ଏହି ସ୍ଥାନ ଭଲ ବିକଳ୍ପ ପାଲଟିଛି। ତେବେ ଲୋକଲୋଚନରୁ ଦୂରରେ ଥିବା ‘ଗଦଗଦି’କୁ ଯିବା ପାଇଁ ଭଲ ରାସ୍ତାଟିଏ ନାହିଁ। ସେଥିପାଇଁ ପର୍ଯ୍ୟଟକଙ୍କୁ କିଛି ରାସ୍ତା ଚାଲିକରି ଯିବାକୁ ପଡ଼ିଥାଏ। ମୁଖ୍ୟ ଆକର୍ଷଣ ସାଜିଥିବା ଜଳପ୍ରପାତର ଉନ୍ନତୀକରଣ, ସବୁଦିନିଆ ରାସ୍ତା ନିର୍ମାଣ ସହ ପର୍ଯ୍ୟଟକ ଅନୁକୂଳ ବାତାବରଣ ତିଆରି କରାଗଲେ ଜିଲା ପର୍ଯ୍ୟଟନ ମାନଚିତ୍ରରେ ‘ଗଦଗଦି’ ସ୍ବତନ୍ତ୍ରତା ହାସଲ କରିପାରନ୍ତା ବୋଲି ମତପ୍ରକାଶ ପାଇଛି।
ଏ ସଂକ୍ରାନ୍ତରେ ଜିଲା ପର୍ଯ୍ୟଟନ ଅଧିକାରୀ ଜଗଦୀଶ ରାୟ କୁହନ୍ତି, ଉକ୍ତ ପର୍ଯ୍ୟଟନସ୍ଥଳୀ ସମ୍ପର୍କରେ କେତେଜଣ ଲୋକ ଭିଡିଓ କରି ପଠାଇଥିଲେ। ଯେହେତୁ ଉକ୍ତ ଜାଗା ଜଙ୍ଗଲ ମଧ୍ୟରେ ଅବସ୍ଥିତ, ତେଣୁ ଏହାର ଉନ୍ନତୀକରଣ ପାଇଁ ଜିଲାପାଳ ଏବଂ ଡିଏଫ୍‌ଓଙ୍କ ସହ ଆଲୋଚନା କରିବାକୁ ପଡ଼ିବ। ଗଦଗଦି ଜଳପ୍ରପାତ ଅଞ୍ଚଳ ପରିଦର୍ଶନ କରିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ପର୍ଯ୍ୟଟନ ଅଧିକାରୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତରକାରୀ ମାଗିବା ବାହାନାରେ ୫ ମାସର ଗର୍ଭବତୀ ଭାଇବୋହୂଙ୍କୁ ବଳାତ୍କାର! ଦେଢ଼ଶୁର ଗିରଫ

ପାଟଣା, ୨୩।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ପବିତ୍ର ପାରିବାରିକ ସମ୍ପର୍କକୁ ନେଇ ଏକ ସଙ୍ଗିନ ଓ କଳଙ୍କିତ ଅଭିଯୋଗ ସାମ୍ନାକୁ…

ସମ୍ବଲପୁର DRUCC ସଦସ୍ୟ ଭାବେ ମନୋନୀତ ହେଲେ ରମଣୀ ରଞ୍ଜନ ବେହେରା

ବରଗଡ଼, ୨୩।୯ (ପ୍ରେମାନନ୍ଦ ଖମାରୀ): ସମ୍ବଲପୁର ରେଳପଥ ମଣ୍ଡଳ (ଡିଭିଜନ୍)ର ‘ଡିଭିଜନାଲ୍ ରେଲୱେ ୟୁଜର୍ସ କନସଲଟେଟିଭ୍ କମିଟି’ (DRUCC) ର ନୂତନ ସଦସ୍ୟ ଭାବେ ବରଗଡ଼ର ଜଣାଶୁଣା…

କିଛି ଘଣ୍ଟାରେ ସ୍ଥଳଭାଗ ଛୁଇଁବ ଗଭୀର ଅବପାତ; ଏହି ସ୍ଥାନରେ ହେବ ଲ୍ୟାଣ୍ଡଫଲ୍! ୫୦ରୁ ୬୦ କିମି ବେଗରେ ବହିବ ପବନ

ଭୁବନେଶ୍ବର,୨୩ା୯: ସ୍ଥଳଭାଗ ଆଡକୁ ମାଡ଼ିଆସୁଛି ଗଭୀର ଅବପାତ । ଗତ ୬ ଘଣ୍ଟା ଧରି ୭କିମି ବେଗରେ ସ୍ଥଳଭାଗ ମୁହାଁ ହେଉଛି । ଏପଟେ ବର୍ଷାର ପରିମାଣ…

ହୃଦୟବିଦାରକ! ଜନ୍ମ ଦେଇ କେନାଲରେ ଫିଙ୍ଗିଦେଲେ, ଧାନ ବିଲରୁ ଶିଶୁ କନ୍ୟାର ମୃତଦେହ ଉଦ୍ଧାର

ଅତାବିରା, ୨୩/୯ (ଯୁଧିଷ୍ଠିର ମହାପାତ୍ର): ପୁଣି ସାମ୍ନାକୁ ଆସିଛି ମାନବିକତାକୁ ଲଜ୍ଜିତ କଲା ଭଳି ଏକ କରୁଣ ଓ ହୃଦୟବିଦାରକ ଚିତ୍ର। ଧାନ ବିଲର ଅଳିଆ ଆବର୍ଜନା…

“କାହିଁକି ଜମିକୁ ପାଣି ଛାଡ଼ୁନୁ?” ଯୁବକଙ୍କ ବେକ-ହାତକୁ ଦା’ରେ ହାଣି ପ୍ରତିଶୋଧ, ଅଭିଯୁକ୍ତକୁ ଖୋଜୁଛି ପୋଲିସ

ଦିଗପହଣ୍ଡି, ୨୩।୯ (ଅଶେଷ ନାଥ ମିଶ୍ର): ଚାଷଜମିକୁ ପାଣି ଛାଡ଼ିବାକୁ କେନ୍ଦ୍ର କରି ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମରେ ଏକ ସାଂଘାତିକ ଆକ୍ରମଣ ଘଟଣା…

ପାକିସ୍ତାନରେ ହଇଚଇ! ସାଧାରଣ ଚିକିତ୍ସା ପରେ ପିଲାଙ୍କ HIV ରିପୋର୍ଟ ପଜିଟିଭ୍, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇସଲାମବାଦ,୨୩।୯: ପାକିସ୍ତାନରେ ଅନେକ ପରିବାର ପାଇଁ ପିଲାଙ୍କ ସାଧାରଣ ଚିକିତ୍ସା ପରେ ସାମ୍ନାକୁ ଆସିଥିବା HIV ପଜିଟିଭ୍ ରିପୋର୍ଟ ଚିନ୍ତାର କାରଣ ପାଲଟିଛି । NPRର ଏକ…

ବାଫ୍ଲା ମାଳି ଖଣି ପ୍ରଭାବିତ ଅଞ୍ଚଳରେ ବିକାଶର ନଗ୍ନ ଚିତ୍ର: ଉପରେ ଚାଲିଛି ଖଣି, ତଳେ ରାସ୍ତା ନାହିଁ; ପ୍ରଶାସନର ଅବହେଳା ପରେ…

ଥୁଆମୂଳ ରାମପୁର/କାଶୀପୁର, ୨୩।୯ (ଦୁର୍ଗା କୀର୍ତ୍ତି/ ପ୍ରଫୁଲ୍ଲ ବେହେରା): ଗୋଟିଏ ପଟେ ବାଫ୍ଲା ମାଳି ପାହାଡ଼ ଉପରେ ବାକ୍ସାଇଟ୍ ଖଣି ଖନନ କରି କୋଟି କୋଟି ଟଙ୍କାର…

ହର୍ମୁଜରେ ଜାହାଜ ଉପରେ ବଡ଼ ଧରଣର ଆକ୍ରମଣ, ଚାଲିଗଲା ଭାରତୀୟ ନାବିକଙ୍କ ଜୀବନ

ଓମାନ,୨୩।୯: ଓମାନ ଉପକୂଳ ନିକଟ ହର୍ମୁଜ୍ ଅଞ୍ଚଳରେ ଭାରତ ଆସୁଥିବା ଏକ ମାଲବାହୀ ଜାହାଜ ଉପରେ ଟର୍ପିଡୋ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଉତ୍ତରପ୍ରଦେଶର ଦେବରିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?