Posted inଜାତୀୟ

ରୁଷିଆ ତୈଳ ଉପରେ ଜି-୭ର କଟକଣାକୁ ସମର୍ଥନ କରିବାକୁ ମନା କଲା ଭାରତ, ନିଷ୍ପତ୍ତିକୁ ସ୍ବାଗତ କଲା ରୁଷିଆ…

ନୂଆଦିଲ୍ଲୀ,୧୧।୧୨ : ଜି-୭ ଦେଶ ଏବଂ ସେମାନଙ୍କର ସହଯୋଗୀମାନଙ୍କ ପକ୍ଷରୁ ରୁଷିଆ ତୈଳ ଉପରେ ଲଗାଯାଇଥିବା କଟକଣାକୁ ଭାରତ ସମର୍ଥନ କରିବାକୁ ମନା କରିଛି। ରୁଷିଆର ତୈଳ ଉପରେ ପ୍ରାଇସ କ୍ୟାପ୍‌ ନ ଲଗାଇବାକୁ ଭାରତର ନିଷ୍ପତ୍ତିକୁ ରୁଷିଆ ସୱାଗତ କରିଛି। ରୁଷିଆର ଉପ ପ୍ରଧାନମନ୍ତ୍ରୀ ଆଲେକ୍ସଜାଣ୍ଡାର୍‌ ନୋଭାକ ରୁଷିଆରେ ଥିବା ଭାରତୀୟ ରାଷ୍ଟ୍ରଦୂତ ପଓ୍ବନ କପୁରଙ୍କ ସହ ସାକ୍ଷାତ ସମୟରେ ଏହି ସୂଚନା ଦେଇଛନ୍ତି।

ରୁଷିଆର ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛନ୍ତି ଯେ ଉପ-ପ୍ରଧାନମନ୍ତ୍ରୀ ରୁଷ ତେଲ ଉପରେ ପ୍ରାଇସ୍‌ କ୍ୟାପ ଲଗାଇବାକୁ ସମର୍ଥନ ନକରିଥିବା ଭାରତର ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି, ଯାହାକି ଡିସେମ୍ବର ୭ରେ ଜି-୭ ଦେଶ ଏବଂ ସେମାନଙ୍କ ସହଯୋଗୀମାନଙ୍କ ଦ୍ୱାରା ଘୋଷଣା କରାଯାଇଥିଲା। ଏହାପୂର୍ବରୁ ସେପ୍ଟେମ୍ବର ମାସରେ ଜି- ୭ ଦେଶ ରୁଷିଆରୁ ତୈଳ ଆମଦାନୀ ଉପରେ ପ୍ରାଇସ୍‌ କ୍ୟାପ ଲଗାଇବାକୁ ରାଜି ହୋଇଥିଲେ।

ବିବୃତ୍ତି ଅନୁଯାୟୀ ନୋଭାକ କହିଛନ୍ତି ଯେ ଶକ୍ତି ସଙ୍କଟ ମଧ୍ୟରେ ଶକ୍ତି ସମ୍ବଳ ଯୋଗାଣ ଏବଂ ପୂର୍ବ-ଦକ୍ଷିଣ ଦେଶକୁ ଶକ୍ତି ରପ୍ତାନି ପାଇଁ ରୁଷିଆ ନିଜରଦାୟିତ୍ୱକୁ ପାଳନ କରୁଛି। ରୁଷିଆ ବୈଦେଶିକ ମନ୍ତ୍ରଣାଳୟର ବିବୃତ୍ତିରେ କୁହାଯାଇଛି ଯେ, ୨୦୨୨ ବର୍ଷର ପ୍ରଥମ ଆଠ ମାସରେ, ଭାରତକୁ ରୁଷିଆର ତେଲ ଆମଦାନୀ ୧୬.୩୫ ମିଲିୟନ ଟନ କୁ ବୃଦ୍ଧି ପାଇଛି। ସୂଚନାଯୋଗ୍ୟ, ୟୁକ୍ରେନ ଯୁଦ୍ଧ ସତ୍ତ୍ୱେ ଭାରତ ରୁଷିଆରୁ ତେଲ ଆମଦାନି ଜାରି ରଖିଥିଲା ।

ଚଳିତ ବର୍ଷ ଗ୍ରୀଷ୍ମ ସମୟରେ ରୁଷିଆ ଭାରତକୁ ତୈଳ ଯୋଗାଣ କ୍ଷେତ୍ରରେ ଦ୍ୱିତୀୟ ସ୍ଥାନରେ ଥିଲା। ଏଥିସହ ରୁଷିଆରୁ ତୈଳଜାତ ଦ୍ରବ୍ୟ ଏବଂ କୋଇଲା ଯୋଗାଣରେ ମଧ୍ୟ ବୃଦ୍ଧି ଘଟିଛି।

ଭାରତୀୟ ରାଷ୍ଟ୍ରଦୂତ ପଓ୍ବନ କପୁରଙ୍କ ସହ ଏକ ସାକ୍ଷାତକାରରେ ନୋଭାକ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀଙ୍କୁ ଅନ୍ତର୍ଜାତୀୟ ଫୋରମ ’ରୁଷିଆ ଶକ୍ତି ସପ୍ତାହ ୨୦୨୩’ ରେ ଭାଗ ନେବାକୁ ଆମନ୍ତ୍ରଣ କରିଛନ୍ତି। ଆସନ୍ତା ବର୍ଷ ଅକ୍ଟୋବର ୧୧-୧୨ରେ ମସ୍କୋରେ ଏହା ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଭଡ଼ାଟିଆଙ୍କୁ ମିଳିବ ମାଗଣା ବିଜୁଳି: କେଜ୍‌ରିଓ୍ବାଲ୍‌ଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୮।୧: ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଶନିବାର ଆଉ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି,...

ଚାକିରି ଜୀବନ ମଝିରେ ଏତେ ବର୍ଷ ରହିଛନ୍ତି ବେରୋଜଗାର? କେମିତି ମିଳିବ ପେନଶନ, ଜାଣନ୍ତୁ…

ନୂଆଦିଲ୍ଲୀ,୧୮।୧: ଯଦି ଆପଣ ଜଣେ ବେତନଭୋଗୀ ବ୍ୟକ୍ତି ଏବଂ EPFO ରେ ଅବଦାନ ଦେଉଛନ୍ତି, ତେବେ ଏହା ଆପଣଙ୍କର ଅବସର ପରବର୍ତ୍ତୀ ସୁରକ୍ଷା ସୁନିଶ୍ଚିତ କରେ।...

ବିରାଟ କୋହଲିଙ୍କୁ ଚେତାବନୀ ଦେଲା ବିସିସିଆଇ

ନୂଆଦିଲ୍ଲୀ,୧୮।୧: ଭାରତୀୟ ଦଳକୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଘରୋଇ ଟେଷ୍ଟ ସିରିଜରେ ୩-୦ରେ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏହିପରି ଭାରତୀୟ ଦଳ ପ୍ରାୟ ୧୨ ବର୍ଷ...

ମହାକୁମ୍ଭରେ ରୁଷିଆର ‘ମସ୍କୁଲାର ବାବା’

ପ୍ରୟାଗରାଜ,୧୮।୧: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆୟୋଜିତ ମହାକୁମ୍ଭରେ ସାରା ବିଶ୍ୱରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି। ଗଙ୍ଗା, ଯମୁନା ଏବଂ ପୁରାଣବର୍ଣ୍ଣିତ ସରସ୍ବତୀ ନଦୀର ମିଳନ...

କୋଟାରେ ଓଡ଼ିଆ ଏନ୍‌ଇଇଟି ଆଶାୟୀଙ୍କ ଆତ୍ମହତ୍ୟା

କୋଟା,୧୮ା୧: ରାଜସ୍ଥାନର କୋଟାରେ ନ୍ୟାଶନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ (ଏନ୍‌ଇଇଟି) ପାଇଁ ପ୍ରସ୍ତୁତ ହେଉଥିବା ଜଣେ ଓଡ଼ିଆ ଛାତ୍ର ଆମତ୍ହତ୍ୟା କରିଛନ୍ତି। ମୟୂରଭଞ୍ଜ ଜିଲାର...

ପଞ୍ଜାବରେ କଙ୍ଗନାଙ୍କ ‘ଏମର୍ଜେନ୍ସି’ ବନ୍ଦ

ଚଣ୍ଡିଗଡ଼,୧୮।୧: ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି (ଏସ୍‌ଜିପିସି) ଏବଂ ଅନ୍ୟ ଶିଖ୍‌ ସଂଗଠନଗୁଡ଼ିକ ରାଜ୍ୟବ୍ୟାପୀ ବିକ୍ଷୋଭ କରିବାରୁ ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରଣାଓ୍ବତ୍‌ଙ୍କ ‘ଏମର୍ଜେନ୍ସି’ ଫିଲ୍ମ...

ରୁଷିଆ ସେନାରେ ୧୨ ଭାରତୀୟଙ୍କ ମୃତ୍ୟୁ, ୧୬ ନିଖୋଜ

ନୂଆଦିଲ୍ଲୀ,୧୮।୧: ରୁଷିଆ ସେନାରେ ନିୟୋଜିତ ଥାଇ ୟୁକ୍ରେନ୍‌ ବିରୋଧରେ ଯୁଦ୍ଧ ଲଢ଼ୁଥିବାବେଳେ ୧୨ ଜଣ ଭାରତୀୟଙ୍କ ମୃତ୍ୟୁ ଘଟିଲାଣି। ଅନ୍ୟ ୧୬ ଭାରତୀୟ ନିଖୋଜ ଥିବା...

ଜାନୁଆରୀ ୩୧ରୁ ସଂସଦର ବଜେଟ ଅଧିବେଶନ

ନୂଆଦିଲ୍ଲୀ,୧୮।୧: ପାର୍ଲାମେଣ୍ଟ ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଜାନୁଆରୀ ୩୧ରୁ ଆରମ୍ଭ ହୋଇ ଫେବୃଆରୀ ୧୩ ପର୍ଯ୍ୟନ୍ତ ଚାଲିପାରେ। ଜାନୁଆରୀ ୩୧ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri