ଜି-୭ ଓ ସର୍ବନିମ୍ନ ଟିକସ ହାର

ଡାନି ରୋଡ୍ରିକ

ବିଶ୍ୱ ଅର୍ଥବ୍ୟବସ୍ଥାରେ ବେଶ୍‌ ଆଗୁଆ ଦେଶଗୁଡ଼ିକ ୫ ଜୁନ୍‌ରେ ଏକ ଚୁକ୍ତି ଘୋଷଣା କରିଛନ୍ତି। ଏହା ବିଶ୍ୱର କର୍ପୋରେଟ୍‌ଗୁଡ଼ିକ ଉପରେ ଟ୍ୟାକ୍ସ ବା ଟିକସ ବୃଦ୍ଧି କରିବାରେ ସେମାନଙ୍କ କ୍ଷମତାର ଆଧାର ହେବ। ତଥାପି ଏହି ଚୁକ୍ତି ପାଇଁ ବିଶ୍ୱରୁ ଆହୁରି ଅଧିକ ଦେଶଗୁଡ଼ିକର ଓ୍ୟପଚାରିକ ସୀକୃତି ଆବଶ୍ୟକ।
ଏହି ଚୁକ୍ତିକୁ ଅଧିକ ପ୍ରଭାବୀ କରିବା ଲାଗି ଅନେକ ବିଷୟ ଉପରେ କାର୍ଯ୍ୟ କରିବାକୁ ବାକି ଅଛି। ନଚେତ ଏହାକୁ ଏ୍ୟତିହାସିକ ବୋଲି ବର୍ଣ୍ଣନା କରିହେବ ନାହିଁ। ଜି-୭ର ଦୁଇଟି ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତ ରହିଛି। ପ୍ରଥମେ ଏହା ବହୁ କର୍ପୋରେଟ ଉପରେ ୧୫% ଗ୍ଲୋବାଲ ମିନିମମ୍‌ ଟ୍ୟାକ୍ସ ବା ସରା ବିଶ୍ୱରେ ଏକ ସର୍ବନିମ୍ନ ଟିକସ ଲାଗୁ କରିବାର ପ୍ରସ୍ତାବ ରଖିଛି। ଦ୍ୱିତୀୟରେ କର୍ପୋରେଟ୍‌ଗୁଡ଼ିକର ବିଶ୍ୱସ୍ତରୀୟ ଲାଭର ଏକ ଅଂଶ ସେମାନେ ବ୍ୟବସାୟ କରୁଥିବା ଦେଶଗୁଡ଼ିକୁ ଦେବାର ପ୍ରସ୍ତାବ ରଖାଯାଇଛି। ଏଥିପାଇଁ ସେହି ଦେଶରେ କେବଳ ସେମାନଙ୍କର ମୁଖ୍ୟାଳୟ ରହିବା ଦରକାର ତାହା ନୁହେଁ,ଏହା ନ ଥିଲେ ବି ସେମାନଙ୍କୁ ଏଥିପାଇଁ ବିଚାରକୁ ନେବାକୁ ହେବ। ଏହି ଲକ୍ଷ୍ୟଗୁଡ଼ିକ କୌଣସି ହାଇପର୍‌ ଗ୍ଲୋବାଲାଇଜେଶନ ରୁଲ୍ସ ଭଳି ସ୍ପଷ୍ଟ ସଙ୍କେତ ପ୍ରଦାନ କରେ। ହାଇପର ଗ୍ଲୋବାଲାଇଜେଶନ ରୁଲ୍ସରେ ଦେଶଗୁଡ଼ିକ ଭଲ ଚୁକ୍ତି କରିବା ବା ଚୁକ୍ତିର ପୁନଃ ଲିଖନ ପାଇଁ ଗ୍ଲୋବାଲ କର୍ପୋରେଶନ ବା ବୈଶ୍ୱିକ ସହଯୋଗ ଦେବା ଲାଗି ପ୍ରତିଯୋଗିତା କରିବା ଉଚିତ। କିନ୍ତୁ ଆମେରିକା ଏଭଳି ନିୟମକୁ ବିରୋଧ କରିବା ଯୋଗୁ ବିଶ୍ୱ ଟିକସରେ ଏକମତ ହାସଲ କରିବାର ବ୍ୟବସ୍ଥା ପୂରା ବନ୍ଦ ହୋଇଯାଇଥିଲା। ଅନ୍ୟପକ୍ଷରେ ଏବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ କ୍ଷମତାକୁ ଆସିବା ପରେ ଏହାକୁ ଆଗକୁ ବଢ଼ାଇଲେ।
୧୯୮୦ରୁ ଲାଗୁ କର୍ପୋରେଟ ଟିକସ ହାର କମାଇବା ଦୌଡ ଆରମ୍ଭ ହୋଇଥିଲା। ସେବେଠାରୁ ଟିକସର ବୈଧାନିକ ରେଟ୍‌ ବା ହାର ପାଖାପାଖିତ୍ ୫୦%ରୁ ଖସି ୨୦୨୦ରେ ପ୍ରାୟ ୨୪%ରେ ରହିଛି। ଏମିତି ହେଲା ଯେ,ଅନେକ ଦେଶ ଭୁଲ ବାଟରେ ଗଲେ ଏବଂ ଟିକସ ଛାଡ଼ ନିୟମ ଯୋଗୁ ପ୍ରଭାବଶାଳୀ ଟିକସ ରେଟ୍‌ ଏକ ଅଙ୍କ ବିଶିଷ୍ଟ ସଂଖ୍ୟାରେ ପହଞ୍ଚିଗଲା। ବିଶ୍ୱସ୍ତରୀୟ କର୍ପୋରେଟଗୁଡ଼ିକ ପିୟୋର ଟ୍ୟାକ୍ସ ହେଭେନ କୁହାଯାଉଥିତ୍ବା ବ୍ରିଟିଶ ଭର୍ଜିନ ଆଇଲାଣ୍ଡ, କୋମ୍ୟାନ ଆଇଲାଣ୍ଡ କିମ୍ବା ବରମୁଣ୍ଡାକୁ ଏହାର ଲାଭରୁ କିଛି ଅଂଶ ଦେବାରେ ଅଧିତ୍କ କ୍ଷତି ହେଲା। ଏପରି କି ସେଠାରେ ଏହି କର୍ପୋରେଟ୍‌ଗୁଡ଼ିକର ବାସ୍ତବରେ କୌଣସି ଆଖିଦୃଶିଆ ବ୍ୟବସାୟ ଚଳାଉ ନ ଥିତ୍ଲେ ବି ଏହା କରିବାକୁ ପଡ଼ିଲା। ୟୁନିଭର୍ସିଟି ଅଫ୍‌ କାଲିଫର୍ଣ୍ଣିଆର ଗ୍ରାବିଲେ ଜୁକ୍‌ମ୍ୟାନଙ୍କ ଆକଳନ ଅନୁଯାୟୀ,ଆମେରିକାରେ କର୍ପୋରେଶନଗୁଡ଼ିକର ବୈଦେଶିକ ଲାଭର ଏକ ସିଂହଭାଗ ଟ୍ୟାକ୍ସ ହେଭେନଗୁଡ଼ିକରେ ବ୍ୟବସ୍ଥିତ କରାଗଲା, ଯେଉଁଠି କି ସେମାନେ ଅଳ୍ପ ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି। ପ୍ରଶାସନିକ ସୁଗମତାକୁ ନେଇ ଉଠୁଥିତ୍ବା ପ୍ରଶ୍ନ କଥା ଛାଡ। ଏହା ବାଦ୍‌ ଆମେରିକାର ନୂଆ ସରକାର ଚୁକ୍ତିର ଦୁଇଟି ସିଦ୍ଧାନ୍ତକୁ ନେଇ ବିରୋଧର ସମ୍ମୁଖୀନ ବି ହୋଇପାରନ୍ତି। ଟ୍ୟାକ୍ସ ଜଷ୍ଟିସ କର୍ପୋରେଟଗୁଡ଼ିକ ବୈଶ୍ୱିକ ସର୍ବନିମ୍ନ ୧୫% ଟିକସକୁ ଅତି କମ୍‌ ବୋଲି ସମାଲୋଚନା କରିବାକୁ ଆଗେଇ ଆସିବେ। ଏହାସହ ବହୁ ବିକାଶଶୀଳ ଦେଶ ଏହି ଟିକସ ରେଟ୍‌କୁ ଏକ ଅନୁଚିତ ସୀମା ବା କଟକଣା ବୋଲି କହି ଦୋଷ ଲଦିବେ। ଏହି ବ୍ୟବସ୍ଥା ନିବେଶକୁ ଆକର୍ର୍ଷିିତ କରିବାରେ ବାଧା ଦେବ। ବିକାଶଶୀଳ ଦେଶଗୁଡ଼ିକ ମଧ୍ୟରେ କେବଳ ଆୟର୍ଲାଣ୍ଡର ବୈଧାନିକ ଟିକସ ୧୨.୫%, ଯାହା ପ୍ରସ୍ତାବିତ ସର୍ବନିମ୍ନ ହାର ଠାରୁ କମ୍‌। କିନ୍ତୁ ଛୋଟ ଛୋଟ ଦେଶ ଯଥା; ମାଲ୍‌ଡୋଭା (୧୨%), ପାରାଗୁଏ (୧୦%), ଉଜ୍‌ବେକିସ୍ତାନ (୭.୫%) ବିଦେଶୀ ନିବେଶକଙ୍କୁ ଆକର୍ଷିତ କରିବା ଲାଗି ଜାଣିଶୁଣି ସେମାନଙ୍କ ଟ୍ୟାକ୍ସ ରେଟ୍‌ କମ୍‌ କରିଛନ୍ତି। ଏହି ନିବେଶକୁ ସେମାନେ ଗୁଣବତ୍ତା ନିଯୁକ୍ତି ଓ ଆଧୁନିକ ପ୍ରଯୁକ୍ତିର ମୁଖ୍ୟ ଉତ୍ସ ଭାବେ ବିଚାର କରୁଛନ୍ତି। ଅଣସ୍ବାସ୍ଥ୍ୟ ନିବେଶ କ୍ଷେତ୍ରରେ କମ୍‌ ଟିକସର ତତ୍‌କାଳୀକ ବ୍ୟବସ୍ଥାରେ କମ୍ପାନୀଗୁଡ଼ିକ ସମ୍ମୁଖୀନ ହେଉଥିତ୍ବା କ୍ଷତିକୁ ଭରଣା କରାଯାଇପାରିବ ବୋଲି ସେମାନେ ମନେକରନ୍ତି। ଏହା ବ୍ୟତୀତ କିଛି ଏସୀୟ ଦେଶ , ଉଦାହରଣ ସ୍ବରୂପ ସିଙ୍ଗାପୁର (ଯେଉଁଠି ବୈଧାନିକ ଟ୍ୟାକ୍ସ ରେଟ୍‌ ୧୭% ହୋଇଥିଲେ ବି ସେଠାରେ କେତେକ ବିଜ୍‌ନେସ ପାଇଁ କମ୍‌ ଟିକସ ରେଟ୍‌ ଲାଗୁ କରାଯାଇଛି)ରେ ସର୍ବନିମ୍ନ ଟିକସର ଭୁଲ୍‌ ସମର୍ଥନକୁ ଶେଷ କରିଦେଇପାରେ। କର୍ପୋରେଟ ଟିକସ ନିର୍ଦ୍ଧାରଣ ଉପରେ ଏକ ସାଧାରଣ ସ୍ତର ଲାଗୁ କରାଯିବାକୁ ନେଇ ବିତର୍କ ମଜଭୁତ ହୋଇଛି। କିନ୍ତୁ ଏହି ଦେଶଗୁଡ଼ିକ ଏଭଳି ବ୍ୟବସ୍ଥାକୁ ପସନ୍ଦ କରୁଥିବାବେଳେ ବି ସେମାନେ ଏକ ଦ୍ୱନ୍ଦ୍ୱ ପରିସ୍ଥିତିରୁ ଦୂରେଇ ରହିବାକୁ ଚାହଁୁଛନ୍ତି। ଏହାର ଏକମାତ୍ର କାରଣ ହେଉଛି, ଦେଶରୁ ପୁଞ୍ଜି ଅନ୍ୟତ୍ର ଚାଲି ନ ଯିବା ପାଇଁ ଚାହଁୁଛନ୍ତି।
ଟ୍ୟାକ୍ସ ରେଟ୍‌ କମାଇବା ବ୍ୟବସ୍ଥା ଅଧିକାଂଶ ବିକଶିତ ଦେଶ ପାଇଁ ପ୍ରଯୁଜ୍ୟ ହୋଇପାରେ, କିନ୍ତୁ ସମସ୍ତଙ୍କ ଲାଗି ନୁହେଁ। ଯଥା; ଆୟର୍ଲାଣ୍ଡ, ନେଦର୍‌ଲାଣ୍ଡ ଏବଂ ସିଙ୍ଗାପୁର ଭଳି ଦେଶରେ ଏହା କେବେ ସମ୍ଭବ ହେବ ନାହିଁ। କିନ୍ତୁ ବିକାଶ ଏବଂ ଅନ୍ୟ କାର୍ଯ୍ୟରେ ଟିକସ ସ୍ତରକୁ ଲକ୍ଷ୍ୟ କଲେ ବିରାଟ ପ୍ରଭେଦ ରହିଥିବା ମନେହେଉଛି। ଜଣଙ୍କ ପାଇଁଏହା ଯୁକ୍ତିଯୁକ୍ତ ହୋଇପାରେ କିନ୍ତୁ ଅନ୍ୟର ଅଭିବୃଦ୍ଧିରେ ଏହା ବାଧା ସୃଷ୍ଟି କରିବ।
ଗରିିବ ଦେଶଗୁଡ଼ିକ କମ୍‌ ଟ୍ୟାକ୍ସ୍‌ ରେଟ୍‌ ବ୍ୟବସ୍ଥିତ କରିଥିବାରୁ ଟ୍ୟାକ୍ସ ରେଭିନ୍ୟୁ ବା ରାଜସ୍ବ ହରାଇବାର ସମ୍ଭାବନା ରହିଛି। ଏଣୁ ଏହାକୁ ନେଇ ଆମେରିକା ଏବଂ ଉଚ୍ଚ ଟ୍ୟାକ୍ସ ଲାଗୁ କରୁଥିବା ୟୁରୋପୀୟ ଦେଶଗୁଡ଼ିକ ନିଶ୍ଚିତ ଅଭିଯୋଗ କରିବେ। କିନ୍ତୁ ଏହି ଦେଶଗୁଡ଼ିକୁ ସେମାନଙ୍କ ଦେଶରେ ଥିବା କମ୍ପାନୀଗୁଡ଼ିକ ଉପରେ ଏକତରଫା ଉଚ୍ଚ ହାରର ଟିକସ ଲାଗାଇବାରେ କୌଣସି ବାଧା ନାହିଁ। ଘରୋଇ କମ୍ପାନୀଗୁଡ଼ିକର ବୈଶ୍ୱିକ ଲାଭ ଲାଗି ସେମାନେ ଏଭଳି ଟ୍ୟାକ୍ସ ବ୍ୟବସ୍ଥା ଲାଗୁ କରିପାରନ୍ତି। ସେମାନେ ଘରୋଇ ମାର୍କେଟରୁ ପାଇବାକୁ ଥିତ୍ବା ରାଜସ୍ବ ଶେୟାରର ଅନୁପାତରେ ଏହା କରିପାରନ୍ତି। ଜୁକ୍‌ମ୍ୟାନ ଦାବି କରିଛନ୍ତି ଯେ, ବୈଶ୍ୱିକ ଏକମତ କିମ୍ବା ସହଯୋଗ ବିନା ପ୍ରତ୍ୟେକ ଦେଶ ଏହା କରିପାରିବେ। ଜି-୭ ପରିକଳ୍ପନା କରିଥିତ୍ବା ଦ୍ୱିତୀୟ ଦିଗଟି ଠିକ୍‌ଠାକ୍‌ ଲାଗୁଛି। ଏହି ଚୁକ୍ତିରେ ଅତି କମ୍‌ରେ ୧୦% ପ୍ରଫିଟ୍‌ ମାର୍ଜିନ ଥିବା ବୃହତ୍‌ ବହୁ ରାଷ୍ଟ୍ରୀୟ କମ୍ପାନୀଗୁଡ଼ିକ ସେମାନଙ୍କ ବୈଶ୍ୱିକ ଲାଭର ୨୦% ସେମାନେ ଉପତ୍ାଦ ବିକ୍ରିକରୁଥିବା ଏବଂ ସେବା ଯୋଗାଇ ଦେଉଥିତ୍ବା ଦେଶଗୁଡ଼ିକୁ ଆବଣ୍ଟନ କରିବାକୁ ହେବ। ଆମେରିକା ଏକ ଜାତୀୟ ଆବଣ୍ଟନ ସହ ବୈଶ୍ୱିକ ସର୍ବନିମ୍ନ ଟିକସ ହାରକୁ ପସନ୍ଦ କରିବାର କାରଣ ହେଉଛି, ଅନ୍ୟ ଦେଶଗୁଡ଼ିକର ଫାର୍ମଗୁଡ଼ିକ ଉପରେ ଅଧିକ ଟିକସ ଲଗାଇ ତା’ଦେଶରେ କର୍ପୋରେଟଗୁଡ଼ିକୁ କ୍ଷତି ପହଞ୍ଚାଇବା ଲାଗି ସେ ଚାହଁୁ ନାହାଁି। କିନ୍ତୁ ଏହି ପ୍ରତିଯୋଗିତାର ଉଦ୍ଦେଶ୍ୟ ଗରିବ ଦେଶଗୁଡ଼ିକର ଆକାଂକ୍ଷାରୁ ଭିନ୍ନ ନୁହେଁ ଯେଉଁଥିରେ ସେମାନେ କମ୍‌ ଟିକସ ହାରରେ ନିବେଶକଙ୍କୁ ଆକର୍ଷିତ କରିପାରୁଛନ୍ତି। ଯଦି ଆମେରିକା ଏହାକୁ ଲାଗୁ କରି ଜିତି ପୁଣି ପରେ ହାରିଯାଏ, ତେବେ ଏହା କ୍ଷମତା ଯୋଗୁ ହିଁ ହେବ, ଆର୍ଥିକ ନୀତି କାରଣରୁ ନୁହେଁ।
ବାଇଡେନ୍‌ ପ୍ରଶାସନ ଆରମ୍ଭରୁ ବୈଶ୍ୱିକ ସର୍ବନିମ୍ନ ଟିକସ ସ୍ତର ୨୧%ରେ ସ୍ଥିର କରାଯାଉ ବୋଲି ଚାହିଁଥିଲା। କିନ୍ତୁ ଅନ୍ତିମ ବୁଝାମଣାରେ ଯେଉଁ ୧୫% ସ୍ଥିର କରାଯାଇଛି ତାହା ଗରିବ ଦେଶଗୁଡ଼ିକର ଚାପକୁ ଯଥେଷ୍ଟ କମାଇପାରିବ ଓ ଏହି ଦେଶଗୁଡ଼ିକୁ ଚୁକ୍ତିରେ ସ୍ବାକ୍ଷର କରିବାକୁ ଅନୁମତି ଦେବ। ଏହି ଘଟଣାରେ ବୈଶ୍ୱିକ ନୀତି ଏବଂ ଜାତୀୟ ସାର୍ବଭୌମତ୍ୱ ମଧ୍ୟରେ ଥିବା ସମନ୍ବୟ ସାମାନ୍ୟ ପ୍ରଭାବିତ ହୋଇପାରେ। ଆମେରିକା ଭଳି ଦେଶରେ କମ୍‌ ଟ୍ୟାକ୍ସ ରାଜସ୍ବ ଯୋଗୁ ହୁଏତ ଏଭଳି ପରିସ୍ଥିତି ଆସିବ।
ଯଦି ଜି-୭ ଆବଣ୍ଟନର ଦ୍ୱିତୀୟ ସିଦ୍ଧାନ୍ତକୁ ମଜଭୁତ କରା ନ ଯାଏ ତେବେ ଏଭଳି ଘଟିବ। ବୈଶ୍ୱିକ ବ୍ୟବସ୍ଥା ପ୍ରତ୍ୟେକ ଦେଶକୁ ସେମାନଙ୍କ ନିଜର ଟିକସ ବ୍ୟବସ୍ଥା ଗଠନ କରି ତାହାକୁ ଲାଗୁ କରିବା ଲାଗି ସେମାନଙ୍କ ଦକ୍ଷତା ବୃଦ୍ଧି କରିଛି। ସେମାନଙ୍କ ନିଜସ୍ବ ଆବଶ୍ୟକତା ଏବଂ ପସନ୍ଦକୁ ଦୃଷ୍ଟିରେ ରଖି ସେମାନେ ଏହା କରିପାରବେ। ଏହା ଅନ୍ତଃରାଷ୍ଟ୍ରୀୟ ଟ୍ୟାକ୍ସ ଏକୀକରଣ ଦ୍ୱାରା କରାଯାଉଥିବା ପ୍ରୟାସଠାରୁ ଅଧିତ୍କ ମଜଭୁତ ଏବଂ ସ୍ଥାୟୀ ହେବାର ସମ୍ଭାବନା ରହିଛି। ଏବେ ସ୍ପଷ୍ଟ ହୋଇଛି ଯେ, ଯେଉଁମାନେ ପିୟୋର ଟ୍ୟାକ୍ସ ହେଭେନ ସଞ୍ଚାଳନ କରୁଛନ୍ତି ସେମାନେ କେବଳ ନୂଆ ପୁଞ୍ଜି ନ ଆଣି ପେପର ପ୍ରଫିଟ ଶିଫ୍ଟ କରିବାରେ ଆଗ୍ରହୀ ଅଛନ୍ତି। ସେମାନଙ୍କର ଏହା ଉପରେ କମ୍‌ ଅଭିଯୋଗ ରହିଛି। ସେମାନେ ବୈଶ୍ୱିକ ସମନ୍ବୟର ବଡ଼ ସେବା କରି ଆସୁଛନ୍ତି। ଆର୍ଥିକ ନୀତି ଆଣି ନିଜର ଲାଭ କରିବା ସହ ପଡ଼ୋଶୀ ଦେଶଗୁଡ଼ିକର କ୍ଷତି କରିବା ଭଲି କାର୍ଯ୍ୟକୁ ବାଧା ଦେବାରେ ଏକ ବୈଶ୍ୱିକ ନୀତି ସମ୍ପୂର୍ଣ୍ଣ ଯୁକ୍ତିଯୁକ୍ତ। ଜି-୭ ଚୁକ୍ତି ଠିକ୍‌ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
ପ୍ରଫେସର, ଇଣ୍ଟର୍‌ନ୍ୟାଶନାଲ ପଲିଟିକାଲ ଇକୋନୋମି
(ଜନ୍‌. ଏଫ୍‌.କେନେଡି ସ୍କୁଲ୍‌ ଅଫ୍‌ ଗଭର୍ନମେଣ୍ଟ,ହାର୍ଭାର୍ଡ ୟୁନିଭର୍ସିଟି)


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?