ଅନ୍ଧାରରେ ୩ ନାବାଳକଙ୍କ ଭବିଷ୍ୟତ

ଖଡ଼ିଆଳ,୬।୧୨(ଡି.ଏନ.ଏ.): ମା’ ମାନସିକ ରୋଗୀ। ୩ ନାବାଳକ ପୁଅଙ୍କ ଭବିଷ୍ୟତ କିପରି ଗଠନ କରିବେ ସେ ନେଇ ଚିନ୍ତାରେ ବାପା। ଏପରି ଏକ ଦୁଃଖଦ ଘଟଣାରେ ଦେଖିବାକୁ ମିଳିଛି ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଭୂଳିଆଁସିକୁଆଁ ଗ୍ରାମରେ। ଗ୍ରାମର ହିରାଧର ମେହେରଙ୍କ ସ୍ତ୍ରୀ ଜ୍ୟୋତି ମେହେର ଓ ତାଙ୍କ ୩ ନାବାଳକ ପୁଅ ସିଂହେଶ୍ୱର (୮), ସୁଧନ (୬), ସୁଧର୍ମା (୪)ଙ୍କୁ ନେଇ ପରିବାର। ହିରାଧର କୁଳିମଜୁରି କରି ଚଳୁଥିଲେ। ଗତ ୪ ତଳେ ସ୍ତ୍ରୀ ଜ୍ୟୋତି ମାନସିକ ରୋଗରେ ଶିକାର େଲେ। ସ୍ତ୍ରୀ ମାନସିକ ରୋଗୀ ହୋଇଥିବାରୁ ହିରାଧର ୩ ନାବାଳକ ପୁଅଙ୍କୁ ଛାଡି କୌଣସି କାର୍ଯ୍ୟ କରି ପାରୁନାହାନ୍ତି। ୩ ପୁଅ ଓ ମାନସିକ ସ୍ତ୍ରୀଙ୍କୁ ଯତ୍ନ ନେଉଥିବା ବେଳେ କୌଣସି କାର୍ଯ୍ୟ କରିପାରୁନାହାନ୍ତି। ଭଙ୍ଗା ମାଟି ଘରେ ଜରି ଢାଙ୍କି ଚାଳ, ଛପରରେ ପରିବାର ରହୁଛନ୍ତି। ହିରାଧର ଆବାସ ଯୋଜନାରେ ସାମିଲ କରିବା ପାଇଁ ପଞ୍ଚାୟତଠାରୁ ବ୍ଲକ ପ୍ରଶାସନକୁ ବାରମ୍ବାର ଅଭିଯୋଗ କରିଛନ୍ତି। ଆବାସ ଯୋଜନାରେ କିମ୍ବା ବିଜୁ ପକ୍କା ଘର ଯୋଜନା ସାମିଲ ହୋଇ ପାରିନାହାନ୍ତି। ସ୍ତ୍ରୀଙ୍କ ଚିକିତ୍ସା କରିବେ ନା ୩ ନାବାଳକ ପୁଅକୁ ନେଇ ପରିବାର ପୋଷିବେ ସେ ନେଇ ଚିନ୍ତାରେ ହିରାଧର। ୩ ପୁଅକୁ ଆଶ୍ରମ ବିଦ୍ୟାଳୟରେ ଛାଡି ଭବିଷ୍ୟତ କିପରି ଉଜ୍ଜଳ ହୋଇପାରିବ ସେ ନେଇ ଜିଲା ପ୍ରଶାସନକୁ ଗୁହାରି କରୁଛନ୍ତି। ଜିଲାପାଳ ହେମାକାନ୍ତ ସାଏଙ୍କୁ ସାକ୍ଷାତ କରି ନିଜ ସମସ୍ୟା ବିଷୟରେ ଅବଗତ କରିଥିଲେ। ହିରାଧରଙ୍କ ସମସ୍ୟା ନେଇ ସ୍ଥାନୀୟ ସରପଞ୍ଚଙ୍କୁ ଅବଗତ କରିବାରୁ ହୀରାଧରଙ୍କ ସମସ୍ୟା ଉପରେ ଆମେ ଆଗରୁ ଅବଗତ ହୋଇଛୁ ଏବଂ ଏ ନେଇ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରିଛୁ ଏବଂ ତାର ସମାଧାନ କିପରି ଅତି ଶୀଘ୍ର କରାଯିବ ସେ ନେଇ ପଦକ୍ଷେପ ନେବୁ ବୋଲି ପ୍ରକାଶ କରିଥିଲେ। ଏ ନେଇ ବିଡିଓ ନାରାୟଣ ସାହୁଙ୍କୁ ପଚାରିବାରୁ ଏହି ବିଷୟରେ ତଦନ୍ତ କରି ୩ ପୁଅ କିପରି ପାଠ ପଢିବେ ଓ ସେମାନେ କିପରି ଠିକ ଭାବରେ ରହିବେ ସେ ନେଇ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ାରେ କଲରାପତରିଆ ବାଘର ଆତଙ୍କ: ଘରେ ପଶି ଗୋଟିଏ ପରିବାରର ୬ ଜଣଙ୍କୁ କଲା ଲହୁଲୁହାଣ

ନୂଆପଡ଼ା,୫ା୧୦(ମକାରୁ ବେମାଲ): ନୂଆପଡ଼ା ଜିଲା ଖରିଆର ରୋଡ଼-ଛତିଶଗଡ଼ ସୀମାନ୍ତ କୋମାଖାନ ଥାନା ଝିଟିକି ଗାଁରେ ବାଘ ଆତଙ୍କ ଖେଳିଯାଇଛି। ଶନିବାର ରାତିରେ ଏକ କଲରାପତରିଆ ବାଘ ଆକ୍ରମଣରେ…

‘ଅତିକମରେ ୧୦ଟି ସନ୍ତାନ ଜନ୍ମ କରନ୍ତୁ’ – ହିନ୍ଦୁମାନଙ୍କୁ ଏମିତି କହିଲେ ମୌଲାନା ସାଜିଦ ରଶିଦି, ଉଠିଲାଣି ବିବାଦ

ନୂଆଦିଲ୍ଲୀ,୫।୧୦: ଇମାମ ଆସୋସିଏସନର ସଭାପତି ମୌଲାନା ସାଜିଦ ରଶିଦି ସନ୍ତାନ ଜନ୍ମ କରିବା ସମ୍ବନ୍ଧରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସଂଘ ଏବଂ ଅନ୍ୟ କିଛି ସଂଗଠନ…

ଫ୍ଲାଇଦୁବାଇ କକ୍‌ପିଟ୍‌ ଆକ୍ରମଣ ମାମଲାରେ ଚାଞ୍ଚଲ୍ୟକର ଖୁଲାସା; ସତ ମାନିଲେ ଓମାନୀ ପାଇଲଟ, ଉଭୟ ଇଞ୍ଜିନ୍ ବନ୍ଦ କରି….

ନୂଆଦିଲ୍ଲୀ,୫ା୧୦:ଦୁବାଇରୁ ତେଲ ଅଭିଭ୍‌ ଯାଉଥିବା ଫ୍ଲାଇଦୁବାଇର ଫ୍ଲାଇଟ୍‌ FZ1073ର କକ୍‌ପିଟ୍‌ ଆକ୍ରମଣ ମାମଲାରେ ପ୍ରତିଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ସେପ୍ଟେମ୍ବର ୩୦ରେ ଘଟିଥିବା ଏହି…

ଦଳ ଛାଡ଼ିଥିବା ନେତାଙ୍କୁ ମମତାଙ୍କ ଅଲ୍ଟିମେଟମ; ୧୫ ଦିନ ଭିତରେ ଫେରିଆସ, ନହେଲେ…..

କୋଲକାତା,୫ା୧୦: ବିଧାନସଭା ନିର୍ବାଚନ ଫଳାଫଳ ପରେ ପ୍ରଥମ ଥର ପାଇଁ ଉତ୍ତର ଦିନାଜପୁର ଜିଲା ଚୋପଡ଼ାରେ ମମତା ବାନାର୍ଜୀ ସମର୍ଥିତ ତୃଣମୂଳ କଂଗ୍ରେସ ନିଜର ସାଂଗଠନିକ ଶକ୍ତି…

ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଉଠିଲା ପ୍ରଶ୍ନ? ଲକ୍ଷ୍ମଣଙ୍କ ବିଦାୟ, ଗମ୍ଭୀରଙ୍କ ଆଗମନରେ ବଦଳିଯିବ କି ପରିସ୍ଥିତି? ଜାଣନ୍ତୁ…

ନୂଆଦିଲ୍ଲୀ,୫।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ହେବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚରେ କ’ଣ ବୈଭବ ସୂର୍ଯ୍ୟବଂଶୀ ଖେଳିବେ? ଏହି ପ୍ରଶ୍ନ ନିଶ୍ଚିତ ଭାବରେ ତାଙ୍କର ସମସ୍ତ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଓଡ଼ିଶାରେ ତିନି ବର୍ଷ ଯାଏ ଖୋଲିବନି ନୂଆ ମଦ ଦୋକାନ

ଭୁବନେଶ୍ବର,୫।୧୦: ଭୁବନେଶ୍ୱରରେ ‘ଜୀବନ ଜିନ୍ଦାବାଦ-୨.୦’ର ଶୁଭାରମ୍ଭ ହୋଇଛି । ଏହି ଅବସରରେ ରାଜ୍ୟରୁ ନିଶା ମୂଳପୋଛ ପାଇଁ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି । ଆଗାମୀ ୩…

ଶୋଇଥିଲେ ବର୍ଷକର ଶିଶୁ; ଘରେ ପଶି ମୁହଁକୁ ଝୁଣିଦେଲା କୁକୁର, ତାପରେ….

ନବରଙ୍ଗପୁର,୫।୧୦(ସଦାଶିବ ପ୍ରହରାଜ): ଘରେ ଶୋଇଥିବା ବେଳେ ବର୍ଷକର ଶିଶୁପୁତ୍ରକୁ ଝୁଣିଦେଲା ବୁଲାକୁକୁର । ମୃତ୍ୟୁ ସହ ସଂଗ୍ରାମ କରୁଛି ଶିଶୁଟି। ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ କୋଡ଼ିଙ୍ଗା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?