ଖର୍ଚ୍ଚ ହୋଇପାରୁନି ନିର୍ଭୟା ପାଣ୍ଠି

ଭୁବନେଶ୍ୱର,୨୨ା୧୧(ବ୍ୟୁରୋ): ରାଜ୍ୟରେ ମହିଳାଙ୍କ ପ୍ରତି ଦିନକୁ ଦିନ ଅପରାଧ ବୃଦ୍ଧି ପାଇବାରେ ଲାଗିଛି। ସେମାନଙ୍କ ସୁରକ୍ଷା ଓ କଲ୍ୟାଣ ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଭୟା ପାଣ୍ଠି ମାଧ୍ୟମରେ ଓଡ଼ିଶାକୁ ଅର୍ଥ ଦିଆଯାଉଛି। ହେଲେ ଏହାର ସିଂହ ଭାଗ ଖର୍ଚ୍ଚ ନ ହୋଇ ପଡ଼ି ରହୁଥିବା ଜଣାପଡ଼ିଛି। ମିଳିଥିବା ତଥ୍ୟ ଅନୁଯାୟୀ, ୨୦୧୬ରୁ ୨୦୨୧ ଜାନୁୟାରୀ ମଧ୍ୟରେ ରାଜ୍ୟ ସରକାର ୨୫କୋଟି ୩୨ଲକ୍ଷ ୪୯ ହଜାର ଟଙ୍କା ପାଇଛନ୍ତି। ହେଲେ ଇତିମଧ୍ୟରେ ମାତ୍ର ୬କୋଟି ୬୦ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ବାକି ୧୮କୋଟି ୭୨ଲକ୍ଷ ୪୨ହଜାର ଟଙ୍କା ପଡ଼ିରହିଛି।

ସୂଚନା ଅଧିକାର ମାଧ୍ୟମରେ ମିଳିଥିବା ତଥ୍ୟ ଅନୁସାରେ, ୨୦୧୬-୧୭ ଆର୍ଥିକ ବର୍ଷରେ ଜାତୀୟ ଜରୁରିକାଳୀନ ସହାୟତା ବ୍ୟବସ୍ଥା (ଏନ୍‌ଇଆର୍‌ଏସ୍‌) କିମ୍ବା ୧୧୨ ଜରୁରିକାଳୀନ ହେଲ୍‌ପଲାଇନ ନମ୍ବର ଲାଗୁ କରିବା ପାଇଁ ରାଜ୍ୟ ସରକାର ୯୪.୮୭କୋଟିରୁ ଊର୍ଦ୍ଧ୍ୱ ଟଙ୍କା ପାଇଥିଲା। ୩ବର୍ଷ ପରେ ୨୦୧୯ରେ ମଧ୍ୟ ଉପରଲିଖିତ ଲକ୍ଷ୍ୟ ହାସଲ ଲାଗି ରାଜ୍ୟ ଗୃହ ବିଭାଗ ୫୬.୨୮ଲକ୍ଷ ଟଙ୍କା ପାଇଥିଲା। ଅନୁରୂପ ଭାବେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଓଡ଼ିଶାର ରାଜ୍ୟ ଫରେନ୍ସିକ ସାଇନ୍ସ ଲାବୋରେଟୋରି(ଏସ୍‌ଏଫ୍‌ଏସ୍‌ଏଲ୍‌)କୁ ସୁଦୃଢ଼ କରିବା ଲାଗି ୬.୨୮କୋଟି ଟଙ୍କା ଅନୁଦାନ ଦେଇଥିଲା। ଉକ୍ତ ଅର୍ଥକୁ ଡିଏନ୍‌ଏ ଆନାଲିସିସର ଠିକ୍‌ ନିରୂପଣ ଲାଗି ଅତ୍ୟାଧୁନିକ ପ୍ରଯୁକ୍ତି ଓ ଉପକରଣ କ୍ରୟ ଦିଗରେ ଖର୍ଚ୍ଚ କରାଯିବାର ଥିଲା। ଏପରି କି ରାଜ୍ୟର ବିଭିନ୍ନ ପୋଲିସ ଷ୍ଟେଶନରେ ଅକାମୀ ହୋଇଯାଇଥିବା ମହିଳା ସହାୟକ ଡେସ୍କକୁ ସୁଦୃଢ଼ କରିବା ଲାଗି ୫କୋଟି ଟଙ୍କା ମଧ୍ୟ ମିଳିଥିଲା। କିନ୍ତୁ ରାଜ୍ୟ ପୋଲିସ ଏହି ଅର୍ଥର ମାତ୍ର ୪୯% ଖର୍ଚ୍ଚ କରିପାରିଛି।

ସେହିଭଳି ରାଜ୍ୟର ବିଭିନ୍ନ ଜିଲାରେ ଥିବା ୩୨ଟି ମାନବ ଚାଲାଣ ନିରୋଧୀ ଶାଖା(ଏଏଚ୍‌ଟିୟୁଏସ୍‌)କୁ ସକ୍ରିୟ କରିବା ସହ ନୂତନ ଶାଖା ଓ ଯନ୍ତ୍ରାଂଶ କିଣିବା ଲାଗି କେନ୍ଦ୍ର ସରକାର ୩କୋଟି ୯୯ଲକ୍ଷ ପ୍ରଦାନ କରିଥିଲେ। ସମ୍ପ୍ରତି ରାଜ୍ୟ ସରକାର ୧୦୦ (ପୋଲିସ), ୧୦୧ (ଅଗ୍ନିଶମ ସେବା), ୧୦୨ (ଆମ୍ବୁଲାନ୍ସ), ୧୦୪ (କୋଭିଡ୍‌ -୧୯), ୧୦୮ (ବିପର୍ଯ୍ୟୟ), ୧୮୧ (ମହିଳା ହେଲ୍ପଲାଇନ) ଭଳି ଏକାଧିକ ନମ୍ବରକୁ ବଦଳାଇ ଏକକ ଜରୁରିକାଳୀନ ହେଲ୍ପଲାଇନ ନମ୍ବର ୧୧୨ ଆରମ୍ଭ କରିଛନ୍ତି। ଏଥିସହିତ ଜରୁରିକାଳୀନ ସହାୟତା ଦେବା ଲାଗି ଶିଶୁ ହେଲ୍‌ପଲାଇନ ୧୦୮୯ର ବ୍ୟବସ୍ଥା କରାଯାଇଛି। ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବା ଲାଗି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ୧୦କୋଟି ଟଙ୍କା ଅନୁଦାନ ଦେଇଥିଲେ ହେଁ, ରାଜ୍ୟ ପୋଲିସ ମାତ୍ର ୩କୋଟି ୪୨ଲକ୍ଷ ୨୫ହଜାର ଟଙ୍କା ଖର୍ଚ୍ଚ କରିପାରିଛି। ଅବଶିଷ୍ଟ ଅର୍ଥ ପଡ଼ି ରହିଛି। ଅନୁରୂପ ଭାବେ ରାଜ୍ୟ ପୋଲିସ ମହିଳା ଓ ଶିଶୁ ଚାଲାଣ ଘଟଣା ବଢ଼ିଚାଲିଥିବା ସତ୍ତ୍ୱେ ଏଏଚ୍‌ଟିୟୁକୁ ସଶକ୍ତ କରିବା ଲାଗି ଆବଣ୍ଟିତ ୩.୯୯କୋଟି ଟଙ୍କାରୁ ଟଙ୍କାଟିଏ ମଧ୍ୟ ଖର୍ଚ୍ଚ କରିପାରି ନାହିଁ।

ଗତ ୨ବର୍ଷ ଧରି ମାନବ ଚାଲାଣରେ ଓଡ଼ିଶା ଦେଶରେ ଦ୍ୱିତୀୟ ସ୍ଥାନରେ ରହିଛି। ୨୦୧୯ରେ ୮୭୬ ଏବଂ ୨୦୨୦ରେ ୭୪୧ ଜଣଙ୍କୁ ଠାବ କରାଯାଇଛି। ସେହିଭଳି ୨୦୨୧ ମାର୍ଚ୍ଚ ମଧ୍ୟରେ ଫୋରେନସିକ ଲାବୋରେଟୋରିକୁ ମଜଭୁତ କରିବା ପାଇଁ ଆବଣ୍ଟିତ ମୋଟ ଅର୍ଥର ମାତ୍ର ୧୧.୪୨ ପ୍ରତିଶତ (୭୧.୮୨ ଲକ୍ଷ ଟଙ୍କା) ଖର୍ଚ୍ଚ ହୋଇଛି। ଉଲ୍ଲେଖଯୋଗ୍ୟ, ନିର୍ଭୟା ଯୋଜନା ଅଧୀନ ସଶକ୍ତୀକରଣ କମିଟି ୨୦୧୭ ଜୁଲାଇ ୨୧ରେ କଟକ-ଭୁବନେଶ୍ୱର କମିଶନରେଟ ପୋଲିସ ଅଞ୍ଚଳରେ ସୁରକ୍ଷିତ ସହର ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ଓଡିଶା ସରକାର ଦାଖଲ କରିଥିବା ୧୧୦.୩୫ କୋଟି ଟଙ୍କା ପ୍ରସ୍ତାବକୁ ଅନୁମୋଦନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାରମ୍ବାର ଇଣ୍ଟରନାଲ ପରୀକ୍ଷା ଦେବେନି ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ର

ଭୁବନେଶ୍ୱର,୩୦।୮(ସୁଚିସ୍ମିତା ସାହୁ): ଯୁକ୍ତ୨ ଏକ୍ସ-ରେଗୁଲାର ଛାତ୍ରୀଛାତ୍ରଙ୍କ ଇଣ୍ଟରନାଲ ପରୀକ୍ଷାକୁ ନେଇ ରହିଥିବା ଦ୍ୱନ୍ଦ୍ୱ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ଦୂର କରାଯାଇଛି। ଯୁକ୍ତ୨ରେ ଅସଫଳ…

ଭାରତରେ ମୁସଲମାନଙ୍କୁ ଚାହୁଁ ନ ଥିବା ଲୋକେ ହିନ୍ଦୁତ୍ୱ ବୁଝନ୍ତିନି, ଭାଗବତଙ୍କ ବଡ଼ ବୟାନ

ନ୍ୟୁୟର୍କ,୩୦ା୮: ହିନ୍ଦୁ ରାଷ୍ଟ୍ର ବିଚାରଧାରାରେ ମୁସଲମାନଙ୍କୁ ବାଦ୍‌ ଦିଆଯାଇ ନାହିଁ। ଭାରତରେ ମୁସଲମାନଙ୍କର ସ୍ଥାନ ନାହିଁ ବୋଲି ଯଦି କେହି ବିଶ୍ୱାସ କରୁଥାନ୍ତି, ତେବେ ସେ ହିନ୍ଦୁତ୍ୱକୁ…

ଦନ୍ତ ଚିକିତ୍ସକଙ୍କୁ ମାସିକ ୨୦ହଜାର ଟଙ୍କା ପ୍ରୋତ୍ସାହନ ଘୋଷଣା

ଭୁବନେଶ୍ୱର,୩୦ା୮(ବନ୍ଦନା ସେଠୀ): ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଓଡ଼ିଶା ମେଡିକାଲ ସର୍ଭିସେସ୍‌ (ଡେଣ୍ଟାଲ) କ୍ୟାଡରରେ କାର୍ଯ୍ୟରତ ଦନ୍ତ ଚିକିତ୍ସକଙ୍କ ପାଇଁ ପ୍ରୋତ୍ସାହନ ରାଶି ଘୋଷଣା…

ସ୍ମାର୍ଟ ପୋଲିସିଂ’ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୧୦ସୂତ୍ରୀ ବ୍ଲୁ-ପ୍ରିଣ୍ଟ: ଜାଣନ୍ତୁ କ’ଣ…

ଭୁବନେଶ୍ୱର, ୩୦।୮ (ସୁନିତ୍‌ ମିଶ୍ର): ଭୁବନେଶ୍ୱରସ୍ଥିତ ରାଜ୍ୟ ପୋଲିସ ଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ ଡିଜିପି ଏବଂ ଆଇଜିପି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ରାଜ୍ୟର…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଘରେ ଏକାକୀ ଥିବାବେଳେ ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ! ଗୋଡ଼ାଇ ଗୋଡ଼ାଇ ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସକୁ…

ଦିଗପହଣ୍ଡି,୨୯।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀଙ୍କୁ ଘରେ ପଶି ବଳାତ୍କାର…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

 ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ୨ ଦିନ ବାକି, ସର୍ଭର ଡାଉନ୍‌ ବଢ଼ାଉଛି ଚିନ୍ତା

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ୨୦୨୬-୨୭ ଖରିଫ ଧାନମଣ୍ଡି ନିମନ୍ତେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଛି। ପଞ୍ଜୀକରଣର ଶେଷ ତାରିଖ ଅଗଷ୍ଟ ୩୧ ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri