ଭାକ୍ସିନ ଡୋଜ୍‌ ସମ୍ପୂର୍ଣ୍ଣ କରିଥିଲେ ମାସ୍କ ପିନ୍ଧିବା ଅନାବଶ୍ୟକ: ସିଡିସି

ୱାଶିିଂଟନ,୧୪।୫: ସାରା ବିଶ୍ୱରେ କରୋନା ଭାଇରସ୍‌ ସଂକ୍ରମଣ ଆତଙ୍କ ଖେଳାଇଥିବା ବେଳେ ଏହାର ମୁକାବିଲା ପାଇଁ ବିଭିନ୍ନ ଦେଶ କରୋନା ଟିକାକରଣକୁ ତ୍ୱରାନିତ କରିଛନ୍ତି। ଇତିମଧ୍ୟରେ ଆମେରିକାରୁ ଏକ ବଡ଼ ଖବର ଆସିଛି। କରୋନା ଭାକ୍ସିନ ଡୋଜ୍‌ ସମ୍ପୂର୍ଣ୍ଣ କରିଥିବା ବ୍ୟକ୍ତିମାନଙ୍କୁ ଆଉ ମାସ୍କ ପିନ୍ଧିବା ଆବଶ୍ୟକ ନାହିଁ ବୋଲି ‘ସେଣ୍ଟର୍‌ ଫର୍‌ ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍ସନ’(ସିଡିସି)ପକ୍ଷରୁ କୁହାଯାଇଛି। ଏଥିସହ ବିନା ମାସ୍କରେ ଲୋକମାନେ ସାମାଜିକ ଦୂରତ୍ୱ ରକ୍ଷା ନ କରି କାର୍ଯ୍ୟକଳାପ ମଧ୍ୟ ଆରମ୍ଭ କରିପାରିବେ। ଏହି ପରାମର୍ଶ ଉଭୟ ଘର ଓ ବାହାର ପାଇଁ ପ୍ରାଯୁଜ୍ୟ। ହେଲେ ଏହି ସବୁ ନିୟମ ସେହି ସ୍ଥାନରେ ହିଁ ଲାଗୁ ହୋଇପାରିବ ଯେଉଁଠି ସମସ୍ତ ଲୋକ ଟିକାକରଣର ଡୋଜ୍‌ ସମ୍ପୂର୍ଣ୍ଣ କରିସାରିଥିବେ। ଅନ୍ୟପଟେ ଯେଉଁସ୍ଥାନରେ ଏବେ ବି ଟିକାକରଣ ଚାଲିଛି ଏବଂ ସରକାର କଟକଣା ଜାରି ରଖିଛନ୍ତି ସେଠାରେ ଏହି ନିୟମ ଲାଗୁ ହେବ ନାହିଁ ବୋଲି ସିଡିସିର ଅଧିକାରୀ ପ୍ରତିକ୍ରିୟା ରଖିଛନ୍ତି। ଅପରପକ୍ଷେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ସିଡିସିର ଏହି ନିଷ୍ପତ୍ତିକୁ ବେଶ୍‌ ପ୍ରଶଂସା କରିଛନ୍ତି। ବହୁ କମ୍‌ ସମୟ ମଧ୍ୟରେ ଦେଶରେ ଟିକାକରଣ କରାଯାଇଛି। ଏହା ଏକ ବଡ଼ ଉପଲବ୍ଧି ବୋଲି ବାଇଡେନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ଆଶ୍ୱାସନା: ୮୦% କରୋନା ସଂକ୍ରମିତ ଆପଣାଛାଏଁ ହେବେ ସୁସ୍ଥ; ୫%ଙ୍କୁ କରାଯିବ ହସ୍ପିଟାଲରେ ଭର୍ତ୍ତି; ଆଖିବୁଜା ହେବନି ନମୁନା ଯାଞ୍ଚ୍‌

ନୂଆଦିଲ୍ଲୀ,୨୩।୩: କରୋନା ସଂକ୍ରମଣର ମୁକାବିଲା ନେଇ ଭାରତ ସରକାର ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି। ଏହି ମର୍ମରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ, ବହିର୍ବ୍ୟାପାର ମନ୍ତ୍ରଣାଳୟ ଏବଂ ଇଣ୍ଡିଆନ୍‌...

ଯୁଦ୍ଧଜାହାଜରେ ନିଆଁ: ୫୭ ଆହତ

ସାନ୍‌ ଡିଏଗୋ(ୟୁଏସ୍‌),୧୪ା୭: ଆମେରିକା ନୌସେନାର ଏକ ଯୁଦ୍ଧଜାହାଜରେ ନିଆଁ ଲାଗିଯିବାରୁ ୫୭ ଜଣ ଆହତ ହୋଇଛନ୍ତି। ମେଣ୍ଟେନାନ୍ସ ପାଇଁ ୟୁଏସ୍‌ଏସ୍‌ ବୋନହୋମେ ରିଚାର୍ଡ ନାମକ ଏହି...

‘ମୁସ୍କୁରାଏଗା ଇଣ୍ଡିଆ’ ଗୀତକୁ ପ୍ରଶଂସା

ମୁମ୍ବାଇ: କରୋନା ଭାଇରସ୍‌ର ପ୍ରକୋପ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ଭୂତାଣୁ ସହ ଲଢ଼େଇ କରିବା ଲାଗି ସରକାରଙ୍କ ସହ କାନ୍ଧରେ କାନ୍ଧ ମିଶାଇ...

ଚାଇନାକୁ ପଛରେ ପକାଇଲା ଇଟାଲି: ମୃତଦେହ ସଂସ୍କାର ପାଇଁ ନେବାକୁ ପଡୁଛି ସେନାର ସହାୟତା

ରୋମ,୨୦।୩: ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ତା’ର ଠିକଣା ବଦଳାଇ ଇଟାଲିରେ କାୟା ବିସ୍ତାର କରି ଚାଲିଛି। ଏବେ ପର୍ଯ୍ୟନ୍ତ ଇଟାଲିରେ କରୋନା...

ହିଜାବ ବିବାଦରେ ଏଣ୍ଟ୍ରି କଲେ ମଲାଲା: କଲେ ଏମିତି ଅପିଲ

ଲଣ୍ଡନ,୯।୨:କର୍ନାଟକରେ ଚାଲିଥିବା ହିଜାବ ବିବାଦକୁ ନେଇ ସାରା ବିଶ୍ୱରୁ ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି। ମଙ୍ଗଳବାର ହାଇକୋର୍ଟରେ ଶୁଣାଣି ସମୟରେ ଘଟିଥିବା ହିଂସା ପରେ ନୋବେଲ...

ଅନୁଗୋଳରେ ପୁଣି ୨ କରୋନା ରୋଗୀ ଚିହ୍ନଟ: ୧୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଅନୁଗୋଳ ଅଫିସ,୧୯।୫: ଅନୁଗୋଳ ଜିଲାରେ ମଙ୍ଗଳବାର ପୁଣି ୨ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମୋଟ ୧୭ରେ...

ବର୍ଷା ଆଉ ବନ୍ୟା ପରେ ଏବେ ଚିନ୍ତା ବଢାଇଲାଣି ବାତ୍ୟା ‘ହିଗୋସ’

ବେଜିଂ,୨୦।୮: ପ୍ରଥମେ କରୋନା ମହାମାରୀ ଏହାପରେ ବର୍ଷା ଓ ବନ୍ୟା ଚାଇନାବାସୀଙ୍କ ନିଦ ହଜାଇ ଦେଇଥିବା ବେଳେ ଏବେ ମାଡି ଆସିଛି ବାତ୍ୟା ‘ହିଗୋସ’। ବୁଧବାର...

ଜାଣିଶୁଣି କରୋନା ପଜିଟିଭ ହେବେ ୨,୫୦୦ ଲୋକ!

ଲଣ୍ଡନ,୨୬ ।୧୨: ବ୍ରିଟେନରେ ଦେଖା ଦେଇଥିବା କରୋନାର ନୂଆ ଷ୍ଟ୍ରେନ୍ ଏବେ ବିଶ୍ୱକୁ ଚିନ୍ତାରେ ପକାଇ ଦେଇଛି । ଏହାକୁ ନେଇ ଲଣ୍ଡନରୁ ଏକ ଚ୍ୟାଲେଞ୍ଜ...

Advertisement
Archives

Model This Week