ଫଳ ଦର ଆକାଶଛୁଆଁ

ଭୁବନେଶ୍ୱର, ୨୯।୫ (ବ୍ୟୁରୋ): ସୋମବାର ସାବିତ୍ରୀ ବ୍ରତ। ମହିଳାମାନେ ସ୍ବାମୀଙ୍କ ମଙ୍ଗଳ ମନାସି ଠାକୁରଙ୍କ ନିକଟରେ ସାତ ଫଳ ଭୋଗ କରି ପୂଜା କରିବେ। ତେଣୁ ଫଳବଜାରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ଗ୍ରାହକଙ୍କ ଚାହିଦାକୁ ଦେଖି ଫଳ ଦର ମଧ୍ୟ ଆକାଶ ଛୁଆଁ ହୋଇଛି। ବିଶେଷ କରି ଭୁବଶ୍ୱେରର ୟୁନିଟ୍‌-୧, ୟୁନିଟ୍‌-୨, ୟୁନିଟ୍‌-୪ ବଜାର ସମେତ ରାଜମହଲ, ଆଜାଦ୍‌ ମାର୍ଗ, ଗୋପବନ୍ଧୁ ଛକ ଆଦି ସ୍ଥାନରେ ଥିବା ଫଳ ଦୋକାନରେ ଶନିବାର ଦିନ ତମାମ ଭିଡ଼ ଲାଗି ରହିଥିଲା। ଖରାଦିନିଆ ଫଳ ଆମ୍ବ, ପଣସ, ଖଜୁରି, ଲିଚୁ, ତାଳ, କଦଳୀ, ସପୁରି ଆଦିର ବିଶେଷ ଚାହିଦା ରହିଥିବାବେଳେ ସେଓ, ଅଙ୍ଗୁର, ତରଭୁଜ ଆଦି ମଧ୍ୟ ଯଥେଷ୍ଟ ପରିମାଣରେ ବଜାରରେ ଉପଲବ୍ଧ ହେଉଛି। ତେବେ ବାଇଗଣପଲେଇ, ଲେଙ୍ଗଡା, ଆମ୍ରପାଲି ଆମ୍ବ କିଲୋ ପିଛା ୮୦ଟଙ୍କା ଥିବାବେଳେ ସୁନ୍ଦରୀ ଆମ୍ବର ଦର ୧୦୦ଟଙ୍କା ଡ଼େଇଁଛି। ସେହିପରି ଛୋଟ ପଣସ ଗୋଟିକୁ ୨୦୦ ଟଙ୍କା ଓ ବଡ଼ ପଣସ ୩୦୦ରୁ ଅଧିକ ଟଙ୍କାରେ ବିକ୍ରି ହେଉଛି। ଲିଚୁ ଦର କେଜି ପ୍ରତି ୧୦୦ ଟଙ୍କାରୁ ଆରମ୍ଭ କରି ୧୬୦ ଟଙ୍କା ପର୍ଯ୍ୟନ୍ତ ରହିଛି। ଡାଳିମ୍ବ ୨୨୦ରୁ ୨୪୦ଟଙ୍କା, ଅଙ୍ଗୁର ୧୨୦ରୁ ୧୪୦ ଟଙ୍କା, ଖଜୁରି ପେନ୍ଥାକୁ ୩୦ଟଙ୍କା ରହିଛି। ୬୦ ଟଙ୍କାରେ ବିକ୍ରି ହେଉଥିବା କଦଳୀ ଡଜନ ଏବେ ୧୦୦ ଟଙ୍କା ଟପିଛି। ସେହିପରି ଛୋଟ ସେଓର ଦାମ୍‌ କେଜି ପ୍ରତି ୧୬୦ ଟଙ୍କା ରହିଥିବାବେଳେ ବଡ଼ ଦାମ୍‌ ୨୦୦ରୁ ଅଧିକ ରହିଛି। ତରଭୁଜ କେଜି ୨୫ଟଙ୍କା, ପିଜୁଳି ୪୦ ଟଙ୍କା, ସପୁରି ଗୋଟିକୁ ୫୦ ଟଙ୍କା ବିକ୍ରି ହେଉଥିବାବେଳେ କମଳା, ତାଳ, ନଡ଼ିଆ ଅଙ୍ଗୁରକୁ ମଧ୍ୟ ଗ୍ରାହକ ଚଢ଼ା ଦରରେ କିଣୁଛନ୍ତି। ବଡ଼ ବଡ଼ ଫଳ ବଜାରରକୁ ବାଦ ଦେଲେ ଖୁଚୁରା ବ୍ୟବସାୟୀ ଆହୁରି ଅଧିକ ଦାମରେ ଫଳ ବିକୁଛନ୍ତି। ଏହାର ପ୍ରଭାବ ସିଧାସଳଖ ଗ୍ରାହକଙ୍କ ପକେଟ୍‌ ଉପରେ ପଡ଼ୁଛି।
ରାଜମହଲ ଛକକୁ ଫଳ କିଣିବାକୁ ଆସିଥିବା ଗ୍ରାହକ ପୂଜା ବରିହା କୁହନ୍ତି, ବର୍ଷକୁ ଥରେ ସାବିତ୍ରୀ ବ୍ରତ। ସାତ ପ୍ରକାର ଫଳ ତ ପୂଜା କରିବାକୁ ପଡ଼ିବ। ଯେତେ ଦର ହେଲେ ବି କିଣିବାକୁ ପଡ଼ିବ। ଯଦିଓ ଦାମ୍‌ ଅଧିକ ରହିଛି, କିନ୍ତୁ ରାଜଧାନୀ ବଜାରରେ ମନ ପସନ୍ଦର ଯେକୌଣସି ଫଳ ମିଳିଯାଉଛି। ସେହିପରି ବ୍ୟବସାୟୀ ପ୍ରଫୁଲ୍ଲ ବେହେରା କୁହନ୍ତି, ରଜ ସାବିତ୍ରୀ ସମୟରେ ପ୍ରତିବର୍ଷ ଚଢ଼ା ଦରରେ ଫଳ ବିକ୍ରି ହୁଏ। ଚଳିତ ଥର ଫଳର ଦାମ୍‌ ସେତେ ବୃଦ୍ଧି ପାଇନାହିଁ। ସାବିତ୍ରୀ ଥିବାରୁ କେତେକ ଫଳରେ ୫/୬ଟଙ୍କା ବୃଦ୍ଧି ପାଇଛି। ପୂର୍ବବର୍ଷ ତୁଳନାରେ ଏଥର ବିକ୍ରି କମ୍‌ ହେଉଥିବାରୁ ଆମକୁ କ୍ଷତି ସହିବାକୁ ପଡୁଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?