କର୍ମର ଫଳ

କରୋନା ଭାଇରସ୍‌ ଯୋଗୁ ସମଗ୍ର ବିଶ୍ୱ ଦୁଇବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ହନ୍ତସନ୍ତ ହୋଇଛି। ବିଭିନ୍ନ ରାଷ୍ଟ୍ରରେ ଅସଂଖ୍ୟ ଲୋକଙ୍କ ଜୀବନ ଯାଇଥିବା ବେଳେ ସବୁ ଅର୍ଥନୀତି ଦୁର୍ବଳ ହୋଇଥିବାରୁ ତାହା ଲୋକଙ୍କ ଜୀବିକା ଉପରେ ଘୋର ପ୍ରଭାବ ପକାଇଛି। ଅନ୍ତର୍ଜାତୀୟ ସ୍ତରରେ ଗତ କିଛି ମାସ ହେବ କୋଭିଡ୍‌ ପ୍ରାଦୁର୍ଭାବ କମିଥିବା ବେଳେ ଏହି ଭୂତାଣୁର ଜନ୍ମରାଷ୍ଟ୍ର କୁହାଯାଉଥିବା ଚାଇନାରେ ସ୍ଥିତି ସଙ୍ଗିନ ହୋଇଯାଇଛି। ଏବେ ସେଠାରେ ଦୈନିକ ସଂକ୍ରମଣ ୩୫ ହଜାର ଉପରେ ରହିବା ଓ ବିଭିନ୍ନ ସହରରେ ଲକ୍‌ଡାଉନ୍‌ ହେବା ଦ୍ୱାରା ସପ୍ତାହେ ହେବ ଚାଇନାରେ ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କ କୋଭିଡ୍‌ ନୀତିକୁ ସମାଲୋଚନା କରାଯାଇ ସବୁ ବର୍ଗର ବ୍ୟକ୍ତି ରାସ୍ତାକୁ ଓହ୍ଲାଇଛନ୍ତି। ବିଶେଷକରି ଛାତ୍ରମାନେ ଯେଭଳି ପ୍ରତିବାଦ କରିଥିବା ଦେଖାଯାଇଛି, ତାହା ୧୯୮୯ରେ ଟିଆନାନ୍‌ମ୍ୟାନ୍‌ ସ୍କୋୟାରରେ ହୋଇଥିବା ଛାତ୍ର ବିଦ୍ରୋହକୁ ଟପିଯାଇଛି। ଚାଇନା କୋଭିଡ୍‌କୁ ନେଇ ସଙ୍କଟ ଭିତରେ ଥିବାବେଳେ ୫ ଡିସେମ୍ବରରେ ଆମେରିକା ଖବରକାଗଜ ‘ନ୍ୟୁୟର୍କ ପୋଷ୍ଟ୍‌’ରେ ପ୍ରକାଶ ପାଇଥିବା ରିପୋର୍ଟ ବେଜିଂ ଉପରେ ପୂର୍ବରୁ ଲଗାଯାଇଥିବା ଅଭିଯୋଗକୁ ଏବେ ସ୍ପଷ୍ଟ କରିବାକୁ ଯାଉଛି। ଚାଇନାର ବିବାଦୀୟ ଉହାନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜିରେ କାର୍ଯ୍ୟ କରୁଥିବା ଆମେରିକୀୟ ଗବେଷକ ଆଣ୍ଡ୍ରୁ ହଫ୍‌ଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ଦି ଟ୍ରୁଥ୍‌ ଏବାଉଟ୍‌ ଉହାନ୍‌’ରେ ବର୍ଣ୍ଣନା କରାଯାଇଛି ଯେ, କୋଭିଡ୍‌ ହେଉଛି ମନୁଷ୍ୟକୃତ। କରୋନା ଭୂତାଣୁ ସେହି ଉହାନ୍‌ ଗବେଷଣାଗାରରୁ ବାହାରକୁ ଆସିଥିଲା ବୋଲି ସେ କହିବା ସହିତ ପୂର୍ବରୁ ଆହୁରି ଅନେକ ଗବେଷକ ସମାନ ପ୍ରକାର ମତ ଦେଇଆସିଛନ୍ତି। ଉଲ୍ଲେଖଯୋଗ୍ୟ, ଦୁଇବର୍ଷ ତଳେ ବ୍ରିଟିଶ ଖବରକାଗଜ ‘ଦି ସନ୍‌’ରେ ପ୍ରକାଶିତ ରିପୋର୍ଟରେ କୁହାଯାଇଥିଲା ଯେ କରୋନା ଭାଇରସ୍‌ ଉହାନ୍‌ରୁ ବାହାରିଥିଲା। ଏଥିରେ ଆହୁରି ଦର୍ଶାଯାଇଥିଲା ଯେ ଚାଇନାର ଏହି ସରକାରୀ ସଂସ୍ଥାକୁ ଆମେରିକା ପାଣ୍ଠି ଯୋଗାଇ ସଂକ୍ରାମକ ରୋଗ ଉପରେ ଗବେଷଣା କାର୍ଯ୍ୟକୁ ତ୍ୱରାନ୍ବିତ କରିଥିଲା। ବର୍ତ୍ତମାନ ‘ନ୍ୟୁୟର୍କ ପୋଷ୍ଟ୍‌’ରେ କରୋନା ଭାଇରସ୍‌ ମନୁଷ୍ୟକୃତ ବୋଲି ରିପୋର୍ଟ ପ୍ରକାଶ ପାଇବା ପରେ ଚାଇନା ଉପରେ ସନ୍ଦେହ ବଢ଼ିଛି।
ଏହି ଭୂତାଣୁ ସହିତ କରାଯାଇଥିବା ଗବେଷଣାରୁ ଜଣାପଡ଼େ ଯେ ଚାଇନା ନେତୃତ୍ୱ ପାରମ୍ପରିକ ଯୁଦ୍ଧ ଅପେକ୍ଷା ଜୈବିକ ଅସ୍ତ୍ର ଦ୍ୱାରା ଶତ୍ରୁ ରାଷ୍ଟ୍ରର ବେଶି କ୍ଷତି କରାଯାଇପାରେ ବୋଲି ବିଶ୍ୱାସ କରେ। ଚାଇନା ଭଳି ଦେଶ ଅନ୍ତର୍ଜାତୀୟ ସ୍ତରରେ ଆଧିପତ୍ୟ ବିସ୍ତାର କରିବା ଲାଗି ଭାଇରସ୍‌କୁ ମାଧ୍ୟମ କରୁଥିବା ବିଷୟରେ ଆଲୋଚନା ହୋଇଥାଏ। ଉହାନ୍‌ରୁ କରୋନା ଭୂତାଣୁ ବାହାରିଥିବା ବିଷୟକୁ ଚାଇନା ବାରମ୍ବାର ଖଣ୍ଡନ କରିଆସିଛି। ହେଲେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଥିଲେ ଯେ, ଚାଇନା ଜାଣିଶୁଣି ଏଭଳି ଭାଇରସ୍‌କୁ ଜନ୍ମ ଦେଇଥିଲା। ଏବେ ଯେତେବେଳେ ଚାଇନା ଅଧିବାସୀ ଏହି ଭୂତାଣୁ କବଳରେ ପଡ଼ିଛନ୍ତି, ସେମାନେ ଶାସକ ଜିନ୍‌ପିଙ୍ଗଙ୍କୁ ବିରୋଧ କରୁଛନ୍ତି। ବେଜିଂର କଠୋର କୋଭିଡ୍‌ ନୀତି ଯୋଗୁ ସେଠାକାର ଲୋକଙ୍କ ଜୀବନ ଯାଉଥିବା ବେଳେ ଅନେକେ ଜୀବିକା ହରାଇଲେଣି। ଠିକ୍‌ ଭାବେ ଟିକା ଦିଆଯାଇପାରି ନ ଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏଥିସହିତ ଚାଇନା ପ୍ରସ୍ତୁତ ଟିକା ସଫଳ ହୋଇନାହିଁ ବୋଲି ବଢ଼ୁଥିବା ସଂକ୍ରମଣରୁ ପ୍ରମାଣ ମିଳୁଛି। ନିଜକୁ ଏକ ବଡ଼ ଶକ୍ତି ଭାବୁଥିବା ଚାଇନା କୋଭିଡ୍‌ ପରିଚାଳନାରେ ବିଫଳ ହୋଇଥିବାରୁ ଆଭ୍ୟନ୍ତରୀଣ ସ୍ଥିତି ତାକୁ ଅକଳରେ ପକାଇ ଦେଇଛି। ଓଡ଼ିଆରେ ଢଗ ଅଛି-‘ଯେ ପାଞ୍ଚେ ପରମନ୍ଦ, ତା’ ମନ୍ଦ ପାଞ୍ଚନ୍ତି ଗୋବିନ୍ଦ’। ଏହି ଦୃଷ୍ଟିପଟରୁ ଦେଖିଲେ ଚାଇନା ତା’ କର୍ମର ଫଳ ଭୋଗୁଛି।


Enter your email to get our daily news in your inbox.

All Right Reserved By Dharitri.Com

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

ଏଇ ଭାରତରେ

ଜମ୍ମୁକଶ୍ମୀରରେ ଆର୍ଦ୍ରଭୂମି ଓ ବହିରାଗତ ପକ୍ଷୀଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଏକ ମହିଳା ଟିମ୍‌। ଏହି ଟିମ୍‌ରେ ୧୫ ଜଣ ମହିଳା ଓ ବାଳିକା ରହିଛନ୍ତି। ସେମାନେ ସଲିମ…

ସମାଜର ବିଫଳତା ନା ସମୟର ଆବଶ୍ୟକତା

ଗଛର ମୂଳ ଯେତେ ଦୃଢ଼, ଗଛ ସେତେ ସୁଦୃଢ଼। ସେହିପରି ବୟୋଜ୍ୟେଷ୍ଠମାନେ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନଙ୍କ ଅନୁଭବ, ତ୍ୟାଗ ଓ ଜୀବନବୋଧ ସମାଜକୁ…

ଚାଇନା ପାଇଁ ଆହ୍ବାନ

ନିକଟରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଝୁ ରୋଙ୍ଗ୍‌ଜିଙ୍କର ୯୭ ବର୍ଷ ବୟସରେ ମୃତ୍ୟୁହେବା ପରେ ତାଙ୍କ ପାଇଁ ଚତୁର୍ଦ୍ଦିଗରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଥିଲେ ଆର୍ଥିକ…

ଡିଜିଟାଲ ସାର୍ବଭୌମତ୍ୱ

ଆଜିକାଲି ଭୌଗୋଳିକ ସୀମା ସରହଦକୁ ଅତିକ୍ରମକରି ମଣିଷ ଆଭାସିକ ଡିଜିଟାଲ ପୃଥିବୀରେ ଦୈନିକ ଜୀବନଯାପନ କଲାଣି। ଇଣ୍ଟରନେଟ୍‌ ଆସିବା ପରେ ଭୌଗୋଳିକ ସୀମା ପ୍ରତିରକ୍ଷା ପାଇଁ ରହିଲା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri