ଅଚାନକ ବଲିଉଡ୍‌କୁ ବାଏ ବାଏ କହି ଦୂରେଇ ଯାଇଥିଲେ ଏସବୁ କଳାକାର: ନିରାଶ ହୋଇଥିଲେ ପ୍ରଶଂସକ

ମାୟାନଗରି ମୁମ୍ବାଇ। ଅନେକ ନବାଗତଙ୍କ ସ୍ବପ୍ନକୁ ପୂରଣ କରିଛି ଏହି ସହର। ହେଲେ ଅଭିନେତା ହିସାବରେ ସଫଳ ହେବା ପରେ ମଧ୍ୟ ମୁମ୍ବାଇ ଛାଡ଼ି ଚାଲିଯିବାକୁ ବାଧ୍ୟ ହୋଇଛନ୍ତି। ନିକଟରେ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ଯାଞ୍ଚ ଚାଲିଥିବା ବେଳେ ସେ ବଲିଉଡ୍‌ ଛାଡ଼ିବାକୁ ଚାହୁଁଥିବା କଥା ସାମ୍ନାକୁ ଆସିଥିଲା। ଏପରିକି ସେ କେରଳରେ ନିଜର ବ୍ୟବସାୟ ସୁଦୃଢ଼ କରିବାକୁ ଚାହୁଁଥିବା ଚର୍ଚ୍ଚାର ବିଷୟ ପାଲଟିଥିଲା। ତେବେ କେବଳ ଯେ ସୁଶାନ୍ତ ତାହା ନୁହେଁ ଅନେକ ବଲିଉଡ୍‌ କଳାକାର ଫିଲ୍ମର ମୋହ ତ୍ୟାଗ କରି ବଲିଉଡ୍‌ରୁ ନିଜକୁ ଦୂରେଇ ନେବାର ନଜିର ରହିଛି।

୭୦ ଦଶକର ଖ୍ୟାତନାମା ଅଭିନେତା ବିନୋଦ ଖାନ୍ନା ନିଜ କ୍ୟାରିୟରର ଶ୍ରେଷ୍ଠ ସମୟରେ ଫିଲ୍ମରୁ ଦୂରେଇ ଯାଇଥିଲେ। ପରେ ସେ ଓଶୋଙ୍କ ଆଶ୍ରମକୁ ଚାଲିଯାଇଥିଲେ।

ରାଖୀଙ୍କୁ ବିବାହ କରିବା ପୂର୍ବରୁ ଫିଲ୍ମଜଗତ ଛାଡ଼ିବା ପାଇଁ ଗୁଲଜାର ସର୍ତ୍ତ ରଖିଥିଲେ। ରାଖୀ ସେଭଳି କରିଥିଲେ ମଧ୍ୟ। ବିବାହ ପରେ ସେ ଫିଲ୍ମରୁ ଦୂରେଇ ଯାଇଥିବା ବେଳେ ପରେ ସେ ମା’ ଭୂମିକାରେ ନଜର ଆସିଥିଲେ।

ଫିଲ୍ମ ଦଙ୍ଗଲ ଏବଂ ସିକ୍ରେଟ ସୁପରଷ୍ଟାର ଭଳି ଫିଲ୍ମରେ ଚମତ୍କାର ଅଭିନୟ କରିଥିଲେ ଜାୟରା ବସୀମ। ୨୦୧୯ରେ ସେ ଅଚାନକ ବଲିଉଡ୍‌ ଛାଡ଼ିବାକୁ ଘୋଷଣା କରିଥିଲେ। ବ୍ୟକ୍ତିଗତ କାରଣକୁ ନେଇ ସେ ଏପରି କରୁଥିବା କହିଥିଲେ।

ଭାଗମ୍‌ ଭାଗ ଏବଂ ଢ଼ୋଲ ଭଳି ଫିଲ୍ମରେ ନିଜର ଅଭିନୟ ଯୋଗୁ ପ୍ରଶଂସକଙ୍କ ହୃଦୟ ଜିତିପାରିଥିଲେ ତନୁଶ୍ରୀ ଦତ୍ତା। ହେଲେ ପରେ ସେ ବଲିଉଡ୍‌ରୁ ଦୂରେଇ ଯାଇଥିଲେ। ୨୦୧୦ରେ ଆସିଥିବା ଫିଲ୍ମ ଆପାର୍ଟମେଣ୍ଟରେ ତାଙ୍କୁ ଶେଷ ଥର ପାଇଁ ଅଭିନୟ କରିଥିବା ଦେଖାଯାଇଥିଲା।

ସଫଳ ସୋପାନରେ ଥିବା ବେଳେ ପୂର୍ବ ବିଶ୍ୱସୁନ୍ଦରୀ ସୁଷ୍ମିତା ସେନ୍‌ ହଠାତ୍‌ ବଲିଉଡ୍‌କୁ ବାଏ ବାଏ କରିଥିଲେ। ହେଲେ ଏବେ ଓଟିଟି ପ୍ଲାର୍ଟଫର୍ମକୁ ସେ ଫେରିଛନ୍ତି।

୨୦୦୧ରେ ବଲିଉଡ୍‌ ଫିଲ୍ମ ‘ଷ୍ଟାଇଲ୍‌’ ଜରିଆରେ ଡେବ୍ୟୁ କରିଥିବା ସାହିଲ ଖାନ୍‌ ଶରମନ ଜୋଶୀଙ୍କ ସହ ଲୋକପ୍ରିୟ ହୋଇଯାଇଥିଲେ। ତାଙ୍କର ପ୍ରଥମ ଚଳଚ୍ଚିତ୍ର ସୁପରହିଟ୍‌ ହୋଇଥିଲା। ହେଲେ ପରେ ବଲିଉଡ୍‌ରେ ତାଙ୍କ କ୍ୟାରିଅର ସେତେଟା ଭଲ ନ ଥିଲା। ଫଳରେ ସେ ଫିଲ୍ମଦୁନିଆକୁ ଛାଡ଼ି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଚାମ୍ପିୟନ

ଲଣ୍ଡନ,୫ା୭: ମହିଳା ଟି୨୦ ବିଶ୍ୱକପ୍‌ରେ ପୁଣି ଥରେ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଟୁର୍ନାମେଣ୍ଟରେ ଅପରାଜେୟ ରହିଥିବା ଅଷ୍ଟ୍ରେଲିଆ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲରେ ୭…

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri