ଅଚାନକ ବଲିଉଡ୍‌କୁ ବାଏ ବାଏ କହି ଦୂରେଇ ଯାଇଥିଲେ ଏସବୁ କଳାକାର: ନିରାଶ ହୋଇଥିଲେ ପ୍ରଶଂସକ

ମାୟାନଗରି ମୁମ୍ବାଇ। ଅନେକ ନବାଗତଙ୍କ ସ୍ବପ୍ନକୁ ପୂରଣ କରିଛି ଏହି ସହର। ହେଲେ ଅଭିନେତା ହିସାବରେ ସଫଳ ହେବା ପରେ ମଧ୍ୟ ମୁମ୍ବାଇ ଛାଡ଼ି ଚାଲିଯିବାକୁ ବାଧ୍ୟ ହୋଇଛନ୍ତି। ନିକଟରେ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ଯାଞ୍ଚ ଚାଲିଥିବା ବେଳେ ସେ ବଲିଉଡ୍‌ ଛାଡ଼ିବାକୁ ଚାହୁଁଥିବା କଥା ସାମ୍ନାକୁ ଆସିଥିଲା। ଏପରିକି ସେ କେରଳରେ ନିଜର ବ୍ୟବସାୟ ସୁଦୃଢ଼ କରିବାକୁ ଚାହୁଁଥିବା ଚର୍ଚ୍ଚାର ବିଷୟ ପାଲଟିଥିଲା। ତେବେ କେବଳ ଯେ ସୁଶାନ୍ତ ତାହା ନୁହେଁ ଅନେକ ବଲିଉଡ୍‌ କଳାକାର ଫିଲ୍ମର ମୋହ ତ୍ୟାଗ କରି ବଲିଉଡ୍‌ରୁ ନିଜକୁ ଦୂରେଇ ନେବାର ନଜିର ରହିଛି।

୭୦ ଦଶକର ଖ୍ୟାତନାମା ଅଭିନେତା ବିନୋଦ ଖାନ୍ନା ନିଜ କ୍ୟାରିୟରର ଶ୍ରେଷ୍ଠ ସମୟରେ ଫିଲ୍ମରୁ ଦୂରେଇ ଯାଇଥିଲେ। ପରେ ସେ ଓଶୋଙ୍କ ଆଶ୍ରମକୁ ଚାଲିଯାଇଥିଲେ।

ରାଖୀଙ୍କୁ ବିବାହ କରିବା ପୂର୍ବରୁ ଫିଲ୍ମଜଗତ ଛାଡ଼ିବା ପାଇଁ ଗୁଲଜାର ସର୍ତ୍ତ ରଖିଥିଲେ। ରାଖୀ ସେଭଳି କରିଥିଲେ ମଧ୍ୟ। ବିବାହ ପରେ ସେ ଫିଲ୍ମରୁ ଦୂରେଇ ଯାଇଥିବା ବେଳେ ପରେ ସେ ମା’ ଭୂମିକାରେ ନଜର ଆସିଥିଲେ।

ଫିଲ୍ମ ଦଙ୍ଗଲ ଏବଂ ସିକ୍ରେଟ ସୁପରଷ୍ଟାର ଭଳି ଫିଲ୍ମରେ ଚମତ୍କାର ଅଭିନୟ କରିଥିଲେ ଜାୟରା ବସୀମ। ୨୦୧୯ରେ ସେ ଅଚାନକ ବଲିଉଡ୍‌ ଛାଡ଼ିବାକୁ ଘୋଷଣା କରିଥିଲେ। ବ୍ୟକ୍ତିଗତ କାରଣକୁ ନେଇ ସେ ଏପରି କରୁଥିବା କହିଥିଲେ।

ଭାଗମ୍‌ ଭାଗ ଏବଂ ଢ଼ୋଲ ଭଳି ଫିଲ୍ମରେ ନିଜର ଅଭିନୟ ଯୋଗୁ ପ୍ରଶଂସକଙ୍କ ହୃଦୟ ଜିତିପାରିଥିଲେ ତନୁଶ୍ରୀ ଦତ୍ତା। ହେଲେ ପରେ ସେ ବଲିଉଡ୍‌ରୁ ଦୂରେଇ ଯାଇଥିଲେ। ୨୦୧୦ରେ ଆସିଥିବା ଫିଲ୍ମ ଆପାର୍ଟମେଣ୍ଟରେ ତାଙ୍କୁ ଶେଷ ଥର ପାଇଁ ଅଭିନୟ କରିଥିବା ଦେଖାଯାଇଥିଲା।

ସଫଳ ସୋପାନରେ ଥିବା ବେଳେ ପୂର୍ବ ବିଶ୍ୱସୁନ୍ଦରୀ ସୁଷ୍ମିତା ସେନ୍‌ ହଠାତ୍‌ ବଲିଉଡ୍‌କୁ ବାଏ ବାଏ କରିଥିଲେ। ହେଲେ ଏବେ ଓଟିଟି ପ୍ଲାର୍ଟଫର୍ମକୁ ସେ ଫେରିଛନ୍ତି।

୨୦୦୧ରେ ବଲିଉଡ୍‌ ଫିଲ୍ମ ‘ଷ୍ଟାଇଲ୍‌’ ଜରିଆରେ ଡେବ୍ୟୁ କରିଥିବା ସାହିଲ ଖାନ୍‌ ଶରମନ ଜୋଶୀଙ୍କ ସହ ଲୋକପ୍ରିୟ ହୋଇଯାଇଥିଲେ। ତାଙ୍କର ପ୍ରଥମ ଚଳଚ୍ଚିତ୍ର ସୁପରହିଟ୍‌ ହୋଇଥିଲା। ହେଲେ ପରେ ବଲିଉଡ୍‌ରେ ତାଙ୍କ କ୍ୟାରିଅର ସେତେଟା ଭଲ ନ ଥିଲା। ଫଳରେ ସେ ଫିଲ୍ମଦୁନିଆକୁ ଛାଡ଼ି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

ରାଜ କୁନ୍ଦ୍ରାଙ୍କ ୯୭.୭୯ କୋଟିର ସମ୍ପତ୍ତି ଜବତ କଲା ଇଡି, ଶିଳ୍ପାଙ୍କ ବଙ୍ଗଳା ବି ହେଲା ସିଜ୍‌

ମୁମ୍ବାଇ,୧୮।୪: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ପୁଣି ଏକ ବଡ଼ ଅଡ଼ୁଆରେ ଫସିଛନ୍ତି। ଇଡି ତାଙ୍କର ୯୭.୭୯ କୋଟି ଟଙ୍କାର ସମ୍ପତ୍ତିକୁ...

ପରପାରିରେ ବିଶିଷ୍ଟ ଅଭିନେତା-ନିର୍ଦ୍ଦେଶକ ସଚ୍ଚି ଦାସ

ଭୁବନେଶ୍ୱର,୧୮।୪: ଆରପାରିରେ ବିଶିଷ୍ଟ ସିନେ କଳାକାର ଡ. ସଚ୍ଚି ଦାସ । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । ସଚ୍ଚି ଦାସ, କବି ସମ୍ରାଟ...

ଗର୍ଭବତୀ ଥାଇ ବି ଆକ୍ସନ ସିନ୍‌ କରୁଛନ୍ତି ଦୀପିକା!

ମୁମ୍ବାଇ: ବଲିଉଡର ‘ମସ୍ତାନୀ’ ଅର୍ଥାତ୍‌ ଦୀପିକା ପାଦୁକୋନ ୨୦୨୪ ସେପ୍ଟେମ୍ବରରେ ମା’ ହେବାକୁ ଯାଉଛନ୍ତି। ଏହି ମୁହୂର୍ତ୍ତକୁ ଅନୁଭବ କରିବାକୁ ଉଭୟ ଅଭିନେତା ରଣବୀର ସିଂ...

କ୍ରିମନାଲ ଲୟର ହେବାକୁ ଚାହୁଁଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଷ୍ଟାର କିଡଙ୍କ କଥା ଯଦି ଆଲୋଚନାକୁ ନିଆଯାଏ, ତେବେ କୁହାଯାଏ ଯେ ଏମାନେ ପ୍ୟାରେଣ୍ଟସଙ୍କ ପଥ ଅନୁସରଣ କରି ମନୋରଞ୍ଜନ ଦୁନିଆରେ ନିଜର...

ସାଉଥରେ ଡେବ୍ୟୁ କରିବେ ଅକ୍ଷୟ

ହାଇଦ୍ରାବାଦ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ନିଜର ଆକ୍ସନ ଥ୍ରୀଲର ଫିଲ୍ମ ‘ବଡ଼େ ମିୟାଁ ଛୋଟେ ମିୟାଁ’ପରେ ଏବେ ତେଲୁଗୁ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାକୁ ଯାଉଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri