ଆଜିଠାରୁ ୧୮ରୁ ୪୪ଙ୍କୁ ଦ୍ୱିତୀୟ ଡୋଜ୍‌ ଟିକା

ଭୁବନେଶ୍ୱର,୭।୬ (ବ୍ୟୁରୋ): ୧୮ରୁ ୪୪ବର୍ଷ ବୟସ୍କଙ୍କ ଟିକାକରଣକୁ ନେଇ ଉପୁଜିଥିବା ଆଶଙ୍କା ଶେଷରେ ଦୂର ହେବାକୁ ଯାଉଛି। ଏହି ବର୍ଗର ହିତାଧିକାରୀଙ୍କ ଦ୍ୱିତୀୟ ଡୋଜ୍‌ ପାଇଁ ବିଏମ୍‌ସି ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଟିକା ଅଭାବ ଭିତରେ ଦ୍ୱିତୀୟ ଡୋଜ୍‌ ଅବଧି ସରି ଆସୁଥିବାରୁ ବିଏମ୍‌ସି ଅଗ୍ରାଧିକାର ଭିତ୍ତିରେ ଟିକାକରଣ ପାଇଁ ଯୋଜନା କରିଛି। ଯେଉଁମାନେ ଯାତ୍ରୀ ନିବାସ ଟିକାକରଣ କେନ୍ଦ୍ରରେ ପ୍ରଥମ ଡୋଜ୍‌ ନେଇଥିଲେ, ସେମାନେ କଟକ ରୋଡ୍‌ସ୍ଥିତ ବୁଦ୍ଧେଶ୍ୱରୀ କମ୍ୟୁନିଟି ସେଣ୍ଟରରେ ଦ୍ୱିତୀୟ ଡୋଜ୍‌ ଟିକା ନେବେ। ସେହିପରି ତେରାପନ୍ଥ ଭବନଠାରେ ପ୍ରଥମ ଡୋଜ୍‌ ଟିକା ନେଇଥିବା ବ୍ୟକ୍ତିମାନେ ୟୁନିଟ-୧ ବାଳିକା ଉଚ୍ଚ ବିଦ୍ୟାଳୟରେ ଦ୍ୱିତୀୟ ଡୋଜ୍‌ ନେଇ ପାରିବେ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହି ଦୁଇ କେନ୍ଦ୍ର ବାଦ୍‌ ଯେଉଁମାନେ ପୂର୍ବରୁ ପ୍ରଥମ ଡୋଜ୍‌ ଯେଉଁଠାରେ ନେଇଥିଲେ ଦ୍ୱିତୀୟ ଡୋଜ୍‌ ମଧ୍ୟ ସେହିଠାରେ ନେଇ ପାରିବେ। ତେବେ ଟିକା କେନ୍ଦ୍ରକୁ ଯିବା ସମୟରେ ପ୍ରଥମ ଡୋଜ୍‌ ଟିକାକରଣର ସାର୍ଟିଫିକେଟ୍‌ ସାଙ୍ଗରେ ନେଇ ଯିବାକୁ ବାଧ୍ୟତାମୂଳକ କରାଯାଇଛି। ଏଥିସହ ଟିକାକରଣ ପାଇଁ ତାରିଖ ନିର୍ଦ୍ଧାରଣ କରାଯାଇଛି।
ମେ’ ୩ରେ ଟିକା ନେଇଥିବା ହିତାଧିକାରୀ ଦ୍ୱିତୀୟ ଡୋଜ୍‌ ସୋମବାର ୭ ତାରିଖରେ ନେବେ। ଏହି ଟିକାକରଣ ସକାଳ ୯ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ। ସେହିପରି ମେ ୪ରେ ପ୍ରଥମ ଡୋଜ୍‌ ନେଇଥିବା ବ୍ୟକ୍ତି ୭ ତାରିଖ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ, ମେ ୫ରେ ଟିକା ନେଇଥିବା ବ୍ୟକ୍ତି ଆସନ୍ତା ୮ ତାରିଖ ସକାଳ ୯ଟାରୁ ଅପରାହ୍ନ ୧ଟା , ମେ ୬ରେ ଟିକା ନେଇଥିଲେ ୮ ତାରିଖ ଅପରାହ୍ନ ୩ଟାରୁ ୬ଟା, ମେ ୭ରେ ଟିକା ନେଇଥିଲେ ୯ ତାରିଖ ସକାଳ ୯ଟାରୁ ଅପରାହ୍ନ ୧ଟା ମଧ୍ୟରେ, ମେ’ ୮ରେ ଟିକା ନେଇଥିଲେ ୯ ତାରିଖ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା, ମେ’ ୯ରେ ଟିକା ନେଇଥିଲେ ୧୦ ତାରିଖ ସକାଳ ୯ଟାରୁ ଅପରାହ୍ନ ୧ଟା, ମେ’ ୧୦ରେ ଟିକା ନେଇଥିଲେ ୧୦ ତାରିଖ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା, ମେ’ ୧୧ରେ ଟିକା ନେଇଥିଲେ ୧୧ ତାରିଖ ସକାଳ ୯ଟାରୁ ଅପରାହ୍ନ ୧ଟା , ମେ’ ୧୨ରେ ଟିକା ନେଇଥିଲେ ୧୧ ତାରିଖ ଅପରାହ୍ନ ୧ଟାରୁ ସନ୍ଧ୍ୟା ୬ଟା, ମେ’ ୧୩ରେ ଟିକା ନେଇଥିଲେ ୧୨ ତାରିଖ ସକାଳ ୯ଟାରୁ ଅପରାହ୍ନ ୧ଟା ଓ ମେ’ ୧୪ରେ ଟିକା ନେଇଥିବା ବ୍ୟକ୍ତି ୧୨ ତାରିଖ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ଦ୍ୱିତୀୟ ଡୋଜ୍‌ ଟିକା ନେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?