Posted inଜାତୀୟ

ଆର୍‌ଏସ୍‌ଏସ୍‌ ସଦସ୍ୟରୁ ଉପରାଷ୍ଟ୍ରପତି: ଏମିତି ଥିଲା ରାଜନୈତିକ କ୍ୟାରିୟର

ନୂଆଦିଲ୍ଲୀ,୧୦ା୯: ଚନ୍ଦ୍ରପୁରମ୍‌ ପୋନ୍ନୁସାମି ରାଧାକ୍ରିଷ୍ଣନ୍‌ ମଙ୍ଗଳବାର ଭାରତର ପଞ୍ଚଦଶ ଉପରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର ସଦସ୍ୟତାରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ନମ୍ରଭାଷୀ ରାଧାକ୍ରିଷ୍ଣନ ଦେଶର ଉପରାଷ୍ଟ୍ରପତି ହୋଇପାରିଛନ୍ତି। ରାଜନୈତିକ ଓ ପ୍ରଶାସନିକ କାର୍ଯ୍ୟରେ ତାଙ୍କର ଭଲ ଅଭିଜ୍ଞତା ରହିଥିବାରୁ ରାଜ୍ୟ ସଭାର ଅଧ୍ୟକ୍ଷ ଭାବେ ସେ ନିଜ ଭୂମିକାକୁ ସୁଚାରୁ ରୂପେ ତୁଲାଇବେ ବୋଲି କୁହାଯାଉଛି। ଗତ ଜୁଲାଇ ୨୧ରେ ଜଗଦୀପ ଧନ୍‌କର ସମସ୍ତଙ୍କୁ ଚକିତ କରି ଉପରାଷ୍ଟ୍ରପତି ପଦରୁ ହଠାତ୍‌ ଇସ୍ତଫା ଦେଇଥିଲେ। ଏହି ପଦବୀ ଗ୍ରହଣ କରିବାରେ ରାଧାକ୍ରିଷ୍ଣନ ତାମିଲନାଡ଼ୁର ତୃତୀୟ ନେତା। ୬୭ ବର୍ଷୀୟ ରାଧାକ୍ରିଷ୍ଣନଙ୍କୁ ତାଙ୍କ ଶୁଭେଚ୍ଛୁମାନେ ‘ପାଚାଇ ତିମିଝାନ’ (ସଚ୍ଚା ତାମିଲ) କହିଥାନ୍ତି। ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ତାଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରିବା ବେଳେ ସେ ମହାରାଷ୍ଟ୍ରର ରାଜ୍ୟପାଳ ଭାବେ କାର୍ଯ୍ୟ କରୁଥିଲେ। ସେ ୨ ଥର କୋଏମ୍ବାଟୁରରୁ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ। ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ତାଙ୍କ ନାଁ ମନ୍ତ୍ରୀପଦ ପାଇଁ ଚର୍ଚ୍ଚା ହେଉଥିଲା। ତେବେ ନାମକୁ ନେଇ ଭାଜପାର ତତ୍କାଳୀନ ଗୃହ ପରିଚାଳନାକାରୀଙ୍କ ଭୁଲ୍‌ ବୁଝାମଣାରୁ ୧୯୯୮ରେ ପୋନ୍‌ ରାଧାକ୍ରିଷ୍ଣନ ମନ୍ତ୍ରୀ ହୋଇଥିଲେ।
୧୯୫୭ ମେ’ ୪ରେ ଜନ୍ମିତ ରାଧାକ୍ରିଷ୍ଣନ ୧୬ ବର୍ଷ ବୟସରୁ ଆର୍‌ଏସ୍‌ଏସ୍‌ ସହ ଜଡ଼ିତ ହୋଇ ପରେ ଜନସଂଘରେ ସାମିଲ ହୋଇଥିଲେ। କଲେଜ ପଢ଼ା ସମୟରେ ରାଧାକ୍ରିଷ୍ଣନ ଟେବୁଲ ଟେନିସ୍‌ ଚାମ୍ପିୟନ୍‌ ହେବା ସହ ମାରାଥନ ରନର ଥିଲେ। ପରବର୍ତ୍ତୀ ସମୟରେ ସେ ଭାଜପାରେ ଯୋଗଦେଇ ୧୯୯୬ରେ ତାମିଲନାଡୁ ଶାଖାର ସମ୍ପାଦକ ହୋଇଥିଲେ। ୨୦୦୩ରୁ ୨୦୦୬ ସେ ତାମିଲନାଡୁ ଭାଜପା ସଭାପତି ରହିଥିଲେ। ସେ ଝାଡ଼ଖଣ୍ଡ, ତେଲଙ୍ଗାନା, ମହାରାଷ୍ଟ୍ର ଓ ପଣ୍ଡିଚେରୀର ରାଜ୍ୟପାଳ ରହିଥିଲେ। ରାଜ୍ୟପାଳ ଭାବେ ସେ ସାଧାରଣ ନାଗରିକ ସମ୍ମୁଖୀନ ହେଉଥିବା ଆହ୍ବାନଗୁଡ଼ିକର ସମାଧାନ ଉପରେ ଗୁରୁତ୍ୱ ଦେଉଥିଲେ। ବ୍ୟବସ୍ଥାପିକା ଓ ସମ୍ବିଧାନ ଉପରେ ତାଙ୍କର ପର୍ଯ୍ୟାପ୍ତ ଜ୍ଞାନ ରହିଛି। ଏନ୍‌ଡିଏ ରାଧାକ୍ରିଷ୍ଣନଙ୍କୁ ପ୍ରାର୍ଥୀ ଚୟନ କରିବା ପରେ ସେ ଜଣେ ପ୍ରେରଣାଦାୟୀ ଉପରାଷ୍ଟ୍ରପତି ହେବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ଡୋପ୍‌ ଟେଷ୍ଟରେ ଧରାପଡ଼ିଥିବା ଏୟାର ଇଣ୍ଡିଆ ପାଇଲଟ୍‌ ବହିଷ୍କୃତ

ନୂଆଦିଲ୍ଲୀ,୫ା୯: ଫୁକେଟ୍‌ରୁ ଦିଲ୍ଲୀ ଉଡ଼ାଣ ବେଳେ ବିମାନ ହଠାତ୍‌ ୩୦୦ ଫୁଟ୍‌ ଖସିବା ଘଟଣା ପରେ ନିଷେଧ ନିଶାଦ୍ରବ୍ୟ ସେବନ କରିଥିବା ଡୋପ୍‌ ଟେଷ୍ଟରୁ ଧରାପଡ଼ିବା ପରେ…

ଭୀଷଣ ପାଗ ନେଇ ସତର୍କ କରାଇଲେ ଡବ୍ଲ୍ୟୁଏମ୍‌ଓ ମୁଖ୍ୟ: ଫେବୃଆରୀ ଯାଏ ଜାରି ରହିବ…

ନୂଆଦିଲ୍ଲୀ,୫ା୯: ପ୍ରଶାନ୍ତ ମହାସାଗର ଉପରେ ସକ୍ରିୟ ଥିବା ଏଲ୍‌ ନିନୋ ଆଗାମୀ ମାସଗୁଡ଼ିକରେ ଅଧିକ ଘନୀଭୂତ ହୋଇ ଏକ ଶକ୍ତିଶାଳୀ ରୂପ ନେବ ଏବଂ ଆସନ୍ତାବର୍ଷ ଫେବୃଆରୀ…

ଶିମ୍ପାଞ୍ଜିଙ୍କର ଅଛି ନିଜସ୍ବ ‘ଉପଭାଷା’

ନୂଆଦିଲ୍ଲୀ,୫ା୯: ମଣିଷମାନଙ୍କ ଭଳି ଶିମ୍ପାଞ୍ଜିଙ୍କର ମଧ୍ୟ ନିଜସ୍ବ ‘ଉପଭାଷା’ ବା ‘ଆଞ୍ଚଳିକ ଭାଷା’ (ଡାଏଲେକ୍ଟସ) ରହିଥାଏ। ଏକ ନୂତନ ଗବେଷଣାରୁ ଜଣାପଡ଼ିଛି, ଶିମ୍ପାଞ୍ଜି ଛୁଆମାନେ ବଡ଼ ହେବା…

ହିନ୍ଦୁତ୍ୱ ଇନ୍‌ଫ୍ଲୁଏନ୍ସର ସ୍ବତନ୍ତ୍ର ଭରଦ୍ୱାଜ ଗିରଫ

ନୂଆଦିଲ୍ଲୀ,୫ା୯:ଦିଲ୍ଲୀର ଯନ୍ତରମନ୍ତରରେ ଗତ ଜୁଲାଇରେ କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ନେତୃତ୍ୱରେ ଛାତ୍ର ଆନ୍ଦୋଳନ ବେଳେ ଜଣେ ଛାତ୍ରୀଙ୍କ ବାପାଙ୍କୁ ଆକ୍ରମଣ କରିଥିବା ହିନ୍ଦୁତ୍ୱ ଇନ୍‌ଫ୍ଲୁଏନ୍ସର ସ୍ବତନ୍ତ୍ର…

ଭୂପର୍ଯ୍ୟବେକ୍ଷକ ସାଟେଲାଇଟ୍‌ ଉତ୍‌କ୍ଷେପଣ କଲା ଇସ୍ରୋ

ଶ୍ରୀହରିକୋଟା,୫ା୯: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଶୁକ୍ରବାର ଦେଶର ପ୍ରଥମ ଇମେଜିଂ ସାଟେଲାଇଟ୍‌କୁ ସଫଳତାର ସହ ଭୂସ୍ଥିର କକ୍ଷରେ ସ୍ଥାପନ କରି ଆଉ ଏକ ଇତିହାସ…

୨୦୨୯ରେ ବିଜୟ ହେବେ PM ପ୍ରାର୍ଥୀ? TVK ଦଳର ବଡ଼ ଦାବି, କଂଗ୍ରେସ ଶିବିରରେ ହଇଚଇ!

ଚେନ୍ନାଇ,୪।୯: ୨୦୨୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ଚୟନକୁ ନେଇ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’ (TVK) ଏବଂ ସହଯୋଗୀ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri