ସାଧାରଣରୁ ଅସାଧାରଣ

ଡ. ନିଖିଳାନନ୍ଦ ପାଣିଗ୍ରାହୀ

ତିନି ଜଣ ବିଖ୍ୟାତ ବ୍ୟକ୍ତି। ଶକୁନ୍ତଳା ଦେବୀ (୧୯୨୯-୨୦୧୩), ଆଇନ୍‌ଷ୍ଟାଇନ (୧୮୭୯-୧୯୫୫) ଓ ଆଚାର୍ଯ୍ୟ ରଜନୀଶ (ବହୁ ପରିଚିତ ନାମ ଓଶୋ, ୧୯୩୧-୧୯୯୦)। ଇନ୍ଦ୍ରିୟାତୀତ ସନ୍ଦେଶ ସଂପର୍କରେ ସେମାନଙ୍କ ମତ ଏଠାରେ ପ୍ରଣିଧାନ କରାଯାଇଛି।
ଆମ ଶରୀରରେ ୫ଟି ଜ୍ଞାନେନ୍ଦ୍ରିୟ ଅଛି। ଏହି ପାଞ୍ଚଟି ଜ୍ଞାନ ସହାୟକ ଇନ୍ଦ୍ରିୟମାନ ହେଲେ: ଚକ୍ଷୁ, କର୍ଣ୍ଣ, ନାସିକା, ଜିହ୍ବା, ତ୍ୱକ୍‌। କିନ୍ତୁ ବେଳେବେଳେ ହଠାତ୍‌ ସ୍ବତଃସ୍ଫୂର୍ତ୍ତ ଭାବେ ଆମେ ବୁଝିପାରିବା ଭଳି ସନ୍ଦେଶ ଆମେ ପ୍ରାପ୍ତ ହେଉ। ଏମିତି ମନକୁ ମନ ଆମକୁ ଅନୁପ୍ରେରିତ କରୁଥିବା ସନ୍ଦେଶକୁ ଆମେ ଅତୀନ୍ଦ୍ରିୟ ଅନୁଭୂତିରେ ପର୍ଯ୍ୟାୟଭୁକ୍ତ କରିଥାଉ। ଇନ୍ଦ୍ରିୟର ଅଗୋଚରରେ ଘଟୁଥିବା ଏମିତି ଅନ୍ତଃଜ୍ଞାନ ସମସ୍ତ ସଚେତନ ବ୍ୟକ୍ତି ବିଭିନ୍ନ ମାତ୍ରାରେ ନିଜ ଜୀବନରେ ଲକ୍ଷ୍ୟ କରିଥା’ନ୍ତି।
ଏହି ପୃଷ୍ଠଭୂମିରେ କିଛି ସୁପ୍ରତିଷ୍ଠିତ ବ୍ୟକ୍ତିଙ୍କ ମତାମତ ତଥା ସେମାନଙ୍କ ଜୀବନଯାତ୍ରା ଉପରେ ଉକ୍ତ ପ୍ରତ୍ୟକ୍ଷ ବୋଧର ପ୍ରଭାବ ବିଚାର୍ଯ୍ୟ।
ବାଙ୍ଗାଲୋରର ଏକ କନ୍ନଡ଼ ବ୍ରାହ୍ମଣ ପରିବାରରେ ଜନ୍ମିତା ଶକୁନ୍ତଳାଙ୍କ ବାପା ମୁଖ୍ୟତଃ ସର୍କସମାନଙ୍କରେ ଯାଦୁକର-ବୃତ୍ତିରେ ନିୟୋଜିତ ଥିଲେ। ସେ ଶକୁନ୍ତଳାଙ୍କଠାରେ ଗଣିତ ଓ ସଂଖ୍ୟାଖେଳରେ ଅଭୂତପୂର୍ବ ଦକ୍ଷତା ଥିବା ଜାଣିପାରିଲେ। ସେତେବେଳକୁ ତାଙ୍କ କନ୍ୟାଙ୍କ ବୟସ ମୋଟେ ତିନିବର୍ଷ ଥିଲା। ଏହାକୁ ଏକ ସୁବର୍ଣ୍ଣ ସୁଯୋଗ ଭାବି ସେ ନିଜେ ସର୍କସ ବୃତ୍ତିରୁ ବିଦାୟ ନେଲେ ଓ ଝିଅକୁ ତାସ୍‌ ଦ୍ୱାରା ନୂତନ କୌଶଳ ମାନ ଉପସ୍ଥାପନ କରି ଅର୍ଥ-ଉପାର୍ଜନ ସକାଶେ ରାସ୍ତାକଡ଼ରେ ପଥପ୍ରାନ୍ତ ପ୍ରଦର୍ଶନୀମାନ ଆୟୋଜନ କଲେ। ଏମିତି ପୃଷ୍ଠଭୂମିରେ କୌଣସି ବିଦ୍ୟାଳୟରେ ନାମ ଲେଖାଇ ରୀତିମତ ପାଠ ପଢ଼ିବା ସୁଯୋଗରୁ ଶକୁନ୍ତଳା ବଞ୍ଚତ୍ତା ହେଲେ। ତାଙ୍କୁ ମୋଟେ ଛଅବର୍ଷ ହୋଇଥିବା ବେଳେ ସେ ମହୀଶୂର ବିଶ୍ୱବିଦ୍ୟାଳୟରେ ପାଟୀଗଣିତରେ ତାଙ୍କ ଆଶ୍ଚର୍ଯ୍ୟଜନକ ଦକ୍ଷତାର ଦୃଢ଼ ପ୍ରମାଣ ଦେଇ ଉପସ୍ଥିତ ସୁଧୀଗଣଙ୍କ ପ୍ରଶଂସାଭାଜନ ହୋଇଥିଲେ। ଏହି ବିଚକ୍ଷଣତା ଯୋଗୁ ୧୫ ବର୍ଷୀୟା ଶକୁନ୍ତଳା ୧୯୪୪ରେ ଲଣ୍ଡନ ଯାତ୍ରା କରିବା ସୌଭାଗ୍ୟ ପ୍ରାପ୍ତ ହେଲେ।
ପାଟୀଗଣିତର ଜଟିଳ ଗୁଣନଭିତ୍ତିକ ପ୍ରଶ୍ନାବଳୀ ସେ ମାନସାଙ୍କ ପରି ତୁରନ୍ତ ସଠିକ୍‌ ଉତ୍ତର ଦେଇ ପାରୁଥିଲେ। ଏହି ଅପ୍ରମିତ ପ୍ରତିଭା ପାଇଁ ତାଙ୍କୁ ଯଥାର୍ଥରେ ମଣିଷ-କମ୍ପ୍ୟୁଟର (ହ୍ୟୁମାନ କମ୍ପ୍ୟୁଟର), ମାଥ୍‌-ଭ୍ବିଜ୍‌ ଇତ୍ୟାଦି ଆଖ୍ୟା ଦିଆଯାଇଥିଲା।
ସେ ନିଜ ପ୍ରତିଭାର ପରିଚୟ ଦେବାକୁ ୧୯୫୦ରେ ୟୁରୋପର ବିଭିନ୍ନ ଦେଶ ସମେତ ୧୯୭୬ରେ ନ୍ୟୁୟର୍କ ସିଟି ଭ୍ରମଣ କରିଥିଲେ। ତେବେ ୧୯୮୮ରେ ବେର୍କଲେର କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ ଏଜୁକେସନାଲ ସାଇକୋଲୋଜିର ପ୍ରଫେସର ଆର୍ଥର ଜେନ୍‌ସେନ ତାଙ୍କୁ ବିଭିନ୍ନ ଗାଣିତିକ ପ୍ରଶ୍ନର ହିସାବ ସମ୍ବନ୍ଧରେ ପରୀକ୍ଷା କଲେ। ଆଠ ସଂଖ୍ୟା ବିଶିଷ୍ଟ ଓ ନଅ ସଂଖ୍ୟା ବିଶିଷ୍ଟ ଦୁଇଟି ବୃହତ୍‌ ଅଙ୍କର ଯଥାକ୍ରମେ ତୃତୀୟ ଓ ସପ୍ତମ ବର୍ଗମୂଳର ଉତ୍ତର ସେ କ୍ଷଣିକରେ ଖାତାରେ ସଠିକ୍‌ ଭାବେ ଗଣନା କରି ଲେଖିଥିଲେ। ୧୯୯୦ରେ ପ୍ରଫେସର ଜେନ୍‌ସେନ ‘ଇଣ୍ଟେଲିଜେନ୍ସ’ ନାମକ ଏକ ଜର୍ନାଲରେ ଏ ସମ୍ପର୍କରେ ଗୋଟିଏ ଚମକପ୍ରଦ ନିବନ୍ଧ ପ୍ରକାଶ କରିଥିଲେ। ଏଥିପୂର୍ବରୁ ୨୦୧ ଏକକ ବିଶିଷ୍ଟ ଗୋଟିଏ ବୃହତ୍‌ ସଂଖ୍ୟାର ତେଇଶତମ ବର୍ଗମୂଳ ସଦର୍ନ ମେଥଡେଷ୍ଟ ବିଶ୍ୱବିଦ୍ୟାଳୟରେ ପରୀକ୍ଷକଙ୍କ ସମକ୍ଷରେ ନିର୍ଣ୍ଣୟ କରିଥିଲେ। ଏହି ଉତ୍ତରଟି ୟୁନିଭାକ୍‌- ୧୧୦୧ କମ୍ପ୍ୟୁଟରର ଉତ୍ତର ସହ ମେଳ ଖାଇଥିଲା। ତେଣୁ ତାଙ୍କୁ ମେଣ୍ଟାଲ କାଲ୍‌କୁଲେଟର କହିବା ଯଥାର୍ଥ। ତାଙ୍କ ଉତ୍ତର ଥିଲା ଅବ୍ୟର୍ଥ।
ଜୁନ୍‌ ୧୯୮୦ରେ ସେ ଦୁଇଟି ତେର-ଏକକ-ବିଶିଷ୍ଟ ସଂଖ୍ୟାର ଗୁଣନ ମାତ୍ର ଅଠାଇଶ ସେକେଣ୍ଡରେ ଲଣ୍ଡନର ଇମ୍ପିରିଆଲ କଲେଜର ଦର୍ଶକ-ମଣ୍ଡଳୀ ଆଗରେ ସଫଳ ଭାବେ କରିଥିବାରୁ ୧୯୮୨ରେ ଗିନିଜ୍‌ ଓ୍ବାଲର୍‌ଡ ଅଫ୍‌ ରେକର୍ଡସ ପାଇଁ ସେ ଯୋଗ୍ୟା ବିବେଚିତ ହୋଇଥିଲେ। ତେବେ ଉକ୍ତ ”ଦ୍ରୁତତମ ମାନବ-ଗଣନ“ ଭାବେ ପ୍ରମାଣପତ୍ର ଗିନିଜ୍‌ କର୍ତ୍ତୃପକ୍ଷ ମରଣୋତ୍ତର ଭାବେ ତାଙ୍କୁ ଚାଳିଶ ବର୍ଷ ପରେ ପ୍ରଦାନ କରି ତାଙ୍କୁ ଗୌରବାନ୍ବିତ କରିଥିଲେ।
ଗତ ଶତାବ୍ଦୀର ପଚାଶ ଦଶକରେ ଆଇନ୍‌ଷ୍ଟାଇନଙ୍କ ସହ ତାଙ୍କର ସାକ୍ଷାତ୍‌ ହୋଇଥିଲା। ସେତେବେଳେ ଆଇନ୍‌ଷ୍ଟାଇନ ତାଙ୍କୁ ଏକ ବିଶାଳ-ଏକକ-ବିଶିଷ୍ଟ ସଂଖ୍ୟା ସମ୍ବଳିତ ପ୍ରଶ୍ନର ଗାଣିତିକ ଉତ୍ତର ପାଇଁ ଆହ୍ବାନ କଲେ। କିନ୍ତୁ ଆଇନ୍‌ଷ୍ଟାଇନଙ୍କ ପ୍ରଶ୍ନ ସମାପ୍ତ ହେଉ ହେଉ ଶକୁନ୍ତଳା ତା’ର ଉତ୍ତର ସମ୍ମୁଖସ୍ଥ କଳାପଟାରେ ଲେଖିବା ଆରମ୍ଭ କଲେ। ଉତ୍ତରଟି ଏତେ ଦୀର୍ଘ ଥିଲା ଯେ, ତାହା ସମଗ୍ର କଳାପଟାର ସ୍ଥାନ ମାଡ଼ି ବସିଲା। ସେତେବେଳେ ଆଇନ୍‌ଷ୍ଟାଇନ ଅବାକ୍‌ ହୋଇ ଘୋଷଣା କଲେ; ଏହି ପ୍ରଶ୍ନର ଉତ୍ତର ପାଇଁ ମୋତେ ତିନିଘଣ୍ଟା ସମୟ ଲାଗିଥା’ନ୍ତା। ପୁଣି ମୋତେ ପ୍ରଚଳିତ ପଦ୍ଧତି ବ୍ୟବହାର ଦ୍ୱାରା ସମାଧାନ କରିବାକୁ ପଡ଼ିଥା’ନ୍ତା। ଏଥିରେ ଗୋଟିଏ ଷ୍ଟେପ ଭୁଲି ଯାଇଥିଲେ ମୋ ଉତ୍ତର ସଂପୂର୍ଣ୍ଣ ଭୁଲ ହୋଇଯାଇଥା’ନ୍ତା। କିନ୍ତୁ ଶକୁନ୍ତଳା ଦେବୀ ଆଖିପିଛୁଳାକେ ଯେମିତି ସଠିକ୍‌ ଉତ୍ତର ଦେଲେ, ତାହା ଅବିଶ୍ୱସନୀୟ।
ଶକୁନ୍ତଳା ତାଙ୍କର ଏହି ଦକ୍ଷତା ସମ୍ପର୍କରେ କହିଥିଲେ, ”ମୁଁ ଜାଣେ ନାହିଁ, ମୁଁ ଏମିତି କିପରି କରିପାରୁଛି। ସରଳ ଭାବେ କହିପାରେ ଯେ, ଏହା ସେମିତି ଘଟିଯାଉଛି। ମୋତେ ପ୍ରଶ୍ନଟିଏ ପଚରାଗଲେ ମୋ ଆଖି ଆଗରେ ୧, ୨, ୩… ଇତ୍ୟାଦି ସଂଖ୍ୟାଗୁଡ଼ିକ ଆପେଆପେ ଦେଖାଯାଆନ୍ତି ଏବଂ ମୁଁ ସେଇ ସବୁ ଲେଖିଚାଲେ।“ ଏହି ଘଟଣା ସମ୍ବନ୍ଧରେ ଚାକ୍ଷୁସ ପ୍ରମାଣ ସ୍ବରୂପ ଶ୍ରୀ ରଜନୀଶ୍‌ କହନ୍ତି- ଆଇନ୍‌ଷ୍ଟାଇନଙ୍କ ପ୍ରଦତ୍ତ ପ୍ରମାଣପତ୍ର ଶକୁନ୍ତଳା ଦେବୀ ଚେନ୍ନାଇରେ ତାଙ୍କୁ ଥରେ ଦେଖାଇଥିଲେ।
ଆଇନ୍‌ଷ୍ଟାଇନ ନିଜେ ଅତୀନ୍ଦ୍ରିୟ ଚେତନାରେ ଗଭୀର ବିଶ୍ୱାସ ପୋଷଣ କରୁଥିଲେ। ତାଙ୍କ ଭାଷାରେ ”ମୁଁ ଇନ୍ଦ୍ରିୟାତୀତ ଭାବନା ଓ ପ୍ରେରଣା (ଇଣ୍ଟୁଇସନ ଆଣ୍ଡ ଇନ୍‌ସ୍ପିରେସନ)କୁ ବିଶ୍ୱାସ କରେ। ବେଳେବେଳେ ମୁଁ ନିଶ୍ଚିତ ହୋଇଯାଏ ଯେ, ମୁଁ ହେଉଛି ଠିକ୍‌, ନିର୍ଭୁଲ୍‌। କିନ୍ତୁ ମୁଁ ଏହି ଭାବନା ପଛର କାରଣ ଜାଣିପାରେ ନାହିଁ।“ ସେ ଅନ୍ୟତ୍ର କହିଛନ୍ତି, ”ଅତୀନ୍ଦ୍ରିୟ ଅନ୍ତର୍ବୋଧ (ଇଣ୍ଟୁଇସନ) ଗୋଟିଏ ପବିତ୍ର ଉପହାର ଏବଂ ଯୁକ୍ତିସିଦ୍ଧ (ରାସନାଲ) ମନ ଆମର ବିଶ୍ୱସ୍ତ ଭୃତ୍ୟ। କିନ୍ତୁ ଆମ ସମାଜରେ ଭୃତ୍ୟକୁ ସମ୍ମାନିତ କରାଯାଉଛି ଏବଂ ଉପହାରଟି ବିସ୍ମୃତ ହୋଇଯାଉଛି।“
ଶକୁନ୍ତଳା ଦେବୀଙ୍କ ପ୍ରସଙ୍ଗରେ ଆଲୋଚନାବେଳେ ଓଶୋ କହିଛନ୍ତି ଯେ, ଆମ ମନକୁ ଯେଉଁ ଚମକତ୍ାର ଓ ସୃଜନଶୀଳ ଭାବନା ହଠାତ୍‌ ଆସିଥାଏ, ତାହା ହେଉଛି ଅତୀନ୍ଦ୍ରିୟ ଭାବନାର ଫଳ। କିନ୍ତୁ ଏହା ଆମ ହାତରେ ନାହିଁ। ଏହା ଥାଏ ବିଶ୍ୱର ଅତି ଚେତନା(ସୁପର କନ୍‌ସିଅସ୍‌) ମଧ୍ୟରେ। ଆମେ ଏହି ମହାସାଗର ମଧ୍ୟରେ ଗୋଟିଏ କ୍ଷୁଦ୍ର ଭାସମାନ ବରଫଖଣ୍ଡ ପରି । ଏହା ତରଳି ସେଇ ମହାସାଗରରେ ମିଶିବା କ୍ଷମତା ରଖେ। ଓଶୋଙ୍କ ବକ୍ତବ୍ୟରେ ରହିଛି ଦାର୍ଶନିକତାର ପୁଟ।
ତେବେ ଶକୁନ୍ତଳାଙ୍କ ଜୀବନର ବିଶେଷତ୍ୱ ତାଙ୍କ ଆଚାର ବ୍ୟବହାରରେ ସୁସ୍ପଷ୍ଟ। ସାଧାରଣତଃ ଗଣିତଜ୍ଞମାନେ ଗମ୍ଭୀର। କିନ୍ତୁ ଶକୁନ୍ତଳା ହସଖୁସି ମିଜାଜର। ତାଙ୍କର ଏକମାତ୍ର ସନ୍ତାନ ହେଉଛନ୍ତି କନ୍ୟା- ଅନୁପମା ବାନାର୍ଜୀ। ଅନୁପମା ଅଭୟ କୁମାରଙ୍କୁ ବିବାହ କରିଛନ୍ତି। ଏହି ପ୍ରସଙ୍ଗରେ ଶକୁନ୍ତଳା କହନ୍ତି ଯେ, ସେ ଅଭୟଙ୍କୁ ଦେଖିବାମାତ୍ରେ ଜାଣିପାରିଲେ ଯେ, ଅଭୟ ତାଙ୍କ କନ୍ୟାର ପାଣି ଗ୍ରହଣ କରିବେ। ଅନେକ ସମୟରେ ତାଙ୍କୁ ସାକ୍ଷାତ୍‌ କରିବାକୁ ଲୋକମାନେ ଅପେକ୍ଷା କରିଥା’ନ୍ତି। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ, ସେ ଆଗରୁ ଜାଣିପାରିଥା’ନ୍ତି ତାଙ୍କୁ କିଏ କିଏ ଭେଟିବାକୁ ଆସିଛନ୍ତି। ସେ ସେମାନଙ୍କ ଅତୀତ, ଭବିଷ୍ୟତ ଏବଂ ବିଭିନ୍ନ ଗୋପନୀୟ ବିଷୟରେ ପୂର୍ବଧାରଣା କରିପାରିଥା’ନ୍ତି। ତେଣୁ ତାଙ୍କୁ କୁହାଯାଏ ଯେ, ‘ମନ-ଗତିବିଜ୍ଞାନ ବା ବିଦ୍ୟା’ (ମାଇଣ୍ଡ ଡାଇନାମିକ୍ସ)ର ସେ ପ୍ରଣେତା। ଏଥିରେ ମନର ଗତି ଓ ଏହାକୁ ପ୍ରଭାବିତ କରୁଥିବା କାରକମାନ ଜାଣିହୁଏ।
ଅତୀନ୍ଦ୍ରିୟ ଚେତନା ବଳରେ ଜଣେ ସାଧାରଣ ବ୍ୟକ୍ତି କିପରି ସଫଳତାର ଶିଖରରେ ପହଞ୍ଚିପାରେ, ଶକୁନ୍ତଳା ଦେବୀ ହେଉଛନ୍ତି ତାହାର ଏକ ପ୍ରକୃଷ୍ଟ ଦୃଷ୍ଟାନ୍ତ। ଏହା ସମସ୍ତଙ୍କ ପାଇଁ ନିଶ୍ଚୟ ପ୍ରେରଣାଦାୟକ।
ମୋ: ୯୦୭୮୭୪୩୮୪୩


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri