Posted inଖେଳ

ଜାତୀୟ ସିନିୟର ଭଲିବଲ୍‌ : ୨୬ ବର୍ଷ ପରେ ନକ୍‌ଆଉଟରେ ଓଡ଼ିଶା

ଭୁବନେଶ୍ୱର, ୯।୩ (କ୍ରୀଡ଼ା ପ୍ରତିନିଧି)-କିଟ୍‌ର ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ୬୯ତମ ଜାତୀୟ ସିନିୟର ଭଲିବଲ୍‌ ଚାମ୍ପିୟନଶିପ୍‌ର ପୁରୁଷ ବିଭାଗରେ ଓଡ଼ିଶା ସୋମବାର ୩-୦ ସେଟ୍‌ (୨୫-୧୫, ୨୫-୧୮, ୨୫-୧୯)ରେ ଉତ୍ତର ପ୍ରଦେଶକୁ ପରାସ୍ତ କରିଛି। ଛତିଶଗଡ଼, ଲଦାଖ, ଚଣ୍ଡିଗଡ଼, ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶକୁ ହରାଇବାପରେ ଓଡ଼ିଶା ପୁରୁଷ ଦଳ ନିଜ ପୁଲ୍‌ରେ ଶୀର୍ଷସ୍ଥାନରେ ରହି ନକ୍‌ଆଉଟରେ ପ୍ରବେଶ କରିଛି। ଶେଷଥରପାଇଁ ଓଡ଼ିଶା ୧୯୯୫ରେ ନକ୍‌ଆଉଟରେ ପ୍ରବେଶ କରିଥିଲା। ଅର୍ଥାତ୍‌ ଦୀର୍ଘ ୨୬ ବର୍ଷ ବ୍ୟବଧାନରେ ଓଡ଼ିଶା ପୁରୁଷ ଦଳକୁ ଏହି ସଫଳତା ମିଳିଛି। ଓଡ଼ିଶା ଦଳର ଏହି ସଫଳତାର ଶ୍ରେୟ ଭଲିବଲ୍‌ ଫେଡେରେଶନ ଅଫ୍‌ ଇଣ୍ଡିଆର ସଭାପତି ତଥା କିଟ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ନିକଟକୁ ଯାଉଛି ବୋଲି ଓଡ଼ିଶା ଦଳର କୋଚ୍‌ ଲୋତକବିନ୍ଦୁ ଦାଶ ପ୍ରକାଶ କରିଛନ୍ତି। ଅଭ୍ୟାସ ପାଇଁ ଭିତ୍ତିଭୂମି ଯୋଗାଇ ଦିଆଯିବାଠାରୁ ଆରମ୍ଭ କରି ରାଜ୍ୟରେ ଭଲିବଲ୍‌ର ବିକାଶ ପାଇଁ ପଦକ୍ଷେପ ଏବଂ ଖେଳାଳିଙ୍କୁ ସେ ସର୍ବଦା ଉତ୍ସାହିତ କରିବାର ଫଳ ମିଳିଛି ବୋଲି ଲୋତକ ବିନ୍ଦୁ ପ୍ରକାଶ କରିଛନ୍ତି। ଅନ୍ୟ ପୁରୁଷ ମ୍ୟାଚଗୁଡ଼ିକ ମଧ୍ୟରେ ତେଲଙ୍ଗାନା ୩-୦ରେ ମିଜୋରାମ, ମହାରାଷ୍ଟ୍ର ୩-୦ରେ ପଶ୍ଚିମବଙ୍ଗ, ପଞ୍ଜାବ ୩-୦ରେ ଦିଲ୍ଲୀ, ଚଣ୍ଡିଗଡ଼ ୩-୦ରେ ଛତିଶଗଡ଼, ଗୁଜରାଟ ୩-୦ରେ ବିହାର, ଆନ୍ଧ୍ରପ୍ରଦେଶ ୩-୦ରେ ତ୍ରିପୁରା ଏବଂ ଉତ୍ତର ପ୍ରଦେଶ ୩-୦ ସେଟ୍‌ରେ ମଧ୍ୟପ୍ରଦେଶକୁ ପରାସ୍ତ କରିଛି।
ଓଡ଼ିଶା ମହିଳା ଦଳର କ୍ରମାଗତ ବିଜୟ
ଓଡ଼ିଶା ମହିଳା ଦଳ କ୍ରମାଗତ ୩ ମ୍ୟାଚ ଜିତିବାର ସୌଭାଗ୍ୟଲାଭ କରିଛି। ପ୍ରଥମ ମ୍ୟାଚରେ ରାଜସ୍ଥାନଠାରୁ ହାରି ଅଭିଯାନ ଆରମ୍ଭ କରିଥିବା ଓଡ଼ିଶା ପରବର୍ତ୍ତୀ ୨ଟି ମ୍ୟାଚରେ ଯଥାକ୍ରମେ ମଣିପୁରକୁ ୩-୦ ଓ ଛତିଶଗଡ଼କୁ ୩-୦ ସେଟ୍‌ରେ ପରାସ୍ତ କରିଥିବାବେଳେ ସୋମବାର ଆସାମକୁ ସମାନ ବ୍ୟବଧାନରେ ହରାଇ ବିଜୟରେ ହ୍ୟାଟ୍ରିକ କରିଛି। ଗ୍ରୁପ୍‌ ‘ସି’ର ଏହି ମ୍ୟାଚରେ ଆଧିପତ୍ୟ ବିସ୍ତାର କରି ଖେଳିଥିବା ଓଡ଼ିଶା ୨୫-୧୫, ୨୫-୧୪, ୨୫-୦୭ ପଏଣ୍ଟରେ ବିଜୟୀ ହୋଇଥିଲା। ମ୍ୟାଚଟି ୫୯ ମିନିଟବିଶିଷ୍ଟ ହୋଇଥିଲା। ମହିଳା ବିଭାଗରେ ଅନ୍ୟ ମ୍ୟାଚଗୁଡ଼ିକରେ ଚଣ୍ଡିଗଡ଼ ୩-୦ରେ ମଧ୍ୟପ୍ରଦେଶ, ଜମ୍ମୁ-କଶ୍ମୀର ୩-୦ରେ ଲଦାଖ, ଗୁଜରାଟ ୩-୦ରେ ବିହାର, ଉତ୍ତରାଞ୍ଚଳ ୩-୦ରେ ମିଜୋରାମ, କର୍ନାଟକ ୩-୦ରେ ଆନ୍ଧ୍ର ପ୍ରଦେଶ ଏବଂ ଦିଲ୍ଲୀ ୩-୧ରେ ତାମିଲନାଡ଼ୁକୁ ପରାସ୍ତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନୀ ରାଲିରେ ଟ୍ରମ୍ପ୍‌ଙ୍କ ବଡ଼ ଦାବି, ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ…

ଓ୍ବାଶିଂଟନ,୨୪ା୧୦: ଆମେରିକାରେ ମଧ୍ୟବର୍ତ୍ତିକାଳୀ ନିର୍ବାଚନ ପାଇଁ ପ୍ରଚାର ଜୋର୍‌ ଧରିଥିବା ବେଳେ ସେଥିରେ ଅପରେଶନ ସିନ୍ଦୂର ସ୍ଥାନ ପାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଉଚ୍ଚ ଟାରିଫ୍‌ ଧମକ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ତିଲକ ବର୍ମା, ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ବନିଲେ ନମ୍ବର ୧…

ନୂଆଦିଲ୍ଲୀ, ୨୪।୧୦: ଭାରତୀୟ ଯୁବ କ୍ରିକେଟର୍ ତିଲକ ବର୍ମା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଏକ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଶନିବାର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ…

ଭୁବନେଶ୍ୱର କୁମାରଙ୍କ ଜର୍ସି ନମ୍ବର ‘୮୭’ର ରହସ୍ୟ, କ୍ରିକେଟର୍‌ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ, ୨୪।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କ ଯାଦୁ ଦେଖିବାକୁ ମିଳିନାହିଁ। ଦୀର୍ଘ ଦିନ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ…

ବୋମା ଖାଇ ୨ ଗୋରୁ ଗୁରୁତର, ତଦନ୍ତ ନିର୍ଦ୍ଦେଶ

ଖମାର,୨୪।୧୦(ରଜନୀକାନ୍ତ ମହାରଣା): ଅନୁଗୋଳ ଜିଲା ଖମାର ଥାନା ଅନ୍ତର୍ଗତ ରଜଡ଼ଙ୍ଗ ଗାଁ ଜଙ୍ଗଲରେ ବନ୍ୟଜନ୍ତୁ ଶିକାର ପାଇଁ ଜଙ୍ଗଲରେ ବିଛାଯାଇଥିବା ବୋମା ଖାଇ ୨ଟି ଗୋରୁ ଶୁକ୍ରବାର…

ବରଗଡ଼ ମୁଖ୍ୟ କେନାଲରେ ୨ମାସ ଆସିବନି ପାଣି: ଏହି ଦିନଠାରୁ ଯୋଗାଣ ବନ୍ଦ, ଚିନ୍ତାରେ ଚାଷୀ

ବରଗଡ଼, ୨୪।୧୦ (ପ୍ରେମାନନ୍ଦ ଖମାରୀ): ବରଗଡ଼ ମୁଖ୍ୟ କେନାଲରେ ଆସନ୍ତା ନଭେମ୍ବର ମାସ ୧ ତାରିଖରୁ ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ କରାଯିବ। ଦୀର୍ଘ ୨ ମାସ…

ନଦୀରେ ଭାସୁଥିଲା ଅଖା, ଭିତରୁ ଯାହା ମିଳିଲା…

କାଲିମେଳା, ୨୪।୧୦ (ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅଧୀନ ଏମଭି-୬୪/୧୦ ଗ୍ରାମ ନିକଟସ୍ଥ ପଟେରୁ ନଦୀରୁ ଏକ ଗଳିତ ମୃତଦେହ ଶନିବାର ମିଳିଛି।…

ରାଜ୍ୟ ସ୍ତରୀୟ ସୁଟିଙ୍ଗ ପ୍ରତିଯୋଗିତା: କଳାହାଣ୍ଡିକୁ ମିଳିଲା ୯ ପଦକ

ଲାଞ୍ଜିଗଡ଼,୨୪।୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପ୍ରତିଯୋଗୀମାନେ ରାଜ୍ୟସ୍ତରୀୟ ୬୧ତମ ବାର୍ଷିକ ସୁଟିଙ୍ଗ ପ୍ରତିଯୋଗିତାରେ ଭାଗ ନେଇ ୪ଟି ସ୍ବର୍ଣ୍ଣ, ୨ଟି ରୌପ୍ୟ ଏବଂ…

ମା’ଙ୍କ ଶ୍ରାଦ୍ଧ ଲାଗି ଛୁଟିରେ ଗାଁକୁ ଆସିଥିଲେ, ଦୁର୍ଘଟଣାରେ ଚାଲିଗଲା ଯବାନଙ୍କ ଜୀବନ

କୋକସରା,୨୪।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଦେଶ ସେବାରେ ନିୟୋଜିତ ଥିବା ଆସାମ ରାଇଫଲ୍ସ ହାବିଲଦାର ସରୋଜ କୁମାର ଶବରଙ୍କୁ ଶନିବାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ ଶ୍ରଦ୍ଧାଞ୍ଜଳି ଜ୍ଞାପନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?