Posted inଜାତୀୟ

ହାସ୍ୟ ଅଭିନେତାରୁ ମୁଖ୍ୟମନ୍ତ୍ରୀ…

ଚଣ୍ଡିଗଡ଼, ୧୬।୩ : ଭାଗଓ୍ବନ୍ତ ମାନ୍‌ ହାସ୍ୟ ଅଭିନେତାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ଯାତ୍ରା ଶେଷ କରିଛନ୍ତି। ବୁଧବାର ସେ ପଞ୍ଜାବର ୧୭ ତମ ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ସେ ୨୦୧୧ ରେ ରାଜନୀତିରେ ପ୍ରବେଶ କରିଥିଲେ। ୨୦୧୨ ରେ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ କିନ୍ତୁ ପରାଜିତ ହୋଇଥିଲେ। ସେ ୨୦୧୪ ରେ ପ୍ରଥମ ଥର ପାଇଁ ସଙ୍ଗରୁର ଲୋକସଭା ନିର୍ବାଚନରେ ବିଜୟ ଲାଭ କରି ପାର୍ଲାମେଣ୍ଟରେ ପହଞ୍ଚିଥିଲେ।

୨୦୧୯ ଲୋକସଭା ନିର୍ବାଚନରେଆମ୍‌ ଆଦ୍‌ମୀ ପାର୍ଟିରୁ ଜିତିଥିବା ଏକମାତ୍ର ଏମ୍‌ପି ଭାଗଓ୍ବନ୍ତ ମାନ୍‌ ବର୍ତ୍ତମାନ ଧୁରୀରୁ ବିଧାୟକ ଭାବେ ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ଡୋର ଧରିଛନ୍ତି। ଲୋକମାନେ ତାଙ୍କୁ ଶ୍ରଦ୍ଧାରେ ଜୁଳୁଜୁଳିଆ ପୋକ ବୋଲି ମଧ୍ୟ କହନ୍ତି। ଭାଗଓ୍ବନ୍ତ ମାନ୍‌ ୧୭ ଅକ୍ଟୋବର ୧୯୭୩ ର ପଞ୍ଜାବର ସଙ୍ଗରୁର ଜିଲାର ସତୋଜ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ମୋହିନ୍ଦର ସିଂ ଏକ ସରକାରୀ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷକ ଥିଲେ। ୨୦୧୧ରେ ପିତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ମାତାଙ୍କ ନାମ ହରପାଲ କୌର। ଭଉଣୀ ମନପ୍ରୀତ କୌର ଏକ ବିଦ୍ୟାଳୟରେ ପିଲାଙ୍କୁ ପଞ୍ଜାବୀ ପଢ଼ାନ୍ତି। ଯେତେବେଳେ ଭାଗଓ୍ବନ୍ତ ମାନ୍‌ଙ୍କୁ ସାତ ବର୍ଷ ହୋଇଥିଲା, ତାଙ୍କ ସାନଭାଇଙ୍କର ପାଞ୍ଚ ବର୍ଷ ବୟସରେ କୋଲୋନ କର୍କଟରେ ମୃତୂ୍ୟ ଘଟିଥିଲା।

ଭାଗଓ୍ବନ୍ତ ମାନ୍‌ ଇନ୍ଦରପ୍ରୀତ କୌରଙ୍କୁ ବିବାହ କରିଥିଲେ। ସେମାନଙ୍କର ଦୁଇ ସନ୍ତାନ ଅଛନ୍ତି। ତାଙ୍କ ପୁଅଙ୍କ ନାମ ଦିଲଶାନ ମାନ୍‌ ଏବଂ ଝିଅଙ୍କ ନାମ ସୀରତ କୌର ମାନ୍‌। ୨୦୧୫ ରେ ଇନ୍ଦରପ୍ରୀତ ଏବଂ ଭାଗଓ୍ବନ୍ତ ମାନ୍‌ଙ୍କର ବିବାହ ବିଚ୍ଛେଦ ଘଟିଥିଲା। ବର୍ତ୍ତମାନ ପିଲାମାନେ ଇନ୍ଦରପ୍ରୀତଙ୍କ ସହିତ ଆମେରିକାରେ ରହୁଛନ୍ତି। ଭାଗଓ୍ବନ୍ତ ମାନ୍‌ କେବଳ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରିଛନ୍ତି । ଏହା ପରେ, ୧୯୯୨ରେ, ସେ ବି.କମ କରିବା ପାଇଁ ଶହିଦ ଉଦାମ ସିଂ ସରକାରୀ କଲେଜରେ ଆଡମିଶନ କରିଥିଲେ କିନ୍ତୁ ଅଧ୍ୟୟନ ସମାପ୍ତ ହୋଇପାରିଲା ନାହିଁ।

ମନପ୍ରୀତ ସିଂ ବାଦଲଙ୍କ ପଞ୍ଜାବ ପିପୁଲ୍ସ ପାର୍ଟିରୁ ଭାଗଓ୍ବନ୍ତ ମାନ୍‌ ତାଙ୍କର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ। ମନପ୍ରୀତ ବାଦଲ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲଙ୍କ ପୁତୁରା। ମାର୍ଚ୍ଚ ୨୦୧୧ ରେ ମନପ୍ରୀତ ନିଜର ପାର୍ଟି ଗଠନ କରିଥିଲେ। ସେତେବେଳେ ପରିବାରରେ ରାଜନୈତିକ ଉତ୍ତରାଧିକାରୀଙ୍କୁ ନେଇ ବିବାଦ ଦେଖାଦେଇଥିଲା। ଏହି ସମୟରେ ଭାଗଓ୍ବନ୍ତ ମାନ୍‌ ଏହି ପାର୍ଟିରେ ଯୋଗ ଦେଇଥିଲେ।

୨୦୧୨ରେ ଭାଗଓ୍ବନ୍ତ ମାନ୍‌ ଲହରା ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତାଙ୍କର ନିର୍ବାଚନ ଚିହ୍ନ ଗୁଡ଼ି ଥିଲା। କିନ୍ତୁ ତାଙ୍କର ଗୁଡ଼ି ସଫଳତାର ସହ ଉଡି ପାରିଲା ନାହିଁ । ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?