Posted inଜାତୀୟ

ହାସ୍ୟ ଅଭିନେତାରୁ ମୁଖ୍ୟମନ୍ତ୍ରୀ…

ଚଣ୍ଡିଗଡ଼, ୧୬।୩ : ଭାଗଓ୍ବନ୍ତ ମାନ୍‌ ହାସ୍ୟ ଅଭିନେତାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ଯାତ୍ରା ଶେଷ କରିଛନ୍ତି। ବୁଧବାର ସେ ପଞ୍ଜାବର ୧୭ ତମ ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ସେ ୨୦୧୧ ରେ ରାଜନୀତିରେ ପ୍ରବେଶ କରିଥିଲେ। ୨୦୧୨ ରେ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ କିନ୍ତୁ ପରାଜିତ ହୋଇଥିଲେ। ସେ ୨୦୧୪ ରେ ପ୍ରଥମ ଥର ପାଇଁ ସଙ୍ଗରୁର ଲୋକସଭା ନିର୍ବାଚନରେ ବିଜୟ ଲାଭ କରି ପାର୍ଲାମେଣ୍ଟରେ ପହଞ୍ଚିଥିଲେ।

୨୦୧୯ ଲୋକସଭା ନିର୍ବାଚନରେଆମ୍‌ ଆଦ୍‌ମୀ ପାର୍ଟିରୁ ଜିତିଥିବା ଏକମାତ୍ର ଏମ୍‌ପି ଭାଗଓ୍ବନ୍ତ ମାନ୍‌ ବର୍ତ୍ତମାନ ଧୁରୀରୁ ବିଧାୟକ ଭାବେ ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ଡୋର ଧରିଛନ୍ତି। ଲୋକମାନେ ତାଙ୍କୁ ଶ୍ରଦ୍ଧାରେ ଜୁଳୁଜୁଳିଆ ପୋକ ବୋଲି ମଧ୍ୟ କହନ୍ତି। ଭାଗଓ୍ବନ୍ତ ମାନ୍‌ ୧୭ ଅକ୍ଟୋବର ୧୯୭୩ ର ପଞ୍ଜାବର ସଙ୍ଗରୁର ଜିଲାର ସତୋଜ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ମୋହିନ୍ଦର ସିଂ ଏକ ସରକାରୀ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷକ ଥିଲେ। ୨୦୧୧ରେ ପିତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ମାତାଙ୍କ ନାମ ହରପାଲ କୌର। ଭଉଣୀ ମନପ୍ରୀତ କୌର ଏକ ବିଦ୍ୟାଳୟରେ ପିଲାଙ୍କୁ ପଞ୍ଜାବୀ ପଢ଼ାନ୍ତି। ଯେତେବେଳେ ଭାଗଓ୍ବନ୍ତ ମାନ୍‌ଙ୍କୁ ସାତ ବର୍ଷ ହୋଇଥିଲା, ତାଙ୍କ ସାନଭାଇଙ୍କର ପାଞ୍ଚ ବର୍ଷ ବୟସରେ କୋଲୋନ କର୍କଟରେ ମୃତୂ୍ୟ ଘଟିଥିଲା।

ଭାଗଓ୍ବନ୍ତ ମାନ୍‌ ଇନ୍ଦରପ୍ରୀତ କୌରଙ୍କୁ ବିବାହ କରିଥିଲେ। ସେମାନଙ୍କର ଦୁଇ ସନ୍ତାନ ଅଛନ୍ତି। ତାଙ୍କ ପୁଅଙ୍କ ନାମ ଦିଲଶାନ ମାନ୍‌ ଏବଂ ଝିଅଙ୍କ ନାମ ସୀରତ କୌର ମାନ୍‌। ୨୦୧୫ ରେ ଇନ୍ଦରପ୍ରୀତ ଏବଂ ଭାଗଓ୍ବନ୍ତ ମାନ୍‌ଙ୍କର ବିବାହ ବିଚ୍ଛେଦ ଘଟିଥିଲା। ବର୍ତ୍ତମାନ ପିଲାମାନେ ଇନ୍ଦରପ୍ରୀତଙ୍କ ସହିତ ଆମେରିକାରେ ରହୁଛନ୍ତି। ଭାଗଓ୍ବନ୍ତ ମାନ୍‌ କେବଳ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରିଛନ୍ତି । ଏହା ପରେ, ୧୯୯୨ରେ, ସେ ବି.କମ କରିବା ପାଇଁ ଶହିଦ ଉଦାମ ସିଂ ସରକାରୀ କଲେଜରେ ଆଡମିଶନ କରିଥିଲେ କିନ୍ତୁ ଅଧ୍ୟୟନ ସମାପ୍ତ ହୋଇପାରିଲା ନାହିଁ।

ମନପ୍ରୀତ ସିଂ ବାଦଲଙ୍କ ପଞ୍ଜାବ ପିପୁଲ୍ସ ପାର୍ଟିରୁ ଭାଗଓ୍ବନ୍ତ ମାନ୍‌ ତାଙ୍କର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ। ମନପ୍ରୀତ ବାଦଲ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲଙ୍କ ପୁତୁରା। ମାର୍ଚ୍ଚ ୨୦୧୧ ରେ ମନପ୍ରୀତ ନିଜର ପାର୍ଟି ଗଠନ କରିଥିଲେ। ସେତେବେଳେ ପରିବାରରେ ରାଜନୈତିକ ଉତ୍ତରାଧିକାରୀଙ୍କୁ ନେଇ ବିବାଦ ଦେଖାଦେଇଥିଲା। ଏହି ସମୟରେ ଭାଗଓ୍ବନ୍ତ ମାନ୍‌ ଏହି ପାର୍ଟିରେ ଯୋଗ ଦେଇଥିଲେ।

୨୦୧୨ରେ ଭାଗଓ୍ବନ୍ତ ମାନ୍‌ ଲହରା ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତାଙ୍କର ନିର୍ବାଚନ ଚିହ୍ନ ଗୁଡ଼ି ଥିଲା। କିନ୍ତୁ ତାଙ୍କର ଗୁଡ଼ି ସଫଳତାର ସହ ଉଡି ପାରିଲା ନାହିଁ । ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଫୁଲବାଣୀରୁ ବ୍ରହ୍ମପୁର ଯାଉଥିଲା ଗୁରୁତର ରୋଗୀ, ଘନ ଜଙ୍ଗଲ ଭିତରେ ଅଚଳ ହୋଇଗଲା ୧୦୮ ଆମ୍ବୁଲାନ୍ସ,;ଆଉ ତା’ ପରେ…

ଭଞ୍ଜନଗର,୭।୭ (ବାବୁଲା ପ୍ରଧାନ): ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି। ଜଣେ ଗୁରୁତର ରୋଗୀଙ୍କୁ ମେଡିକାଲ ନେବା ସମୟରେ ଅଧା…

ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ: କେନ୍ଦୁଝର ଜିଲାର ୧୧ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି

ବଞ୍ଚୋ, ୭।୭(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲାରେ ପ୍ରଶାସନିକ କାର୍ଯ୍ୟକୁ ଅଧିକ ସୁଚାରୁ ଓ ସୁଦୃଢ଼ ଭାବେ ପରିଚାଳନା କରିବା ପାଇଁ ଏକ ବଡ଼ଧରଣର ଅଦଳବଦଳ…

ନାଖରା ସେତୁରେ ଅଘଟଣ: ବୁଢ଼ାବଳଙ୍ଗ ନଦୀରେ ରିଲ୍ସ କରୁଥିବା ବେଳେ ଭାସିଗଲେ ଯୁକ୍ତ ୨ ଛାତ୍ର, ୪ ସାଙ୍ଗ ଉଦ୍ଧାର

ବୈଶିଙ୍ଗା,୭|୭(ରତନ ଦାଶ ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ସେତୁ ନିକଟରେ ଏକ ଦୁଃଖଦ ଅଘଟଣ ଘଟିଛି। ନଦୀର ବଢ଼ି ପାଣିରେ…

SPF 30 ନା SPF 50? ସନ୍‌ସ୍କ୍ରିନ୍ କିଣିବା ପୂର୍ବରୁ ଜାଣନ୍ତୁ ଆପଣଙ୍କ ତ୍ୱଚା ପାଇଁ କେଉଁଟି ଭଲ

ଆଜିକାଲିର ସମୟରେ ନାରୀମାନେ ନିଜର ତ୍ୱଚାକୁ ନେଇ ବେଶ ଯତ୍ନବାନ। ଖାସ୍‌ ସେଥିଲାଗି ଖରା, ବର୍ଷା କିମ୍ବା ଶୀତ ଆଦି ଋତୁରେ ସନ୍‌ସ୍କ୍ରିନର ବ୍ୟବହାର ଏବେ ଏକ…

ସମାଲୋଚକଙ୍କୁ ଗଡ଼କରୀଙ୍କ ଖୋଲା ଚ୍ୟାଲେଞ୍ଜ: E-୨୦ ପେଟ୍ରୋଲ୍‌ରେ ଗୋଟିଏ ହେଲେ ଗାଡ଼ି ଖରାପ ହେବାର ପ୍ରମାଣ ଦିଅ… 

ନୂଆଦିଲ୍ଲୀ,୭।୭: ୨୦ ପ୍ରତିଶତ ଏଥାନଲ ମିଶ୍ରିତ ପେଟ୍ରୋଲ (ଇ-୨୦) ବ୍ୟବହାର ଦ୍ୱାରା ଗାଡ଼ିର ମାଇଲେଜ କମିବା ଏବଂ ଇଞ୍ଜିନରେ ସମସ୍ୟା ଦେଖାଦେବା ଭଳି କେତେକ ଅଭିଯୋଗ ଉପରେ…

କୋଚ ପଦ ହରାଇବେ ଗୌତମ ଗମ୍ଭୀର! ଦାୟିତ୍ୱ ନେବେ ଜଣେ ଅଭିଜ୍ଞ ଖେଳାଳି!

ନୂଆଦିଲ୍ଲୀ,୭।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜ ପାଇଁ ଦଳ ଘୋଷଣା କରିବା ପରେ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଧ୍ୟ ପ୍ରଶିକ୍ଷକ କର୍ମଚାରୀଙ୍କ ସମ୍ପର୍କରେ ଏକ…

ଭୟଙ୍କର ଭୂସ୍ଖଳନ, ୩ ମୃତ ୭ ନିଖୋଜ, ସାମ୍ନାକୁ ଆସିଲା ଛାତିଥରା VIDEO

ଥିରୁଭାନନ୍ତପୁରମ,୭।୭: ପ୍ରିୟଙ୍କା ଗାନ୍ଧୀଙ୍କ ସଂସଦୀୟ କ୍ଷେତ୍ର କେରଳର ୱାୟାନାଡ ଏକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ମେପାଡି ନିକଟସ୍ଥ କଲ୍ଲାଡିରେ ହଠାତ ଭୂସ୍ଖଳନ ହେବାରୁ ଏଥିରେ ୩…

କ୍ରିକେଟ ଜଗତରେ ଶୋକର ଛାୟା, ୩୮ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ ପୂର୍ବତନ କିମ୍ବଦନ୍ତୀ ବୋଲର

ନୂଆଦିଲ୍ଲୀ,୭।୭: ପୂର୍ବତନ ଆଫଗାନିସ୍ତାନ ଦ୍ରୁତ ବୋଲର ଶାପୁର ଜାଦ୍ରନ (Shapoor Zadran) ଙ୍କ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଏକ ଗମ୍ଭୀର ରୋଗ ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri