୩ରୁ ଓଳିକିଆ ବେପାର

ଅନୁଗୋଳ ଅଫିସ, ୩୦।୪ ଅନୁଗୋଳ ଜିଲାରେ କରୋନା ସଂକ୍ରମଣକୁ କିପରି ହ୍ରାସ କରାଯାଇ ପାରିବ ତାହା ଉପରେ ପ୍ରଶାସନ ଗୁରୁତ୍ୱ ଦେଉଥିବା ବେଳେ ଏବେ ଆଗକୁ ଆସିଛି ଜିଲା ବଣିକ ସଂଘ। କରୋନା ଚେନ୍‌ ଭାଙ୍ଗିବାକୁ ବଜାର ଉପରେ ନିୟନ୍ତ୍ରଣ ଜରୁରୀ ହୋଇଥିବାରୁ ବଣିକ ସଂଘ ପକ୍ଷରୁ ବେପାର ସମୟ ହ୍ରାସ ଦିଗରେ ଚିନ୍ତା କରାଯାଇଥିଲା। ଏପରି କି ଦୈନିକ ଗୋଟିଏ ଓଳି ସକାଳ ୭ରୁ ଅପରାହ୍ନ ୩ଟା ଯାଏ ଦୋକାନ ବଜାର ଖୋଲାଯିବାକୁ ସ୍ଥିର କରାଯିବା ସହ ଏ ନେଇ ଅନ୍ୟ ୨୧ଟି ସଂଘ ସହ ଆଲୋଚନା କରାଯାଇଥିଲା। ଏଥିରେ ସମସ୍ତେ ସହମତ ହେବା ପରେ ପ୍ରଶାସନକୁ ପ୍ରସ୍ତାବ ଦିଆଯାଇଥିଲା। ପ୍ରଶାସନ ମଧ୍ୟ ଏହାକୁ ଗ୍ରହଣ କରିଛି। ତେଣୁ ଆସନ୍ତା ମେ ୩ ତାରିଖରୁ ୧୬ ତାରିଖ ଯାଏ ଜିଲାର ସମସ୍ତ ଦୋକାନ ବଜାର ଉପରେ ଏହି କଟକଣା ଜାରି କରାଯିବ।

ଅନୁଗୋଳ ଜିଲାରେ କରୋନା ସଂକ୍ରମଣ ସ୍ଥିତି ଧୀରେ ଧୀରେ ଭୟଙ୍କର ଆଡ଼କୁ ଗତି କରୁଛି। ବିଶେଷକରି ଗତ ୨୭ତାରିଖ ଠାରୁ ଜିଲାରେ ଦୈନିକ ପଜିଟିଭ୍‌ ସଂଖ୍ୟା ୩ଶହ ଉପରେ ରହୁଛି। ଏହା ଜିଲାବାସୀଙ୍କ ଚିନ୍ତା ବଢ଼ାଇ ଦେଇଥିବାବେଳେ ପ୍ରଶାସନ ଆଖିରୁ ମଧ୍ୟ ନିଦ ଛଡ଼ାଇ ନେଇଛି। ଗତବର୍ଷ ପରି ପ୍ରଶାସନ କଟକଣା ଲାଗୁ କରିଥିଲେ ମଧ୍ୟ ଏହାକୁ ଅଧିକ କଡ଼ାକଡ଼ି ପାଳନ କରୁନାହିଁ। ବିଶେଷକରି ସହର ବଜାର ଓ ଶିଳ୍ପାଞ୍ଚଳରୁ ଅଧିକ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହେଉଥିବାବେଳେ ବଜାର ଉପରେ ନିୟନ୍ତ୍ରଣ ରଖିପାରୁ ନାହିଁ। ବ୍ୟବସାୟ ବେଳେ ଗ୍ରାହକଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ନିୟମ କଡ଼ାକଡ଼ି କରାଯାଉନାହିଁ। ଦୋକାନଗୁଡ଼ିକ ଆଗରେ ବୃତ୍ତ ଚିହ୍ନ କରାଯାଇ ତାହା ମଧ୍ୟରେ ରହି ସାମଗ୍ରୀ ନେବାକୁ ଗ୍ରାହକଙ୍କୁ ବାଧ୍ୟ କରାଯାଉ ନାହିଁ। ପ୍ରଶାସନର ଏପରି ଢିଲାପଣ ଯୋଗୁ ବଜାରରେ ବଢ଼ୁଥିବା ସଂକ୍ରମଣ ଆଗାମୀ ଦିନରେ ଗଁା ମୁହଁା ହୋଇପାରେ ବୋଲି ସଚେତନ ନାଗରିକମାନେ ଅଭିଯୋଗ କରିଛନ୍ତି। ତେବେ ଜିଲାରେ ସ୍ଥିତି ଭୟଙ୍କର ହେଉଥିବା ନଜରରେ ରଖି ଜିଲା ବଣିକ ସଂଘ ପକ୍ଷରୁ ବ୍ୟବସାୟ ସମୟ ହ୍ରାସ କରାଯିବାକୁ ବିଚାର କରାଯାଇଥିଲା। ଏଥିପାଇଁ ଜିଲାର ବିଭିନ୍ନ ସଂଘ ସହ ଆଲୋଚନା କରାଯାଇଥିଲା। ମେ ୧୬ ତାରିଖ ଯାଏ ଅପରାହ୍ନ ୩ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଦୋକାନ ବନ୍ଦ ରଖିବାକୁ ଜିଲା ପ୍ରଶାସନକୁ ପ୍ରସ୍ତାବ ଦେଇଥିଲା। ବଣିକ ସଂଘ ସହ ଜିଲା ଟ୍ରକ୍‌ ମାଲିକ ସଂଘ ଓ ବସ୍‌ ମାଲିକ ସଂଘ ମଧ୍ୟ ସଂକ୍ରମଣ ରୋକାଯିବା ଉପରେ ଗୁରୁତ୍ୱ ଦେଉଛନ୍ତି। ଜିଲା ଟ୍ରକ୍‌ ଓନର ଆସୋସିଏଶନ ପକ୍ଷରୁ ଚାଳକ ଓ ହେଲ୍‌ପରମାନଙ୍କୁ ମାସ୍କ, ସାନିଟାଇଜର ଓ ଗ୍ଲୋବ୍ସ ପ୍ରଦାନ କରାଯାଉଛି। ଏଣିକି ପ୍ରଶାସନ ଆଉ କୋହଳ ମନୋଭାବ ନ ଦେଖାଇ କଟକଣା ପାଳନ କ୍ଷେତ୍ରରେ ଅଧିକ କଠୋର ହେବା ଆବଶ୍ୟକ ବୋଲି ସହରବାସୀ କହିଛନ୍ତି। ଅମାନିଆକୁ ଧରି କଡ଼ା ଜରିମାନା, ମାମଲା ରୁଜୁ ସହ ଯାନବାହନ ଜବତ କରାଯାଉ। ବ୍ୟବସାୟିକ ପ୍ରତିଷ୍ଠାନରେ କଡ଼ାକଡ଼ି ସାମାଜିକ ଦୂରତ୍ୱ ଯାଞ୍ଚ କରାଯାଉ। ଆବଶ୍ୟକସ୍ଥଳେ ଅମାନିଆ ବ୍ୟବସାୟୀଙ୍କ ଦୋକାନ ସିଲ୍‌ କରିବାକୁ ସହରବାସୀ ଦାବି କରିଛନ୍ତି।

ଚେନ୍‌ ଭାଙ୍ଗିବାକୁ ଉଦ୍ୟମ
ଜିଲାରେ କରୋନା ସଂକ୍ରମଣ ଦ୍ରୁତଗତିରେ ବଢ଼ି ଚାଲିଛି। ସ୍ଥିତି ଅଧିକ ସଙ୍ଗିନ ହେବା ପୂର୍ବରୁ ସମସ୍ତେ ସତର୍କ ହେବା ଆବଶ୍ୟକ। କରୋନା ଚେନ୍‌ ଭାଙ୍ଗିବାକୁ ଗୋଟିଏ ଓଳି ବଜାର ଶଟ୍‌ଡାଉନ୍‌ କରିବାକୁ ସମସ୍ତଙ୍କ ମତ ଲୋଡ଼ିଥିଲୁ। ସମସ୍ତେ ସହଯୋଗ କଲେ ସଂକ୍ରମଣ କମିବ।
-ନୀଳାଞ୍ଚଳ ପ୍ରଧାନ, ସମ୍ପାଦକ,

ଅନୁଗୋଳ ଜିଲା ବଣିକ ସଂଘ
ପ୍ରଶାସନ ଅଧିକ କଠୋର ହେଉ
ବଣିକ ସଂଘ ପକ୍ଷରୁ ଭଲ ପଦକ୍ଷେପ ଗ୍ରହଣ କରାଯାଇଛି। କିନ୍ତୁ ପ୍ରଶାସନ ପୂର୍ବବର୍ଷ ପରି ଅଧିକ କଠୋର ଆଭିମୁଖ୍ୟ ପୋଷଣ କରୁନାହଁ। ସେଥିପାଇଁ ଅମାନିଆ ଲୋକଙ୍କ ଠାରୁ ବ୍ୟବସାୟୀଙ୍କ ପର୍ଯ୍ୟନ୍ତ କେହି ଗାଇଡ୍‌ଲାଇନ ପାଳନ କରୁନାହାନ୍ତି। ପ୍ରଶାସନ ତୁରନ୍ତ ପଦକ୍ଷେପ ନେଉ।
-ଅମ୍ବିକା ଭଟ୍ଟ, ସଭାପତି, ଜିଲା ଟ୍ରକ୍‌ ମାଲିକ ସଂଘ

ଘରୁ ବାହାରିବାକୁ ଭୟ ଲାଗୁଛି
ଜିଲାରେ ଦୈନିକ ସଂକ୍ରମଣର ସ୍ତର ଏବେ ୩ଶହରୁ ଉପରେ ରହୁଥିବାରୁ ଘରୁ ବାହାରିବାକୁ ଭୟ ଲାଗୁଛି। ବିପଦ ବଢ଼ୁଥିଲେ ମଧ୍ୟ ଏହାକୁ ଅନେକ ଲୋକ ଖାମଖିଆଲି ଭାବେ ନେଉଛନ୍ତି। ମାସ୍କ ଠିକ୍‌ ଭାବେ ଲଗାଉନାହାନ୍ତି। ପୋଲିସ ଓ ପ୍ରଶାସନ ଏମାନଙ୍କୁ ସାବାଡ୍‌ କରିବା ଆବଶ୍ୟକ।
-ବରଦା ପ୍ରସନ୍ନ ଦାସ, ଅନୁଗୋଳ

ବଣିକ ସଂଘ ନିଷ୍ପତ୍ତି ଲାଗୁ ହେବ
ଆସନ୍ତା ୩ ତାରିଖରୁ ଦୈନିକ ଅପରାହ୍ନ ୩ଟାରୁ ବଜାର ବନ୍ଦ ରହିବ। ବଣିକ ସଂଘର ଏହି ନିଷ୍ପତ୍ତିକୁ ଜିଲା ପ୍ରଶାସନ ଗ୍ରହଣ କରିଛି। ଏ ନେଇ ନିର୍ଦ୍ଦେଶନାମା ଜାରି କରାଯିବ। ଜିଲାରେ କରୋନା କଟକଣା କଡ଼ାକଡ଼ି ଭାବେ ପ୍ରଶାସନ ପାଳନ କରୁଛି। ଲୋକମାନେ ସଚେତନ ହେଲେ ସମସ୍ୟା ରହିବ ନାହିଁ।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

DAରେ ୧୮% ବୃଦ୍ଧି! ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ‘ଜନ୍ମାଷ୍ଟମୀ ଉପହାର’

ନୂଆଦିଲ୍ଲୀ,୫।୯: ପଞ୍ଜାବର ପ୍ରାୟ ୮୫ ହଜାର ସରକାରୀ କର୍ମଚାରୀଙ୍କୁ ଜନ୍ମାଷ୍ଟମୀ ଅବସରରେ ବଡ଼ ଉପହାର ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri