୩ରୁ ଓଳିକିଆ ବେପାର

ଅନୁଗୋଳ ଅଫିସ, ୩୦।୪ ଅନୁଗୋଳ ଜିଲାରେ କରୋନା ସଂକ୍ରମଣକୁ କିପରି ହ୍ରାସ କରାଯାଇ ପାରିବ ତାହା ଉପରେ ପ୍ରଶାସନ ଗୁରୁତ୍ୱ ଦେଉଥିବା ବେଳେ ଏବେ ଆଗକୁ ଆସିଛି ଜିଲା ବଣିକ ସଂଘ। କରୋନା ଚେନ୍‌ ଭାଙ୍ଗିବାକୁ ବଜାର ଉପରେ ନିୟନ୍ତ୍ରଣ ଜରୁରୀ ହୋଇଥିବାରୁ ବଣିକ ସଂଘ ପକ୍ଷରୁ ବେପାର ସମୟ ହ୍ରାସ ଦିଗରେ ଚିନ୍ତା କରାଯାଇଥିଲା। ଏପରି କି ଦୈନିକ ଗୋଟିଏ ଓଳି ସକାଳ ୭ରୁ ଅପରାହ୍ନ ୩ଟା ଯାଏ ଦୋକାନ ବଜାର ଖୋଲାଯିବାକୁ ସ୍ଥିର କରାଯିବା ସହ ଏ ନେଇ ଅନ୍ୟ ୨୧ଟି ସଂଘ ସହ ଆଲୋଚନା କରାଯାଇଥିଲା। ଏଥିରେ ସମସ୍ତେ ସହମତ ହେବା ପରେ ପ୍ରଶାସନକୁ ପ୍ରସ୍ତାବ ଦିଆଯାଇଥିଲା। ପ୍ରଶାସନ ମଧ୍ୟ ଏହାକୁ ଗ୍ରହଣ କରିଛି। ତେଣୁ ଆସନ୍ତା ମେ ୩ ତାରିଖରୁ ୧୬ ତାରିଖ ଯାଏ ଜିଲାର ସମସ୍ତ ଦୋକାନ ବଜାର ଉପରେ ଏହି କଟକଣା ଜାରି କରାଯିବ।

ଅନୁଗୋଳ ଜିଲାରେ କରୋନା ସଂକ୍ରମଣ ସ୍ଥିତି ଧୀରେ ଧୀରେ ଭୟଙ୍କର ଆଡ଼କୁ ଗତି କରୁଛି। ବିଶେଷକରି ଗତ ୨୭ତାରିଖ ଠାରୁ ଜିଲାରେ ଦୈନିକ ପଜିଟିଭ୍‌ ସଂଖ୍ୟା ୩ଶହ ଉପରେ ରହୁଛି। ଏହା ଜିଲାବାସୀଙ୍କ ଚିନ୍ତା ବଢ଼ାଇ ଦେଇଥିବାବେଳେ ପ୍ରଶାସନ ଆଖିରୁ ମଧ୍ୟ ନିଦ ଛଡ଼ାଇ ନେଇଛି। ଗତବର୍ଷ ପରି ପ୍ରଶାସନ କଟକଣା ଲାଗୁ କରିଥିଲେ ମଧ୍ୟ ଏହାକୁ ଅଧିକ କଡ଼ାକଡ଼ି ପାଳନ କରୁନାହିଁ। ବିଶେଷକରି ସହର ବଜାର ଓ ଶିଳ୍ପାଞ୍ଚଳରୁ ଅଧିକ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହେଉଥିବାବେଳେ ବଜାର ଉପରେ ନିୟନ୍ତ୍ରଣ ରଖିପାରୁ ନାହିଁ। ବ୍ୟବସାୟ ବେଳେ ଗ୍ରାହକଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ନିୟମ କଡ଼ାକଡ଼ି କରାଯାଉନାହିଁ। ଦୋକାନଗୁଡ଼ିକ ଆଗରେ ବୃତ୍ତ ଚିହ୍ନ କରାଯାଇ ତାହା ମଧ୍ୟରେ ରହି ସାମଗ୍ରୀ ନେବାକୁ ଗ୍ରାହକଙ୍କୁ ବାଧ୍ୟ କରାଯାଉ ନାହିଁ। ପ୍ରଶାସନର ଏପରି ଢିଲାପଣ ଯୋଗୁ ବଜାରରେ ବଢ଼ୁଥିବା ସଂକ୍ରମଣ ଆଗାମୀ ଦିନରେ ଗଁା ମୁହଁା ହୋଇପାରେ ବୋଲି ସଚେତନ ନାଗରିକମାନେ ଅଭିଯୋଗ କରିଛନ୍ତି। ତେବେ ଜିଲାରେ ସ୍ଥିତି ଭୟଙ୍କର ହେଉଥିବା ନଜରରେ ରଖି ଜିଲା ବଣିକ ସଂଘ ପକ୍ଷରୁ ବ୍ୟବସାୟ ସମୟ ହ୍ରାସ କରାଯିବାକୁ ବିଚାର କରାଯାଇଥିଲା। ଏଥିପାଇଁ ଜିଲାର ବିଭିନ୍ନ ସଂଘ ସହ ଆଲୋଚନା କରାଯାଇଥିଲା। ମେ ୧୬ ତାରିଖ ଯାଏ ଅପରାହ୍ନ ୩ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଦୋକାନ ବନ୍ଦ ରଖିବାକୁ ଜିଲା ପ୍ରଶାସନକୁ ପ୍ରସ୍ତାବ ଦେଇଥିଲା। ବଣିକ ସଂଘ ସହ ଜିଲା ଟ୍ରକ୍‌ ମାଲିକ ସଂଘ ଓ ବସ୍‌ ମାଲିକ ସଂଘ ମଧ୍ୟ ସଂକ୍ରମଣ ରୋକାଯିବା ଉପରେ ଗୁରୁତ୍ୱ ଦେଉଛନ୍ତି। ଜିଲା ଟ୍ରକ୍‌ ଓନର ଆସୋସିଏଶନ ପକ୍ଷରୁ ଚାଳକ ଓ ହେଲ୍‌ପରମାନଙ୍କୁ ମାସ୍କ, ସାନିଟାଇଜର ଓ ଗ୍ଲୋବ୍ସ ପ୍ରଦାନ କରାଯାଉଛି। ଏଣିକି ପ୍ରଶାସନ ଆଉ କୋହଳ ମନୋଭାବ ନ ଦେଖାଇ କଟକଣା ପାଳନ କ୍ଷେତ୍ରରେ ଅଧିକ କଠୋର ହେବା ଆବଶ୍ୟକ ବୋଲି ସହରବାସୀ କହିଛନ୍ତି। ଅମାନିଆକୁ ଧରି କଡ଼ା ଜରିମାନା, ମାମଲା ରୁଜୁ ସହ ଯାନବାହନ ଜବତ କରାଯାଉ। ବ୍ୟବସାୟିକ ପ୍ରତିଷ୍ଠାନରେ କଡ଼ାକଡ଼ି ସାମାଜିକ ଦୂରତ୍ୱ ଯାଞ୍ଚ କରାଯାଉ। ଆବଶ୍ୟକସ୍ଥଳେ ଅମାନିଆ ବ୍ୟବସାୟୀଙ୍କ ଦୋକାନ ସିଲ୍‌ କରିବାକୁ ସହରବାସୀ ଦାବି କରିଛନ୍ତି।

ଚେନ୍‌ ଭାଙ୍ଗିବାକୁ ଉଦ୍ୟମ
ଜିଲାରେ କରୋନା ସଂକ୍ରମଣ ଦ୍ରୁତଗତିରେ ବଢ଼ି ଚାଲିଛି। ସ୍ଥିତି ଅଧିକ ସଙ୍ଗିନ ହେବା ପୂର୍ବରୁ ସମସ୍ତେ ସତର୍କ ହେବା ଆବଶ୍ୟକ। କରୋନା ଚେନ୍‌ ଭାଙ୍ଗିବାକୁ ଗୋଟିଏ ଓଳି ବଜାର ଶଟ୍‌ଡାଉନ୍‌ କରିବାକୁ ସମସ୍ତଙ୍କ ମତ ଲୋଡ଼ିଥିଲୁ। ସମସ୍ତେ ସହଯୋଗ କଲେ ସଂକ୍ରମଣ କମିବ।
-ନୀଳାଞ୍ଚଳ ପ୍ରଧାନ, ସମ୍ପାଦକ,

ଅନୁଗୋଳ ଜିଲା ବଣିକ ସଂଘ
ପ୍ରଶାସନ ଅଧିକ କଠୋର ହେଉ
ବଣିକ ସଂଘ ପକ୍ଷରୁ ଭଲ ପଦକ୍ଷେପ ଗ୍ରହଣ କରାଯାଇଛି। କିନ୍ତୁ ପ୍ରଶାସନ ପୂର୍ବବର୍ଷ ପରି ଅଧିକ କଠୋର ଆଭିମୁଖ୍ୟ ପୋଷଣ କରୁନାହଁ। ସେଥିପାଇଁ ଅମାନିଆ ଲୋକଙ୍କ ଠାରୁ ବ୍ୟବସାୟୀଙ୍କ ପର୍ଯ୍ୟନ୍ତ କେହି ଗାଇଡ୍‌ଲାଇନ ପାଳନ କରୁନାହାନ୍ତି। ପ୍ରଶାସନ ତୁରନ୍ତ ପଦକ୍ଷେପ ନେଉ।
-ଅମ୍ବିକା ଭଟ୍ଟ, ସଭାପତି, ଜିଲା ଟ୍ରକ୍‌ ମାଲିକ ସଂଘ

ଘରୁ ବାହାରିବାକୁ ଭୟ ଲାଗୁଛି
ଜିଲାରେ ଦୈନିକ ସଂକ୍ରମଣର ସ୍ତର ଏବେ ୩ଶହରୁ ଉପରେ ରହୁଥିବାରୁ ଘରୁ ବାହାରିବାକୁ ଭୟ ଲାଗୁଛି। ବିପଦ ବଢ଼ୁଥିଲେ ମଧ୍ୟ ଏହାକୁ ଅନେକ ଲୋକ ଖାମଖିଆଲି ଭାବେ ନେଉଛନ୍ତି। ମାସ୍କ ଠିକ୍‌ ଭାବେ ଲଗାଉନାହାନ୍ତି। ପୋଲିସ ଓ ପ୍ରଶାସନ ଏମାନଙ୍କୁ ସାବାଡ୍‌ କରିବା ଆବଶ୍ୟକ।
-ବରଦା ପ୍ରସନ୍ନ ଦାସ, ଅନୁଗୋଳ

ବଣିକ ସଂଘ ନିଷ୍ପତ୍ତି ଲାଗୁ ହେବ
ଆସନ୍ତା ୩ ତାରିଖରୁ ଦୈନିକ ଅପରାହ୍ନ ୩ଟାରୁ ବଜାର ବନ୍ଦ ରହିବ। ବଣିକ ସଂଘର ଏହି ନିଷ୍ପତ୍ତିକୁ ଜିଲା ପ୍ରଶାସନ ଗ୍ରହଣ କରିଛି। ଏ ନେଇ ନିର୍ଦ୍ଦେଶନାମା ଜାରି କରାଯିବ। ଜିଲାରେ କରୋନା କଟକଣା କଡ଼ାକଡ଼ି ଭାବେ ପ୍ରଶାସନ ପାଳନ କରୁଛି। ଲୋକମାନେ ସଚେତନ ହେଲେ ସମସ୍ୟା ରହିବ ନାହିଁ।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?