Posted inଖେଳ

ଫ୍ରେଣ୍ଡଶିପ୍‌ ଫୁଟ୍‌ବଲ: ଟାଟା ଷ୍ଟିଲ ଚାମ୍ପିୟନ

ଭୁବନେଶ୍ୱର, ୨ା୧୦ (ବିଜୟ ରଣା): ସ୍ଥାନୀୟ ଓଡ଼ିଶା ଫୁଟ୍‌ବଲ ଏକାଡେମୀଠାରେ ରବିବାର ଅନୁଷ୍ଠିତ ଟାଟା ଷ୍ଟିଲ ଫ୍ରେଣ୍ଡଶିପ୍‌ କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟରେ ଅଫିସର୍ସ ଏକାଦଶକୁ ୨-୧ ଗୋଲ୍‌ରେ ପରାସ୍ତ କରି ଟାଟା ଷ୍ଟିଲ ଏକାଦଶ ଚାମ୍ପିୟନ ହୋଇଛି। ଟୁର୍ନାମେଣ୍ଟରେ ୪ଟି ଦଳ ଅଂଶଗ୍ରହଣ କରିଥିଲେ। ରାଜୀବ ସେଠ୍‌ ଟାଟା ଷ୍ଟିଲର ଅଧିନାୟକତ୍ୱ କରିଥିଲେ। ଲିଡର୍ସ ଏକାଦଶର ନେତୃତ୍ୱ ନେଇଥିଲେ ବିଧାୟକ ଅରୁଣ ସାହୁ। ସେହିପରି ଅଫିସର୍ସ ଏକାଦଶର ଦେବୀଦତ୍ତ ବିଶ୍ୱାଳ ଓ ଶାଶ୍ୱତ ମିଶ୍ର ଏବଂ ମିଡିଆ ଏକାଦଶର ସୌମ୍ୟଜିତ ପଟ୍ଟନାୟକ ଅଧିନାୟକତ୍ୱ କରିଥିଲେ।

ଏହି ଅବସରରେ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ, ଜଙ୍ଗଲ, ପରିବେଶ ଓ ସୂଚନା ପ୍ରସାରଣ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ପ୍ରଥମ ସେମିଫାଇନାଲ ତୀବ୍ର ପ୍ରତିଦ୍ୱନ୍ଦ୍ୱିତାମୂକଳ ହୋଇଥିଲା। ତେବେ ଏଥିରେ ଅଫିସର୍ସ ଏକାଦଶ ୨-୦ ଗୋଲ୍‌ରେ ଲିଡର୍ସ ଏକାଦଶକୁ ହରାଇ ଦେଇଥିଲା। ଦ୍ୱିତୀୟ ସେମିଫାଇନାଲରେ ଟାଟା ଷ୍ଟିଲ ଏକାଦଶ ୪-୧ ଗୋଲ୍‌ରେ ମିଡିଆ ଏକାଦଶକୁ ହରାଇ ଦେଇଥିଲା। ଅଫିସର୍ସ ଏକାଦଶର ରାମାସ୍ବାମୀ ପ୍ରଥମ ମ୍ୟାଚର ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ।

ଦ୍ୱିତୀୟ ମ୍ୟାଚରେ ଟାଟା ଷ୍ଟିଲର ଦେବାଶିଷ ନାୟକ ପ୍ଲେୟର ଅଫ୍‌ ଦି ମ୍ୟାଚ ହୋଇଥିଲେ। ତୃତୀୟ ତଥା ଫାଇନାଲ ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ ଅଫିସର୍ସ ଏକାଦଶର ଅମିତାଭ ଠାକୁର। ଲିଡର୍ସ ଏକାଦଶର ଅରୁଣ ସାହୁ ଏବଂ ଟାଟା ଷ୍ଟିଲର ଯୋଗେଶ ପଞ୍ଚେଶ୍ୱର ଶ୍ରେଷ୍ଠ ଫରଓ୍ବାର୍ଡ ଏବଂ ଲିଡର୍ସ ଏକାଦଶର ଜାଗନ୍ନାଥ ନାୟକ ଶ୍ରେଷ୍ଠ ଗୋଲକିପର ବିବେଚିତ ହୋଇଥିଲେ।

ଟାଟାଷ୍ଟିଲ ଏକାଦଶର ରାଜୀବ ସେଠ୍‌ ଶ୍ରେଷ୍ଠ ଡିଫେଣ୍ଡର, ଅଫିସର୍ସ ଏକାଦଶର ଅନୁରାଗ ମିଶ୍ର ଶ୍ରେଷ୍ଠ ସ୍କୋରର, ଅଫିସର୍ସ ଏକାଦଶର ସୁରେଶ ଚନ୍ଦ୍ର ମହାପାତ୍ର ଶ୍ରେଷ୍ଠ ଅଲରାଉଣ୍ଡର ଏବଂ ଅଫିସର୍ସ ଏକାଦଶର ଶାଶ୍ୱତ ମିଶ୍ର ଏବଂ ମିଡିଆ ଏକାଦଶର ବିଜୟ କେତନ ମିଶ୍ର ଶ୍ରେଷ୍ଠ ହାଫ୍‌ ବିବେଚିତ ହୋଇଥିଲେ। ଲିଡର୍ସ ଏକାଦଶକୁ ଫେୟାର ପ୍ଲେ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ମିଡିଆ ଏକାଦଶ ଶ୍ରେଷ୍ଠ ଶୃଙ୍ଖଳିତ ଦଳ ଭାବେ ପୁରସ୍କୃତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୩ ରଥରେ ଭକ୍ତ ଚଢ଼ିବା ଉପରେ କଟକଣା, ସୁଭଦ୍ରାଙ୍କ ପହଣ୍ଡି କାର୍ଯ୍ୟରେ ମହିଳାଙ୍କୁ ମନା

କୋରାପୁଟ,୨୬ା୬(ଅମିତାଭ ବେହେରା): ଶାବର ଶ୍ରୀକ୍ଷେତ୍ରରେ ପବିତ୍ର ରଥଯାତ୍ରା ସୁପରିଚାଳନା ଓ ସୁରୁଖୁରୁରେ ଆୟୋଜନ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଶୁକ୍ରବାର ସ୍ଥାନୀୟ ସଦଭାବନା ସଭାଗୃହରେ…

ତାମିଲନାଡୁ ଗ୍ୟାସ୍‌ ଦୁର୍ଘଟଣା: ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁସଂଖ୍ୟା ୧୧ରେ ପହଞ୍ଚିଲା

କେନ୍ଦୁଝର,୨୬ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ତାମିଲନାଡୁ ଆମୋନିଆ ଗ୍ୟାସ୍‌ ଦୁର୍ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁସଂଖ୍ୟା ୧୧ରେ ପହଞ୍ଚିଛି। ୨୪ ତାରିଖ ଦିନ ସୁବାସି ଜୁଆଙ୍ଗ (୨୪)ଙ୍କର ମୃତ୍ୟୁ ଘଟିଥିବାବେଳେ…

ନିରାଶ ହେଲେ ପ୍ରଶଂସକ, ଖେଳିବେନି ବୈଭବ

ନୂଆଦିଲ୍ଲୀ,୨୬।୬: ଭାରତୀୟ ଟି-୨୦ କ୍ରିକେଟର ‘ଶ୍ରେୟସ ଯୁଗ’ ଆଜିଠାରୁ ଆରମ୍ଭ ହେଉଛି। ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଭାରତୀୟ ଦଳ ଆଜି ଆୟର୍ଲାଣ୍ଡର ସାମ୍ନା କରୁଛି। ଏହା…

ଆଫଗାନିସ୍ତାନ ମାଡ଼ରେ ଉଡ଼ିଲା ପାକିସ୍ତାନର ହୋଶ! ଭାରତ ବିରୋଧରେ ଖ୍ବାଜା ଆସିଫ ଆଣିଲେ…

ଇସଲାମାବାଦ,୨୬।୬: ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ଆଫଗାନିସ୍ତାନରୁ ହୋଇଥିବା ଡ୍ରୋନ ଆକ୍ରମଣ ପାଇଁ ଭାରତକୁ ଦାୟୀ କରିଛନ୍ତି। ଗତ ସପ୍ତାହରେ, ଆଫଗାନ ତାଲିବାନ ବାହିନୀ ଦୁଇଟି…

ରାସନ କାର୍ଡଧାରୀଙ୍କ ପାଇଁ ବଡ଼ ଖବର: ପ୍ରତି ମେମ୍ବର ପାଇବେ ୭ କେଜି ଶସ୍ୟ; ଆପଣଙ୍କ ପାଇଁ ଲାଭ ନା କ୍ଷତି?

ନୂଆଦିଲ୍ଲୀ,୨୬।୬: ଦେଶର ସବୁଠାରୁ ଗରିବ ପରିବାରଗୁଡ଼ିକୁ ମିଳୁଥିବା ରାସନ ବ୍ୟବସ୍ଥାରେ କେନ୍ଦ୍ର ସରକାର ଏକ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏପର୍ଯ୍ୟନ୍ତ ଅନ୍ତ୍ୟୋଦୟ ଅନ୍ନ ଯୋଜନା (AAY)…

ଟ୍ରକ୍‌ ପଛରେ ପିଟିହେଲା ପିକ୍‌ଅପ୍‌, ୨ ଗୁରୁତର

ଛତ୍ରପୁର,୨୬ା୬(ଦିଲ୍ଲୀପ ସାମଲ): ଛତ୍ରପୁର ଅଗସ୍ତି ନୂଆଗାଁ ଛକ ନିକଟ ଜାତୀୟ ରାଜପଥରେ ଶୁକ୍ରବାର ଟ୍ରକ୍‌ ପଛରେ ଏକ ପିକ୍‌ଅପ୍‌ ପିଟି ହେବାରୁ ୨ ଗୁରୁତର ହୋଇଛନ୍ତି। ଫଳରେ…

ବଜ୍ରପାତରେ ଚାଲିଗଲା ୨ ଜୀବନ

ବୌଦ୍ଧ,୨୬।୬: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲା ବିଶେଷ କରି ଦକ୍ଷିଣ ଓଡ଼ିଶାରେ ବର୍ଷା ଲାଗି ରହିଛି। ଏପରିକି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ…

ବଢିବ ସିୟାଙ୍କ ସମସ୍ୟା! କସାବକୁ ମୃତ୍ୟୁଦଣ୍ଡ ଦେଇଥିବା ଓକିଲ ଲଢ଼ିବେ କେତନଙ୍କ ହତ୍ୟା ମାମଲା

ପୁଣେ,୨୬।୬: ପୁଣେର ପ୍ରସିଦ୍ଧ ବ୍ୟବସାୟୀ କେତନ ଅଗ୍ରୱାଲଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ଏକ ବଡ଼ ଘଟଣା ସାମ୍ନାକୁ ଆସିଛି। ଏହି ହାଇପ୍ରୋଫାଇଲ ହତ୍ୟାକାଣ୍ଡକୁ ନେଇ ସାରା ମହାରାଷ୍ଟ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri