Posted inଜାତୀୟ

କାର୍‌ ବୁକ୍‌ କରି ପରଟା ଖାଇବାକୁ ଯାଇଥିଲେ, ଘଟିଲା ଏମିତି କାଣ୍ଡ

ନୂଆଦିଲ୍ଲୀ,୩।୯:ଜଣେ କ୍ୟାବ ଡ୍ରାଇଭରଙ୍କଠାରୁ ଲୁଟ୍‌ ଅଭିଯୋଗରେ ଦିଲ୍ଲୀ ପୋଲିସ ଦୁଇ ନାବାଳକଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି। ପୋଲିସର ସୂଚନାନୁସାରେ, ସମସ୍ତ ଅଭିଯୁକ୍ତ ହରିୟାଣାର ମୁର୍ଥଲ ପରଟା ଖାଇବା ପାଇଁ ଏକ କ୍ୟାବ ବୁକ୍‌ କରିଥିଲେ। ରାସ୍ତାରେ ଯାତ୍ରା ସମୟରେ ସମସ୍ତ ଅଭିଯୁକ୍ତ ଡ୍ରାଇଭରକୁ ଲୁଟି ନେଇଥିଲେ। କାର ଡ୍ରାଇଭର୍‌ଙ୍କଠାରୁ ଲୁଟିବା ପରେ ସମସ୍ତ ଅଭିଯୁକ୍ତଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା। ଏହି ଅଭିଯୁକ୍ତମାନଙ୍କ ମଧ୍ୟରୁ କେତେକ ମୁର୍ଥଲ ପରଟା ବଦଳରେ ଶିମଲା ଯିବାକୁ କହିଥିଲେ। ଏହାକୁ ନେଇ ଅଭିଯୁକ୍ତଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା ଏବଂ ଶେଷରେ ସମସ୍ତେ ଦିଲ୍ଲୀର ଏକ ରେଷ୍ଟୁରାଣ୍ଟରେ ରାତ୍ରୀ ଭୋଜନ କରିଥିଲେ। ଗିରଫ ତିନି ଅଭିଯୁକ୍ତ ଦିଲ୍ଲୀର ନାଙ୍ଗଲୋଇ ଅଞ୍ଚଳର ବୋଲି ଦିଲ୍ଲୀ ପୋଲିସ କହିଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ଅଗଷ୍ଟ ୩୦ରେ ମୋବାଇଲ ଚୋରି କରିଥିଲେ। ଏହି ମୋବାଇଲରୁ ଆପ ଇନଷ୍ଟଲ କରି କ୍ୟାବ ଇନଷ୍ଟଲ କରାଯାଇଥିଲା। ଦିଲ୍ଲୀ ପୋଲିସ କହିଛି ଯେ ନାଙ୍ଗଲୋଇର ନଜଫଗଡ ରୋଡରୁ ସମସ୍ତ ଅଭିଯୁକ୍ତ ଗାଡିରେ ଚଢିଥିଲେ। ପଶ୍ଚିମ ଦିଲ୍ଲୀର ରାଜଧାନୀ ପାର୍କରେ ପହଞ୍ଚିବା ପରେ ସମସ୍ତେ ଡ୍ରାଇଭରଙ୍କୁ ମାଡ ମାରିବା ଆରମ୍ଭ କରିଥିଲେ। ଏହି ସମୟରେ ସମସ୍ତ ଅଭିଯୁକ୍ତ ଡ୍ରାଇଭରଙ୍କ ନିକଟରୁ ଦୁଇଟି ମୋବାଇଲ ଫୋନ ଏବଂ ତାଙ୍କ ପର୍ସ ଛଡ଼ାଇ ନେଇଥିଲେ। ଏହାପରେ ଡ୍ରାଇଭରକୁ କାର ଭିତରୁ ଫିଙ୍ଗି ଦେଇଥିଲେ। ଦିଲ୍ଲୀ ପୋଲିସର ସୂଚନାନୁସାରେ ଗିରଫ ତିନିଜଣ ବ୍ୟକ୍ତି ନିଜ ଅପରାଧ ସ୍ବୀକାର କରିଛନ୍ତି। ଅବଶିଷ୍ଟ ଦୁଇ ଅଭିଯୁକ୍ତଙ୍କୁ ମଧ୍ୟ ଖୋଜା ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କୁ ଉଲଗ୍ନ କରି ନିସ୍ତୁକ ଛେଚିଲେ

ଭୋପାଳ,୮।୧୦: ମଧ୍ୟପ୍ରଦେଶର ଧର ଜିଲାରେ ଗୁଣିଗାରେଡ଼ି ସନ୍ଦେହରେ ଜଣେ ମଧ୍ୟବୟସ୍କା ବିଧବାଙ୍କୁ ପଡୋଶୀ ଉଲଗ୍ନ କରି ନିର୍ଘାତ ମାଡ଼ ମାରିଛନ୍ତି। ଶତାଧିକ ଲୋକଙ୍କ ଉପସ୍ଥିତିରେ ମହିଳାଙ୍କୁ...

ବଦଳୁଛି ଗଙ୍ଗା ଗତିପଥ

ନୂଆଦିଲ୍ଲୀ, ୧୯ା୧୧:ଜଳବାୟୁ ପରିବର୍ତ୍ତନର ଭୟଙ୍କର ପ୍ରଭାବ ଆମ ପରିବେଶ ଉପରେ ପଡ଼ୁଛି। ଜୀବଜଗତ ଗୋଟିଏ ପରେ ଗୋଟିଏ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛନ୍ତି। ଏବେ ଆହୁରି...

ସେପ୍ଟେମ୍ବର ୧୨ରେ ନିଟ୍‌(ୟୁଜି) ପରୀକ୍ଷା

ନୂଆଦିଲ୍ଲୀ,୧୨।୭: ସେପ୍ଟେମ୍ବର ୧୨ତାରିଖରେ ହେବ ନିଟ୍‌ (ଏନ୍‌ଇଇଟି ୟୁଜି) ପରୀକ୍ଷା। କୋଭିଡ୍‌ ଗାଇଡ୍‌ଲାଇନ ଅନୁଯାୟୀ ପରୀକ୍ଷା କରାଯିବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର...

ଭାରତମାତାର ବୀର ସନ୍ତାନଙ୍କୁ ଅନ୍ତିମ ବିଦାୟ

ଜୟପୁର,୫।୫: ଜମ୍ମୁ-କଶ୍ମୀରର ହନ୍ଦଓ୍ବାଡାରେ ହୋଇଥିବା ଏନ୍‌କାଉଣ୍ଟରରେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ଲଢେଇ କରି ଶହୀଦ ହୋଇଥିବା କର୍ନେଲ ଆଶୁତୋଷ ଶର୍ମା ଓ ମେଜର ଅନୁଜ ସୁଦଙ୍କୁ...

କ୍ରିସ୍‌ମାସ ପାଇଁ କାଉଣ୍ଟ ଡାଉନ୍‌ ଆରମ୍ଭ

ନୂଆଦିଲ୍ଲୀ,୨୪।୧୨: ଆଉ କେଇଘଣ୍ଟା ପରେ ପାଳନ ହେବ ପ୍ରଭୁ ଯିଶୁଙ୍କ ଜନ୍ମଦିବସ କ୍ରିସ୍‌ମାସ। ଏବେଠାରୁ ଆରମ୍ଭ ହେଲାଣି କାଉଣ୍ଟ ଡାଉନ୍‌। ମଙ୍ଗଳବାର ଠିକ୍‌ ରାତି ୧୨ଟାରେ...

ପ୍ଲାଷ୍ଟିକ ବର୍ଜ୍ୟବସ୍ତୁରୁ ତିଆରି କଲେ ପିପିଇ କିଟ୍‌-ଫେସ୍‌‌ ସିଲ୍ଡ!

ଫରିଦାବାଦ,୬।୮: ହରିୟାଣା ଫରିଦାବାଦର ସେକ୍ଟର-୨୧ଏରେ ରହୁଥିବା ଭବ୍ୟ ଚାଓ୍ବଲା ଏବେ ଖୁବ୍‌ ଚର୍ଚ୍ଚାରେ। କରୋନା ମହାମାରୀ ସମୟରେ ଲୋକେ ରୋଜଗାର ହରାଉଥିବା ବେଳେ ଭବ୍ୟ କିନ୍ତୁ...

ବଳଦଗାଡ଼ିକୁ ଧକ୍କା ଦେଲା ଟ୍ରେନ୍‌: ୫ ମୃତ

ପାଟନା,୧୬।୧: ବିହାର ସମସ୍ତିପୁର ଜିଲାରେ ଗୁରୁବାର ଏକ ଟ୍ରେନ୍‌ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ...

ପ୍ରଣବ ମୁଖାର୍ଜୀଙ୍କୁ ଭେଟିଲେ ମୋଦି

ନୂଆଦିଲ୍ଲୀ,୨୮।୫: ବିପୁଳ ବିଜୟ ପରେ ନରେନ୍ଦ୍ର ମୋଦି ମେ ୩୦ରେ ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି। ଏହି ମର୍ମରେ ସେ ଆଶୀର୍ବାଦ ନେବା...

Advertisement
Archives

Model This Week