Posted inଜାତୀୟ

ଓ୍ବାଜୁଖାନା ସିଲ୍‌ ପରେ କଡ଼ା ସୁରକ୍ଷାରେ ହେଲା ନମାଜ ପାଠ

ବାରାଣସୀ,୨୧।୫: ଜ୍ଞାନବାପି ମସ୍‌ଜିଦ ସର୍ଭେ ରିପୋର୍ଟରେ ସେଠାରେ ହିନ୍ଦୁ ଦେବଦେବୀଙ୍କ ଭଗ୍ନାବଶେଷ, ତ୍ରିଶୂଳ ଓ ସ୍ବସ୍ତିକ ଚିହ୍ନ ରହିଥିବା ଜଣାପଡ଼ିବା ପରେ ବିବାଦ ବଢ଼ିଛି। ଫଳରେ କଡ଼ା ସୁରକ୍ଷା ମଧ୍ୟରେ ସେଠାରେ ନମାଜ ପାଠ କରାଯାଇଛି। ନମାଜକୁ ଦୃଷ୍ଟିରେ ରଖି କାଶୀ ବିଶ୍ୱନାଥ ମନ୍ଦିରର ୪ ନମ୍ବର ଗେଟ୍‌ରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।

ଓ୍ବାଜୁଖାନା ସିଲ୍‌ ହୋଇଥିବାରୁ ନମାଜ ପାଠ ଲାଗି ବହୁସଂଖ୍ୟାରେ ଭକ୍ତଙ୍କୁ ନ ଆସିବା ଲାଗି ପୂର୍ବରୁ ଅଞ୍ଜୁମନ ଇନ୍ତାଜାମିୟା ମସ୍‌ଜିଦ କମିଟି ପକ୍ଷରୁ ଶ୍ରଦ୍ଧାଳୁଙ୍କୁ ଅପିଲ କରାଯାଇଥିଲା। ମସ୍‌ଜିଦ ପରିସରରୁ ଶିବଲିଙ୍ଗ ମିଳିବା ଏବଂ ପଶ୍ଚିମ ପାର୍ଶ୍ୱ କାନ୍ଥରେ ଦେବଦେବୀଙ୍କ ମୂର୍ତ୍ତି ଥିବାରୁ ହିନ୍ଦୁ ଭକ୍ତମାନେ ସେଠାରେ ପୂଜାର୍ଚ୍ଚନା ଲାଗି କୋର୍ଟଙ୍କ ଅନୁମତି ମାଗିଥିଲେ। ଫଳରେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଶିବଲିଙ୍ଗ ମିଳିଥିବା ସ୍ଥାନ ଓ୍ବାଜୁଖାନାକୁ ସିଲ୍‌ କରିଦିଆଯାଇଛି। ବହୁସଂଖ୍ୟାରେ ମୁସଲମାନ ଭକ୍ତ ନମାଜପାଠ ପାଇଁ ପହଞ୍ଚତ୍ଥିଲେ। ଅଧିକାଂଶ ଭକ୍ତଙ୍କୁ ଫେରାଇ ଦିଆଯାଇଥିଲା ଓ ଅନ୍ୟମାନଙ୍କୁ ଶାନ୍ତିଶୃଙ୍ଖଳାର ସହ ନମାଜ ପାଠ କରିବାକୁ ଅନୁମତି ଦିଆଯାଇଥିଲା ବୋଲି କମିଟି ସଚିବ ଏମ୍‌.ଏସ୍‌. ଯାସିନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୫୦ ଫୁଟ ତଳକୁ ଖସିଲା ଡୋଜର, ପୋତି ହୋଇଗଲେ ଚାଳକ, କ୍ଷତିପୂରଣ ଦାବିରେ…

ବଣାଇଁ,୧୫ା୫(ପ୍ରଦୀପ ତ୍ରିପାଠୀ): ଗୁରୁବାର ରାତିରେ ଓଏମ୍‌ସି ଖଣ୍ଡାଧାର ଲୌହଖଣିରେ ଏକ ଅଘଟଣ ଘଟିଥିବାର ସୂଚନା ମିଳିଥିଲା। ସମ୍ପ୍ରତ୍ତି ଏହି ଖଣି ଆଦାନୀ କମ୍ପାନୀକୁ ମିଳିଥିବା ବେଳେ କମ୍ପାନୀ…

ପେଟ୍ରୋଲ ପମ୍ପଗୁଡ଼ିକରେ ନାହିଁ ତେଲ: ଲୋକେ ହନ୍ତସନ୍ତ

ପାଟଣା,୧୫।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟରେ ଥିବା ଶିବ କୃପା ପେଟ୍ରୋଲ ପମ୍ପ ,ବିଶ୍ୱକର୍ମା ପେଟ୍ରୋଲ ପମ୍ପ ଓ ସାହାରପଡା ବ୍ଲକ ସଞ୍ଜୁ କ୍ରୀଷ୍ଣା…

ଲଗାତର ପଞ୍ଚମ ପରାଜୟ: ପ୍ଲେଅଫ୍‌ରେ ପହଞ୍ଚିବା ବଢ଼ିଲା ଚିନ୍ତା…

ଧର୍ମଶାଳା,୧୫ା୫: ପିଛା ଛାଡ଼ୁନି ପରାଜୟ। ଶାର୍ଦ୍ଦୁଳ ଠାକୁରଙ୍କ ଘାତକ ବୋଲିଂ ପରେ ତିଲକ ବର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ୬ ଉଇକେଟରେ ପଞ୍ଜାବ କିଙ୍ଗ୍ସକୁ…

Petrol-Diesel Price: ତୈଳ ଦର ବୃଦ୍ଧିକୁ ନେଇ ମୋଦିଙ୍କ ଉପରେ ବର୍ଷିଲା କଂଗ୍ରେସ

ନୂଆଦିଲ୍ଲୀ,୧୫।୫: ଦେଶବ୍ୟାପୀ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପରେ କଂଗ୍ରେସ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଖୁବ ବର୍ଷିଛନ୍ତି। କଂଗ୍ରେସ କହିଛି ଯେ କେନ୍ଦ୍ର…

‘ଆଗକୁ ଆହୁରି ବଢିବ ପେଟ୍ରୋଲ-ଡିଜେଲ ଦାମ’, ଅସନ୍ତୋଷ ବ୍ୟକ୍ତ କଲେଣି ସାଧାରଣ ଜନତା

ନୂଆଦିଲ୍ଲୀ,୧୫।୫: ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୩ଟଙ୍କା ବୃଦ୍ଧି ପାଇଛି, ଯାହା ଫଳରେ ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା 97.77 ଏବଂ ଡିଜେଲର…

ଭାରତରେ ତ ଏତିକି ରହିଛି ପେଟ୍ରୋଲ-ଡିଜେଲ ଦର: ପଡ଼ୋଶୀ ଦେଶଙ୍କ ଅବସ୍ଥା ଦେଖିଲେ ଉଡ଼ିଯିବ ହୋସ!

ନୂଆଦିଲ୍ଲୀ,୧୫।୫: ଆଜି ମେ’ ୧୫ ତାରିଖରେ ଭାରତରେ ପେଟ୍ରୋଲ ଏବଂ ଡିଜେଲ ଦରରେ ବୃଦ୍ଧି ଘଟିଛି। ପେଟ୍ରୋଲ ଲିଟର ପିଛା ୩.୧୪ ଟଙ୍କା ଏବଂ ଡିଜେଲ ୩.୧୧…

ଡାକ୍ତରଙ୍କୁ ପିଟିପିଟି ମାରିଦେଲେ ବଡ଼ ଭାଇ : କାଳ ସାଜିଲା…

ମହାକାଳପଡ଼ା,୧୫।୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅନ୍ତର୍ଗତ ସ୍ଥାନୀୟ ବାରଡାଙ୍ଗ ଗ୍ରାମରେ ଜମିବାଡ଼ି ଭାଗବଣ୍ଟାକୁ ନେଇ ତୁମୁଳକାଣ୍ଡ ଘଟିଛି। ଏଥିରେ ଜଣଙ୍କ ଜୀବନ ଯାଇଛି।…

ଜିନପିଙ୍ଗଙ୍କ ବୟାନରେ ଥରିଲା ବିଶ୍ୱ ରାଜନୀତି: ଚାଇନାକୁ ଡାକି ଟ୍ରମ୍ପଙ୍କୁ କଲେ ଅପମାନ! ଆମେରିକାକୁ କହିଲେ…

ବେଜିଂ,୧୫।ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଚାଇନା ଗସ୍ତରେ ଅଛନ୍ତି। ପଶ୍ଚିମ ଏସିଆ ସଙ୍କଟ ମଧ୍ୟରେ ଟ୍ରମ୍ପଙ୍କ ଏହି ଚାଇନା ଯାତ୍ରା ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri