Posted inଖେଳ

ଫ୍ରେଞ୍ଚ୍‌ ଓପନ ଟେନିସ: ଚତୁର୍ଥ ରାଉଣ୍ଡରେ ଜେଭରେଭ, ନିଶିକୋରି

ପ୍ୟାରିସ୍‌,୫।୬: ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ୍‌ ଓପନ ଶୁକ୍ରବାର ଷଷ୍ଠ ଦିବସରେ ପହଞ୍ଚିଛି। ପୁରୁଷ ସିଙ୍ଗଲ୍ସରେ ଜର୍ମାନୀର ଷଷ୍ଠ ସିଡ୍‌ ଖେଳାଳି ଆଲେକଜାଣ୍ଡର ଜେଭରେଭ, ଜାପାନର କେଇ ନିଶିକୋରି, ଆର୍ଜେଣ୍ଟିନାର ଫେଡେରିକୋ ଡେଲବୋନିସ, ସ୍ପେନର ଆଲେଜାଣ୍ଡ୍ରୋ ଫୋକିନା, ଦ୍ୱିତୀୟ ସିଡ୍‌ ଖେଳାଳି ରୁଷିଆର ଡାନିଲି ମେଡଭେଡେଭ ଚତୁର୍ଥ ରାଉଣ୍ଡକୁ ଉଠିଛନ୍ତି। ମେଡଭେଡେଭ ତୃତୀୟ ରାଉଣ୍ଡରେ ଆମେରିକାର ରିଲି ଓପେଲକାଙ୍କୁ ୬-୪, ୬-୨, ୬-୪ ସେଟ୍‌ରେ ହରାଇ ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଜେଭରେଭ ତୃତୀୟ ରାଉଣ୍ଡ ମୁକାବିଲାରେ ସର୍ବିଆର ଲାସଲୋ ଡେରେଙ୍କୁ ୬-୨, ୭-୫, ୬-୨ ସେଟରେ ପରାସ୍ତ କରି ଅଗ୍ରଗତି କରିଛନ୍ତି। ଜେଭରେଭ ଚତୁର୍ଥ ରାଉଣ୍ଡରେ ନିଶିକୋରିଙ୍କୁ ଭେଟିବେ। ଅନ୍ୟ ଏକ ତୃତୀୟ ରାଉଣ୍ଡ ମ୍ୟାଚ୍‌ରେ ସୁଇଜରଲାଣ୍ଡର ହେନରୀ ଲାକୋସେନେନ ରିଟାୟାର୍ଡ ହର୍ଟ ହୋଇ ଓହରିଯିବା ଫଳରେ ନିଶିକୋରି ଚତୁର୍ଥ ରାଉଣ୍ଡକୁ ଉଠିଥିଲେ। ସେତେବେଳକୁ ନିଶିକୋରି ପ୍ରଥମ ସେଟ୍‌ରେ ୭-୫ରେ ଅଗ୍ରଣୀ ରହିଥିଲେ। ସେହିପରି ଅନ୍ୟ ଏକ ଚତୁର୍ଥ ରାଉଣ୍ଡ ମୁକାବିଲାରେ ଡେଲବୋନିସ୍‌ ଓ ଫୋକିନା ପରସ୍ପରକୁ ଭେଟିବା ନିଶ୍ଚିତ ହୋଇଛି। ଡେଲବୋନିସ ୬-୪, ୬-୧, ୬-୩ ସେଟ୍‌ରେ ୨୭ତମ ସିଡ୍‌ ଇଟାଲୀର ଫାବିଓ ଫୋଗନିନିଙ୍କୁ ହରାଇ ଅଗ୍ରଗତି କରିଛନ୍ତି। ସେହିପରି ଫୋକିନା ୧୫ତମ ସିଡ୍‌ ନରଓ୍ବେର କାସ୍ପର ରୁଡ୍‌ଙ୍କୁ ୭-୬, ୨-୬, ୭-୬, ୦-୬, ୭-୫ ମାରାଥନ ସେଟ୍‌ରେ ପରାସ୍ତ କରି ଅଗ୍ରଗତି କରିଛନ୍ତି।
ସେରେନା, ଆଜାରେଙ୍କାଙ୍କ ଅଗ୍ରଗତି, ସାବାଲେଙ୍କାଙ୍କ ବିପର୍ଯ୍ୟୟ
ମହିଳା ସିଙ୍ଗଲ୍ସରେ ୧୫ତମ ସିଡ୍‌ ବେଲାରୁଷର ଭିକ୍ଟୋରିଆ ଆଜାରେଙ୍କା ଓ ରୁଷିଆର ୩୧ତମ ସିଡ୍‌ ଆନାଷ୍ଟାସିଆ ପାଭଲ୍ୟୁଚେଙ୍କୋଭା ଚତୁର୍ଥ ରାଉଣ୍ଡରେ ମୁହଁାମୁହିଁ ହେବା ସ୍ପଷ୍ଟ ହୋଇଛି। ଆଜାରେଙ୍କା ତୃତୀୟ ରାଉଣ୍ଡରେ ଆମେରିକାର ମାଡିନସନ କେଜଙ୍କୁ ୬-୨, ୬-୨ ସେଟ୍‌ରେ ପରାସ୍ତ କରିଥିବା ବେଳେ ପାଭଲ୍ୟୁଚେଙ୍କୋଭା ୬-୪, ୨-୬, ୬-୦ ସେଟ୍‌ରେ ତୃତୀୟ ସିଡ୍‌ ବେଲାରୁଷର ଆରିନା ସାବାଲେଙ୍କାଙ୍କୁ ହରାଇ ବିପର୍ଯ୍ୟୟ ଘଟାଇଛନ୍ତି। ବିପର୍ଯ୍ୟୟ ସହ ସାବାଲେଙ୍କା ତୃତୀୟ ରାଉଣ୍ଡରୁ ବିଦାୟ ନେଇଛନ୍ତି। ସେହିପରି କାଜାଖସ୍ତାନର ଏଲିନା ରିବାକିନା ୬-୧, ୬-୪ ସେଟ୍‌ରେ ରୁଷିଆର ଏଲିନା ଭେସନିନାଙ୍କୁ ହରାଇ ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସେ ଏବେ ଆମେରିକାର ସେରେନା ଓ୍ବିଲିୟମ୍ସଙ୍କୁ ଭେଟିବେ। ସେରେନା ଅନ୍ୟ ଏକ ତୃତୀୟ ରାଉଣ୍ଡ ମ୍ୟାଚ୍‌ରେ ୬-୪, ୬-୪ ସେଟ୍‌ରେ ନିଜ ଦେଶର ଡାନିଏଲ କଲିନ୍ସଙ୍କୁ ପରାସ୍ତ କରି ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସେହିପରି ତାମରା ଜିଡାନସେକ ୦-୬, ୭-୬, ୬-୨ ସେଟ୍‌ରେ ଚେକ ଗଣରାଜ୍ୟର କାଟେରିନା ସିନିଆକୋଭାଙ୍କୁ ହରାଇ ଅଗ୍ରଗତି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶିଖର-ଆୟେଶାଙ୍କ ପୂର୍ବରୁ ଏହିସବୁ ଭାରତୀୟ କ୍ରିକେଟର୍‌ଙ୍କ ଛାଡପତ୍ର ଥିଲା ଚର୍ଚ୍ଚାରେ

ଭାରତୀୟ କ୍ରିକେଟ ଦଳର ଓପନର୍‌ ଶିଖର ଧାୱନ ଏବଂ ସ୍ତ୍ରୀ ଆୟେଶା ମୁଖାର୍ଜୀ ବିବାହର ଆଠ ବର୍ଷ ପରେ ଅଲଗା ହୋଇଯାଇଛନ୍ତି। ଶିଖର-ଆୟେଶାଙ୍କର ଏକ ପୁଅ...

ଭାରତୀୟ ଡବଲ୍ସ ଯୋଡ଼ିଙ୍କ ବିଜୟ

ଜାକର୍ତ୍ତା, ୧୭ା୭ (ପି.ଟି.)-ଭରତର ଦୁଇ ଡବଲ୍ସ ଯୋଡ଼ି ଏଠାରେ ଚାଲିଥିବା ୧,୨୫୦,୦୦୦ ଆମେରିକୀୟ ଡଲାର ପୁରସ୍କାର ବିଶିଷ୍ଟ ବିଡବ୍ଲ୍ୟୁଏଫ୍‌ ଓ୍ବାଲର୍‌ଡ ଟୁର୍‌ ସୁପର ୧୦୦୦ ଟୁର୍ନାମେଣ୍ଟର...

ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ପାକ୍‌ ଦଳରୁ ବାଦ୍‌ ପଡ଼ିଲେ ଆସାଦ, ଆମୀର, ମଲିକ

କରାଚୀ,୧୨।୧୧: ଆଗାମୀ ନୁଜିଲାଣ୍ଡ ଗସ୍ତ ପାଇଁ ପାକିସ୍ତାନ ଏକ ୩୫ ଜଣିଆ ଯୁବ ଦଳ ଘୋଷଣା କରିଛି। ୩ଟି ଯାକ ଫର୍ମାଟ ପାଇଁ ବାବର ଆଜମଙ୍କୁ...

ଇତିହାସ ରଚିଲା ଆୟାରଲାଣ୍ଡ

କେପଟାଉନ୍‌,୧୪।୭: ଆୟାରଲାଣ୍ଡ ଏବଂ ଦକ୍ଷିଣଆଫ୍ରିକା ମଧ୍ୟରେ ଚାଲିଥିବା ଦିନିକିଆ ସିରିଜ୍‌ର ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ଆଣ୍ଡି ବଲବର୍ନିଙ୍କ ଉଜ୍ଜ୍ୱଳ ଶତକ ଏବଂ ପରେ ବୋଲରଙ୍କ ଉତ୍କୃଷ୍ଟ...

ପ୍ରାଇଭେଟ୍‌ ଜେଟ୍‌ ଅଛି କି: ଉତ୍ତରରେ କୋହଲି କହିଲେ…

ନୂଆଦିଲ୍ଲୀ,୨୩।୧୨: ଭାରତୀୟ ଟେଷ୍ଟ ଅଧିନାୟକ ବିରାଟ କୋହଲି ଦାମୀ କ୍ରିକେଟର୍‌। ପ୍ରାୟତଃ ତାଙ୍କ ଯାନ ବିଷୟରେ ଆଲୋଚନା କରାଯାଏ। କେବଳ ଏତିକି ନୁହେଁ, ତାଙ୍କର ଏକ...

ବିଶ୍ୱ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ: କ୍ୱାର୍ଟରରେ ସିନ୍ଧୁ, ପ୍ରଣୀଥ

ବାସେଲ (ସୁଇଜରଲାଣ୍ଡ),୨୩।୮(ପିଟି): ଏଠାରେ ଚାଲିଥିବା ବିଡବ୍ଲ୍ୟୁଏଫ୍‌ ବିଶ୍ୱ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ ପ୍ରତିଯୋଗିତାରେ ଭାରତୀୟ ତାରକା ଶଟଲର ପି. ଭି. ସିନ୍ଧୁ ଓ ବି. ସାଇ ପ୍ରଣୀଥ...

କ୍ୱାର୍ଟର ଫାଇନାଲରେ ନାଗାଲ

ପ୍ରାଗ୍‌(ଚେକ୍‌ ରିପବ୍ଲିକ), ୨୦।୮(ପି.ଟି.)- ଭାରତର ଶୀର୍ଷସ୍ଥାନୀୟ ସିଙ୍ଗଲ୍ସ ଖେଳାଳି ସୁମିତ ନାଗାଲ ଏଠାରେ ଚାଲିଥିବା ପ୍ରାଗ୍‌ ଓପନ ଟେନିସ ଟୁର୍ନାମେଣ୍ଟର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।...

ଅବସର ଘୋଷଣା କଲେ ଘରୋଇ କ୍ରିକେଟ୍‌ର ସଙ୍କଟମୋଚକ

ନୂଆଦିଲ୍ଲୀ,୨୯।୭(ପି.ଟି.): ଅଭିଜ୍ଞ ଘରୋଇ କ୍ରିକେଟର ରଜତ ଭାଟିଆ ବୁଧବାର କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ଏ ନେଇ ତାଙ୍କର କୌଣସି ଅବସୋସ ନାହିଁ...

Advertisement
Archives

Model This Week